୨୬ ବର୍ଷ ପରେ ଘରକୁ ଫେରିଲେ ବଂଶୀଧର

ବାଲିକୁଦା,୨୦।୨(ତାପସ ସ୍ବାଇଁ):୨୬ ବର୍ଷ ପରେ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ମହାରଣା ପଞ୍ଚାୟତର ତଳ କୁସୁମା ଗ୍ରାମର ବଂଶୀଧର ମହାନ୍ତି (୭୨) ଶନିବାର ଅସୁସ୍ଥ ଅବସ୍ଥାରେ ଗାଁରେ ପହଞ୍ଚତ୍ଛନ୍ତି। ପୁଅ ବିକାଶ ତାଙ୍କୁ ଏବେ କଟକ ବଡ଼ ଡାକ୍ତରଖାନର ଟିବି ଓ୍ବାର୍ଡରେ ଚିକିତ୍ସା କରାଉଛନ୍ତି। ବଂଶୀଧର ୧୯୯୮ରେ ରୋଜଗାର ପାଇଁ ଯାଇ ଆଉ ଘରକୁ ଫେରି ନ ଥିଲେ। ତାଙ୍କୁ ୩୬ ବର୍ଷ ହୋଇଥିବାବେଳେ ଗାଁର ଜଣେ ଲୋକଙ୍କ ସହାୟତାରେ ଘରେ ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅକୁ ଛାଡି ରୋଜଗାର କରିବା ପାଇଁ ଗୁଜରାଟ ଯାଇଥିଲେ। କିନ୍ତୁ ସମ୍ପୃକ୍ତ ଲୋକ କିଛିଦିନ ପରେ ତାଙ୍କୁ ସେଠାରେ ଛାଡ଼ି ପଳାଇ ଆସିଥିଲେ। ପରବର୍ତ୍ତୀ ସମୟରେ ବଂଶୀଧର ଆଉ ଘର ସହ ଯୋଗାଯୋଗ କରିପାରି ନ ଥିଲେ। ଇତିମଧ୍ୟରେ ଗାଁରେ ତାଙ୍କ ଦୁଇ ଝିଅ ଓ ଗୋଟିଏ ପୁଅଙ୍କ ବିବାହ ସରିଛି । ସ୍ତ୍ରୀର ଦୁଇ ବର୍ଷ ତଳେ ଦେହାନ୍ତ ହୋଇଛି। ଅପରପକ୍ଷେ ବଂଶୀଧର ମୃତ ବୋଲି ଭାବି ପରିବାର ଲୋକେ ତାଙ୍କର ଶୁଦ୍ଧିକ୍ରିୟା ସମ୍ପନ୍ନ କରିଦେଇଥିଲେ। ମାତ୍ର ତାଙ୍କୁ ଜୀବିତ ଅବସ୍ଥାରେ ଦେଖି ସ୍ଥାନୀୟ ଅଞ୍ଚଳରେ ରୋଚକ ପରିସ୍ଥିତି ସୃଷ୍ଟି କରିଛି। ତାଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକମାନଙ୍କ ଭିଡ ଜମୁଛି। ପୁଅ କୋଲକାତାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବା ସତ୍ତ୍ୱେ ବାପାଙ୍କ ଖବର ଶୁଣି ଘରେ ପହଞ୍ଚତ୍ଛନ୍ତି। ତେବେ ବଂଶୀଧର କିନ୍ତୁ ଏହି ୨୬ ବର୍ଷ ଘଟଣା ବିଷୟରେ କିଛି କହିପାରୁନାହାନ୍ତି । କେବଳ ଏତିକି କହୁଛନ୍ତି, ମୁଁ ଦଲାଲ ହାବୁଡ଼ରେ ପଡ଼ିଥିଲି। ଗୋଟିଏ ସଂସ୍ଥାରେ ବନ୍ଦୀ ଭାବେ ଜୀବନ ବିତାଉଥିଲି। ମୋର ଶରୀର ଅସୁସ୍ଥ ହେବାରୁ ମୋତେ ସେମାନେ ଘରକୁ ପଠାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ...

ନାମାଙ୍କନପତ୍ର ଦାଖଲ କଲେ ଅପରାଜିତା

ଖୋର୍ଦ୍ଧା,୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା...

ନଦୀରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା

ଯାଜପୁର,୨ା୫: ଗୁରୁବାର ମା’ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର...

ନାମାଙ୍କନ ଦାଖଲ ବେଳେ ଅପରାଜିତା-ମନ୍ମଥଙ୍କ ସମର୍ଥକ ମୁହାଁମୁହିଁ

ଖୋର୍ଦ୍ଧା,୨ା୫: ଗୁରୁବାର ନାମାଙ୍କନପତ୍ର ଦାଖଲ ବେଳେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଏମ୍‌ପି ତଥା ଭାଜପା ଲୋକ ସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ...

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri