ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣେ ମୃତ, ଜଣେ ଗୁରୁତର

ପୁରୁଷୋତ୍ତମପୁର,୨୨ା୧୦(ସୀମାଞ୍ଚଳ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅତି ବୀଭତ୍ସ ଭାବରେ ହାଣି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମର କେ.ମିଟୁ ରେଡ୍ଡୀ ଓରଫ ପଦ୍ମଚରଣ। ମିଟୁ ଓ ଗୁଡିଝର ଗ୍ରାମର ଲକ୍ଷଣ ପଣ୍ଡା ନାମକ ଦୁଇ ଯୁବକ ରାସ୍ତାରେ ଯିବା ବେଳେ ଶନିବାର ବିଳମ୍ବିତ ରାତିରେ ବଡ଼ରାମପଲ୍ଲି ଗ୍ରାମ ନିକଟରେ ତାଙ୍କୁ ଅଟକାଇ ଦୁର୍ବୃତ୍ତମାନେ ମରଣାତ୍ମକ ଆକ୍ରମଣ କରିଥିଲେ। ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିସା ନିମନ୍ତେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ସହ କୋମଣ୍ଡ ଗ୍ରାମ ଲୋକଙ୍କୁ ଖବର ଦେଇଥଲ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ କେ.ମିଟୁ ରେଡ୍ଡୀ ଓରଫ ପଦ୍ମଚରଣ( ୩୬)ଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷ୍ମଣ ପଣ୍ଡା(୨୮)ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।

ଘଟଣାରୁ ପ୍ରକାଶ ଯେ, ଗ୍ରାମର କୋଠ ଅନୁଷ୍ଠାନର ପଇସା ହିସାବକୁ କେନ୍ଦ୍ରକରି ଦୀର୍ଘଦିନ ହେଲା ସେହି ଗ୍ରାମର କିଛି ବ୍ୟକ୍ତିଙ୍କ ଶହ ମିଟୁଙ୍କ ଶତ୍ରୁତା ଲାଗିରହିଥିଲା। ଏହି ପୂର୍ବ ଶତ୍ରୁତାକୁ ନେଇ ମିଟୁଙ୍କୁ ଜୀବନରେ ମାରି ଶେଷ କରି ଦେବା ଲାଗି ସେମାନେ ଜଗି ରହିଥିଲେ। ଶନିବାର ରାତିରେ ଅଟୋଯୋଗେ ମିଟୁ ଓ ଲକ୍ଷ୍ମଣ କୌଣସି କାର୍ଯ୍ୟରେ ପୁରୁଷୋତ୍ତମପୁର ଆସି ନିଜ ଗ୍ରାମକୁ ଫେରୁଥିବା ବେଳ ବଡ଼ରାମପଲ୍ଲୀ ଗ୍ରାମ ନିକଟ ଜଙ୍ଗଲିଆ ରାସ୍ତାରେ ଶତ୍ରୁତା ରହିଥିବା ବ୍ୟକ୍ତିମାନେ ତାଙ୍କର ଶିକୁଳା ଗ୍ରାମର କିଛି ସହଯୋଗୀଙ୍କୁ ନେଇ ମାରଣାସ୍ତ୍ର ଧରି ଛକି ରହିଥିଲୋ ମିଟୁଙ୍କ ଅଟୋକୁ ଅଟକାଇ ଅତର୍କିତ ଭାବେ ଅତ ନିର୍ମମ ଭାବରେ ଆକ୍ରମଣ କରିଥିଳେ। ଏହି ସମୟରେ ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ କିଛି ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଏହି ଲୋକମାନଙ୍କୁ ଦେଖି ଅଭିଯୁକ୍ତମାନେ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ମଧ୍ୟକୁ ଦୌଡ଼ିଥିଲେ। ଏହି ଖବରପାଇ ରମ୍ଭା ଥାନା ପୋଲିସ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଇ ତଦନ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

ଡିଜିପି ଦାୟିତ୍ୱ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବିନୟତୋଷ ମିଶ୍ର

ପୁରୀ, ୧୬।୮ (ଅଜିତ୍ କୁମାର ମହାନ୍ତି): ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିନୟତୋଷ ମିଶ୍ର ରବିବାର ରାତିରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀ…

ଅଧିକାର ପାଇଁ ଆନ୍ଦୋଳନ: ସମୁଦ୍ର ଆଁରୁ ଭିଟାମାଟି ବଞ୍ଚାଇବାକୁ…

ଛତ୍ରପୁର, ୧୭।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀଠାରେ ସମୁଦ୍ର କୂଳ ଲଙ୍ଘିବା ଘଟଣା ଏବେ ଆନ୍ଦୋଳନର ରୂପ ନେଇଛି। ସମୁଦ୍ରର…

ନୀତିନ ନବୀନଙ୍କ ନୂଆ ଦଳରେ କିଏ ସାମିଲ ହେଲେ? ବିନୋଦ ତାୱଡେଙ୍କ ସମେତ ତିନି ଜଣଙ୍କ ନାମ ଚୂଡ଼ାନ୍ତ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସାଂଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛି। ନୀତିନ ନବୀନ ଦଳର ସଭାପତି ଭାବରେ ଦାୟିତ୍ୱ ନେବା ମାତ୍ରେ ଏ ସମ୍ପର୍କରେ…

ସମୁଦ୍ରରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ, ୨ ଟ୍ରଲର ସହ ୫ କ୍ୱିଣ୍ଟାଲ ମାଛ ଜବତ କରି…

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପୁଣିଥରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଆନ୍ଧ୍ର ପ୍ରଦେଶର…

UGC-NET: ‘ଭୁଲ NTA କରୁଛି, ଦଣ୍ଡ ଛାତ୍ରୀଛାତ୍ର ଭୋଗୁଛନ୍ତି’, ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୧୭।୮: UGC-NETର ଇଂରାଜୀ, କମର୍ସ ଓ ସୋସିଓଲୋଜି ୩ଟି ପରୀକ୍ଷା ବାତିଲ ହେବା ପରେ କେନ୍ଦ୍ର ସରକାର ଓ NTAକୁ ଟାର୍ଗେଟ୍ କରିଛନ୍ତି ଲୋକ ସଭାର ବିରୋଧୀ…

ବିପଦ ସଙ୍କେତ ଟପିଲା ସାଳନ୍ଦୀ, ତଳେ ବୈତରଣୀ: ଜିଲାର ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୧୭।୮ (ସନାତନ ରାଉତ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀ ବିପଦ ସଙ୍କେତ ତଳେ…

ନୃତ୍ୟାଶା ସମ୍ମାନ ୨୦୨୬: ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର ସମ୍ମାନୀତ

ଭୁବନେଶ୍ୱର,୧୭।୮: ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର, ପ୍ରସାର ଏବଂ ଏହାର ଅମୂଲ ପରମ୍ପରାର ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟରତ ଅନୁଷ୍ଠାନ ‘ନୃତ୍ୟାଶା’ ପକ୍ଷରୁ ଆୟୋଜିତ ଅଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri