ପ୍ରଥମେ କଂଗ୍ରେସ, ପରେ ଭାଜପା ସହ ଲଢ଼େଇ ହେବ: ଦେବାଶିଷ

କଟକ,୫ା୨(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁର ଗସ୍ତ କରିଥିଲେ। ତେବେ ଓଡ଼ିଶାରେ ଭାଜପା ସରକାର ଗଢ଼ିବାକୁ ମୋଦି ଗ୍ୟାରେଣ୍ଟି ପରି ଭାଜପା ନୂଆ ସ୍ଲୋଗାନ ଦେଇଥିବାବେଳେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହାତ ମିଳାଇଥିଲେ। ଏହି ଫଟୋ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହୋଇଥିଲା। ଅନ୍ୟପଟେ କଂଗ୍ରେସ ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର ଶନିବାର ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ବିଜେଡି ଓ ଭାଜପାର ସମ୍ପର୍କ ନେଇ ପ୍ରଶ୍ନ ଉଠାଇଥିଲେ। ବିଜେଡି ଓ ଭାଜପା ଉଭୟ ଦଳ କେବଳ ସାମ୍ନାରୁ ପ୍ରତିଦ୍ବନ୍ଦ୍ୱୀ ଭାବେ ପରସ୍ପରକୁ ଆକ୍ଷେପ କରୁଛନ୍ତି ନାଁ ବାସ୍ତବରେ ପରସ୍ପରର ପ୍ରତିଦ୍ବନ୍ଦୀ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଏପରିକି ଉଭୟ ଦଳର ସମ୍ପର୍କ କଂଗ୍ରେସକୁ ବିଜୟୀ କରାଇବ ଓ ଖାସ୍‌ କରି କଟକରେ କଂଗ୍ରେସର ପ୍ରଦର୍ଶନ ପୂର୍ବପରି ରହିବ ବୋଲି ପ୍ରଭାରୀ ଅଜୟ କୁମାର କହିଥିଲେ।
ବିଜେଡି ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ଭାଜପା ଯେକୌଣସି ପ୍ରକାରର ସ୍ଲୋଗାନ ଦେଲେ ଓଡିଶାବାସୀ ତାହାକୁ ସ୍ବୀକାର କରି ନାହାଁନ୍ତି, କି କରିବେ ନାହିଁ। ଗତ ନିର୍ବଚନ ସମୟରେ ମିଶନ ୧୨୦ କହିଥିଲେ, ହେଲେ ତାହା ୨୦ ଭଳିଆ ରହିଗଲେ। ଓଡ଼ିଶାବାସୀ କେବଳ ଗୋଟିଏ ସ୍ଲୋଗାନ ଜାଣିଛନ୍ତି, ତାହା ହେଉଛି ନବୀନ ମନ୍ତ୍ର, ଯାହାର ସୁବିଧା ଘରେ ଘରେ ଓଡ଼ିଶାବାସୀ ପାଉଛନ୍ତି ଏବଂ ସେଥିପାଇଁ ଆଜି ନବୀନ ଓଡ଼ିଶାରେ ପରିଣତ ହୋଇଛି। ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ଏବଂ ବିଜେଡି ୧୩୦ ବିଧାୟକ ସିଟ୍‌ ଜିତିବା ସୁନିଶ୍ଚିତ। ଅନ୍ୟପଟେ କଂଗ୍ରେସର ଯେଉଁ ଅଭିଯୋଗ ରହିଛି ତାହା ଭିତ୍ତିହୀନ। ଗୋଟିଏ ସରକାରୀ କାର୍ଯ୍ୟକ୍ରମରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ସେଠାରେ କୌଣସି ରାଜନୈତିକ ଟିପ୍ପଣୀ ଦେବା ଉଚିତ ନ ଥିଲା, ଯାହାକି ଉଭୟ କରି ଦେଖାଇଛନ୍ତି। ଯେବେ ରାଜନୈତିକ ମଞ୍ଚରେ ଉଭୟ ରହିବେ ସେବେ ନିଜ ନିଜ ଶକ୍ତି ପ୍ରଦର୍ଶନ କରିବେ। ସରକାରୀ କାର୍ଯ୍ୟକ୍ରମକୁ ରାଜନୈତିକ ରୂପ ଦେବା କଂଗ୍ରେସ ପ୍ରତି ଶୋଭା ପାଉନି। ଏସବୁ ଯୋଗୁ କଂଗ୍ରେସର ସ୍ଥିତି ଓଡ଼ିଶାରେ ନାହିଁ ବୋଲି ସ୍ପଷ୍ଟ କରାଉଛି। ଅନ୍ୟପଟେ ନିର୍ବାଚନ ନେଇ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ କଟକରେ ବିଜେଡି ଖୁବ ଭଲ ପ୍ରଦର୍ଶନ କରିବ ବୋଲି ଆଶା ଓ ବିଶ୍ୱାସ ରହିଛି ବୋଲି ଦେବାଶିଷ କହିଛନ୍ତି। ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଥମେ କଂଗ୍ରେସ ଓ ପରେ ଭାଜପା ସହ ଲଢ଼େଇ ହେବ ବୋଲି ଦେବାଶିଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲକୋଇ ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ଫକୀର ନାଏକ

କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ପ୍ରାର୍ଥିପତ୍ର ଦାଖଲ କଲେ ପରିଣୀତା ମିଶ୍ର

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଲୋକସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ପରିଣୀତା ମିଶ୍ର ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି । ଏହି...

ଭଟଲି ଆସନ ପାଇଁ ନାମାଙ୍କନ ଭରିଲେ ବ୍ରହ୍ମାନନ୍ଦ ମହାକୁଡ଼

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ବ୍ରହ୍ମାନନ୍ଦ ମହାକୁଡ଼ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି।...

”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର,୨ା୫: ଓଡ଼ିଶାରେ ତୀବ୍ର ରାଜନୈତିକ ମାହୋଲ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ ଏବଂ ନବୀନ ଓଡ଼ିଶା ଚେୟାରମ୍ୟାନ...

ଅତାବିରା ଆସନ ନାମାଙ୍କନ ଭରିଲେ ନିହାର ରଞ୍ଜନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ଗୁରୁବାର ନାମାଙ୍କନ ଦାଖଲ...

ନାମାଙ୍କନପତ୍ର ଦାଖଲ କଲେ ଦେବେଶ

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri