କୋଲାବ ଜଳଭଣ୍ଡାର ଏବେ ଦଳଭଣ୍ଡାର

କୋରାପୁଟ,୨୨ା୧୦(ଅମିତାଭ ବେହେରା )କୋରାପୁଟ କୋଲାବ ଜଳଭଣ୍ଡାର ଏବେ ଦଳ ଭଣ୍ଡାରରେ ପରିଣିତ ହୋଇଛି। କୋରାପୁଟ ଜିଲାର ଜୟପୁର, ଲମତାପୁଟ, ବୈପାରିଗୁଡା, ନନ୍ଦପୁର, ସେମିଳିଗୁଡା ଓ କୋରାପୁଟ ବ୍ଲକର ବିଭିନ୍ନ ଅଞ୍ଚଳକୁ ସ୍ପର୍ଶ କରି ୧୬୩୦ ବର୍ଗ କିଲୋମିଟର ଜାଗାରେ ବିସ୍ତିର୍ଣ୍ଣ ଏହି ଜଳଭଣ୍ଡାରରେ ଏବେ ଦଳ ମାଡିବା ଆରମ୍ଭ କରି ସମସ୍ୟା ସୃଷ୍ଟି କରିଛି। ଜଳଭଣ୍ଡାରର ଉପର ମୁଣ୍ଡରେ ଥିବା ଅଞ୍ଚଳରେ ବୃକ୍ଷରୋପଣ ତଥା ଅନ୍ୟାନ୍ୟ ମୃତ୍ତିକା ସଂରକ୍ଷଣ ପଦକ୍ଷେପ ନିଆ ଯାଇ ନ ଥିବାରୁ ଜଳଭଣ୍ଡାର ମଧ୍ୟକୁ ବର୍ଷା ଜଳ ସାଙ୍ଗକୁ ମାଟି ପଶି ଆସି ଜଳଭଣ୍ଡାରର ଭୂତଳର ଉଚ୍ଚତା ଧୀରେ ଧୀରେ ବୃଦ୍ଧି କରୁଛି। ତେବେ ଜଳ ସମ୍ପଦ ବିଭାଗ ଏହାକୁ ଏକ ସାମାନ୍ୟ ସମସ୍ୟା ଭାବେ ଭାବିନେଇ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଗତ କିଛିଦିନ ଧରି ସୁନାବେଡା ନିକଟସ୍ଥ କୋଲାବ ଜଳଭଣ୍ଡାରର ଅଂଶରେ ଦଳ ଯେପରି ଭାବେ ବ୍ୟାପିବାରେ ଲାଗିଛି ସେଥିପ୍ରତି ସରକାର ଦୃଷ୍ଟି ନ ଦେଲେ ସମଗ୍ର ଜଳଭଣ୍ଡାର ଦଳମୟ ହୋଇଯିବା ପାଇଁ ଅଧିକ ଦିନ ଲାଗିବ ନାହିଁ ବୋଲି ସୁନାବେଡାର ପରିବେଶବିତ ସୁନିଲ ବିଶ୍ୱାଳ କହିଛନ୍ତି। ଜୟପୁରସ୍ଥିତ ଜଗନ୍ନାଥ ସାଗର ଭଳି ଜଳାଶୟରେ ଦଳ ବାହାର କରିବା ପାଇଁ ପ୍ରଶାସନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ୧୬୩୦ ବର୍ଗ କିଲୋମିଟର ବ୍ୟାପ୍ତ କୋଲାବ ଜଳଭଣ୍ଡାରରେ ଦଳ ମାଡିଗଲେ ଏହାକୁ ସଫା କରିବା ଏକ ପ୍ରକାର ଅସମ୍ଭବ ହୋଇପଡିବ ବୋଲି ବିଶ୍ୱାଳ ମତ ରଖିଛନ୍ତି। କୋଲାବ ଜଳଭଣ୍ଡାର ଉପରେ ଏହାକୁ ସଂଲଗ୍ନ କରୁଥିବା ସମସ୍ତ ସହର ପାନୀୟ ଜଳ ପାଇଁ ନିର୍ଭର କରୁଥିବା ବେଳେ ଏଚଏଏଲ(ହାଲ୍‌) ଏବଂ ନାଲ୍‌କୋ ଭଳି ଶିଳ୍ପ ସଂସ୍ଥା ଏହି ଜଳଭଣ୍ଡାରରୁ ଜଳ ନେଇ ସେମାନଙ୍କ କାରଖାନାର ଆବଶ୍ୟକତା ମଧ୍ୟ ପୂରଣ କରିଥାନ୍ତି। ଏହି ଜଳଭଣ୍ଡାରରୁ ମାଛ ଧରି ଅନେକ ଆଦିବାସୀ ଧୀବର ଗୁଜୁରାଣ ମେଣ୍ଟାଇଥାନ୍ତି। ଜଳଭଣ୍ଡାରରେ ଦଳ ଭର୍ତ୍ତି ହୋଇଗଲେ ଏହାର ଜଳ ପାନୀୟ ଉପଯୋଗୀ ହେବନାହିଁ। ମାଛ ଭଳି ଜଳଜୀବଙ୍କ ଜୀବନ ଧାରଣରେ ସମସ୍ୟା ଉପୁଜିବ ବୋଲି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜୈବ ବିବିଧତା ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଦେବବ୍ରତ ପଣ୍ଡା ପ୍ରକାଶ କରିଛନ୍ତି। ଦଳ ମାଡିଗଲେ ଜଳଭଣ୍ଡାରର ଜଳରୁ ଅମ୍ଳଜାନ ପରିମାଣ କମିଜିବ ଏବଂ ଜଳର ଶୁଦ୍ଧତା ପ୍ରଭାବିତ ହେବ ବୋଲି ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri