ରୋଗୀ ପାଇବେ ଉନ୍ନତମାନର ଚିକିତ୍ସା ସୁବିଧା

କଟକ,୨ା୨(ଶିଳ୍ପା ପ୍ରିୟଦର୍ଶିନୀ): ଆସନ୍ତା ୧୫ ଦିନ ମଧ୍ୟରେ ସିଟି ହସ୍ପିଟାଲ ବା କଟକ ଜିଲା ମୁଖ୍ୟ ଚିକିତ୍ସାଳୟର ନବୀକରଣ କାର୍ଯ୍ୟ ଶେଷ ହେବ। ୭କୋଟି ଟଙ୍କା ବ୍ୟୟରେ ଆର୍‌ଆଣ୍ଡବି ବିଭାଗ ଏହି କାମ କରୁଛି। ଆମ ହସ୍ପିଟାଲ ଯୋଜନାରେ ଏହି ଚିକିତ୍ସାଳୟକୁ ଗତ ନଭେମ୍ବର ୧୫ରେ ସାମିଲ କରାଯାଇଥିଲା। ନବୀକରଣ କାର୍ଯ୍ୟ ଗତ ଡିସେମ୍ବର ୩୧ ସୁଦ୍ଧା ଶେଷ କରିବା ପାଇଁ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା। ହେଲେ ତାହା ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହୋଇପାରିନଥିଲା। ଆମ ହସ୍ପିଟାଲ ଯୋଜନାରେ ସାମିଲ ଥିବା ଚିକିତ୍ସାଳୟଗୁଡ଼ିିକର ନବୀକରଣ କାର୍ଯ୍ୟକୁ ଫେବୃଆରୀ ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଯୋଗେ ଉଦ୍‌ଘାଟନ କରିବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଗତ ଜାନୁଆରୀରେ ସୂଚନା ଦିଆଯାଇଥିଲା। ପରେ ଏନେଇ ଜାନୁଆରୀ ୧୦ରେ ପୂର୍ବତନ ଜିଲାପାଳ ନରହରି ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଫେବୃଆରୀ ୨୫ରେ ହେବାକୁ ଥିବା ଉଦ୍‌ଘାଟନ କାର୍ଯ୍ୟକ୍ରମକୁ କୌଣସି କାରଣରୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି।
ଏନେଇ ଏଡିଏମ୍‌ଓ ଡ. ସୁଧାଂଶୁ କୁମାର ଗିରି କହିଛନ୍ତି, ହସ୍ପିଟାଲର ସମସ୍ତ କାମ ସରି ଆସିଲାଣି। ଆସନ୍ତା ୧୫ଦିନ ମଧ୍ୟରେ କାର୍ଯ୍ୟ ସମାପ୍ତ ହୋଇଯିବ। ଗତ ମାସରେ ସୂଚନା ରହିଥିଲା ଯେ, ଫେବୃଆରୀ ୨୫ରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। ହେଲେ ତାହା ୨୫ ତାରିଖରେ ଉଦ୍‌ଘାଟନ ହେବନାହିଁ। ତେବେ ଅନ୍ୟ କେଉଁ ତାରିଖ ଧାର୍ଯ୍ୟ କରାଯାଇଛି ତା’ର କୌଣସି ସୂଚନା ଏପର୍ଯ୍ୟନ୍ତ ଆମକୁ ମିଳିନାହିଁ। ଏହି ନବୀକରଣ କାର୍ଯ୍ୟ ଫଳରେ ରୋଗୀ ସେବାରେ ବହୁ ସହାୟକ ହେବା ସହ ରୋଗୀମାନେ ସୁବିଧାରେ ହସ୍ପିଟାଲରେ ଚିକିତ୍ସା ପାଇପାରିବେ ବୋଲି ଗିରି କହିଛନ୍ତି।
ସୂଚନାନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟ ନବୀକରଣ କାର୍ଯ୍ୟ ଜାରି ରହିଛି। ଚିକିତ୍ସାଳୟ ପରିସରରେ ୮୦ ଜଣ ବସିବା ପାଇଁ ପ୍ରତୀକ୍ଷା ଗୃହ, ମିଲେଟ କାଫେ, ନୂତନ ଫାଟକ, ସୁରକ୍ଷାକର୍ମୀଙ୍କ ଗୃହ, ପଞ୍ଜୀକରଣ ଗୃହ ନିର୍ମାଣ କରାଯାଇଛି। ପଞ୍ଜୀକରଣ ଗୃହରେ ୬ଟି ଧାଡ଼ି ରହିଛି। ତନ୍ମଧ୍ୟରୁ ଗୋଟିଏ ଧାଡ଼ି ସ୍ବତନ୍ତ୍ର ଭାବେ ବରିଷ୍ଠ ନାଗରିକ ଓ ଗୋଟିଏ ଧାଡ଼ି ଭିନ୍ନକ୍ଷମଙ୍କ ନିମନ୍ତେ ଉଦ୍ଦିଷ୍ଟ। ଚିକିତ୍ସାଳୟ ପରିସରରେ ଥିବା ପ୍ରତ୍ୟେକ ୱାର୍ଡରେ ରୋଗୀଙ୍କ ଶୌଚାଳୟ ନୂତନ ଭାବେ ନିର୍ମାଣ କରାଯାଇଛି। ଔଷଧ ବିତରଣ ଗୃହରେ ୪ଟି ଧାଡ଼ି କରାଯାଇଛି ଯାହା ଭିନ୍ନକ୍ଷମ, ମହିଳା, ପୁରୁଷଙ୍କ ଲାଗି ଉଦ୍ଦିଷ୍ଟ। ଚିକିତ୍ସାଳୟ ପରିସରରେ ଆଲୋକୀକରଣ ଓ ସୋଲାର ବ୍ୟବସ୍ଥା, ପାଥୋଲୋଜି ପରିସରରେ ପଞ୍ଜୀକରଣ ଓ ରକ୍ତନମୁନା ସଂଗ୍ରହ ବ୍ୟବସ୍ଥା, ଚକ୍ଷୁ ବିଭାଗର ନୂତନ ଓପିଡି, ମେଡିକାଲ ପରିସରରେ ୨୦ ଜଣ ରୋଗୀ ସମ୍ପର୍କୀୟଙ୍କ ପାଇଁ ରହଣି ଗୃହ, ହାଇମାଷ୍ଟ ଲାଇଟ ସଂଯୋଗ ଏବଂ ଫେଭର ରାସ୍ତା ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?