ଆମ ଜିଲା ଖବର

ମରୁଡ଼ି ଘୋଷଣା ପାଇଁ ଜିଲାପାଳଙ୍କୁ ଭେଟିଲେ ବ୍ଲକ ଉପାଧ୍ୟକ୍ଷ

କୋକସରା,୬ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ନେଇ ବ୍ଲକର ୨୨ ପଞ୍ଚାୟତକୁ ମରୁଡ଼ି ଘୋଷଣା ସହ କୃଷି ଋଣ ଛାଡ଼ କରିବାକୁ କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି…

କୋରାପୁଟରେ ପ୍ରବଳ ବର୍ଷା

କୋରାପୁଟ,୬ା୯(ଅମିତାଭ ବେହେରା): କୋରାପୁଟରେ ବୁଧବାର ଅପରାହ୍ନ ୪ଟାରୁ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ବର୍ଷାପାଣି ରାସ୍ତାରେ ଜମି ରହିଥିବା ବେଳେ କେତେକ ଓ୍ବାର୍ଡରେ କିଛି ଘରେ ବର୍ଷା ପାଣି ପଶିଯାଇଥିବା ଜଣାଯାଇଛି।…

ଟାଟା-ବଡ଼ବିଲ ପାସେଞ୍ଜର ଟ୍ରେନ୍‌କୁ ବଲାଣୀ ଖାଦାନ ଷ୍ଟେଶନ ପର୍ଯ୍ୟନ୍ତ ସମ୍ପ୍ରସାରଣ ଦାବି

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଲାଣୀ ଖଣି ଅଞ୍ଚଳକୁ ରେଳସେବା ଯୋଗାଇ ଦେବାକୁ ଦୀର୍ଘବର୍ଷ ହେଲା ସ୍ଥାନୀୟ ଲୋକେ ଦାବି କରିଆସୁଛନ୍ତି। ସେଲ୍‌ ଅଧୀନରେ ବଲାଣୀରେ ଚାଲିଛି ଲୌହଖଣି। ଏଣୁ ଖଣି ଯୋଗୁ ସ୍ଥାନୀୟ ଲୋକ ଜମି, ଜଙ୍ଗଲ ହରାଇଥିବା…

ରାଇକିଆରେ ଜନ୍ମାଷ୍ଟମୀ

ରାଇକିଆ,୬ା୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସରସ୍ବତୀ ଶିଶୁ ମନ୍ଦିରରେ ବୁଧବାର ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ଶିଶୁମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିଲେ। ଜନ୍ମାଷ୍ଟମୀ ପୂଜାର୍ଚ୍ଚନା ସହ ଦହି ହାଣ୍ଡି ଭଙ୍ଗନ, ଭଜନ, ନୃତ୍ୟ…

ପୋଲ ଉପରେ ଦୁଇଫୁଟ ଉଚ୍ଚର ପାଣି, ଯାନବାହନ ଚଳାଚଳ ବନ୍ଦ

କୋରୁକୋଣ୍ଡା,୬ା୯(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କାମଓ୍ବାଡା ପଞ୍ଚାୟତ ଏମ୍‌ଭି-୨୮ଗ୍ରାମଠାରୁ ମାରକେଲଗୁଡ଼ା ଯିବା ରାସ୍ତାରେ ବହୁଦିନ ଧରି ଏକ ପୋଲ ରହିଥିବା ବେଳେ ବର୍ଷାଦିନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ପ୍ରାୟ ୪ରୁ ଊର୍ଦ୍ଧ୍ୱ ଗ୍ରାମବାସୀ। ଚଳିତ ଲଘୁଚାପ…

ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ସୋରଡା,୬।୯(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡା ଅଧୀନ ଗାଜଲବାଡି ପଞ୍ଚାୟତରେ ବାର୍‌ହା ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ପଞ୍ଚାୟତ ମୀନଯା ଗ୍ରାମର ଶଙ୍କର ମଲିକ ୪୨ । ଶଙ୍କର ସକାଳେ ବିଲରୁ ଗ୍ରାମକୁ ଯାଉଥିବା ବେଳେ ନିକଟ…

ଭୁଶୁଡିଲା ପୋଲ ୪୦ ବର୍ଷର ପୋଲ: ବାହ୍ୟଜଗତରୁ ବିଛିନ୍ନ ୨୫ ଗାଁ

ବାଲେଶ୍ୱର ଅଫିସ, ୬।୮: ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ବେଗୁନିଆ ଅଞ୍ଚଳରେ ଲଗାଣ ବର୍ଷାରେ ପୋଲ ଭୁଶୁଡ଼ି ପଡ଼ିଛି । ୪୦ ବର୍ଷର ପୁରୁଣା ପୋଲ ଭୁଶୁଡି ପଡିଥିବାବେଳେ ୨୫ ଖଣ୍ଡ ଗାଁର ଯାତାୟତ ବାଧାପ୍ରାପ୍ତ ହୋଇଛି । ସୋନ ନଦୀର…

ଯୁବତୀଙ୍କ ଗଳାକାଟି ହତ୍ୟା: ନଦୀପଠାରୁ ମିଳିଲା ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ 

ବରଗଡ଼,୬।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ଶ୍ରୀଗିଡ଼ା ଗ୍ରାମ ମଝିରେ ପ୍ରବାହିତ ଜୀରାନଦୀ ପୋଲ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ ନିର୍ମମଭାବେ ହତ୍ୟା କରାଯାଇଛି। ଏକ ଧାରୁଆ ଅସ୍ତ୍ରରେ…

ବ୍ଲାଙ୍କ ଫାୟାରିଂ କରି ଲୁଟିନେଲେ ୨୫ ହଜାର ଟଙ୍କା ସହ ସୁନା ଗହଣା

କଟକ,୬।୯: କଟକ କନ୍ଦରପୁର ଥାନା ମତଗଜପୁରରେ ବ୍ଲାଙ୍କ ଫାୟାରିଂ କରି ଲୁଟ୍‌ ହୋଇଛି। ୩ଟି ବାଇକ୍‌ରେ ୭ ଦୁର୍ବୃତ୍ତ ଆସି ବ୍ଲାକ ଫାୟାରିଂ କରି ୨୫ ହଜାର ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି । ଏ ନେଇ କନ୍ଦରପୁର…

ବାସଗୃହ ଯୋଜନାରୁ ବଞ୍ଚିତ ହେଲେ ହିତାଧିକାରୀ

ଡେରାବିଶ, ୬।୯(ବେବର୍ତ୍ତା ଅଜୟ ଦାସ): ଗରିବ ହିତାଧିକାରୀଙ୍କୁ ବାସଗୃହ ଯୋଜନାରେ ସାମିଲ କରିବାକୁ ପ୍ରଶାସନ ପକ୍ଷରୁ ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟରେ ଚୟନ କରାଯାଇଥିବା ଜଣେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇ ପରେ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍‌ ପଡ଼ିଛି। ଫଳରେ…

ଶୌଚାଳୟ, ପାନୀୟ ଜଳର ସୁବିଧା ନାହିଁ

ପଟ୍ଟାମୁଣ୍ଡାଇ, ୬।୯(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ଓ ପାନୀୟ ଜଳ ସୁବିଧା ନ ଥିବାରୁ ଏଠାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ନୂତନ…

ଭୁଶୁଡ଼ିଲା ବିଜୁସେତୁ ସଂଯୋଗୀକରଣ ରାସ୍ତା

ଡେରାବିଶ, ୬୯ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲକ ଅନ୍ତର୍ଗତ ବେଲାରପୁର ହଳଦିଆ ରାସ୍ତା ଚାଟରାଚକଡା ପଞ୍ଚାୟତ ଅଧୀନ ଫକିରାବାଦ ଗ୍ରାମ ଦେଇ ବହି ଯାଇଥିବା ୧୯ ନଂ. ଡ୍ରେନେଜ କଟ୍‌ ଉପରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ରାହ୍ମଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?