ଅଙ୍ଗନଓ୍ବାଡ଼ି କେନ୍ଦ୍ରରୁ ଦିଦିଙ୍କୁ ଘୋଷାଡି ଆଣିଲେ ମହିଳା, ବାହାର କରି …

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମ ଅଙ୍ଗନଓ୍ବାଡି (କ) କେନ୍ଦ୍ର ପାଇଁ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମର ଶତାଧିକ ମହିଳା ମଙ୍ଗଳବାର ନବ ନିଯୁକ୍ତ କର୍ମୀଙ୍କୁ ଅଟକ ରଖିବା ସହ ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି।
ସୂଚନାଅନୁଯାୟୀ, ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ଅବସର ଗ୍ରହଣ ପରେ ନୂତନ ନିଯୁକ୍ତି ପାଇଁ ଗ୍ରାମର ୩ ଜଣ ଏସ୍‌ସି ବର୍ଗରୁ ପ୍ରାର୍ଥୀ ହୋଇଥିବା ବେଳେ ଗାଲଫୁଲାରୁ ଏସ୍‌ଟି ବର୍ଗରୁ ଶୁକାନ୍ତି ନାଏକ ଆବେଦନ କରିଥିଲେ। ଗ୍ରାମର ୩ ଜଣଙ୍କ ପ୍ରାର୍ଥୀ ମଧ୍ୟରୁ ଜଣକୁ ନିଯୁକ୍ତି ଦାବିରେ ଗ୍ରାମବାସୀ ଅଟଳ ରହି ଜାନୁୟାରୀ ୨ ତାରିଖରୁ ଆଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଛନ୍ତି। ଫଳରେ ଏଯାବତ୍‌ ଅଚଳାବସ୍ଥା ଜାରି ରହିଛି।
ମଙ୍ଗଳବାର ଟାଙ୍ଗରପଡ଼ା ପଞ୍ଚାୟତ ଗାଲଫୁଲା ଗ୍ରାମର ସୁକାନ୍ତି ନାଏକ ନିଯୁକ୍ତି ପତ୍ର ଧରି ଆଙ୍ଗନୱାଡି କେନ୍ଦ୍ରକୁ ସ୍କୁଲ ଗେଟଦେଇ ପଶିବା ପରେ ଉତ୍ତ୍ୟକ୍ତ ମହିଳାମାନେ ସୁକାନ୍ତିଙ୍କୁ ଆଙ୍ଗନୱାଡି କେନ୍ଦ୍ରରୁ ବାହାରକୁ ବାହାର କରିଦେଇ ବିରୋଧ କରିଥିଲେ। ଏ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ଖବର ପାଇ ପୋଲିସ ବୁଝାଶୁଝା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସୋମବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି.…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ପୁରୁଷଙ୍କୁ ହାର୍ଟ ଆଟାକ୍‌ ଆସିଲେ ଛାତିରେ ହୋଇଥାଏ ଯନ୍ତ୍ରଣା, ମାତ୍ର ମହିଳାଙ୍କଠାରେ ଦେଖାଦିଏ ଏସବୁ ଲକ୍ଷଣ…

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ…

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ମିଳିବ ପଞ୍ଚମ କିସ୍ତି ଟଙ୍କା

ଭୁବନେଶ୍ବର,୧୭ା୮: ସୁଭଦ୍ରା ପଞ୍ଚମ କିସ୍ତି ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି । ରକ୍ଷା ବନ୍ଧନ ଦିନ ହିଁ ମିଳିବ ସୁଭଦ୍ରା ପଞ୍ଚମ…

ବ୍ୟବସାୟୀ ଅପହରଣ ମାମଲା: ମହିଳା ପୋଲିସ ସବ୍‌ଇନ୍ସପେକ୍ଟରଙ୍କ ସହ ଜଣେ ସାମ୍ବାଦିକ ଗିରଫ, ୪କୁ ବୃଦ୍ଧି ପାଇଲା ସଂଖ୍ୟା

ବଲାଙ୍ଗୀର,୧୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ମାମଲାରେ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟର ଓ ଜଣେ ଖବରଦାତାଙ୍କୁ…

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri