ଅବହେଳିତ ରାମଚଣ୍ଡୀ ମଧ୍ୟ ଇଂରାଜୀ ବିଦ୍ୟାଳୟ

ଟାଙ୍ଗୀ ଖୋର୍ଦ୍ଧା, ୧୬।୧୧(ରଘୁନାଥ ସାହୁ)ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପାରୀ ଗ୍ରାମ ପଞ୍ଚାୟତର ଭୋବରା ଗାଁ ମୁଣ୍ଡରେ ୧୯୮୮ ମସିହାରେ ଅର୍ଜୁନପୁର, ବରପାଲି, କାସନ୍ଦା, ରାମଚନ୍ଦ୍ରପୁର, ଭୋବରା, ହରିଚନ୍ଦନପୁର ଗ୍ରାମରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ଖୋଲାଯାଇଥିଲା। ରାମଚନ୍ଦ୍ର ସ୍ବାଇଁ, ବ୍ରହ୍ମଚାରୀ ଦାସ, ସନାତନ ପ୍ରଧାନ, ଭୁଜ ପ୍ରଧାନ, କୀର୍ତ୍ତନ ପ୍ରଧାନ, କାହ୍ନୁ ବିଶ୍ବାଳ, ଲକ୍ଷ୍ମଣ ସୀଠ, ପ୍ରଫୁଲ୍ଲ ପ୍ରଧାନଙ୍କ ଉଦ୍ୟମରେ ରାମଚଣ୍ଡୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଗଢି ଉଠିଥିଲା। ଭୋବରା ଗ୍ରାମର ପଞ୍ଚାନନ ପ୍ରଧାନ ଓ ବଡପାରୀ ଗ୍ରାମର ସାରଙ୍ଗଧର ପାଲଟା ସିଂହ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ଏକ ସୁନ୍ଦର ପରିବେଶରେ ତଥା ଜନସାଧାରଣଙ୍କ ନିଜସ୍ବ ଉଦ୍ୟମରେ ବିଦ୍ୟାଳୟ ଗୃହ ନିର୍ମାଣ ହୋଇଥିଲା। ପରବର୍ତ୍ତୀ ସମୟରେ ସରକାରୀ ଅନୁଦାନରେ ଶୌଚାଳୟ, ରୋଷେଇ ଘର ଆଦି ନିର୍ମାଣ କରାଯାଇଥିଲା। ୨ ଜଣ ଶିକ୍ଷକ ମଧ ୧୯୯୪ ମସିହାରେ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକ ଭାବେ ମାନ୍ୟତା ପାଇଲେ। କିନ୍ତୁ ୨୦୨୦ ମସିହାରେ ପ୍ରଧାନ ଶିକ୍ଷକ ପଞ୍ଚାନନ ପ୍ରଧାନ ଓ ୨୦୨୧ ମସିହାରେ ଶିକ୍ଷକ ସାରଙ୍ଗଧର ପାଲଟା ସିଂହ ଅବସର ଗ୍ରହଣ ପରେ ସେମାନଙ୍କ ସ୍ଥାନରେ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଗଲା ନାହିଁ। ୨୦୨୧ ମସିହାରୁ ବିଦ୍ୟାଳୟକୁ ବନ୍ଦ କରିଦିଆଗଲା। ଫଳରେ ସ୍ଥାନୀୟ ଅଞ୍ଚଳର ଛାତ୍ରୀଛାତ୍ରମାନେ ୩ କିମି ଜଙ୍ଗଲ ରାସ୍ତା ଦେଇ ନିକଟସ୍ଥ ବଡ଼ପାରୀ ବିଦ୍ୟାଳୟକୁ ପଢିବାକୁ ଆସୁଛନ୍ତି। ଏହି ରାସ୍ତା ଦେଇ ଜଙ୍ଗଲୀ ଜୀବଜନ୍ତୁଙ୍କ ଭୟ ରହିଛି। ଅନ୍ୟପକ୍ଷରେ ରାମଚଣ୍ଡୀ ମଧ୍ୟ ଇଂରାଜୀ ବିଦ୍ୟାଳୟଟି ଭାଙ୍ଗିରୁଜି ଗଲାଣି। ସେ ସ୍ଥାନଟି ଏବେ ନିଶାଡ଼ିମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି। ଏହି ବିଦ୍ୟାଳୟକୁ ପୁନଃ ଖୋଲିବା କିମ୍ବା ଭୋବରା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଅପ୍‌ଗ୍ରେଡ଼ କରାଯାଇ ଷଷ୍ଠ, ସପ୍ତମ ଶ୍ରେଣୀ ଖୋଲିବା ଦାବି ନେଇ ଗ୍ରାମବାସୀ ଜିଲାପାଳ, ଜିଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦେକ୍ଷପ ନିଆଯାଇନାହିଁ। ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରୀଛାତ୍ରୀଙ୍କୁ ପାଠ ପଢ଼ିବାର ସୁଯୋଗ ଦେବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri