ଆମ ଜିଲା ଖବର

ମହିଳାଙ୍କୁ ଫାଇନାନ୍ସ କର୍ମଚାରୀଙ୍କ ମାଡ଼, ଥାନାରେ ଏତଲା

ବରଗଡ଼ ଅଫିସ୍‌,୨୮ା୫: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନଦୀପଡା (ଡାଙ୍ଗ)ରେ ଶନିବାର ଜଣେ ମହିଳାଙ୍କୁ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାଡ଼ ମାରିଛନ୍ତି। ଏ ନେଇ ମହିଳା ଜଣକ ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର…

ଅସ୍ତିତ୍ୱ ହରାଉଛି ଜଳାଶୟ

ବରଗଡ଼ ଅଫିସ୍‌,୨୮ା୫: ଗାଁ ହେଉ କି ସହର, ଖରାଦିନେ ସବୁଠି ଜଳାଭାବ ପ୍ରମୁଖ ସମସ୍ୟା ପାଲଟିଥାଏ। ତେବେ ବହୁପୂର୍ବରୁ ଗାଁ ଏବଂ ସହରରେ ରହିଥିବା ଜଳାଶୟ ଗୁଡ଼ିକ ଯୋଗୁ ସେଭଳି ସମସ୍ୟାରୁ ମୁକ୍ତି ମିଳୁଥିଲା। ମାତ୍ର ଏବେ ବରଗଡ଼ ଜିଲାର ସବୁଆଡ଼େ…

୫ ବର୍ଷ ହେଲା ସରୁନି ପୂର୍ତ୍ତ ରାସ୍ତା ନିର୍ମାଣ

ଯାଜପୁର ଅଫିସ,୨୮ା୫: ପଡୋଶୀ କେନ୍ଦୁଝର ଓ କଟକ ଜିଲାର ପୂର୍ତ୍ତ (ଆର୍‌ଆଣ୍ଡବି)ବିଭାଗ ଡିଭିଜନ ଅଧୀନରେ ଯାଜପୁର ଜିଲାର ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ରହିଛି। କଟକ ଜିଲା ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ଯାଜପୁର ଜିଲାର ବଡଚଣା ଓ ବରୀ ବ୍ଲକର…

ନାନା ସମସ୍ୟାରେ ବରୁଆଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ଯାଜପୁର ସଦର,୨୮ା୫(ଡି.ଏନ.ଏ.): ଯାଜପୁର ବ୍ଲକ ଅନ୍ତର୍ଗତ ବରୁଅଁା ପଞ୍ଚାୟତର ବରୁଅଁା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ସମସ୍ୟା ଲାଗିରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୫ ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି। ମାତ୍ର ଡାକ୍ତର ନ ଥିବାରୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…

ଲାଇନ ଡିପାର୍ଟମେଣ୍ଟ ସହଯୋଗ ମିଳୁନି

ରସୁଲପୁର,୨୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ୨୮ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (ଜିପିଡିପି) ଖସଡ଼ା ପ୍ରସ୍ତୁତ ହୋଇପାରିନାହିଁ। ପଞ୍ଚାୟତ ପକ୍ଷରୁ ବାର୍ଷିକ ଜିପିଡିପି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଏ ଦିଗରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ…

ଗରମ ଡାଲି ପଡ଼ି ୨ ବୋଝିଆ ଆହତ

ପୁରୀ ଅଫିସ,୨୮ା୫: ଶ୍ରୀମନ୍ଦିର ପରିସରରେ ଶନିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ମହାପ୍ରସାଦ ବୋଝେଇ ନେଉଥିବା ବେଳେ ଗରମ ଡାଲି ପଡ଼ି ୨ଜଣ ବୋଝିଆ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ…

ଛାତ୍ରୀଛାତ୍ର, ପୁସ୍ତକ ବିକ୍ରେତା ହଟହଟା

କଣାସ,୨୭।୫(ସ୍ବ.ପ୍ର.): ଦୀର୍ଘ ୩ ବର୍ଷ ହେଲା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ସମେଟିଭ୍‌-୧ ଓ ସମେଟିଭ୍‌-୨ ପଦ୍ଧତି ଅନୁସାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ଏବଂ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ହୋଇଆସୁଥିଲା। ଛାତ୍ରୀଛାତ୍ର ଏହି…

ରଥଯାତ୍ରାରେ ଟ୍ରାଫିକ, ଗାଡ଼ି ନିୟନ୍ତ୍ରଣକୁ ଗୁରୁତ୍ୱ

ପୁରୀ ଅଫିସ,୨୮ା୫: ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ)ଙ୍କ ପକ୍ଷରୁ ଏକ ସମନ୍ବୟ ବୈଠକ ଆଞ୍ଚଳିକ ପରିବହନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ରଥ ଯାତ୍ରା କିପରି ଶାନ୍ତିଶୃଙ୍ଖଳାରେ ସୁଚାରୁ ରୂପେ ପାଳନ କରାଯିବ ସେନେଇ ଆଲୋଚନା ଏହି ବୈଠକର…

ଜୀବଜନ୍ତୁଙ୍କ ସେବାରେ ଶାନ୍ତିଲତା

ଖୋର୍ଦ୍ଧା ଅଫିସ,୨୮ା୫: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ରହିଛି। ଖୋର୍ଦ୍ଧା ସହର ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ରହୁଛି। ପୂର୍ବାହ୍ନ ୧୦ଟା ପରେ ଘରୁ ବାହାରି ହେଉନି। ଲୋକଙ୍କ ପାଇଁ ପୌର ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ତେବେ ପୌର ପ୍ରଶାସନ…

ଶୌଚାଳୟରେ ତାଲା, ଯାତ୍ରୀ ହଇରାଣ

ଖୋର୍ଦ୍ଧା ଅଫିସ,୨୮ା୫: ଖୋର୍ଦ୍ଧା ସହରର ବିକାଶ, ସୌନ୍ଦର୍ଯ୍ୟକରଣକୁ ପ୍ରାଥମିକତା ଦିଆଯାଉଛି ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଉଥିବା ବେଳେ ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁନାହିଁ। ଶୌଚାଳୟରେ ତାଲା ପଡ଼ିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ପରିସ୍ରାଗାର ନିର୍ମାଣ କରାଯାଇଥିଲେ…

ଖାଇବା ତେଲ ବ୍ୟବସାୟ ନଁାରେ ୬୩.୯୪ ଲକ୍ଷ ଠକେଇ

କଟକ ଅଫିସ,୨୮ା୫: ଦିନକୁ ଦିନ ନୂଆ ନୂଆ ତରିକାରେ ଠକେଇ ହେଉଛି। ଯାହାର ଶିକାର ହେଉଛନ୍ତି ବଡ଼ ବଡ଼ ବ୍ୟବସାୟୀ। ଖାଇବା ତେଲ ବ୍ୟବସାୟ ନଁାରେ ୬୩.୯୪ ଲକ୍ଷ ଟଙ୍କାର ଠକେଇ ହୋଇଛି। ବିହାର-ଓଡ଼ିଶା ଆନ୍ତଃରାଜ୍ୟ ଠକ ଏଭଳି କାରବାରରେ କାର୍ପଟ୍‌ଦାର…

କୋଟିଆ ଡାକଘରୁ ଗଲା ଚିଠି

କୋରାପୁଟ,୨୮ା୫(ସ୍ବ.ପ୍ର.): କୋରାପୁଟ ଜିଲାର କୋଟିଆ ହେଉଛି ଓଡ଼ିଶାର। ଏ ନେଇ କେନ୍ଦ୍ର ସରକାରଙ୍କ ଡାକ ବିଭାଗ ସ୍ବୀକୃତି ଦେଇଥିବାରୁ ଓଡ଼ିଶା ଡାକ ବିଭାଗ ପକ୍ଷରୁ ଜାରି ହୋଇଛି କୋଟିଆର ପୋଷ୍ଟାଲ ଇଣ୍ଡେକ୍ସ କୋଡ୍‌ ୭୬୪୦୩୯। ଶନିବାର ଏକ ଟିମ୍‌ କୋଟିଆ ଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri