କେନ୍ଦୁପତ୍ର ଶ୍ରମିକ ପରିବାର ପିଲା ପାଇବେ ଛାତ୍ରବୃତ୍ତି

ସମ୍ବଲପୁର,୧ା୯(ଶୁଭାଶିଷ ପାଢ଼ୀ): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଦାବି ମାନି ନେଇଛନ୍ତି ରାଜ୍ୟ ସରକାର। ଉଚ୍ଚସ୍ତରୀୟ ବୈଠକରେ ଛାତ୍ରବୃତ୍ତି ପାଇବା କ୍ଷେତ୍ରରେ ଛାତ୍ରୀଛାତ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା ହେବା ସହ ଶୀଘ୍ର ବୃତ୍ତି ଟଙ୍କା ଦିଆଯିବାକୁ ସ୍ଥିର ହୋଇଛି। ଏହି ଯୋଜନାରେ କେନ୍ଦୁପତ୍ର ଶ୍ରମିକ, ତୋଳାଳି ଓ ବନ୍ଧାଳିରେ ଜଡିତ ଥିବା ରାଜ୍ୟର ପ୍ରାୟ ୯୧ ହଜାର ପରିବାରର ଛାତ୍ରୀଛାତ୍ର ଉପକୃତ ହେବେ ବୋଲି ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ୱେଲଫେୟାର ବୋର୍ଡ ସଭାପତି ସଞ୍ଜିତ ମହାନ୍ତି କହିଛନ୍ତି।
ସେ ଆହୁରି କହିଛନ୍ତି, ଶ୍ରମିକ ପରିବାର ପିଲାଙ୍କୁ ଛାତ୍ରବୃତ୍ତି ଯୋଜନାରେ ସାମିଲ କରିବା ନେଇ ସଚିବ ସ୍ତରରେ ବୈଠକ ହୋଇଥିଲା। ଏଥିରେ ବିଭିନ୍ନ ସମସ୍ୟା ଓ ପ୍ରତିକାର ମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଚଳିତବର୍ଷ ପ୍ରାୟ ୯୧ ହଜାର ଛାତ୍ରୀଛାତ୍ର ରହିଛନ୍ତି। ଛାତ୍ର ବୃତ୍ତି ନିମନ୍ତେ ରେଞ୍ଜ ଓ ଡିଭିଜନ ସ୍ତରୀୟ ବୈଠକରେ ସଚେତନତା ସୃଷ୍ଟି କରାଯାଉଛି। ୨୦୨୨ ନଭେମ୍ବର ୨୨ ଘୋଷଣା ଅନୁକ୍ରମେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜନାଲ କର୍ମଚାରୀଙ୍କ ସ୍କୁଲ, କଲେଜରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନେ ଛାତ୍ରବୃତ୍ତି ପାଇବା ନେଇ ସରକାରଙ୍କ ପକ୍ଷରୁ ସର୍ଭେ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗତ ୨୨ ତାରିଖରେ ଉକ୍ତ ସର୍ଭେ ରିପୋର୍ଟକୁ ଭିତ୍ତି କରି ଏବଂ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପାଇବାରେ ଥିବା ଅସୁବିଧା ଦୂର କରିବାକୁ ନେଇ ଭୁବନେଶ୍ୱରରେ ବୈଠକ ହୋଇଥିଲା। ମୁଖ୍ୟ ଉପଦେଷ୍ଟା ଆର୍‌ ବାଲଚନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜସ୍ବ ତଥା ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ଆଦିବାସୀ ଦଳିତ ଶ୍ରେଣୀ ଓ ପଛୁଆ ବର୍ଗର କମିଶନର ତଥା ସଚିବ ରୁପାରୋଷନ ସାହୁ, ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତି ଓ ଅନ୍ୟାନ୍ୟ ଉଚ୍ଚ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଦାଖଲ ହୋଇଥିବା ରିପୋର୍ଟ ଅନୁସାରେ ୨୦୨୨ରେ ସମୁଦାୟ ୮ଲକ୍ଷ ୧୨ ହଜାର ୩୩୯ ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜନାଲ କର୍ମଚାରୀ ଥିଲେ। ସେଥିମଧ୍ୟରୁ ୮ ଲକ୍ଷ ୧୨ ହଜାର ୨୧୨ ଜଣ ଅର୍ଥାତ୍‌ ଶତକଡା ୯୯. ୯୮ ସର୍ଭେ ଅନ୍ତର୍ଭୁକ୍ତ ହୋଇଥିଲେ। ୨୦୨୨- ୨୩ ଶିକ୍ଷାବର୍ଷ ମଧ୍ୟରେ କେନ୍ଦୁପତ୍ର ଶ୍ରମିକ ପରିବାରଙ୍କ ୯୩ ହଜାର ୨୫୭ ଜଣ ଛାତ୍ରୀଛାତ୍ର ଛାତ୍ରବୃତ୍ତି ପାଇବାକୁ ହକ୍‌ଦାର ହୋଇଥିଲେ ା ସେଥିପାଇଁ ୯୧୭୫୮ ଜଣ ତୋଳାଳି ପରିବାରର, ୬୦୨ ବନ୍ଧେଇ ଶ୍ରମିକ ପରିବାରର ଏବଂ ୮୯୭ ଜଣ ଛାତ୍ରୀଛାତ୍ର ସିଜନାଲ କର୍ମଚାରୀ ପରିବାରର ଅନ୍ତର୍ଭୁକ୍ତ। ଉକ୍ତ ସର୍ଭେ ରିପୋର୍ଟ ଅନୁଯାୟୀ ୮୯୫୪୩ ଜଣ ତୋଳାଳି ପରିବାର, ୫୫୨ ଜଣ ବନ୍ଧେଇ ଶ୍ରମିକ ପରିବାର ଓ ୮୭୩ ଜଣ ସିଜନାଲ କର୍ମଚାରୀଙ୍କ ଛାତ୍ରୀଛାତ୍ର ସମସ୍ତ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅର୍ଥାତ୍‌ ସର୍ବମୋଟ ୯୦୮୬୮ ଜଣ ଛାତ୍ରୀଛାତ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?