ବ୍ୟାସନଗରର ଯୁବ କ୍ରୀଡ଼ାବିତ୍‌ଙ୍କୁ ଅଣଦେଖା

ଯାଜପୁର,୧୬ା୧୧(ହର୍ଷବର୍ଦ୍ଧନ ବେହେରା) :କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌରପରିଷଦ ଗଠନ ହେବାର ଇତିମଧ୍ୟରେ ୨୯ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି। ନିକଟରେ ଏକାଧିକ ଶିଳ୍ପ ଓ ଖଣି ପ୍ରତିଷ୍ଠାନ ଯୋଗୁ ସହରର ଜନସଂଖ୍ୟା ବଢି ଚାଲିଛି। ଅଥଚ ଏହି ସହରର ଯୁବଗୋଷ୍ଠୀଙ୍କ ଖେଳକୁଦ ପାଇଁ ଥିବା ଏକମାତ୍ର ଷ୍ଟାଡିୟମର ବିକାଶ ଯେପରି ହେବା କଥା ତାହା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ।ଏହାସହ ସହରର ରାସ୍ତାଘାଟ, ଡ୍ରେନେଜ, ଫ୍ଲାଏ ଓଭରବ୍ରିଜ, ଗଳିପୋଲ, ଡାକ୍ତରଖାନା, ଉପଖଣ୍ଡ ମାନ୍ୟତା ଇତ୍ୟାଦି ଦାବିଗୁଡିକୁ ଅଣଦେଖା କରାଯାଉଛି। ଏପରି କି ପ୍ରାୟ ୧ ବର୍ଷ ହେବ ଷ୍ଟାଡିୟମ ଭିତରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ଶେଷ ହୋଇଛି। ହେଲେ ବିଭିନ୍ନ ଆଳ ଦେଖାଇ ଉଦଘାଟନ କରାଯାଉନାହିଁ। ଏବେ ସେହି ଷ୍ଟାଡିୟମ ଫାଟକରେ ତାଲା ଝୁଲୁଛି। ଏହାବାଦ୍‌ ଷ୍ଟାଡିୟମ ଏକପ୍ରକାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଯୁବ କ୍ରୀଡାବିତଙ୍କୁ ଅଣଦେଖାରୁ ବିଚ୍ୟୁତ ହୋଇ ଏହି ଷ୍ଟାଡିୟମର ବିକାଶ ପାଇଁ ବନ୍ଦେ ବ୍ୟାସନଗର ଅନୁଷ୍ଠାନ ପକ୍ଷରୁ ୨୧ ଦିନ ହେବ ଅନଶନ ଚାଲିଛି। ହେଲେ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ନୀରବ ରହିବା ଘଟଣା ସହରବାସୀଙ୍କୁ ବ୍ୟଥିତ କରିଛି ।
ଯାଜପୁର ରୋଡ ଏନ୍‌ଏସିକୁ ତା୧୯ା୫ା୧୯୯୪ରିଖରେ ବ୍ୟାସନଗର ପୌରପରିଷଦ ଭାବେ ସ୍ବୀକୃତି ମିଳିଥିଲା। ୨୦୦୮ରୁ ଏହା ୨୬ଟି ୱାର୍ଡରେ ପରିଣତ ହୋଇଛି। ୩୮ ବର୍ଷ ତଳେ ଏଠାରେ ରାଜୀବ ଗାନ୍ଧୀ ନାମରେ ଏକ ଷ୍ଟାଡିୟମ ନିର୍ମାଣ କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲାରେ କ୍ରୀଡ଼ାର ବିକାଶ ପାଇଁ ଗ୍ରାମାଞ୍ଚଳଠାରୁ ସହର ପର୍ଯ୍ୟନ୍ତ ବିପୁଳ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ଷ୍ଟାଡିୟମ ପ୍ରତି ପ୍ରଶାସନିକ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଏହାର ପ୍ରତିବାଦରେ ଗତ ୨୪ ତାରିଖରୁ ଜାତୀୟ କ୍ରୀଡ଼ାବିତ ବଜ୍ରବାହୁ ସୀମାନ୍ତ କେଶରୀ ସାମଲଙ୍କ ନେତୃତ୍ୱରେ ପ୍ରତୀକ ଅନଶନ ଏବଂ ଶୋଭାଯାତ୍ରା ଆରମ୍ଭ ହୋଇଛି। ଏହି ଅନଶନକୁ ସହରର ବିଭିନ୍ନ ସଙ୍ଗଠନ, କ୍ରୀଡ଼ାବିତ, ଛାତ୍ରୀଛାତ୍ର ଓ ବୁଦ୍ଧିଜୀବୀ ସମର୍ଥନ ଜଣାଇ ସାମିଲ ହୋଇଛନ୍ତି । ଦୀର୍ଘ ୨୧ ଦିନରେ ଅନଶନ ଓ ଗଣଧାରଣା ପହଞ୍ଚିଥିବା ବେଳେ ଏହି ଦାବି ପ୍ରତି ଜିଲା ପ୍ରଶାସନ ଓ ଜନପ୍ରତିନିଧି ଦୃଷ୍ଟି ନ ଦେବା ଏବଂ ସମାଧାନ ଦିଗରେ କୌଣସି ପଦକ୍ଷେପ କିମ୍ବା ଆଲୋଚନା କରାଯାଇନାହିଁ। ଏହାକୁ ନେଇ ସମଗ୍ର ସହରରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ବାସ୍ଥ୍ୟସେବା ପାଇଁ ବେସରକାରୀ ଭାବେ ଦେଢ ଲକ୍ଷ ଲୋକଙ୍କ ପାଇଁ ମାତ୍ର ଏକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ସେଠାରେ ଆବଶ୍ୟକ ଡାକ୍ତର ଓ ଯନ୍ତ୍ରପାତି ବି ନାହିଁ। ଜଙ୍ଗଲ କିସମ ଜମି ନାମରେ ବ୍ୟାସନଗରର ହଜାର ହଜାର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ପ୍ରଶାସନ ନ୍ୟାୟ ଦେଇ ପାରୁନାହିଁ ା ଭୂମିହୀନଙ୍କୁ ସରକାରୀ ଜମି ପଟ୍ଟା ମିଳିବା ସ୍ବପ୍ନ ହୋଇଛି।
ଏହି କ୍ରମରେ ବରିଷ୍ଠ ଓକିଲ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ବ୍ୟାସନଗରବାସୀଙ୍କ ପ୍ରତି ଚରମ ଅବହେଳା କରାଯାଉଛି। ସହରବାସୀ ବିଭିନ୍ନ ସମୟରେ ଆନ୍ଦୋଳନ ଓ ଆମରଣ ଅନଶନ କଲେ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସାମାନ୍ୟତମ ଦୟା ନାହିଁ। କେବଳ ଷ୍ଟାଡିୟମ ନୁହେଁ ରେଳ ଓଭରବ୍ରିଜ, ଗଳି ପୋଲ, ସବ୍‌ଡ଼ିଭିଜନ, ଡାକ୍ତରଖାନା ଓ ରାସ୍ତା ଘାଟରେ ଆମେ ଅବହେଳିତ। ତେଣୁ ସ୍ବତନ୍ତ୍ର କଳିଙ୍ଗନଗର ଜିଲା ଗଠନ ଦାବି ଏକମାତ୍ର ଉପାୟ ହେବ। ତେଣୁ ସମସ୍ତଙ୍କୁ ସାଙ୍ଗରେ ନେଇ ବ୍ୟାସନଗରବାସୀ ବଡ଼ଧରଣର ଆନ୍ଦୋଳନ କରିବାକୁ ସେ ଆହ୍ବାନ କରିଛନ୍ତି। ପୁରାତନ କ୍ରୀଡ଼ାବିତ୍‌ ସମ୍ବିତ ମହାନ୍ତି କୁହନ୍ତି, ଏହି ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ାର ଆୟୋଜନ ହୋଇଥାଏ। ଏହି ପଡ଼ିଆରୁ ଦୂତି ଚାନ୍ଦ, ବାପି ହାଁସଦା ଭଳି ଅନେକ କ୍ରୀଡାବିତ୍‌ ବାହାରିଛନ୍ତି। କିନ୍ତୁ ଦିନକୁ ଦିନ ଏହି ଷ୍ଟାଡିୟମର ଅବସ୍ଥା ଖରାପ ହେବାକୁ ବସିଛି। ତେଣୁ ଏହାର ବିକାଶ ପାଇଁ ଜିଲାପାଳ, ସ୍ଥାନୀୟ ବିଧାୟକ, କ୍ରୀଡା ସଚିବ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। କିନ୍ତୁ ଏହି ଷ୍ଟାଡିୟମର ଭିତ୍ତିଭୂମିର ବିକାଶ ହୋଇ ପାରୁନାହିଁ। ଏଠାରେ ବିଭିନ୍ନ ଖେଳ ହେବା ଏବେ ଅସମ୍ଭବ ହୋଇ ପଡିଛି। ଡ୍ରେନ ପାଣି ଭିତରକୁ ପଶୁଛି। ଏଠାରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ହୋଇଥିଲେ ବି ତାକୁ ହସ୍ତାନ୍ତର କରାଯାଇନାହିଁ। ତେଣୁ ଯୁବଗୋଷ୍ଠୀଙ୍କ ଖେଳର ବିକାଶ ପାଇଁ ସମସ୍ତେ ଆଗଭର ହେବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?