ଜିଲାପାଳଙ୍କ ସତ୍ୟପାଠକୁ ଏନ୍‌ଜିଟିର ଭର୍ତ୍ସନା

ଯାଜପୁର,୧ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବ୍ୟାସନଗର ତହସିଲ ବୈତରଣୀ ନଦୀର ସାଲ୍‌ବା ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ଅଭିଯୋଗରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ରେ ଏକ ମାମଲା ରୁଜୁ ହୋଇଥିଲା। ଜେସିବି ମେଶିନରେ ଅଭିଯୋଗକାରୀଙ୍କ ଦାଖଲ ଫଟୋ ଧନତ୍ରୀ ଏବଂ ଗୋବିନ୍ଦପୁର ବାଲିଘାଟ ଅଞ୍ଚଳର ବୋଲି ଦର୍ଶାଇ ମାମଲାକୁ ଚାପି ଦିଆଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଏନ୍‌ଜିଟି ପକ୍ଷରୁ ହୋଇଥିବା ଚୂଡ଼ାନ୍ତ ଶୁଣାଣୀରେ ଯାଜପୁର ଜିଲାପାଳଙ୍କ ସତ୍ୟପାଠକୁ ଭର୍ତ୍ସନା କରାଯାଇଛି। ଯଦି ଧନତ୍ରୀ ଓ ଗୋବିନ୍ଦପୁର ବାଲିଘାଟର ଫଟୋ ଚିତ୍ର ପ୍ରମାଣିତ ହୋଇଛି, ତେବେ ସଂପୃକ୍ତ ଲିଜ୍‌ଧାରୀଙ୍କ ବିରୋଧରେ କାହିଁକି ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଦର୍ଶାଇ ୨ ମାସ ମଧ୍ୟରେ ଜରିମାନା ଏବଂ ପରିବେଶଗତ କ୍ଷତିପୂରଣ ଆଦାୟ କରାଯାଉ ବୋଲି ନିର୍ଦ୍ଦେଶ ହୋଇଛି।
ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ସାଲ୍‌ବା ବାଲିଘାଟରୁ ପରିବେଶଗତ ଅନୁମତି ଚୁକ୍ତିର ଉଲ୍ଲଂଘନ କରି ଜେସିବି ମେଶିନରେ ବାଲି ଉତ୍ତୋଳନ କରି ଓଭରଲୋଡିଂ ପରିବହନ ହେଉଥିବା ନେଇ ଏନ୍‌ଜିଟିରେ ୨୩/୨୦୨୩/ଇଜେଡ କେଶ ନମ୍ବରରେ ମାମଲା ରୁଜୁ ହୋଇଛି। ବ୍ୟାସନଗର ତହସିଲ ଅନ୍ତର୍ଗତ ସାଲ୍‌ବା, ରୁଢିଆ, ଧନତ୍ରୀ ଓ ଗୋବିନ୍ଦପୁର ଗ୍ରାମବାସୀ ଗତ ମାର୍ଚ୍ଚରେ ସାଲ୍‌ବା ବାଲିଘାଟରେ ବେଆଇନ ଉତ୍ତୋଳନ ହେଉଥିବା ନେଇ ଏନ୍‌ଜିଟିରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଓଡ଼ିଶା ମାଇନର ମିନେରାଲ୍ସ ରୁଲ୍ସ-୨୦୧୬ ଅନୁସାରେ ବୈତରଣୀ ନଦୀର ସାଲ୍‌ବା ବାଲିଘାଟ ନୂତନ ଭାବେ ସୃଷ୍ଟି କରାଯାଇଛି। ଏହି ବାଲିଘାଟରୁ ବାର୍ଷିକ ୧୬,୭୩୦ ଘନ ମିଟର ବାଲି ଉତ୍ତୋଳନ କରାଯାଇ ପାରିବ ଏବଂ ସରକାରଙ୍କ ରାଜସ୍ବ ବୃଦ୍ଧିରେ ସହାୟକ ହେବ। ନଦୀବନ୍ଧଠାରୁ ଏହି ବାଲିଘାଟ ୨ କିମି ଦୂରତାରେ ରହିଛି। ତେବେ ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ଏହି ବାଲିଘାଟରୁ ପ୍ରତ୍ୟହ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଛି। ହେଭି ଟ୍ରକ ନିୟୋଜନ କରି ଗ୍ରାମ୍ୟ ରାସ୍ତାରେ ବିନା ଘୋଡେଇରେ ବାଲି ପରିବହନ କରାଯାଉଛି। ଫଳରେ ଗ୍ରାମ୍ୟ ରାସ୍ତା କ୍ଷତିଗ୍ରସ୍ତ ହେବା ସହ ବାଇକ୍‌ ଦୁର୍ଘଟଣା ଘଟୁଛି। ଏନେଇ ଏନ୍‌ଜିଟି ପକ୍ଷରୁ ହୋଇଥିବା ନିର୍ଦ୍ଦେଶ ଅନୁସାରେ ଯାଜପୁର ଜିଲାପାଳଙ୍କ ନୋମିନି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଓ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ଗତ ୧୫ା୪ା୨୦୨୩ରେ ଯୁଗ୍ମ ଭାବେ ତଦନ୍ତ କରିଥିଲେ। ଲିଜ୍‌ ଏରିଆ ଉପଯୁକ୍ତ ଭାବେ ଚିହ୍ନଟ, ଗ୍ରାମ୍ୟ ରାସ୍ତାରେ ବାଲି ବୋଝେଇ ଗାଡ଼ି ଚଳାଚଳ ହେଉ ନ ଥିବା, ପରିବହନରେ ହେଭି ଟ୍ରକ ବ୍ୟବହାର ହେଉ ନ ଥିଲା, ବାଲି ଉତ୍ତୋଳନରେ ଜେସିବି ମେଶିନ ଲଗା ଯାଇ ନ ଥିଲା ବୋଲି ଲିଜ୍‌ଧାରୀଙ୍କ ସପକ୍ଷରେ ତଦନ୍ତକାରୀ ଦଳ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ଅଭିଯୋଗକାରୀମାନେ ଗ୍ରାମ୍ୟ ରାସ୍ତାରେ ହେଭି ଟ୍ରକ ଚଳାଚଳ ଏବଂ ସାଲ୍‌ବା ବାଲି ଖାଦାନରେ ଜେସିବି ମେଶିନର ବ୍ୟବହାର ହୋଇଥିବା ଫଟୋ ସଂଲଗ୍ନ କରି ୧୨ା୭ା୨୦୨୩ରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଏହାପରେ ଲିଜ୍‌ଧାରୀ ଏକ କାଉଣ୍ଟର ସତ୍ୟପାଠ ଦାଖଲ କରିଥିଲେ। ସେ ତାଙ୍କ ସତ୍ୟପାଠରେ ହେଭି ଭାଇକିଲ ଓ ଜେସିବି ମେଶିନ ବ୍ୟବହାର କରୁ ନାହାନ୍ତି, ଗାଡି ଚଳାଚଳ ହେଉଥିବା ରାସ୍ତା କ୍ଷତିଗ୍ରସ୍ତ ହେଉନାହିଁ, ରାସ୍ତାର ଉଭୟ ପାର୍ଶ୍ୱରେ ବନୀକରଣ କରାଯାଇଛି, ଅଭିଯୋଗକାରୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଫଟୋ ତାଙ୍କ ଲିଜ୍‌ ଅଞ୍ଚଳ ବାହାର ଧନତ୍ରୀ ଓ ଗୋବିନ୍ଦପୁର ବାଲିଘାଟର ବୋଲି ଦର୍ଶାଇଥିଲେ। ଏହାପରେ କମିଟି ପକ୍ଷରୁ ହୋଇଥିବା ତଦନ୍ତ ରିପୋର୍ଟ, ଲିଜ୍‌ଧାରୀଙ୍କ ସତ୍ୟପାଠକୁ ଆଧାର କରି ଜିଲାପାଳ ୨୪ା୭ା୨୦୨୩ରେ କାଉଣ୍ଟର ସତ୍ୟପାଠ ଦାଖଲ କରିଥିଲେ। ଏଭଳି ସ୍ଥିତିରେ ଯାଜପୁର ଜିଲାପାଳଙ୍କ ସତ୍ୟପାଠ ବିବ୍ରତ କଲାଭଳି ସମ୍ପୂର୍ଣ୍ଣ ଭାବେ ଅପ୍ରତ୍ୟାଶିତ ବୋଲି ଏନ୍‌ଜିଟି ପକ୍ଷରୁ ହୋଇଥିବା ଶୁଣାଣିରେ ଦର୍ଶାଯାଇଛି। ତେଣୁ ଲିଜ୍‌ ବାହାରେ ହେଉଥିବା ବେଆଇନ ବାଲି ଉତ୍ତୋଳନ ଉପରେ ୨ ମାସ ମଧ୍ୟରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତି ସିଂହ ରାଠୋରଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଗୁରୁବାର ସନ୍ଧ୍ୟାରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?