କଳାକୃତି ଗ୍ରାମରୁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ

ଢେଙ୍କାନାଳ,୨ା୨(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକରେ ଥିବା ସବୁଜିମାଭରା ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ। ସପ୍ତଶଯ୍ୟା ପଞ୍ଚାୟତରେ ଏହି ପର୍ଯ୍ୟଟନସ୍ଥଳୀ ଥିବାବେଳେ ନିକଟ ନବଜୀବନପୁର ସଦେଇବେରେଣୀ ଗ୍ରାମ ପ୍ରସିଦ୍ଧ ଡୋକ୍ରା କାଷ୍ଟିଂ ହସ୍ତଶିଳ୍ପ ଗ୍ରାମ ଭାବେ ପରିଚୟ ହାସଲ କରିଛି। ସପ୍ତଶଯ୍ୟାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ଗ୍ରାମ ପ୍ରତି ଆକର୍ଷିତ କରି ସ୍ଥାନୀୟ କଳାକୌଶଳର ପ୍ରଚାରପ୍ରସାର କରିବା ଏବଂ କାରିଗରମାନଙ୍କ ସମୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ କଳାକୃତି ଗ୍ରାମ ନିର୍ମାଣ ସହ ଅନେକ ବ୍ୟବସ୍ଥା କରାଯାଇଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଥିବା ୨ଟି ବୋଟ ଅଚଳ ହୋଇପଡ଼ିଥିବା ବେଳେ ପ୍ରଶିକ୍ଷଣ ପାଇଁ ୨ଟି ଘୋଡ଼ା ଅଣାଯାଇପାରି ନାହିଁ। ଫଳରେ ଚଳିତ ପର୍ଯ୍ୟଟନ ଋତୁରେ ଏହି କଳାକୃତି ଗ୍ରାମରୁ ପର୍ଯ୍ୟଟକମାନେ ମୁହଁ ମୋଡ଼ୁଥିବା ଦେଖାଯାଉଛି।
ପ୍ରକାଶ ଯେ, ସ୍ଥାନୀୟ ଡୋକ୍ରା କାରିଗରମାନଙ୍କୁ ପ୍ରୋତ୍ସାହନ ଓ ସେମାନଙ୍କ ଦ୍ୱାରା ହସ୍ତଶିଳ୍ପର ଚାହିଦା ବୃଦ୍ଧି ପାଇଁ ନବଜୀବନପୁର ସଦେଇବେରେଣୀ ଗ୍ରାମରେ ୫ କୋଟି ଟଙ୍କା ବ୍ୟୟରେ କଳାକୃତି ଗ୍ରାମ ନିର୍ମାଣ କରାଯିବା ସହ ୨୪ ଫେବୃୟାରୀ ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହାକୁ ଉଦ୍‌ଘାଟନ କରାଯାଇଥିଲା।

ଏହାପରେ ତତ୍କାଳୀନ ଜିଲାପାଳ ସରୋଜ କୁମାର ସେଠୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ କଳାକୃତି ଗ୍ରାମ ପରିସରରେ ୨୮ ଜୁନ ୨୦୨୩ରେ ଏକ ୱାଟର ଟ୍ୟାଙ୍କ କରି ସେଥିରେ ବୋଟିଂ ବ୍ୟବସ୍ଥା କରିଥିଲେ। ୪ଟି ବୋଟ୍‌ ମଧ୍ୟ ଅଣାଯାଇଥିଲା। ଏଥିସହ ଏନ୍‌ସିସି ଛାତ୍ରୀଛାତ୍ର ଓ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣ ସୃଷ୍ଟି କରିବାକୁ ୨ଟି ଘୋଡ଼ା ଆଣି ପ୍ରଶିକ୍ଷଣ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହିପରି ଢେଙ୍କାନାଳ ସପ୍ତଶଯ୍ୟା ପୂର୍ତ୍ତ ବିଭାଗ ରାସ୍ତାର ସଦେଇବେରେଣୀ ଠାରୁ କଳାକୃତି ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏ ସମସ୍ତ ପ୍ରତିଶ୍ରୁତି କେବଳ କାଗଜକଲମରେ ଅଟକି ରହିଛି। ବୋଟିଂ ପାଇଁ ଥିବା ୪ଟି ବୋଟରୁ ୨ଟି ଅଚଳ ହୋଇ ପଡିଥିବା ବେଳେ ବୋଟିଂ ପାଇଁ କୌଣସି ସୁରକ୍ଷା କର୍ମଚାରୀ ମଧ୍ୟ ନିୟୋଜିତ ହୋଇନାହାନ୍ତି। ସେହିପରି ୨ଟି ଘୋଡ଼ା ଆଜି ପର୍ଯ୍ୟନ୍ତ ଅଣାଯାଇପାରି ନାହିଁ। ତତ୍କାଳୀନ ଜିଲାପାଳଙ୍କ ସମୟରେ କଳାକୃତି ଗ୍ରାମ ପରିସରରେ ଥିବା ଶୀତତାପ ନିୟନ୍ତ୍ରିତ ସମ୍ମିଳନୀ କକ୍ଷରେ ଅଧିକାଂଶ ସମୟରେ ବିଭିନ୍ନ ବିଭାଗର ବୈଠକ କରାଯାଉଥିଲା। ଫଳରେ ଉକ୍ତ ସମ୍ମିଳନୀ କକ୍ଷ ଭଡ଼ା ବାବଦକୁ ନିର୍ଦ୍ଧାରିତ ହୋଇଥିବା ଅର୍ଥ କଳାକୃତି ଗ୍ରାମକୁ ମିଳୁଥିଲା। କିନ୍ତୁ ବର୍ତ୍ତମାନ କୌଣସି ପ୍ରକାର ସରକାରୀ କାର୍ଯ୍ୟକ୍ରମ ସେଠାରେ ହେଉ ନ ଥିବା ଦେଖାଯାଇଛି। ଗତ ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ଚଳିତବର୍ଷ ସପ୍ତଶଯ୍ୟାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ ମଧ୍ୟ କଳାକୃତି ଗ୍ରାମରେ ପୂର୍ବପରି ଅଧିକ ପର୍ଯ୍ୟଟକଙ୍କ ପାଦ ପଡି ନ ଥିବା ଦେଖାଯାଇଛି। ଏଥିଯୋଗୁ ପର୍ଯ୍ୟଟନ ପାଇଁ ଉଦ୍ଦିଷ୍ଟ ଏହି କଳାକୃତି ଗ୍ରାମ ପର୍ଯ୍ୟଟନ ଋତୁରେ ମଧ୍ୟ ଖାଁ ଖାଁ ହୋଇ ରହିଛି। ଜିଲା ପ୍ରଶାସନ ମଧ୍ୟ ଏ ଦିଗରେ ଆନ୍ତରିକତା ଦେଖାଉ ନାହିଁ। ଫଳରେ କଳାକୃତି ଗ୍ରାମ ଏହାର ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଠାରୁ ଦୂରରେ ରହିଯାଉଥିବା ସାଧାରଣରେ ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ଗତ ୨୫ ତାରିଖ ସନ୍ଧ୍ୟାରେ ସଦର ବ୍ଲକ ପରିସରରେ ବିଡିଓ ଆୟୁଷୀ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଲେ, ପର୍ଯ୍ୟଟକମାନେ ମୁହଁମୋଡ଼ିଲେ ମଧ୍ୟ ବର୍ତ୍ତମାନ କିଛି କରିହେବନି। ନିର୍ବାଚନ କାର୍ଯ୍ୟ ପାଇଁ ସମସ୍ତେ ବ୍ୟସ୍ତ କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?