ଚିଲିକା ପକ୍ଷୀଙ୍କ ପାଇଁ ବିପଦ ପାଲଟିଛି ଚିଙ୍ଗୁଡ଼ି ଘେରି

ଖୋର୍ଦ୍ଧା, ୧୬।୧୧ (ପ୍ରଭାତ ପାଣିଗ୍ରାହୀ)ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ବହୁସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସିଥାନ୍ତି। ୨ଶହରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କ ସମାଗମ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ତେବେ ଚିଲିକାରେ ପ୍ଳାଷ୍ଟିକ, ପଲିଥିନ, ବେଆଇନ ଚିଙ୍ଗୁଡି ଘେରି ଏହାର ଜୈବ ବିବିିଧତାକୁ ନଷ୍ଟ କରୁଛି। ଏଥିସହିତ ଚିଲିକାରେ ଏକର ଏକର ଅଞ୍ଚଳରେ ନଳଘାସ, ରାଜଦଳ ମାଡ଼ିଗଲାଣି। ଦଳ ଓ ଘେରି ଚିଲିକାକୁ ଗ୍ରାସିବା ଯୋଗୁ ପକ୍ଷୀଙ୍କ ପାଇଁ ଏବେ ଅଧିକ ବିପଦ ସୃଷ୍ଟି କରିଛି।
ଘେରି ଉଚ୍ଛେଦ କରାଯାଉଛି, ପୁଣି ସେହି ତୁଳନାରେ ବଢ଼ିଚାଲିଛି। ଓଡ଼ିଶା ହାଇକୋର୍ଟ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ଆଦେଶ ଦେଇଥିଲେ। ତେବେ ଜିଲା ଓ ସ୍ଥାନୀୟ ପ୍ରଶାସନ ଏହି ଆଦେଶକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରୁନଥିବାରୁ ଏବେ ବି ଚିଲିକା ଭିତରେ ଶହ ଶହ ଏକର ବେଆଇନ ଭାବେ ଚିଙ୍ଗୁଡି ଘେରି ରହିଛି। ଏଠାରେ ସୂଚନା ଯାଗ୍ୟ, ଚଳିତ ବର୍ଷ ଜାନୁୟାରୀ ମାସରେ ଚିଲିକାରେ ପକ୍ଷୀ ଗଣନା ଚାଲିଥିବା ବେଳେ ସାତପଡ଼ା ରେଞ୍ଜ ଅଞ୍ଚଳରେ ଗଣନାକାରୀ ଟିମ ଏକ ଚିଙ୍ଗୁଡ଼ି ଘେରି ଜାଲରେ ପାଣିକୁଆ ସମେତ ଅନ୍ୟ ପକ୍ଷୀ ଫସି ରହିଥିବା ଦେଖିବାକୁ ପାଇଥିଲେ। ସେହିପରି ଅନ୍ୟ ଏକ ଟିମ୍‌ ପକ୍ଷୀ ଗଣନା କରୁଥିବା ବେଳେ ମାଣିକପାଟଣା ନିକଟରେ ଏକ ଚିଙ୍ଗୁଡି ଘେରି ଭିତରେ ପାଣିକୁଆ ଜାଲରେ ଛନ୍ଦି ହୋଇଥିବା ବେଳେ ଟିମ୍‌ ସଦସ୍ୟ ପାଣିକୁଆଟିକୁ ଉଦ୍ଧାର କରିଥିଲେ। ତେବେ ଚିଲିକାରେ ଏହା ନୂଆ କଥା ନୁହଁ। ଚିଲିକାରେ ୫୦ରୁ ଊର୍ଦ୍ଧ୍ୱ ରେସିଡେଣ୍ଟାଲ ପକ୍ଷୀ ରହୁଛନ୍ତି। ଖାଦ୍ୟ ଅନ୍ବେଷଣ ସମୟରେ ଜାଲରେ ଫସି ବହୁବାର ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି। ଚିଲିକା ହ୍ରଦର ସାତପଡ଼ା ଅଞ୍ଚଳ ଇରାୱାଡା ଡଲଫିନ ପାଇଁ ବିଖ୍ୟାତ। ତେବେ ସିଡିଏ ଓ ବନ ବିଭାଗର ଉଦାସୀନତା, ମାତ୍ରାଧିକ ଡଙ୍ଗା ଚଳପ୍ରଚଳ ଏବଂ ଘେରି ଯୋଗୁ ଡଲଫିନ୍‌ର ବାସସ୍ଥାନ ବିଶେଷଭାବେ ପ୍ରଭାବିତ ହୋଇଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଚିଲିକାରେ ଜାଲ ଓ ବାଉଁଶ ବିଛାଇ ବେଆଇନ ଭାବେ ରହିଥିବା ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତିନି ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ, ଚିଲିକା ବ୍ଳକ, ପୁରୀ ଜିଲା କୃଷ୍ଣପ୍ରସାଦ, ବ୍ରହ୍ମଗିରି ଏବଂ ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ଅଞ୍ଚଳରୁ ଘେରି ଉଚ୍ଛେଦ ଜାରି ରହିଛି। ବେଆଇନ ଘେରି ଯୋଗୁ ଚିଲିକା ଅବରୋଧ ସହ ଏଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି।
ଚିଲିକା ଧିରେ ଧିରେ ତା’ର ଅସ୍ତିତ୍ୱ ହରାଇବାକୁ ବସିଲାଣି। ଓଡ଼ିଶା ହାଇକୋର୍ଟ ଆର୍ଦ୍ରଭୂମିର ସୁରକ୍ଷା, ଜବରଦଖଲ ରୋକିବା ପାଇଁ ଡ୍ରୋନ ସର୍ଭେ ଲାଗି ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଭାବେ ଚାଲିଥିବା ଘେରି ଉଚ୍ଛେଦ ଲାଗି ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚିଲିକା ଏବଂ ଭିତରକନିକା ଆର୍ଦ୍ରଭୂମିର ପରିବେଶ ସଂରକ୍ଷଣ ପାଇଁ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଏଭଳି ଘେରାଉ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଭର୍ଚୁଆଳ ଶୁଣାଣି ବେଳେ ସିଡିଏ କର୍ତ୍ତୃପକ୍ଷ ଉପସ୍ଥିତ ରହି ହାଇକୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସିଡିଏ ଟିମ୍‌ ଦ୍ୱାରା କ୍ରମାଗତ ଭାବେ ଏହା ଉପରେ ନଜର ରଖାଯିବ। ତେବେ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଘେରି ଉଚ୍ଛେଦ ଏବେ ପ୍ରହସନ ପାଲଟିଛି। ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ଚିଲିକା ଘେରିମୁକ୍ତି ଲାଗି ଚାଲିଥିବା ପକ୍ରିୟା ଏବେ ବି ଜାରି ରହିଛି। ତେବେ ସବୁ ପ୍ରଚେଷ୍ଟା ସତ୍ତ୍ୱେ ଚିଲିକା ଘେରି ମୁକ୍ତ ହୋଇପାରୁନାହିଁ। କାହା ଇଙ୍ଗିତ, ଛତ୍ରଛାୟା ତଳେ ଏସବୁ ଚାଲିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ଚିଲିକାରେ ଘେରି ଉଚ୍ଛେଦ କରାଯାଇଛି। ଚିଲିକାରେ ଘେରି କରିଲେ, କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଚିଲିକା ତହସିଲଦାର କେତେଜଣ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଏଥିସହିତ ଚିଲିକାରେ ପାଟ୍ରୋଲିଂ ମଧ୍ୟ କରାଯାଉଛି। ଚିଲିକାର ପରିବେଶ ସୁଧାରିବା ପାଇଁ ପ୍ରୟାସ ଜାରି ରହିଛି। ଏଥିଲାଗି ଜନସାଧାରଣ ମଧ୍ୟ ସହଯୋଗର ହାତ ବଢାଇବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri