ଅଲ୍‌ରାଉଣ୍ଡର ଜଲାଲ୍‌

ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳ ବାସିନ୍ଦା ସେହନାଜ୍‌ ବିବି ଓ ନୁରାଅଲୀ ଖାନ୍‌ଙ୍କ ପୁଅ ଜଲାଲ୍‌ ଖାନ୍‌। ଜଣେ ସମାଜସେବୀ ଏବଂ ବଡିବିଲ୍ଡର ଭାବେ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ସେ ଜଣେ ଜଣାଶୁଣା ନାମ। ଗଞ୍ଜାମ ଲ’ କଲେଜରୁ ବିଏ.ଏଲ୍‌ଏଲ୍‌ବି. ପଢ଼ା ସାରି ସେ ଏବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗଯୋଗ ବିଭାଗର ପ୍ରଥମ ବର୍ଷ ଛାତ୍ର। ପିଲାଟି ଦିନରୁ ପାଠପଢ଼ା ସାଙ୍ଗକୁ ଏନ୍‌ସିସି, ଏନ୍‌ଏସ୍‌ଏସ୍‌ରେ ସକ୍ରିୟ ସଦସ୍ୟ ଭାବେ ସମାଜସେବା କ୍ଷେତ୍ରରେ ସେ ଥିଲେ ସବୁବେଳେ ଆଗଭର। ବର୍ତ୍ତମାନ ସୁଦ୍ଧା ୨୦ ଥର ରକ୍ତଦାନ କରି ସେ ରାଜୀବ ଗାନ୍ଧୀ ସେବା ସମ୍ମାନ ପାଇଛନ୍ତି। ତାଙ୍କର ଫୁଟବଲ ଖେଳ ପ୍ରତି ରୁଚି ଥିବା ସହ ଯୁକ୍ତଦୁଇ ପାଠପଢ଼ା ସମୟରେ ସେ ବିଶ୍ୱବିଦ୍ୟାଳୟ ସ୍ତରରେ ଜଣେ ଭଲ ହକି ଖେଳାଳି ଭାବେ ଜିଲା ଓ ରାଜ୍ୟକୁ ପ୍ରତିନିଧିତ୍ୱ କରିଛନ୍ତି। ବଡ଼ ଭାଇ ବେଲାଲ୍‌ ଖାନ୍‌ଙ୍କୁ ନିଜର ଆଦର୍ଶ ମନେ କରି ୨୦୧୮ ମସିହାରୁ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା କ୍ଷେତ୍ରରେ ଆଗ୍ରହୀ ହୋଇଥିଲେ ଏବଂ ଉକ୍ତ ବର୍ଷ ଗଞ୍ଜାମ ଶ୍ରୀ ପୁରସ୍କାର ପାଇଥିଲେ। ପରେ ମିଷ୍ଟର ଓଡ଼ିଶା, କଳିଙ୍ଗଶ୍ରୀ ପାଇବା ସହ ଜାତୀୟ ସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଅନେକ ପଦକ ହାସଲ କରିଛନ୍ତି। ବର୍ତ୍ତମାନ ସେ ୧୫ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ବଡି ବିଲ୍ଡିଂ ତାଲିମ ପ୍ରଦାନ କରୁଛନ୍ତି। ସେହିପରି ନିଜସ୍ବ ଅଞ୍ଚଳରେ କିଛି ଦୈବୀ ଦୁର୍ବିପାକ ହେଉ ଅବା କାହାର କିଛି ଅସୁବିଧା ହେଲେ ନିଜ ସହଯୋଗୀଙ୍କ ସହ ସେ ପହଞ୍ଚତ୍ୟାଆନ୍ତି ଲୋକଙ୍କ ସହଯୋଗ ନିମନ୍ତେ। ସେହିପରି ନିଜ କ୍ୟାମ୍ପସ୍‌ ହତାରେ ହେଉ ଅବା ନିଜ ଆଖପାଖରେ ସବୁଜ ବନାନୀ ସୃଷ୍ଟି କରିବା ଲାଗି ସେ ବୃକ୍ଷରୋପଣ କରିଥାନ୍ତି। ମହାବିଦ୍ୟାଳୟ ସ୍ତରରୁ ଛାତ୍ର ରାଜନୀତିରେ ଯୋଗ ଦେଇ ଦୁଇ ଦୁଇ ଥର କ୍ରୀଡ଼ା ସମ୍ପାଦକ ଓ ସଭାପତି ଭାବେ କାର୍ଯ୍ୟ କରିସାରିଥିବା ଜଲାଲ୍‌ଙ୍କୁ ସୁଯୋଗ ମିଳିଲେ ଭବିଷ୍ୟତରେ ରାଜନୀତିରେ ଯୋଗଦେଇ ଲୋକଙ୍କ ସେବା କରିବା ସହ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।

– ତନୁଶ୍ରୀ ନାହାକ


Enter your email to get our daily news in your inbox.

All Right Reserved By Dharitri.Com

ନୃଶଂସ କାଣ୍ଡ: ପୁଅର ଶିଳପୁଆ ମାଡରେ ବାପର ମୃତ୍ୟୁ

ଆଠଗଡ,୨।୫(ସତ୍ୟ ପ୍ରସାଦ ରଥ): ଆଠଗଡ ଥାନା ଅନ୍ତର୍ଗତ ଜାଗିଆପଡା ଗ୍ରାମ ତଅଁଳା ସାହିରେ ଶନିବାର ସକାଳୁ ଘଟିଯାଇଛି ଅଘଟଣ।ନିଶାଶକ୍ତ ପୁଅ ବିଭୂତି ନାଏକ(୪୦)ର ଶିଳପୁଆ ମାଡରେ ବାପା…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଚିଡ଼ାଇବା ପଡ଼ିଲା ମହଙ୍ଗା: ଏହି କ୍ରିକେଟର୍‌ଙ୍କୁ ଦଣ୍ଡ ଦେଲା BCCI

ନୂଆଦିଲ୍ଲୀ,୨।୫: IPL 2026 ର ୪୩ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ରାଜସ୍ଥାନର ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି…

ଅଣ୍ଟା ଭାଙ୍ଗି ଖଟରେ ପଡ଼ିଛନ୍ତି ରୋଜଗାରିଆ ପୁଅ: ଅର୍ଥ ଅଭାବରୁ ଅଧାରେ ଚିକିତ୍ସା

ଥୁଆମୂଳ ରାମପୁର,୨।୫(ଦୁର୍ଗା କୀର୍ତ୍ତି): ବଡ଼ ବଡ଼ କମ୍ପାନୀର ବେପରୁଆ କାର୍ଯ୍ୟଶୈଳୀ କେମିତି ଜଣେ ଗରିବ ପରିବାରର ହସଖୁସି ଛଡ଼ାଇ ନିଏ, ତାହାର କରୁଣ ଚିତ୍ର ଦେଖିବାକୁ ମିଳିଛି…

ସକାଳୁ ସକାଳୁ ଥରିଲା ବଲାଙ୍ଗୀର: ଲୋକେ ଭୟଭୀତ

ବଲାଙ୍ଗୀର, ୨।୫ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାରେ ଶନିବାର ଭୋର ସକାଳେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୋର ପ୍ରାୟ ୪ଟା ୪୦ ମିନିଟ ସମୟରେ…

ଯୁଦ୍ଧ ମଧ୍ୟରେ ନୂଆ ଚକ୍ରବ୍ୟୁହ ରଚିଲା ଆମେରିକା: ଛାନିଆ ହେଲା ଇରାନ

ଓ୍ବାଶିଂଟନ୍‌,୨।୫: ଇରାନ ସହିତ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ଦୁଇ ମାସ ଧରି ଚାଲିଥିବା ଯୁଦ୍ଧର ଗତି କିଛିଟା…

ଦେଢବର୍ଷ ବିତିଗଲା,ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନବାଡି କେନ୍ଦ୍ର: ଶିକ୍ଷାଦାନ କ୍ଷେତ୍ରରେ ଘୋର ସମସ୍ୟା

କେସିଙ୍ଗା,୨।୫.(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର କଛାରପଦର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଆଜିକୁ ଏକ ବର୍ଷ ୫ ମାସ ବିତିଗଲାଣି…

କାଳବୈଶାଖୀର କରାଳ ରୂପ: ଉଡ଼ିଗଲା ଗରିବଙ୍କ ଘରର ଛାତ, ଗଛ ପଡ଼ି ଗାଈ- ବାଛୁରୀର ମୃତ୍ୟୁ

ଥୁଆମୂଳ ରାମପୁର, ୨।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ୩୦ ତାରିଖ ରାତିରୁ ଆରମ୍ଭ କରି ୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ କାଳବୈଶାଖୀ…

ପୁଣି ଟାରିଫ୍‌ ଝଟକା ଦେଲେ ଟ୍ରମ୍ପ: ୟୁରୋପୀୟ ସଂଘ ସହିତ ଭାଙ୍ଗିଲେ ବାଣିଜ୍ୟ ଚୁକ୍ତି, ଏହି ଜିନିଷ ଉପରେ ଲଗାଇଲେ ୨୫% ଟ୍ୟାକ୍ସ

ଓ୍ବାଶିଂଟନ୍‌,୨।୫: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ଟାରିଫ୍‌ ବୋମା ପକାଇଛନ୍ତି। ସେ ୟୁରୋପୀୟ ସଂଘ ସହିତ ବାଣିଜ୍ୟ ଚୁକ୍ତି ଭାଙ୍ଗିଛନ୍ତି ଏବଂ ୟୁରୋପୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri