କଟକ ଚାନ୍ଦିମେଢ଼ ୧୯୫୬ରୁ ଆରମ୍ଭ

ଚଳିତବର୍ଷ ପୂଜା ପାଇଁ ଉତ୍ସବ ମୁଖର ହୋଇଛି କଟକ ସହର। ରଙ୍ଗବେରଙ୍ଗର ଆଲୋକ ସାଙ୍ଗକୁ ସୁଉଚ୍ଚ ତୋରଣ ଲୋକମାନଙ୍କୁ ଆକର୍ଷିତ କରୁଛି। ବିଭିନ୍ନ ମଣ୍ଡପରେ ମା’ଙ୍କ ଚାନ୍ଦିମେଢ ସହ ସୁନା ମୁକୁଟ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି। ତାରକସୀ କାମ ପାଇଁ ପ୍ରସିଦ୍ଧ କଟକ ସହର। ତେଣୁ କୁଇଣ୍ଟାଲ କୁଇଣ୍ଟାଲ ଚାନ୍ଦି ଓ ବିଭିନ୍ନ ଆକୃତିର ସୁନାରେ ସଜ୍ଜିତ ହୋଇଛନ୍ତି ମା’ ଦୁର୍ଗା। କଟକରେ ୧୭୦ରୁ ଊର୍ଦ୍ଧ୍ୱ ମଣ୍ଡପ ମଧ୍ୟରୁ ଚଳିତବର୍ଷ ୩୧ଟି ମଣ୍ଡପରେ ଚାନ୍ଦି ମେଢ ରହିଛି। ପାରମ୍ପରିକ ଜରି ମେଢରୁ ଦୂରେଇ ଯାଇ ୧୯୫୬ରେ ଚୌଧୁରୀବଜାର ପୂଜା କମିଟି ପକ୍ଷରୁ ପ୍ରଥମେ ଚାନ୍ଦି ମେଢ ତିଆରି କରାଯାଇଥିଲା। ସେହିପରି ୧୯୯୧ରେ ଶେଖ୍‌ ବଜାର ପୂଜା କମିଟି ପକ୍ଷରୁ ସହରରେ ଦ୍ୱିତୀୟ ଚାନ୍ଦି ମେଢ ତିଆରି ହୋଇଥିଲା। ଚଳିତବର୍ଷ ମହମ୍ମଦିଆ ବଜାର, ନିମଚୌଡ଼ି, ନିମସାହି ଓ କାଫଲାବଜାର ପୂଜା କମିଟି ପକ୍ଷରୁ ନୂତନ ଚାନ୍ଦି ମେଢ ନିର୍ମାଣ କରାଯାଇଛି।
ଚୌଧୁରୀବଜାର ପୂଜା କମିଟି: କଟକର ବିଭିନ୍ନ ମଣ୍ଡପରେ ଚାନ୍ଦି ମେଢ ସାଙ୍ଗକୁ ସୁନା ଅଳଙ୍କାରରେ ମା’ ଦୁର୍ଗାଙ୍କୁ ସଜ୍ଜିତ କରାଯାଇଛି। ସହରରେ ଚୌଧୁରୀବଜାର ପୂଜା କମିଟି ପକ୍ଷରୁ ପ୍ରଥମ ଚାନ୍ଦି ମେଢ ନିର୍ମାଣ କରାଯାଇଥିଲା। ୧୯୫୬ରେ ହରେକୃଷ୍ଣ ମହତାବ ଏହି ମେଢକୁ ଉଦ୍‌ଘାଟନ କରିଥିଲେ। ପ୍ରଥମେ ଏହି ମେଢର ଓଜନ ୨.୫ କୁଇଣ୍ଟାଲ ରହିଥିଲା। ଗତ କିଛିବର୍ଷ ମଧ୍ୟରେ ଏହି ମଣ୍ଡପରେ ଚାନ୍ଦି ସମେତ ୩୫ କିଲୋ ସୁନା ଅଳଙ୍କାରରେ ମା’ଙ୍କୁ ଆଭୂଷଣ କରାଯାଇଛି।
ଶେଖ୍‌ ବଜାର ପୂଜା କମିଟି: ଏହି କମିଟି ପକ୍ଷରୁ ମଣ୍ଡପରେ ପ୍ରଥମେ ଜରି ମେଢରେ ମା’ ପୂଜା ପାଉଥିଲେ। ୧୯୯୧ରେ ତାରକସି କାରିଗର ସ୍ବର୍ଗତ ରାମଚନ୍ଦ୍ର ସାହୁଙ୍କ ଦ୍ୱାରା ଦ୍ୱିତୀୟ ଚାନ୍ଦିମେଢ ପ୍ରସ୍ତୁତ ହୋଇଥିଲା। ପ୍ରଥମେ ୧୮୭୫ରେ ଏହି ଅଞ୍ଚଳର କେତେଜଣ ଯୁବକ ହର-ପାର୍ବତୀଙ୍କ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ୧୯୦୨ ମସିହାରୁ ପୂଜକ ତିନିକଡି ଚକ୍ରବର୍ତ୍ତୀଙ୍କ ଦ୍ୱାରା ଦୁର୍ଗାପୂଜା ଆରମ୍ଭ ହୋଇଥିଲା।
ଅଲିଶା ବଜାର ପୂଜା କମିଟି: କଟକର କେତେକ ପ୍ରମୁଖ ପୂଜା କମିଟି ମଧ୍ୟରୁ ଅଲିଶା ବଜାର ପୂଜା କମିଟି ଅନ୍ୟତମ। ୨୦୦୦ ମସିହାରେ କମିଟିର ସଦସ୍ୟ ଏବଂ ପ୍ରତ୍ୟେକ ଘରୁ ସଂଗ୍ରହ କରାଯାଇଥିବା ଅନୁଦାନ ବଳରେ ସାଢେ ୪ କୁଇଣ୍ଟାଲ ଓଜନର ଚାନ୍ଦି ମେଢ ତିଆରି ହୋଇଥିଲା। ଅନ୍ୟ ଚାନ୍ଦି ମେଢ ତୁଳନାରେ ଅଲିଶା ବଜାର ପୂଜା କମିଟି ଚାନ୍ଦି ମେଢର ସ୍ବତନ୍ତ୍ରତା ରହିଛି।
ବାଲୁବଜାର ପୂଜା କମିଟି: ୨୦୦୨ ମସିହାରେ ସ୍ଥାନୀୟ ଲୋକ ଏବଂ କିଛି ଅନୁଷ୍ଠାନର ଅନୁଦାନ ବଳରେ ଏହି ମଣ୍ଡପରେ ମା’ଙ୍କ ଚାନ୍ଦି ମେଢ ପ୍ରସ୍ତୁତ ହୋଇଥିଲା। ଏହାର ଓଜନ ପ୍ରାୟ ସାଢେ ୩ କୁଇଣ୍ଟାଲରୁ ଅଧିକ ରହିଛି। ଏହି ମେଢରେ ସୁନ୍ଦର ତାରକସୀ କାମର ଝଲକ ଦେଖିବାକୁ ମିଳେ। ଚାନ୍ଦି ଅଳଙ୍କାରରେ ମା’ଙ୍କ ମୁକୁଟଠାରୁ ପାଦୁକା ଆଚ୍ଛାଦିତ ହୋଇଥିବାବେଳେ ସୁନାର ଚିକ, ମାଣିତ୍ରୀ, ଟିକିଲି, କାନ ଏବଂ ବିସ୍କୁଟ୍‌ ଆକୃତିର ହାର ମଧ୍ୟ ରହିଛି।
ଖାନ୍‌ନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି: ୨୦୧୧ ମସିହାରେ ସ୍ଥାନୀୟ ବାସିନ୍ଦାଙ୍କ ଅନୁଦାନରେ ଏହି କମିଟି ପକ୍ଷରୁ ୪ କୁଇଣ୍ଟାଲ ଓଜନର ଚାନ୍ଦି ମେଢ ତିଆରି କରାଯାଇଥିଲା। ଏହା ବ୍ୟତୀତ ୨୦୧୮ ମସିହାରେ ମା’ଙ୍କ ପାଇଁ ୩ କେଜି ଓଜନର ସୁନା ମୁକୁଟ ତିଆରି ହୋଇଛି। ଏହି କମିଟିର ମୁଖ୍ୟ ଆକର୍ଷଣ ରହିଥାଏ ସୁଉଚ୍ଚ ତୋରଣ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମୀନାକ୍ଷୀ ମନ୍ଦିର ଆକୃତିର ତୋରଣ ନିର୍ମାଣ କରାଯାଇଛି।
– ସୁପ୍ରିୟା ପ୍ରିୟଦର୍ଶିନୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?