ଜମାକାରୀଙ୍କ ଆକାଉଣ୍ଟରୁ କୋଟିଏରୁ ଊର୍ଦ୍ଧ୍ୱ ଉଠାଇନେଲେ

ଆଳି,୫ା୨(ବନମାଳୀ ସେନାପତି):ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ ପାଖାପାଖି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଜମାକାରୀଙ୍କ ଅଜାଣତରେ ସେମାନଙ୍କ ବ୍ୟାଙ୍କ ଖାତାରୁ ଠକି ନେଇଛନ୍ତି ବ୍ୟାଙ୍କ କର୍ମଚାରୀ। ଖାତାଧାରୀଙ୍କ ବିନା ଉପସ୍ଥିତିରେ କିପରି ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠିଲା ତାହାକୁ ନେଇ ଗ୍ରାହକମାନେ ଚିନ୍ତାରେ ପଡ଼ିଛି। ଠକେଇର ଶିକାର ହୋଇଥିବା ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ଆଳି ସିଙ୍ଗିରି ବଜାରଠାରେ ଇଣ୍ଡିଆନ ବ୍ୟାଙ୍କର ଶାଖା ରହିଛି। ଗ୍ରାହକମାନେ ସେଠାରେ ନିଜର କଷ୍ଟ ଉପାର୍ଜିତ ଧନ ସଞ୍ଚୟ କରିଥିବା ବେଳେ ବ୍ୟାଙ୍କର ପିଅନଙ୍କ ସମେତ ଅନ୍ୟ କର୍ମଚାରୀମାନେ ଜଣକ ପରେ ଜଣେ ଗ୍ରାହକଙ୍କ ଆକାଉଣ୍ଟକୁ କୌଶଳକ୍ରମେ ଖାଲି କରି ଚାଲିଥିଲେ। ଆଳି ଥାନା ଆନ୍ତର୍ଗତ ବନ୍ଧସାହି ବିଲିକଣା ଗଁାର ସୁରେନ୍ଦ୍ର କୁମାର ନାୟକ ବିଦେଶରେ ରହୁଥିବା ବେଳେ ଇଣ୍ଡିଆନ ବ୍ୟାଙ୍କରେ ତାଙ୍କର ୨ଟି ଆକାଉଣ୍ଟ ରହିଛି। ସେ ଗତ କିଛିଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କୁ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଆଣିବାକୁ ଚେକ୍‌ ଦେଇ ପଠାଇ ଥିଲେ। କିନ୍ତୁ ବ୍ୟାଙ୍କ ଟଙ୍କା ଦେଉ ନ ଥିଲା। ବାଧ୍ୟ ହୋଇ ସେ ତାଙ୍କ ପୁତୁରାଙ୍କୁ ପଠାଇବା ପରେ ତାଙ୍କ ଆକାଉଣ୍ଟରେ ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଖବର ପାଇବା ପରେ ବ୍ୟାଙ୍କ ଯାଇ ତାଙ୍କ ନଂ.୨୧୮୬୪୨୫୯୧୩୭ ଓ ନଂ. ୨୧୮୬୪୨୦୦୦୬୮ ଦୁଇଟି ଆକାଉଣ୍ଟ ଚେକ୍‌ କରିବା ସହିତ ସ୍ତ୍ରୀ ସରସ୍ବତୀ ନାୟକଙ୍କ ଆକାଉଣ୍ଟ ନଂ. ୨୧୮୬୪୨୦୬୧୨୮, ଦୁଇ ପୁଅ ଶୁଭମ ନାୟକଙ୍କ ନଂ. ୫୦୩୪୨୭୮୨୭୫୭ ଓ ସତ୍ୟମ ନାୟକ ନଂ. ୫୦୪୦୨୧୨୧୦୭୪ ଆକାଉଣ୍ଟ ଚେକ୍‌ କରିବା ପରେ ୫ଟି ଆକାଉଣ୍ଟରୁ ୭୦ ଲକ୍ଷ ଟଙ୍କା ନ ଥିବା ସେ ଜାଣିବାକୁ ପାଇଥିଲେ। ଏହି ଟଙ୍କା ହଡ଼ପ ପଛରେ ବ୍ୟାଙ୍କର ପିଅନ ସତ୍ୟବାନ ଘଡେଇଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ପିଅନ ସତ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏପରିକି ପୋଲିସ ବ୍ୟାଙ୍କର କ୍ୟାସିୟର ଓ ପୂର୍ବତନ ମ୍ୟାନେଜରଙ୍କ ନାମରେ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଏହି ଘଟଣା ପଦାକୁ ଆସିବା ପରେ ରାଇସରପୁର ଗଁାର ଅଞ୍ଜନ କୁମାର ମହାଳିକ ବିଦେଶରେ ରହୁଥିବାରୁ ତାଙ୍କ ସ୍ତ୍ରୀ ଶଶୀକଳା ବ୍ୟାଙ୍କକୁ ଯାଇ ତାଙ୍କ ଆକାଉଣ୍ଟ ନଂ. ୫୦୨୫୩୭୫୬୫୨୩ ଚେକ କରିବାରୁ ୨୦୨୩ ଜୁନ ୨୭ରେ ୫ ଲକ୍ଷ, ୩୦ ତାରିଖରେ ୩.୫୦ ଲକ୍ଷ, ଅଗଷ୍ଟ ୨୫ରେ ୧.୪୦ ଲକ୍ଷ ଓ ସେପ୍ଟେମ୍ବର ୧୫ରେ ୧ ଲକ୍ଷ ୨୫,୦୧୩ ମୋଟ ୪ଟି ପର୍ଯ୍ୟାୟରେ ୧୧ ଲକ୍ଷ ୧୫ ହଜାର ୧୩ଟଙ୍କା ତାଙ୍କ ଠକେଇ ହୋଇଥିବା ଜାଣିବାକୁ ପାଇଥିଲେ। ସେହିପରି ଅଳିହା ଗ୍ରାମର ସଦାନନ୍ଦ ପୃଷ୍ଟି ଜୁନ ୯ ତାରିଖରେ ୫ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍‌ କରିବାକୁ ଯାଇଥିଲେ। ବ୍ୟାଙ୍କ ମ୍ୟାନେଜର ପିଅନ ସତ୍ୟଙ୍କୁ ଦେଖା କରିବାକୁ କହିବାରୁ ସେ ଏକ ଉଠାଣ ଫର୍ମରେ ୫ ଲକ୍ଷ ଟଙ୍କା ଉଠାଣ କରିବା ନିମନ୍ତେ ଦସ୍ତଖତ ଦେବା ପରେ ଜାନୁଆରୀ ୧୪ ତାରିଖରେ ସତ୍ୟ ତାଙ୍କୁ ବଣ୍ଡ ଦେଇଥିଲେ। ପରେ ସେହିଦିନ ଆଉ ୪ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ କରିବାକୁ ସତ୍ୟଙ୍କୁ ଉଠାଣ ଫାର୍ମ ଭରି ଦେଇଥିବା ବେଳେ ଖାତାରୁ ଟଙ୍କା ଉଠିଯାଇଛି। ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କୁ ଟଙ୍କା ମିଳିଲା ନାହଁ କିମ୍ବା ବଣ୍ଡ ମଧ୍ୟ ମିଳିଲାନି। ତେଣୁ ସେ ଠକେଇର ଶିକାର ହୋଇଥିବା ନିଶ୍ଚିନ୍ତ ହୋଇଯାଇଥିଲେ। ସେହିପରି ବ୍ୟାଙ୍କରେ ଏକାଧିକ ଖାତାଧିକାରୀଙ୍କ ଖାତାରୁ ୫ ହଜାର, ୧ ଲକ୍ଷ, ଦେଢ଼ ଲକ୍ଷ ଭଳି ଟଙ୍କା ନ ଥିବା ନେଇ ଅଭିଯୋଗର ଲମ୍ବା ତାଲିକା ଏବେ ସାମ୍ନାକୁ ଆସିବାରେ ଲାଗିଛି। ଏ ନେଇ ଗ୍ରାହକମାନେ ଜାନୁଆରୀ ୨୦ରେ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ଆଳି ଥାନା ଆଇଆଇସି ସବ୍ୟସାଚୀ ଶତପଥୀଙ୍କୁ ପଚାରିବାରେ ନଂ. ୬୩/୨୪ରେ ମାମଲା ରୁଜୁ କରାଯାଇ ସତ୍ୟବାନଙ୍କୁ ଜାନୁଆରୀ ୨୨ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଚାଲିଛି। ଏଭଳି ଏକ ଠକେଇ ଘଟଣାରେ ବ୍ୟାଙ୍କର ପୂର୍ବତନ ମ୍ୟାନେଜର କିଭଳି ଭାବେ ଜାଣିପାରିଲେ ନାହିଁ ନା ତାଙ୍କ ଇସାରାରେ ଏଭଳି ଠକେଇ ହୋଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଗ୍ରାହକ। ଏଥିସହ ସେମାନଙ୍କ ଟଙ୍କା ଖୁବ୍‌ଶୀଘ୍ର ବ୍ୟାଙ୍କ ଫେରାଇ ଦେଉ ନଚେତ ଆଗାମୀଦିନରେ ଗ୍ରାହକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

ନାମାଙ୍କନପତ୍ର ଦାଖଲ କଲେ ବିଧାନସଭା ପ୍ରାର୍ଥିନୀ ଲତିକା ପ୍ରଧାନ

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷଦିନରେ କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା...

ଜୋରଦାର ହେବ ବାରବାଟୀ-କଟକ ନିର୍ବାଚନ ଲଢ଼େଇ

କଟକ, ୩ା୫(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନକୁ ମାତ୍ର ଅଳ୍ପଦିନ ବାକି ରହିଥିବାବେଳେ ସରଗରମ ହେବାରେ ଲାଗିଛି କଟକ ରାଜନୀତି। ଏପରି କି ସମସ୍ତ ନିର୍ବାଚନମଣ୍ଡଳୀ ଅପେକ୍ଷା ଏବେ ରୋଚକ...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଫେସ୍‌ବୁକ୍‌ରେ ପୁତନା ବଧ ଶେୟାର କରି ଜେଲ୍‌ ଗଲେ ଯୁବକ

ନୟାଗଡ଼,୩ା୫(ଲୋକନାଥ ମିଶ୍ର):ଫେସ୍‌ବୁକ୍‌ର ଆମ ପାଇଁ ବଡ଼ ଆମ ନୟାଗଡ଼ ଚ୍ୟାନେଲରେ ପୁତନା ବଧ ଫଟୋ ଶେୟାର କରି ନୟାଗଡ଼ ସଦର ଥାନା ହରିପୁର ଗଁାର ରମାକାନ୍ତ...

ନାମାଙ୍କନପତ୍ର ଦାଖଲ କଲେ ଦୀପାଳି

ଭୁବନେଶ୍ୱର,୩।୫: ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ...

ନାମାଙ୍କନପତ୍ର ଦାଖଲ କଲେ ନିପନ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ନିପନ କୁମାର ଦାଶ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି ।...

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri