ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି। ମା’ର ମମତା ଆଗରେ ସବୁ ଯେପରି ତୁଚ୍ଛ। ସନ୍ତାନ ହରାଇବାର ବେଦନା ସମସ୍ତଙ୍କର ରହିଥାଏ। ହେଲେ ନିଜ ଛୁଆକୁ ହରାଇ ଏକ ହାତୀ ଦୁଃଖରେ ମ୍ରିୟମାଣ ହୋଇ ମୃତ ଛୁଆହାତୀର ଚାରି ପାଖରେ ରାତିସାରା ପଇଁତରା ମାରିବା ଓ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଆସି ନିଜ ଛୁଆକୁ ଖୋଜି ବୁଲିବା ଭାବବିହ୍ବଳ ପରିବେଶ ସୃଷ୍ଟି କରିଛି। କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଛୁଆହାତୀ ପୋତା ଯାଇଥିବା ସ୍ଥାନରେ ମା’ହାତୀ ପହଞ୍ଚତ୍ବା ଫଟୋ କେନ୍ଦୁଝର ବନ ବିଭାଗ ଜାରି କରିବା ପରେ ଅନେକଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିଛି। ମା’ ଓ ହାତୀ ଛୁଆ ମଧ୍ୟରେ ଥିବା ଅନାବିଳ ସ୍ନେହ ମମତା ପ୍ରାଣୀପ୍ରେମୀମାନଙ୍କୁ ଆନ୍ଦୋଳିତ କରିଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବୈତରଣୀ-ବି ସଂରକ୍ଷିତ ଜଙ୍ଗଲରେ ଏକ ୧୨ ଟିକିଆ ହାତୀପଲ ଶନିବାରଠାରୁ ଡେରା ପକାଇଛନ୍ତି। ଉକ୍ତ ଦଳର ଏକ ମାଈ ହାତୀ ରବିବାର ରାତି ପ୍ରାୟ ୮ଟା ବେଳେ ଡଡୁଆଁ ଗ୍ରାମ ନିକଟ ବିଲ ମଧ୍ୟରେ ରବିବାର ରାତିରେ ଛୁଆ ଜନ୍ମ ଦେଇଥିଲା। ପରେ ଉକ୍ତ ହାତୀ ଛୁଆର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଦଳର ଅନ୍ୟ ହାତୀ ବୈତରଣୀ ନଦୀ ଅପରପାଶର୍‌ବ ଜଙ୍ଗଲକୁ ଚାଲିଯାଇଥିବା ବେଳେ ମା’ ଓ ଅନ୍ୟ ଏକ ଛୁଆହାତୀ ମୃତ ହାତୀଛୁଆର ଚାରି ପାଖରେ ରାତିସାରା ଜଗି ରହିଥିଲେ। ଖବର ପାଇ କେନ୍ଦୁଝର ଆଇଏଫ୍‌ଏସ୍‌ ଅଜିତ୍‌ ଖାନ, କେନ୍ଦୁଝର ଏସିଏଫ୍‌ ଅଶୋକ କୁମାର ଦାସ, ଚମ୍ପୁଆ ଏସିଏଫ୍‌ ଅକ୍ଷୟ କୁମାର ଛତ୍ରିଆ ଓ ବିଲେଇପଦା ଫାଣ୍ଡି ଅଧିକାରୀ ସୁରେଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। କେନ୍ଦୁଝରରୁ ଆସିଥିବା ଡାକ୍ତରୀ ଟିମ୍‌ ମୃତ ହାତୀଛୁଆର ବ୍ୟବଚ୍ଛେଦ କରିବା ପରେ ବନ ବିଭାଗ ଉକ୍ତ ସ୍ଥାନରେ ମୃତଦେହ ପୋତି ଦେବା ସହ ଫୁଲ ଓ ଧୂପ ଜାଳିଥିଲେ। କିଛି ସମୟ ପରେ ସେହି ସ୍ଥାନରେ ମା’ ହାତୀ ପହଞ୍ଚତ୍ ଲୁହ ଛଳ ଛଳ ଆଖିରେ ନିଜ ଛୁଆକୁ ଖୋଜି ବୁଲିଥିଲା। ଅନେକ ସମୟ ଧରି ସେଠାରେ ଛିଡ଼ା ହୋଇ ରହିଥିଲା। ସତେ ଯେପରି ସନ୍ତାନର ବିଚ୍ଛେଦକୁ ଭୁଲି ପାରୁନାହିଁ ଏବଂ ଅପେକ୍ଷା କରି ଲୋତକ ଚକ୍ଷୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲାଭଳି ମନେ ହେଉଥିଲା। ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କେନ୍ଦୁଝର ଏସି୍‌ଏଫ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ସହାୟତାର ହାତ: ବାଙ୍ଗାଲୋରରୁ ଗାଁକୁ ଆସିଲା ଦାଦନ ଶ୍ରମିକଙ୍କ ମୃତଦେହ

ଗୋଲାମୁଣ୍ଡା,୯।୧୧(ବଟକୃଷ୍ଣ ପଣ୍ଡା): ପେଟ ପାଟଣା ପାଇଁ ସୁଦୂର କର୍ଣ୍ଣାଟକର ବାଙ୍ଗାଲୋର ସହରକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲାର ଜଣେ ଯୁବ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି।…

ସ୍କୁଟିକୁ ଧକ୍କା ଦେଲା ଆମ ବସ୍‌: ୩ ମହିଳା ଗୁରୁତର

କେନ୍ଦୁଝର,୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ସୋମବାର ଏକ ଆମ ବସ୍‌ ଧକ୍କାରେ ୩ ମହିଳା ଗୁରୁତର ହୋଇଛି। ଗୁରୁତର ମହିଳା ହେଲେ…

ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା

ପାଟଣା, ୯/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା ଆୟୋଜିତ ହୋଇଛି। ପୂଜାମଣ୍ଡପରେ ଦେବୀ କାଳୀଙ୍କ…

ଭଞ୍ଜନଗରରେ ଜାତୀୟ ଆଇନ ସେବା ଦିବସ ପାଳିତ

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଅପରାହହ୍ନ ସ୍ଥାନୀୟ ବାର୍ ଆସୋସିଏଶନ୍‌ର ଲାଇବ୍ରେରୀ ହଲ୍‌ଠାରେ ଜାତୀୟ ଆଇନ ସେବା…

ଟାଟା ଏସି-ଅଟୋ ମୁହାଁମୁହିଁ ଧକ୍କା, ୮ ଗୁରୁତର

ହିଞ୍ଜିଳିକାଟୁ,୯।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ସୋମବାର ଏକ ଟାଟା ଏସି ଏବଂ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ…

ଶିବ ଦର୍ଶନ ଅଧାରେ ରହିଗଲା: ଭାଇଙ୍କ ମୃତ୍ୟୁ, ଭଉଣୀ ଗୁରୁତର

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଶିବ ମନ୍ଦିରରେ ଠାକୁର ଦର୍ଶନ କରିବାକୁ ଆସୁଥିବା ବେଳେ ଘଟିଲା ଅଘଟଣ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ବାଇକ୍ ଦୁର୍ଘଟଣାରେ…

ନିଖୋଜ ଯୁବକଙ୍କ ମିଳିଲା ଗଳିତ ମୃତଦେହ

ଏମ୍‌.ରାମପୁର,୯ା୧୧(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ଏମ୍‌.ରାମପୁର ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା କୁସୁମଦେଇ ପାହାଡ଼ ଉପରୁ ନିଖୋଜ ଥିବା ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଅମରପାଲି, ୯।୧୧ (ପୀତାମ୍ବର ସାହୁ): ଜବରଦଖଲ ଉଚ୍ଛେଦ କରି ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ଯୋଗାଇଦେବା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?