ରାଜ୍ୟର ପ୍ରଥମ ପୌରାଞ୍ଚଳ ପ୍ରତି ଅବହେଳା

କେନ୍ଦ୍ରାପଡ଼ା,୧ା୯ (ଜଗନ୍ନାଥ ଧଳ: ୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ୍ତ ଶାସନ ପ୍ରସ୍ତାବ ଆଗତ କରିଥିଲେ। ଏହା ପୂର୍ବରୁ ଇଂରେଜ ସରକାର ୧୮୫୯ରେ କେନ୍ଦ୍ରାପଡ଼ା ଓ ଯାଜପୁରକୁ ଦୁଇଟି ସବ୍‌ଡିଭିଜନରେ ପରିଣତ କରିଥିଲେ। ଏହାର ଠିକ୍‌ ୧୦ ବର୍ଷ ପରେ ଅର୍ଥାତ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ାଠାରେ ୧୮୬୯ ମାର୍ଚ୍ଚ ୧୦ରେ ପ୍ରତିଷ୍ଠା ହୋଇଥିଲା। କେନ୍ଦ୍ରାପଡ଼ା କେବଳ ପ୍ରଥମ ମ୍ୟୁନିସିପାଲିଟି ନୁହେଁ, ଏହି ସହର ଦେଇ ଯାଇଥିବା କେନ୍ଦ୍ରାପଡ଼ା କେନାଲ ରାଜ୍ୟର ପ୍ରଥମ କେନାଲ (୧୮୬୯ ମେ ୨୯) ଭାବେ ମାନ୍ୟତା ପାଇଛି। ସେହିପରି ମହିଳାଙ୍କୁ ଶିକ୍ଷା ଦେବା ପାଇଁ ଇଂରେଜମାନେ ଫେଜର ବାଳିକା ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ। ପ୍ରଥମଥର ପାଇଁ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ସହରର ପୁରୁଣା ବସ୍‌ଷ୍ଟାଣ୍ଡର ଡାଇମଣ୍ଡ ଜୁବୁଲି ପାଠାଗାର ଐତିହାସିକ ସ୍ବାକ୍ଷର ବହନ କରୁଛି।
ଆଖପାଖ ୬.୪୭ ବର୍ଗ କିଲୋମିଟର ମଧ୍ୟରେ ଥିବା ୧୪ଟି ପଡ଼ାଗ୍ରାମକୁ ନେଇ ଗଠିତ ଏହି ମ୍ୟୁନିସିପାଲିଟିରେ ୧୮୮୭ରେ ଲୋକାଲ ବୋର୍ଡ ଗଠନ ହୋଇଥିଲା। ଏଠାରେ ପ୍ରଥମ ଥର ୱାର୍ଡ କାଉନସିଲର ନିର୍ବାଚନ ୧୯୧୧ରେ ଅନୁଷ୍ଠିତ ହୋଇଥିଲା। ୧୮୮୫- ୮୬ରେ ଏହାର ଲୋକସଂଖ୍ୟା ୧୫,୭୧୯ ଥିଲା। ସମ୍ପ୍ରତି ଏହି ମ୍ୟୁନିସିପାଲିଟି ପରିବର୍ଦ୍ଧିତ ହୋଇ ୨୧ ୱାର୍ଡରେ ପରିଣତ ହୋଇଛି। ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ସହରର କଳେବର ବଢ଼ୁଛି। କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଜମଧରଠାରୁ ଜଜାଙ୍ଗ, ଅପରପକ୍ଷେ ଥିବା ୫୩ (କ) ଜାତୀୟ ରାଜପଥର ଛତାଠାରୁ ହଜାରୀ ଛକ ଯାଏ ସହର ଲମ୍ବି ଗଲାଣି। ଏହାକୁ ହିସାବ ରଖିଲେ ସହରରେ ଏବେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା ଓ କଳେବର ବୃଦ୍ଧି ପାଉଥିଲେ ମଧ୍ୟ ପୌରାଞ୍ଚଳର ପରିସୀମା ବୃଦ୍ଧି ପାଉନି। ନିକଟରେ ଏହି ସହରର ପରିସୀମା ବୃଦ୍ଧି ପାଇଁ ପ୍ରସ୍ତାବ ଆଗତ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ କ୍ଷେତ୍ରର ବିକାଶ ସହ ୧୫୪ ବର୍ଷର ଏହି ପୌରାଞ୍ଚଳ ସବୁବେଳେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହେଉଛି। ସହରର ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ ଅଭାବ ସହ ଭିତ୍ତିଭୂମିରେ ବହୁ ପଛୁଆ ଅଛି। କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ପାଇଁ ସହରବାସୀଙ୍କ ସମେତ ଜିଲାବାସୀ ବହୁବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେହିପରି ଶାମଗୁଡ଼ିଆସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସତ୍ତ୍ୱେ ଅଦ୍ୟାବଧି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ସମସ୍ତ ସୁବିଧା ମିଳିନାହିଁ। ଖଡିଅଙ୍ଗସ୍ଥ ପୁରୁଣା ମୁଖ୍ୟ ଚିକିତ୍ସାଳୟ ପରିସରରେ ସିଟି ହସ୍ପିଟାଲ ସ୍ଥାପନ ପାଇଁ ଆନ୍ଦୋଳନ ଅଦ୍ୟାବଧି ଜାରି ରହିଛି। ଆଗାମୀ ଦିନରେ ଏହି ଜିଲାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ସହ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏହାକୁ ଦୃଷ୍ଟିରେ ରଖିଲେ ସହରର ରାସ୍ତା ସମସ୍ୟା ଅଧିକ ଉତ୍କଟ ହେବ। ତିନିମୁହଁାଣୀ ସହରର ମୁଖ୍ୟ ଛକ ହୋଇଥିବା ବେଳେ ଏଠାରେ ସରକାରୀ ଓ ବେସରକାରୀ ଅବରୋଧ ଅଧିକ ହୋଇଛି। ଆସନ୍ତା ୫୦ ବର୍ଷର ସହର ଯୋଜନା ଦୃଷ୍ଟିରୁ ଏଠାରେ ନିର୍ମାଣ ହୋଇଥିବା ସୁଲଭ ଶୌଚାଳୟ, ଆଇ ଲଭ କେନ୍ଦ୍ରାପଡ଼ା, ଭେଣ୍ଡିଂ ଜୋନ ଆଦି ଅପ୍ରାଷଙ୍ଗିକ ହୋଇପଡ଼ିବ। ସେହିପରି ନିର୍ମାଣାଧୀନ ଗାନ୍ଧୀ ସ୍ମୃତି ପୀଠର ସ୍ଥାନାନ୍ତର ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ସ୍ବର ଉଠାଇଛନ୍ତି। ବାଇପାସ୍‌ ରୋଡ ନିର୍ମାଣ ବହୁ ବିଳମ୍ବରେ ଆରମ୍ଭ ହେଉଛି। ମହାଭୋଇ ପୋଖରୀ, ଗୋବରୀ ନଦୀ, କେନାଲରେ ନୌବିହାର, ଫୁଟପାଥ ନିର୍ମାଣ ଓ ଆଲୋକୀକରଣ ସହର ପାଇଁ ଆବଶ୍ୟକ ହୋଇଛି। ସହର ମଧ୍ୟରେ ଥିବା ପାର୍କକୁ ଉପଯୋଗୀ କରିବା ସହ ସହରର ସୌନ୍ଦର୍ଯ୍ୟକରଣରେ ଅପ୍ରସ୍ଥ ରାସ୍ତା, ବିଦ୍ୟୁତ୍‌ ଖୁଣ୍ଟ ଆଦି ବାଧା ସୃଷ୍ଟି କରୁଛି।
ଏହି ସହରରେ ବହୁ ଐତିହାସିକ ସ୍ମାରକୀ ଅଛି। ସୂର୍ଯ୍ୟଘଡ଼ି, ପୁରୁଣା ବଳଦେବଜୀଉ ମନ୍ଦିରର ସୁନାକୂଅ, ବାଲାବାବା ମନ୍ଦିର ପରିସରରେ ଥିବା ରାଜାବାବାଙ୍କ ମୂର୍ତ୍ତି ପଛପଟର ସୁଡଙ୍ଗ ଆଦିକୁ ଅଧିକ ଗୁରୁତ୍ୱ ଦିଆଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, ସ୍ବରେଜ ସିଷ୍ଟମ, ପଲିଥିନ ବ୍ୟାନ, ରସାବଳୀ ଓ ପୋଟଳି ପିଠାକୁ ଜିଲାର ମିଠା ଭାବେ ସ୍ବୀକୃତି ଦେବା, ଶ୍ରୀବଳଦେବଜୀଉ ଓ ଅନ୍ୟ ଧାର୍ମିକ ପୀଠସ୍ଥଳକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସହରବାସୀ ସଦାସର୍ବଦା ଆଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?