ଆମ ଜିଲା ଖବର

ବେଆଇନ ବସ୍ତି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

କଟକ (କାର୍ତ୍ତିକ ସାହୁ)/ ପୁରୀ,୨୧ା୭(ଅଜିତ୍‌ ମହାନ୍ତି): ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରେ ଥିବା ଡମ୍ପିଂୟାଡ୍‌ ଚତୁଃପାର୍ଶ୍ୱରୁ ବେଆଇନ ବସ୍ତି ସ୍ଥାନାନ୍ତର ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ମ୍ୟୁନିସିପାଲିଟି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି।…

ଲଘୁଚାପ ବର୍ଷା ପରେ ଆରମ୍ଭ ହେଲା ଧାନରୁଆ

ପାଣିକୋଇଲି,୨୧ା୭(ବିକାଶ ମଲ୍ଲିକ): ମୌସୁମୀ ବର୍ଷାର ଅନିୟମିତତା ଯୋଗୁ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି। ଯେଉଁମାନେ ମୌସୁମୀ ବର୍ଷକୁ ଅପେକ୍ଷା ନ କରି ପାଣିମଡ଼ାଇ ଧାନ ତଳି ପକାଇଥିଲେ ଲଘୁଚାପ ବର୍ଷ ହେବା ପରେ ସେମାନେ ତଳି ରୁଆ କାମ ଆରମ୍ଭ କରିଛନ୍ତି।…

ନାବାଳିକା ବଳାତ୍କାରୀଙ୍କୁ ୫ବର୍ଷ ଜେଲ

ସୋନପୁର,୨୦।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଅତିରିକ୍ତ ଜିଲାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ପୂର୍ଣ୍ଣିମା ଜେନା ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବଳାତ୍କାରୀଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି । ଜରିମାନା…

ଦୋକାନର ଛାତ କାଟି ନେଇଗଲେ

ଜୁନାଗଡ଼,୨୦।୭(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ ସହରର କଲମପୁର ଛକ ନିକଟରେ ଥିବା ୨ଟି ଦୋକାନର ଛାତ କାଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିନେଇଛନ୍ତି। ଏ ନେଇ ଦୋକାନ ମାଲିକ ଗୁରୁବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ…

ବିଜେଡି କର୍ମୀ ହତ୍ୟା ମାମଲା: ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ଘେରିଲା ଭାଜପା

ବଡ଼ବିଲ,୨୦।୭ (ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲର ବିଜେଡି କର୍ମୀ ସୁନୀଲ ସିହ୍ନା ଓରଫ ଭୋଲାଙ୍କୁ ଗୁଳିକରି ହତ୍ୟା ଘଟଣାରେ ଭାଜପା ଫେରାର ଦୁଇ ସୁପାରି କିଲରଙ୍କୁ ଗିରଫ ଓ ବଡ଼ବିଲ ପୌରାଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି…

 ଚୋରି ଘଟଣାର ନାଁ ପ୍ରକାଶକୁ ନେଇ ଯୁବକଙ୍କୁ ହତ୍ୟା

ଯୋଡ଼ା, ୨୦ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ବାମେବାରୀ ଥାନା ଅଧୀନ ସିଲଯୋଡ଼ା ନିକଟସ୍ଥ କୁଦୁର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଚୋରି ଘଟଣାକୁ ନେଇ ଗ୍ରାମର କିଛି ଲୋକ ସଂଘବଦ୍ଧ ଭାବେ ଜଣଙ୍କୁ ପିଟି ହତ୍ୟା କରିଛନ୍ତି। ମୃତକ ହେଲେ…

ଛାତ୍ର ସଂସଦ ନିର୍ବାଚନ କରାଯାଉ: ଏବିଭିପି

କେନ୍ଦୁଝର,୨୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ୪ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହେଉ ନ ଥିବାରୁ ଏବିଭିପି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ରାଜ୍ୟ ସରକାର ତୁରନ୍ତ ନିର୍ବାଚନ କରିବା ପାଇଁ ଗୁରୁବାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ…

ରାସ୍ତାରେ ଜଳିଗଲା ସ୍କୁଟି

କୁଚିଣ୍ଡା,୨୦ା୭(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା-ବାମରା ୨୪ନମ୍ବର ରାଜ୍ୟ ରାଜପଥ ପାରୁଆଭାଡି ନିକଟ ବଡପୋଲଠାରେ ଗୁରୁବାର ଶର୍ଟସର୍କିଟ ଯୋଗୁ ଏକ ୫-ଜି ଆକ୍ଟିଭା ସ୍କୁଟି (ନଂ-ଓଡି୧୫ଏଲ-୪୬୨୨) ସମ୍ପୂର୍ଣ୍ଣ ଜଳିଯାଇଛି। ହେଲେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମ୍ବଲପୁର ନିକଟ ସିଂପାଲି ଗ୍ରାମର…

ସୂଚନା ଅଧିକାର ଅଧିନିୟମ ଫଳକରେ ଭୁଲ ସୂଚନା

କେନ୍ଦୁଝର,୨୦।୭:(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲାଗିଥିବା ସୂଚନା ଅଧିକାର ଅଧିନିୟମ ଫଳକରେ ଭୁଲ ସୂଚନା ରହିଥିଲେ ହେଁ ସଂଶୋଧନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଫଳକରେ ପୂର୍ବରୁ ବଦଳି ହୋଇ ଥିବା ଡିଇଓ କପିଳେନ୍ଦ୍ର ମିଶ୍ର…

ବିନା ସୂଚନାଫଳକରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ ଅଭିଯୋଗ

କେସିଙ୍ଗା,୨୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଗୋକୁଳେଶ୍ୱର ପଞ୍ଚାୟତର ଗୋକୁଳେଶ୍ୱର ଗ୍ରାମରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟ ବିନା ସୂଚନା ଫଳକ ଓ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଗ୍ରାମବାସୀ ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା…

ପୋଖରୀରେ ବୁଡ଼ି ଅଙ୍ଗନଓ୍ବାଡି ଶିଶୁ ମୃତ, ଜଣେ ଗୁରୁତର

ଠାକୁରମୁଣ୍ଡା,୨୦ା୭(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ କେଶଡ଼ିହା ପଞ୍ଚାୟତ ଖେଡ଼ିଆପୋଷି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅଙ୍ଗନଓ୍ବାଡିରୁ ଛୁଟି ହୋଇ ଘରକୁ ଫେରୁଥିବା ସମୟରେ ପୋଖରୀରେ ବୁଡ଼ି ଯାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ…

ପିଲାଙ୍କ ମଧ୍ୟାହ୍ନଭୋଜନ ସମୟରେ ବିଦ୍ୟାଳୟ ପରିସରରେ ପଶିଲା ବର୍ଷାଜଳ

ଦାରିଙ୍ଗବାଡ଼ି,୨୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ତେବେ ଗୁରୁବାର ମଧ୍ୟାହ୍ନରେ କିଛିସମୟ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଉକ୍ତ ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକ ଦେଇ ଯାଇଥିବା ପଞ୍ଚାୟତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri