କୋଲାବ ଜଳଭଣ୍ଡାର ଏବେ ଦଳଭଣ୍ଡାର

କୋରାପୁଟ,୨୨ା୧୦(ଅମିତାଭ ବେହେରା )କୋରାପୁଟ କୋଲାବ ଜଳଭଣ୍ଡାର ଏବେ ଦଳ ଭଣ୍ଡାରରେ ପରିଣିତ ହୋଇଛି। କୋରାପୁଟ ଜିଲାର ଜୟପୁର, ଲମତାପୁଟ, ବୈପାରିଗୁଡା, ନନ୍ଦପୁର, ସେମିଳିଗୁଡା ଓ କୋରାପୁଟ ବ୍ଲକର ବିଭିନ୍ନ ଅଞ୍ଚଳକୁ ସ୍ପର୍ଶ କରି ୧୬୩୦ ବର୍ଗ କିଲୋମିଟର ଜାଗାରେ ବିସ୍ତିର୍ଣ୍ଣ ଏହି ଜଳଭଣ୍ଡାରରେ ଏବେ ଦଳ ମାଡିବା ଆରମ୍ଭ କରି ସମସ୍ୟା ସୃଷ୍ଟି କରିଛି। ଜଳଭଣ୍ଡାରର ଉପର ମୁଣ୍ଡରେ ଥିବା ଅଞ୍ଚଳରେ ବୃକ୍ଷରୋପଣ ତଥା ଅନ୍ୟାନ୍ୟ ମୃତ୍ତିକା ସଂରକ୍ଷଣ ପଦକ୍ଷେପ ନିଆ ଯାଇ ନ ଥିବାରୁ ଜଳଭଣ୍ଡାର ମଧ୍ୟକୁ ବର୍ଷା ଜଳ ସାଙ୍ଗକୁ ମାଟି ପଶି ଆସି ଜଳଭଣ୍ଡାରର ଭୂତଳର ଉଚ୍ଚତା ଧୀରେ ଧୀରେ ବୃଦ୍ଧି କରୁଛି। ତେବେ ଜଳ ସମ୍ପଦ ବିଭାଗ ଏହାକୁ ଏକ ସାମାନ୍ୟ ସମସ୍ୟା ଭାବେ ଭାବିନେଇ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଗତ କିଛିଦିନ ଧରି ସୁନାବେଡା ନିକଟସ୍ଥ କୋଲାବ ଜଳଭଣ୍ଡାରର ଅଂଶରେ ଦଳ ଯେପରି ଭାବେ ବ୍ୟାପିବାରେ ଲାଗିଛି ସେଥିପ୍ରତି ସରକାର ଦୃଷ୍ଟି ନ ଦେଲେ ସମଗ୍ର ଜଳଭଣ୍ଡାର ଦଳମୟ ହୋଇଯିବା ପାଇଁ ଅଧିକ ଦିନ ଲାଗିବ ନାହିଁ ବୋଲି ସୁନାବେଡାର ପରିବେଶବିତ ସୁନିଲ ବିଶ୍ୱାଳ କହିଛନ୍ତି। ଜୟପୁରସ୍ଥିତ ଜଗନ୍ନାଥ ସାଗର ଭଳି ଜଳାଶୟରେ ଦଳ ବାହାର କରିବା ପାଇଁ ପ୍ରଶାସନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ୧୬୩୦ ବର୍ଗ କିଲୋମିଟର ବ୍ୟାପ୍ତ କୋଲାବ ଜଳଭଣ୍ଡାରରେ ଦଳ ମାଡିଗଲେ ଏହାକୁ ସଫା କରିବା ଏକ ପ୍ରକାର ଅସମ୍ଭବ ହୋଇପଡିବ ବୋଲି ବିଶ୍ୱାଳ ମତ ରଖିଛନ୍ତି। କୋଲାବ ଜଳଭଣ୍ଡାର ଉପରେ ଏହାକୁ ସଂଲଗ୍ନ କରୁଥିବା ସମସ୍ତ ସହର ପାନୀୟ ଜଳ ପାଇଁ ନିର୍ଭର କରୁଥିବା ବେଳେ ଏଚଏଏଲ(ହାଲ୍‌) ଏବଂ ନାଲ୍‌କୋ ଭଳି ଶିଳ୍ପ ସଂସ୍ଥା ଏହି ଜଳଭଣ୍ଡାରରୁ ଜଳ ନେଇ ସେମାନଙ୍କ କାରଖାନାର ଆବଶ୍ୟକତା ମଧ୍ୟ ପୂରଣ କରିଥାନ୍ତି। ଏହି ଜଳଭଣ୍ଡାରରୁ ମାଛ ଧରି ଅନେକ ଆଦିବାସୀ ଧୀବର ଗୁଜୁରାଣ ମେଣ୍ଟାଇଥାନ୍ତି। ଜଳଭଣ୍ଡାରରେ ଦଳ ଭର୍ତ୍ତି ହୋଇଗଲେ ଏହାର ଜଳ ପାନୀୟ ଉପଯୋଗୀ ହେବନାହିଁ। ମାଛ ଭଳି ଜଳଜୀବଙ୍କ ଜୀବନ ଧାରଣରେ ସମସ୍ୟା ଉପୁଜିବ ବୋଲି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜୈବ ବିବିଧତା ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଦେବବ୍ରତ ପଣ୍ଡା ପ୍ରକାଶ କରିଛନ୍ତି। ଦଳ ମାଡିଗଲେ ଜଳଭଣ୍ଡାରର ଜଳରୁ ଅମ୍ଳଜାନ ପରିମାଣ କମିଜିବ ଏବଂ ଜଳର ଶୁଦ୍ଧତା ପ୍ରଭାବିତ ହେବ ବୋଲି ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?