ପାର୍କରେ ବଢୁଛି ଅସାମାଜିକ କାର୍ଯ୍ୟ

ରାଉରକେଲା,୨।୨(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଖାଲି ପଡିଥିବା ଜାଗାଗୁଡିକୁ ଆରଏମ୍‌ସି ପକ୍ଷରୁ ସ୍ଥାନୀୟ ଲୋକଙ୍କ ମନୋରଞ୍ଜନ ପାଇଁ ପାର୍କ ତିଆରି କରାଯାଇଛି। କିନ୍ତୁ ରାତି ପାହିଲେ ଏହି ପାର୍କ ଗୁଡିକରେ ଅସାମାଜିକ ଯୁବକ ଆଡ୍ଡା ଜମାଉଛନ୍ତି। ସେହିପରି ସେଡ୍‌ଗୁଡିକରେ ପ୍ରେମୀଯୁଗଳ ଅସଂଯତ ଅବସ୍ଥାରେ ରହୁଥିବାରୁ ଉକ୍ତ ପାର୍କକୁ ପରିବାର ସହ ଯିବା ସମ୍ଭବ ହେଉନାହିଁ।
ସୂଚନା ଅନୁସାରେ, ଉଦିତନଗରସ୍ଥିତ ନେତାଜୀ ସୁବାଷ ବୋଷ ପାର୍କ, ଜୁବୁଲି ପାର୍କ, ସିଭିଲଟାଉନଶିପ୍‌ସ୍ଥିତ ସଞ୍ଜିବନୀ ପାର୍କ, ନେହୁରୀ ପାର୍କ, ବିଭିନ୍ନ କଲୋନୀରେ ପାର୍କ ତିଆରି କରାଯାଇଛି। ଆରଏମ୍‌ସି ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ପାର୍କରେ ଜିମ୍‌ ଉପକରଣ, ଫୁଲ ବଗିଚା, ଦୋଳି ସମେତ ମନୋରଞ୍ଜନ ସରାଞ୍ଜମ ଲଗାଯାଇଛି। ତେବେ ମନୋରଞ୍ଜନ ଦେଉଥିବା ସବୁବେଳେ ପ୍ରେମୀଯୁଗଳ ଅସଂଯତ ଅବସ୍ଥାରେ ବସିରହୁଛନ୍ତି। ଉଦିତନଗର ଥାନାଠାରୁ ମାତ୍ର ୫୦ ମିଟର ଦୂର ନେତାଜୀ ସୁବାଷ ଚନ୍ଦ୍ର ବୋଷ ପାର୍କରେ ପ୍ରତିଦିନ କିଛି କଲେଜ ଛାତ୍ରୀଛାତ୍ର ଏଭଳି ଆଡ୍ଡା ଜମାଉଥିବା ଦେଖିବାକୁ ମିଳିଛି। ଏହି ଛାତ୍ରୀଛାତ୍ର ଗଛ ତଳ, ସେଡ୍‌ ହାଉସ୍‌ରେ ଦୀର୍ଘ ସମୟ ଧରି ବସିରହୁଛନ୍ତି। ଏହି ପାର୍କ ଭିତରକୁ ଯିବା ଆସିବାର କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। ପାର୍କ ପଛପଟେ ପାଚେରି ଭାଙ୍ଗି ଯାଇଥିବାରୁ ଶୀତଳପଡା ବସ୍ତିର କିଛି ଅସାମାଜିକ ଯୁବକ ମଧ୍ୟ ଏଠାରେ ଆଡ୍ଡା ଜମାଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ସେହିପରି ସିଭିଲଟାଉନସିପ ସ୍ଥିତ ସଞ୍ଜିବନୀ ପାର୍କକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣରେ ପରିବାର ଲୋକଙ୍କ ସହ ଯାଉଥିବା ବେଳେ ସେଠାରେ ମଧ୍ୟ ଅନୁରୂପ ପରିସ୍ଥିତି ରହିଛି । ଏହି ପାର୍କରେ ଯୁବପିଢିଙ୍କ ଅପ୍ରୀତିକର କାର୍ଯ୍ୟ ଯୋଗୁ ଲୋକେ ଅତିଷ୍ଠ ହୋଇ ପଡିଲେଣି ।
ସେକ୍ଟର-୧୯ ସ୍ଥିତ ନେହେରୁ ପାର୍କର ନିଛାଟିଆ ସ୍ଥାନ, ଗଛମୂଳ, ଘାସବୁଦା ବାରିକେଟ୍‌ରେ ପ୍ରେମୀଯୁଗଳ ଅସଂଯତ ଅବସ୍ଥାରେ ବସୁଥିବା ବେଳେ ସନ୍ଧ୍ୟା ହେଲେ ଅନୈତିକ କାର୍ଯ୍ୟକଳାପ ଚାଲିଛି। କରୋନା ସମୟରେ ଉକ୍ତ ପାର୍କଗୁଡିକରେ ପୋଲିସ ଚଢ଼ାଉ କରାଯାଉଥିଲା। ବର୍ତ୍ତମାନ ସେଭଳି ହେଉ ନ ଥିବାରୁ ପାର୍କରେ ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି ବୋଲି ସ୍ଥାନୀୟ ବାସିନ୍ଦା ଅନୀଲ ଅଗ୍ରୱାଲ କହିଛନ୍ତି। ଏ ନେଇ ରାଉରକେଲା ଡିଏସ୍‌ପି ଅନୀଲ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ, ସହରର ବିଭିନ୍ନ ପାର୍କରେ ପ୍ରେମୀଯୁଗଳ ଓ ଅସାମାଜିକ ଯୁବକଙ୍କୁ କାବୁ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଗାମୀ ଦିନରେ ବିଭିନ୍ନ କଲୋନୀ ଭିତରେ ଥିବା ଖୋଲା ସ୍ଥାନ ଓ ପାର୍କ ଗୁଡିକୁ ପାଟ୍ରୋଲିଂ ଗାଡି ପଠାଇ ଏହାକୁ ଆୟତ୍ତ କରାଯିବ ବୋଲି ପ୍ରଧାନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?