ଆମ ଜିଲା ଖବର

ଗଙ୍ଗା ଯାତ୍ରାର ସହଯାତ୍ରୀ ଚିତ୍ତରଞ୍ଜନ ଭୋଇ, ଅସ୍ଥି ବିସର୍ଜନ ପାଇଁ ଯିବାକୁ ଚାହୁଁଥିଲେ ପଡ଼ନ୍ତି ଖୋଜା

ସମ୍ବଲପୁର,୧୬ା୧୧ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକର ଚିତ୍ତରଞ୍ଜନ ଭୋଇ। ବୟସ ୫୯ ହେବ। ବୃତ୍ତିରେ ସେ ଜଣେ ବିଡି ମୁନ୍‌ସି। ହେଲେ ଧାର୍ମିକ କାମରେ ନିଃସ୍ବାର୍ଥପର ସହଯୋଗ ପାଇଁ ସେ ବେଶ୍‌ ପରିଚିତ। ବିଶେଷ କରି ଯଦି…

ମୁକୁଳାପଡ଼ିଛି ଶତାଧିକ ବୋର୍‌ଓ୍ବେଲ, କ୍ଷେତ୍ରୀୟ ଅନୁଧ୍ୟାନ କରିବେ ବିଭାଗୀୟ ଇଞ୍ଜିନିୟର

ସୋନପୁର,୧୬।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ମୟୂରଉଡାନ ପଞ୍ଚାୟତର କଇଁଫୁଲ ଗାଁରେ ଏକ ଡିପ୍‌ ବୋରଓ୍ବେଲରେ ପଡି ଦୁଃଖୀ ନେଗୀ(୭୨) ନାମ୍ନୀ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଓଡିଶା ଉଠା ଜଳସେଚନ ନିଗମ(ଓଏଲଆଇସି) ପକ୍ଷରୁ ୧୦ ବର୍ଷ ପୂର୍ବରୁ ଏହି…

ଦେବଗିରି ଆଶ୍ରମ ସନ୍ଥଙ୍କୁ ମରଣାନ୍ତକ ଆକ୍ରମଣ, କଲ୍ୟାଣସିଂହପୁର ଥାନରେ ଏତଲା

ରାୟଗଡ଼ା, ୧୬।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଦେବଗିରି ଶୈବପୀଠସ୍ଥିତ ଆଶ୍ରମରେ ରହୁଥିବା ସନ୍ନ୍ୟାସୀ ସ୍ବରୁପାନନ୍ଦ ଗିରି ଓରଫ ସରୋଜ କୁମାର ନାୟକଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କଲ୍ୟାଣସିଂହପୁରଠାରେ ଜଣେ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଛନ୍ତି। ଏ ନେଇ କଲ୍ୟାଣସିଂହପୁର…

ପ୍ରାଣୀଧନ ଚିକିତ୍ସାଳୟରୁ ମିଳିଲା ଭେଟନାରୀ ଟେକ୍ନିସିଆନଙ୍କ ମୃତଦେହ

ହିଞ୍ଜିଳିକାଟୁ,୧୬ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ କଞ୍ଚୁରୁ ପ୍ରାଣୀଧନ ଚିକିତ୍ସାଳୟର ଭେଟ୍‌ନାରୀ ଟେକ୍ନିସିଆନ ପ୍ରମୋଦ କୁମାର ମହାଙ୍କୁଡ଼ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଚିକିତ୍ସାଳୟ ଭିତରୁ ଠାବ କରାଯାଇଛି। ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ଅନ୍ୟ ଷ୍ଟାଫ୍‌ ଓ ଗ୍ରାମବାସୀ…

ଶ୍ରେଣୀଗୃହ ଛାତ-କାନ୍ଥ ଫାଟି ଆଁ, ଗଛ ତଳେ ପିଲାଏ ପଢୁଛନ୍ତି ପାଠ

ଦାମନଯୋଡି,୧୬ା୧୧(ନରସିଂହବ୍ରହ୍ମା): କୋରାପୁଟ ଜିଲା ସେମିଳିଗୁଡା ବ୍ଲକ ଚାରାଙ୍ଗୁଳ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଗୁଡା ଗ୍ରାମରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସେହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ଛାତ ଏବଂ କାନ୍ଥ ଭାଙ୍ଗି ଆଁ କରି ରହିଛି। କେତେବେଳେ ଯେ…

ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ,୧୬ା୧୧(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ପଞ୍ଚମ ଦିବସରେ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି। ମା’ଙ୍କ ମୁଖ ମଣ୍ଡଳ କଳା ବର୍ଣ୍ଣ ଓ ଶଙ୍ଖ ଚକ୍ର ଧାରଣ କରିଥିଲେ। ଏହି ବେଶରେ ଦର୍ଶନ କଲେ ପାପ ମୋକ୍ଷ ହେବା…

ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ: ୯ ଗୋରୁ ଉଦ୍ଧାର

ପାଟଣା ,୧୬।୧୧(ବୀର କିଶୋର ଦାଶ)କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ମୁମ୍ବାଇ କଲିକତା ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ତୁରୁମୁଙ୍ଗା ପୋଲିସ ଜବତ କରିଛି ।…

ରୋଗପୋକ ଉପଦ୍ରବରୁ ଚାଷୀ ଆମତ୍ହତ୍ୟା

ବଲାଙ୍ଗୀର, ୧୬ା୧୧(ବୀରେନ୍ଦ୍ର କୁମାର ଝାଙ୍କର)ଫସଲରେ ରୋଗପୋକ ଉପଦ୍ରବ ଯୋଗୁ ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ବୁବେଲ ଗଁାର ଚାଷୀ ରମେଶ ଭୋଇ(୫୦) ବିଷପିଇ ଆମତ୍ହତ୍ୟା କରିଥିବା ଅଭିଯୋଗ ହୋଇଛି। ରମେଶ ୧୦ଏକର ଜମିରେ ଧାନଚାଷ କରିଥିଲେ। ସେଥିରୁ ପ୍ରାୟ ୭ଏକର…

କୋଣାର୍କ ଏନ୍‌ଏସି ବର୍ଜ୍ୟବସ୍ତୁ ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର

କୋଣାର୍କ,୧୬।୧୧(ଜ୍ୟୋତିରାଜ ମହାନ୍ତି)କୋଣାର୍କ ଏନ୍‌ଏସି ୧୧ନଂ. ୱାର୍ଡ ନଳକଣ ଗ୍ରାମ ନିକଟସ୍ଥ ବେରୁହଁ ମୌଜାର ପ୍ଲଟ ନଂ-୨୦୦୮, ମୋଟ ଏରିଆ ୧ ଏକର ୫୦ ଡିସିମିଲ ସରକାରୀ ଜମିରେ କୋଣାର୍କ ଏନ୍‌ଏସି ପକ୍ଷରୁ ପ୍ରାୟ ୨ କୋଟି ୮୯ ଲକ୍ଷ ଟଙ୍କା ବ୍ୟୟରେ…

ଅବହେଳିତ ରାମଚଣ୍ଡୀ ମଧ୍ୟ ଇଂରାଜୀ ବିଦ୍ୟାଳୟ

ଟାଙ୍ଗୀ ଖୋର୍ଦ୍ଧା, ୧୬।୧୧(ରଘୁନାଥ ସାହୁ)ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପାରୀ ଗ୍ରାମ ପଞ୍ଚାୟତର ଭୋବରା ଗାଁ ମୁଣ୍ଡରେ ୧୯୮୮ ମସିହାରେ ଅର୍ଜୁନପୁର, ବରପାଲି, କାସନ୍ଦା, ରାମଚନ୍ଦ୍ରପୁର, ଭୋବରା, ହରିଚନ୍ଦନପୁର ଗ୍ରାମରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ଖୋଲାଯାଇଥିଲା। ରାମଚନ୍ଦ୍ର ସ୍ବାଇଁ, ବ୍ରହ୍ମଚାରୀ ଦାସ,…

ଚିଲିକା ପକ୍ଷୀଙ୍କ ପାଇଁ ବିପଦ ପାଲଟିଛି ଚିଙ୍ଗୁଡ଼ି ଘେରି

ଖୋର୍ଦ୍ଧା, ୧୬।୧୧ (ପ୍ରଭାତ ପାଣିଗ୍ରାହୀ)ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ବହୁସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସିଥାନ୍ତି। ୨ଶହରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କ ସମାଗମ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ତେବେ ଚିଲିକାରେ ପ୍ଳାଷ୍ଟିକ, ପଲିଥିନ, ବେଆଇନ ଚିଙ୍ଗୁଡି ଘେରି ଏହାର ଜୈବ ବିବିିଧତାକୁ…

ନିରାମୟ କେନ୍ଦ୍ରରେ ମିଳୁନି ଡାଇବେଟିସ୍‌ ଔଷଧ

କଟକ,୧୬ା୧୧(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲର ନିରାମୟ କେନ୍ଦ୍ରରେ ପ୍ରାୟ ୨ ମାସ ହେବ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଔଷଧ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏସ୍‌ସିବି ମେଡିକାଲ ପରିସରରେ ଦୁଇଟି ନିରାମୟ କେନ୍ଦ୍ର ରହିଛି। ହେଲେ ସେଠାରେ ଡାଇବେଟିସ୍‌ ଔଷଧ ଉପଲବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?