ଆମ ଜିଲା ଖବର

ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି

କୁଆଁରମୁଣ୍ଡା,୨୬।୧(ମହେନ୍ଦ୍ର କୁମାର ସାହୁ): ୭୫ ତମ ସାଧାରତନ୍ତ୍ର ଦିବସ ଅବସରରେ ବୀରମିତ୍ରପୁର ନିର୍ବାଚନମଣ୍ଡଳୀରେ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି। ଏହାର ଝଲକ ଦେଖିବାକୁ ମିଳିଛି ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୁରୁଣାପାଣିରେ। ୪ ଥରର କୁଆଁରମୁଣ୍ଡା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଜୟଶଙ୍କର ନନ୍ଦ…

୨୦ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ: ଆସିଲା ନାହିଁ ଆମ୍ବୁଲାନ୍ସ

ନବରଙ୍ଗପୁର,୨୬।୧(ସଦାଶିବ ପ୍ରହରାଜ): ଆସିଲା ନାହିଁ ଆମ୍ବୁଲାନ୍ସ, ୨୦ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମରେ। କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମଲି ପଞ୍ଚାୟତ ନିକଟ ପୁର୍ଣ୍ଣିଗୁଡା…

କୋରାପୁଟରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ : ପତାକା ଉତ୍ତୋଳନ କଲେ ରାଜ୍ୟକ୍ରୀଡ଼ା, ଯୁବସେବା ରାଷ୍ଟ୍ରମନ୍ତ୍ରୀ

କୋରାପୁଟ,୨୬।୧(ଅମିତାଭ ବେହେରା): କୋରାପୁଟ ପୋଲିସ ପ୍ୟାରେଡ ପଡିଆଠାରେ ୭୫ ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟକ୍ରୀଡ଼ା ଓ ଯୁବସେବା ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର…

ବୋରିଗୁମ୍ମା ସିରିଜ ଦୁର୍ଘଟଣା: ୩ ମୃତ୍ୟୁ , ୧୦ ଆହତ

ବୋରିଗୁମ୍ମା,୨୬।୧: କୋଟପାଡରୁ ବୋରିଗୁମ୍ମା ଯାଇଥିବା ୬୩ ଜାତୀୟ ରାଜପଥ ବିଜାପୁର ଗାଁରେ ଅପରାହ୍ନାରେ ଦୁର୍ଘଟଣା ଘଟିଛି। ଛତିଶଗଡ଼ ନମ୍ବର ଥିବା ଏକ ସ୍କର୍ପିଓ, ଯାତ୍ରୀବାହୀ ଅଟୋ ଓ ୨ଟି ବାଇକ୍‌ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ…

ବ୍ଲକସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ

ପାଟଣା,୨୬।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ଶୁକ୍ରବାର ମୁଖ୍ୟାଳୟ ଷ୍ଟାଡିୟମରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧକ୍ଷ ଜଗନ୍ନାଥ ନାଏକ ଯୋଗ…

ବସ୍‌-ପିକ୍‌ଅପ୍‌ ମୁହାଁମୁହିଁ: ୩ ମୃତ, ୪ ଆହତ

ଗଞ୍ଜାମ,୨୬ା୧: ଗଞ୍ଜାମ ଜିଲା ୫୯ନମ୍ବର ଜାତୀୟ ରାଜପଥ ଖଡ଼ଭାଗ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଏକ ପିକ୍‌ଅପ୍‌ ଓ ବସ୍‌ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

କାର୍‌-ସ୍କୁଟି ଧକ୍କା, ୨ ଜଣଙ୍କ ଜୀବନ ଗଲା

କାମାକ୍ଷାନଗର,୨୬ା୧(ଅମଜାଦ୍‌ ଖାନ): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଜଡ଼ାପାଳ ଛକରେ ଶୁକ୍ରବାର ପୂର୍ବାହ୍ନରେ ସ୍କୁଟି ଏବଂ କାର ମଧ୍ୟରେ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରି ତଦନ୍ତ ଆରମ୍ଭ କରିଛନ୍ତି।

୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡା,୨୬।୧:(ଆଷିଶ ରଞ୍ଜନ ପଣ୍ଡା): ରାୟଗଡାସ୍ଥିତ ଜିସିଡି ପଡିଆ ଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲାସ୍ତରୀୟ ଉତ୍ସବରେ ଜିଲାପାଳ ସ୍ବଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସମବେତ ପ୍ୟାରେ ଅଭିବାଦନ…

୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ, ୩୫ ଦଳ ପରେଡ଼ରେ ସାମିଲ

ଭଦ୍ରକ, ୨୬।୧(ସନାତନ ରାଉତ): ଭଦ୍ରକ କଲେଜ ପଡିଆରେ ଶୁକ୍ରବାର ୭୫ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଜିଲାପାଳ ଓ ଏସପି…

ଫୁଲବାଣୀରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ଫୁଲବାଣୀ,୨୬ା୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ପୋଲିସ ରିଜର୍ଭ ପଡ଼ିଆରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହାପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରି ଉପସ୍ଥିତ…

ବୌଦ୍ଧରେ ସାଧାରଣତନ୍ତ୍ର ଦିବସ

ବୌଦ୍ଧ,୨୬ା୧(ଅଜିତ କୁମାର ବାରିକ): ବୌଦ୍ଧରେ ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସହରର ଷ୍ଟାଡିୟମଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲାପାଳ ନୃସିଂହ ଚରଣ ସ୍ବାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା…

ପୁରୁଷୋତ୍ତମପୁରରେ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୁଷୋତ୍ତମପୁର,୨୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଚାର ବିଭାଗୀୟ ଅଦାଲତରେ ସିନିୟର ସିଭିଲ ଜଜ୍‌ ଶରତ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଜେଏମ୍‌ଏଫ୍‌ସି ପୂଜା ପ୍ରିୟଦର୍ଶନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?