କଟକ ଚାନ୍ଦିମେଢ଼ ୧୯୫୬ରୁ ଆରମ୍ଭ

ଚଳିତବର୍ଷ ପୂଜା ପାଇଁ ଉତ୍ସବ ମୁଖର ହୋଇଛି କଟକ ସହର। ରଙ୍ଗବେରଙ୍ଗର ଆଲୋକ ସାଙ୍ଗକୁ ସୁଉଚ୍ଚ ତୋରଣ ଲୋକମାନଙ୍କୁ ଆକର୍ଷିତ କରୁଛି। ବିଭିନ୍ନ ମଣ୍ଡପରେ ମା’ଙ୍କ ଚାନ୍ଦିମେଢ ସହ ସୁନା ମୁକୁଟ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି। ତାରକସୀ କାମ ପାଇଁ ପ୍ରସିଦ୍ଧ କଟକ ସହର। ତେଣୁ କୁଇଣ୍ଟାଲ କୁଇଣ୍ଟାଲ ଚାନ୍ଦି ଓ ବିଭିନ୍ନ ଆକୃତିର ସୁନାରେ ସଜ୍ଜିତ ହୋଇଛନ୍ତି ମା’ ଦୁର୍ଗା। କଟକରେ ୧୭୦ରୁ ଊର୍ଦ୍ଧ୍ୱ ମଣ୍ଡପ ମଧ୍ୟରୁ ଚଳିତବର୍ଷ ୩୧ଟି ମଣ୍ଡପରେ ଚାନ୍ଦି ମେଢ ରହିଛି। ପାରମ୍ପରିକ ଜରି ମେଢରୁ ଦୂରେଇ ଯାଇ ୧୯୫୬ରେ ଚୌଧୁରୀବଜାର ପୂଜା କମିଟି ପକ୍ଷରୁ ପ୍ରଥମେ ଚାନ୍ଦି ମେଢ ତିଆରି କରାଯାଇଥିଲା। ସେହିପରି ୧୯୯୧ରେ ଶେଖ୍‌ ବଜାର ପୂଜା କମିଟି ପକ୍ଷରୁ ସହରରେ ଦ୍ୱିତୀୟ ଚାନ୍ଦି ମେଢ ତିଆରି ହୋଇଥିଲା। ଚଳିତବର୍ଷ ମହମ୍ମଦିଆ ବଜାର, ନିମଚୌଡ଼ି, ନିମସାହି ଓ କାଫଲାବଜାର ପୂଜା କମିଟି ପକ୍ଷରୁ ନୂତନ ଚାନ୍ଦି ମେଢ ନିର୍ମାଣ କରାଯାଇଛି।
ଚୌଧୁରୀବଜାର ପୂଜା କମିଟି: କଟକର ବିଭିନ୍ନ ମଣ୍ଡପରେ ଚାନ୍ଦି ମେଢ ସାଙ୍ଗକୁ ସୁନା ଅଳଙ୍କାରରେ ମା’ ଦୁର୍ଗାଙ୍କୁ ସଜ୍ଜିତ କରାଯାଇଛି। ସହରରେ ଚୌଧୁରୀବଜାର ପୂଜା କମିଟି ପକ୍ଷରୁ ପ୍ରଥମ ଚାନ୍ଦି ମେଢ ନିର୍ମାଣ କରାଯାଇଥିଲା। ୧୯୫୬ରେ ହରେକୃଷ୍ଣ ମହତାବ ଏହି ମେଢକୁ ଉଦ୍‌ଘାଟନ କରିଥିଲେ। ପ୍ରଥମେ ଏହି ମେଢର ଓଜନ ୨.୫ କୁଇଣ୍ଟାଲ ରହିଥିଲା। ଗତ କିଛିବର୍ଷ ମଧ୍ୟରେ ଏହି ମଣ୍ଡପରେ ଚାନ୍ଦି ସମେତ ୩୫ କିଲୋ ସୁନା ଅଳଙ୍କାରରେ ମା’ଙ୍କୁ ଆଭୂଷଣ କରାଯାଇଛି।
ଶେଖ୍‌ ବଜାର ପୂଜା କମିଟି: ଏହି କମିଟି ପକ୍ଷରୁ ମଣ୍ଡପରେ ପ୍ରଥମେ ଜରି ମେଢରେ ମା’ ପୂଜା ପାଉଥିଲେ। ୧୯୯୧ରେ ତାରକସି କାରିଗର ସ୍ବର୍ଗତ ରାମଚନ୍ଦ୍ର ସାହୁଙ୍କ ଦ୍ୱାରା ଦ୍ୱିତୀୟ ଚାନ୍ଦିମେଢ ପ୍ରସ୍ତୁତ ହୋଇଥିଲା। ପ୍ରଥମେ ୧୮୭୫ରେ ଏହି ଅଞ୍ଚଳର କେତେଜଣ ଯୁବକ ହର-ପାର୍ବତୀଙ୍କ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ୧୯୦୨ ମସିହାରୁ ପୂଜକ ତିନିକଡି ଚକ୍ରବର୍ତ୍ତୀଙ୍କ ଦ୍ୱାରା ଦୁର୍ଗାପୂଜା ଆରମ୍ଭ ହୋଇଥିଲା।
ଅଲିଶା ବଜାର ପୂଜା କମିଟି: କଟକର କେତେକ ପ୍ରମୁଖ ପୂଜା କମିଟି ମଧ୍ୟରୁ ଅଲିଶା ବଜାର ପୂଜା କମିଟି ଅନ୍ୟତମ। ୨୦୦୦ ମସିହାରେ କମିଟିର ସଦସ୍ୟ ଏବଂ ପ୍ରତ୍ୟେକ ଘରୁ ସଂଗ୍ରହ କରାଯାଇଥିବା ଅନୁଦାନ ବଳରେ ସାଢେ ୪ କୁଇଣ୍ଟାଲ ଓଜନର ଚାନ୍ଦି ମେଢ ତିଆରି ହୋଇଥିଲା। ଅନ୍ୟ ଚାନ୍ଦି ମେଢ ତୁଳନାରେ ଅଲିଶା ବଜାର ପୂଜା କମିଟି ଚାନ୍ଦି ମେଢର ସ୍ବତନ୍ତ୍ରତା ରହିଛି।
ବାଲୁବଜାର ପୂଜା କମିଟି: ୨୦୦୨ ମସିହାରେ ସ୍ଥାନୀୟ ଲୋକ ଏବଂ କିଛି ଅନୁଷ୍ଠାନର ଅନୁଦାନ ବଳରେ ଏହି ମଣ୍ଡପରେ ମା’ଙ୍କ ଚାନ୍ଦି ମେଢ ପ୍ରସ୍ତୁତ ହୋଇଥିଲା। ଏହାର ଓଜନ ପ୍ରାୟ ସାଢେ ୩ କୁଇଣ୍ଟାଲରୁ ଅଧିକ ରହିଛି। ଏହି ମେଢରେ ସୁନ୍ଦର ତାରକସୀ କାମର ଝଲକ ଦେଖିବାକୁ ମିଳେ। ଚାନ୍ଦି ଅଳଙ୍କାରରେ ମା’ଙ୍କ ମୁକୁଟଠାରୁ ପାଦୁକା ଆଚ୍ଛାଦିତ ହୋଇଥିବାବେଳେ ସୁନାର ଚିକ, ମାଣିତ୍ରୀ, ଟିକିଲି, କାନ ଏବଂ ବିସ୍କୁଟ୍‌ ଆକୃତିର ହାର ମଧ୍ୟ ରହିଛି।
ଖାନ୍‌ନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି: ୨୦୧୧ ମସିହାରେ ସ୍ଥାନୀୟ ବାସିନ୍ଦାଙ୍କ ଅନୁଦାନରେ ଏହି କମିଟି ପକ୍ଷରୁ ୪ କୁଇଣ୍ଟାଲ ଓଜନର ଚାନ୍ଦି ମେଢ ତିଆରି କରାଯାଇଥିଲା। ଏହା ବ୍ୟତୀତ ୨୦୧୮ ମସିହାରେ ମା’ଙ୍କ ପାଇଁ ୩ କେଜି ଓଜନର ସୁନା ମୁକୁଟ ତିଆରି ହୋଇଛି। ଏହି କମିଟିର ମୁଖ୍ୟ ଆକର୍ଷଣ ରହିଥାଏ ସୁଉଚ୍ଚ ତୋରଣ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମୀନାକ୍ଷୀ ମନ୍ଦିର ଆକୃତିର ତୋରଣ ନିର୍ମାଣ କରାଯାଇଛି।
– ସୁପ୍ରିୟା ପ୍ରିୟଦର୍ଶିନୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri