ଆମ ଜିଲା ଖବର

ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କାରେ ମଦ ବିକିବା ପଡ଼ିଲା ମହାଙ୍ଗା

ଯୋଡ଼ା,୨୧ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଦୁଇଗୋଟି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ନେବା ମହାଙ୍ଗା ପଡ଼ିଛି। ଅଭିଯୋଗ ପରେ ଯୋଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ…

ପାଣି ଟାଙ୍କିରୁ ୨ କଙ୍କାଳ ଜବତ: ଲୋକେ କହୁଛନ୍ତି ମାନବ କଙ୍କାଳ, ପୋଲିସ କହିଲା ମାଙ୍କଡ଼ର

ଯାଜପୁର ସଦର, ୨୦ା୧୧ (ସମର ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତର ନିଶ୍ଚନ୍ତା ଗ୍ରାମ ନିକଟରେ ନିର୍ମାଣାଧୀନ ପାନୀୟ ଜଳଯୋଗାଣ ପ୍ରକଳ୍ପର ଟାଙ୍କି ଭିତରୁ ସୋମବାର ପୂର୍ବାହ୍ନରେ ୨ଟି କଙ୍କାଳ ଜବତ ହୋଇଛି। ତାହା ମାନବକଙ୍କାଳ ବୋଲି ସ୍ଥାନୀୟ…

ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ

ଯୋଡ଼ା,୨୦ା୧୧(ମାନସ ମହାନ୍ତି): ଶିଳ୍ପ ଓ ଖଣି ସମୃଦ୍ଧ ଜିଲା କେନ୍ଦୁଝରର ଯୋଡ଼ା ବ୍ଲକ୍‌ ଜଲହରି ଗ୍ରାମ ପଞ୍ଚାୟତର ନୂଆ କଲୋନୀ ନିବାସୀ ନରେଶ ପାତ୍ର କାମ ଅନ୍ବେଷଣରେ ଯାଇ ତାମିଲନାଡୁରେ ନିଖୋଜ ହୋଇଯାଇଛନ୍ତି। ପ୍ରାୟ ୧୫ ଦିନ ହେବ ତାଙ୍କର କୌଣସି…

ଚୋରା ଚାଲାଣ ବେଳେ ୬୦ କୁଇଣ୍ଟାଲ କୋଇଲା ଜବତ

ବାସୁଦେବପୁର,୨୦।୧୧ (ନାରାୟଣ ପ୍ରସାଦ ବାରିକ୍‌)-ଭଦ୍ରକ ଜିଲା ବାସୁଦେବପୁର- ଧାମରା ରାସ୍ତାର ବେତଡ଼ା ନିକଟରୁ ଚୋରା ଚାଲାଣ ବେଳେ ୬୦ କୁଇଣ୍ଟାଲ କୋଇଲା ସହ ୨ଟି ପିକ୍‌ଅପ୍‌ ଗାଡ଼ି ବାସୁଦେବପୁର ପୋଲିସ ଜବତ କରିଛି। ଚୋରାରେ ଏହି କୋଇଲା ଚାଲାଣ ହେଉଥିବା ଖବରପାଇ…

ପ୍ରୋଟକଲ ଭାଙ୍ଗି ପିଲାଙ୍କୁ ଭେଟିଲେ ରାଷ୍ଟ୍ରପତି

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଶହୀଦ ସ୍ମୃତି ଭବନରୁ ସର୍କିଟ ହାଉସ ଯିବା ସମୟରେ ଭଞ୍ଜପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଟରେ ଅଟକି ରହିଥିଲେ। ତାଙ୍କ ଅତିପ୍ରିୟ ଛାତ୍ରୀଛାତ୍ର ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିଲେ। ଏହା ଦେଖି ସଙ୍ଗେ ସଙ୍ଗେ ଗାଡ଼ିକୁ…

ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: ଫାଣ୍ଡି ଆଗରେ ଦମ୍ପତିଙ୍କୁ ପିଟିଲେ

ନୀଳଗିରି, ୨୦।୧୧(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଈଶ୍ୱରପୁର ପଞ୍ଚାୟତ ବାହାବଳପୁର ଗାଁରେ ବାଡଘେରାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣର ଅଭିଯୋଗ ମଧ୍ୟ ହୋଇଛି। ଜଣେ ମହିଳାଙ୍କୁ ହାଣି ଦମ୍ପତି…

ଚଳନ୍ତା ବସ୍‌ରେ ଛାତ୍ରୀଙ୍କୁ ବଳାତ୍କାର

ଯାଜପୁର,୨୦ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଦଶରଥପୁର ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ(୧୬)ଙ୍କୁ ରବିବାର ଚଳନ୍ତା ବସ୍‌ରେ ବଳାତ୍କାର କରାଯାଇଛି। ଭଦ୍ରକରୁ କୋଲକାତା ଯିବା ଏବଂ ଫେରିବା ବାଟରେ ବସ୍‌ର ସ୍ଲିପର ସିଟ୍‌ରେ ଛାତ୍ରୀଙ୍କୁ ବଳାତ୍କାର କରିଛନ୍ତି ତାଙ୍କ ଗ୍ରାମର ଦୟାନିଧି…

ବିଶ୍ୱକପ୍‌ରେ ଭାରତର ଶୋଚନୀୟ ପରାଜୟ: ଗୋରୁ ପଘାକୁ ବେକରେ ଦେଇ ଝୁଲି ପଡ଼ିଲେ ଯୁବକ

ପ୍ରୀତିପୁର,୨୦।୧୨(ସୁଶାନ୍ତ ବେହୁରିଆ): ବିଶ୍ୱକପରେ ଭାରତର ଶୋଚନୀୟ ପରାଜୟ ଦୁଃଖରେ ଜୀବନ ହାରିଦେଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ବିଞ୍ଜାରପୁର ଥାନା ଅନ୍ତର୍ଗତ ଜରି ପଞ୍ଚାୟତରେ। ମୃତକ ହେଲେ କୂଳସାହିର ଦେବରଞ୍ଜନ ମଳିକ (୨୩)। ଭାରତ ଅଷ୍ଟ୍ରେଲିଆଠାରୁ ହାରିଯିବାକୁ…

ଏକର ଏକର ଗଞ୍ଜେଇ ଚାଷ ଜମିରେ ଲାଗିଲା ନିଆଁ

ମାଲକାନଗିରି/ଚିତ୍ରକୋଣ୍ଡା,୨୦ା୧୧(ଦୁର୍ଯ୍ୟୋଧନ ପାତ୍ର/କ୍ଷୀରୋଦ ବେହେରା): ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଅରମ୍ଭ ହୋଇଛି ଅପରେଶନ ନୀଳ ଜହର ା ଜିଲା ପ୍ରସାସନ ଓ ପୋଲିସ ଏଥିପ୍ରତି ସତର୍କତା ଅବଲମ୍ବନ କରିଥିବା ଜଣାପଡିଛି। ବେଆଇନ ଗଞ୍ଜେଇ…

ମୋ ଝିଅକୁ ଜ୍ୱାଇଁ, ଶାଶୁ , ଶ୍ୱଶୁର ଜୀବନ୍ତ ପୋଡ଼ି ମାରିଦେଲେ

ବଡ଼ସାହି,୨୦ା୧୧(ଦୀପକ ବୁଗୁଡ଼େଇ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ସାନକେରକ ପଞ୍ଚାୟତ ଚାଉଳିଆ ଷୋଳ ଗ୍ରାମସ୍ଥିତ ଏକ ଘର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଜବତ କରିଛି। ମୃତା ମହିଳା ଜଣକ ହେଲେ ସରୋଜ ସାହୁଙ୍କ ସ୍ତ୍ରୀ ସଂଯୁକ୍ତା (୪୦)।…

‘ଡିସେମ୍ବରରେ ଦାବି ପୂରଣ ନ ହେଲେ ସବୁ କଲେଜ ବନ୍ଦ’

ଭଦ୍ରକ,୨୦।୧୧(ସନାତନ ରାଉତ): ଭଦ୍ରକ ଟାଉନ ହଲ୍‌ରେ ପୂର୍ବ ଓଡ଼ିଶା ଓ ଉତ୍ତର ଓଡ଼ିଶା ଅଧ୍ୟକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ୫ ଜିଲାର ସମସ୍ତ କଲେଜ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।…

ସାନ୍ତାଳି ଭାଷାଭାଷୀ ଲୋକମାନେ ନିଜ ଭାଷାକୁ ଲୋକପ୍ରିୟ କରିବାକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା,୨୦।୧୧: ସାନ୍ତାଳି ଭାଷାଭାଷି ଲୋକମାନେ ପ୍ରଥମେ ନିଜ ଭାଷାକୁ ଭଲ ପାଆନ୍ତୁ ଏବଂ ଏହାକୁ ଲୋକପ୍ରିୟ କରିବା ପାଇଁ କାର୍ଯ୍ୟ କରନ୍ତୁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ତିନିଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ଆଜି ମୁର୍ମୁ ବାରିପଦାରେ ଅଖିଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?