ବଢୁଛି ଚୋରାମଦ କାରବାର

ଯାଜପୁର ସଦର,୧୬ା୧୧(ସମର ବିଜୟ ଶରଣ)ଯାଜପୁର ସଦର ଥାନା ଅଞ୍ଚଳରେ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ଥାନା ଅଧୀନ ବରୁଅଁା ଛକ ନିକଟରେ ୩ ମଦ ଦୋକାନ ରହିଛି। ସେଥିମଧ୍ୟରୁ ଗୋଟିଏ ଠିପି ବନ୍ଦ, ଗୋଟିଏ ବାର୍‌ ଓ ଅନ୍ୟଟି ଦେଶୀ ମଦ ବିକ୍ରୟ କେନ୍ଦ୍ର। ଠିପି ବନ୍ଦ ଦୋକାନ ନାମକୁ ମାତ୍ର ହୋଇଥିବାବେଳେ ପ୍ରତ୍ୟେକ ସନ୍ଧ୍ୟାରେ ସେଠାରେ ହାଟଭଳି ଜନ ସମାଗମ ହେଉଛି। ମଦ ଦୋକାନ ନିକଟରେ ଚାଖଣା ଦୋକାନ ଖୋଲିଥିବାରୁ ମଦ୍ୟପଙ୍କ ପାଦୁର୍ଭାବ ବଢ଼ିଚାଲିଛି। ବରୁଅଁା-ବ୍ରହ୍ମବରଦା ମୁଖ୍ୟ ରାସ୍ତା ଉପରେ ଲୋକେ ଗାଡ଼ି ରଖି ମଦ ଦୋକାନକୁ ଯାଉଥିବାରୁ ରାସ୍ତା ଜାମ୍‌ ସହିତ ଦୈନିକ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି। ଏହି ରାସ୍ତା ଦେଇ ଛାତ୍ରୀଛାତ୍ର ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ବରୁଆଁ ଛକ ନିକଟରେ ଥିବା ବାରରେ ମଦ ପିଇ କେତେଜଣ ରାସ୍ତା କଡ଼ରେ ପଡୁଥିବାର ଦେଖାଯାଉଛି ଏବଂ ତାଙ୍କ ଉପରେ ଗାଡ଼ି ଚଢ଼ିଯିବା ସମ୍ଭାବନା ରହୁଛି। ଏହା ଏକ ନିତି ଦିନିଆ ଘଟଣା ହୋଇଯାଇଛି।
ଏହାବ୍ୟତୀତ ବରୁଅଁା ଛକ ନିକଟବର୍ତ୍ତୀ ବରମୁଣ୍ଡା ଛକ, ରାଜଘାଟ୍‌, କଚେରି ଗାଁ, ମାଧପୁର, କଳସପୁର, ଭୁବନପୁର, ସାମଦାସପୁର, କୁଝାଲା ଛକ, ତାରିଣୀ ଛକ, ତୋଫି ଛକ, ରେକାବି ବଜାର ଆଦି ଛକ ଓ ଗ୍ରାମରେ ବେଧଡ଼କ ଚୋରା ମଦ କାରବାର ଚାଲିଛି। ଦୀର୍ଘଦିନରୁ ଏହି ଚୋରା ମଦ କାରବାର ଚାଲିଥିଲେ ମଧ୍ୟ ଯାଜପୁର ସଦର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଚଢ଼ାଉ କରାଯାଉଛି। ଫଳରେ ପୋଲିସ ଓ ଅବକାରୀ ବିଭାଗ ପହଞ୍ଚତ୍ବା ପୂର୍ବରୁ ଚୋରା ମଦ ବେପାରୀ ଫେରାର ହୋଇଯାଉଛନ୍ତି। ଚୋରା ମଦ ବେପାରୀଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଦିନକୁଦିନ ସେମାନେ ନିଜ ବ୍ୟବସାୟ ବଢ଼ାଇ ଚାଲିଛନ୍ତି। ଗଁାରେ ବିନା ବାଧାରେ ମଦ ବିକ୍ରି ହେଉଥିବାରୁ ଛୋଟଛୋଟ ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। କେତେକ ପରିବାରଙ୍କ ମଧ୍ୟରେ ମଦ ପାଇଁ ବିଶୃଙ୍ଖଳା ସୃଷ୍ଟି ହେଉଛି। ହୋଟେଲ, ପାନ ଦୋକାନ, ଜଳଖିଆ ଦୋକାନ ଆଦିରେ ସହଜରେ ଚୋରା ମଦ ମିଳିଯାଉଥିବାରୁ ମଦ୍ୟପାନ କରି ଅସାମାଜିକ ବ୍ୟକ୍ତିମାନେ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ତେଣୁ ସଦର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଏ ଦିଗରେ ଦୃଷ୍ଟିଦେଇ ଚୋରାମଦ କାରବାର ରୋକିବାକୁ ଦାବି ହୋଇଛି। ଏହା ନ ହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?