ମୁଁ ଧୋନୀଙ୍କୁ ପଚାରିବାକୁ ଚାହେଁ, ଶତକ ମାରିବା ପରେ ବି ମୋତେ କାହିଁକି ବାଦ୍‌ ଦିଆଗଲା:ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୨୦।୨: ଭାରତୀୟ କ୍ରିକେଟ ଦଳର କ୍ୟାପ ପାଇବା ଦେଶର ଯେକୌଣସି ଖେଳାଳିଙ୍କ ପାଇଁ ସବୁଠାରୁ ବଡ ସ୍ବପ୍ନ। ତେବେ ଭାରତୀୟ ଦଳ ପାଇଁ ଖେଳିବା ଯେତିକି କଷ୍ଟସାଧ୍ୟ, ଦଳରେ ସ୍ଥାନ ବଜାୟ ରଖିବା ମଧ୍ୟ କଷ୍ଟସାଧ୍ୟ। ଅନେକ କ୍ରିକେଟର ଏହା କରିଛନ୍ତି ଏବଂ ଦୀର୍ଘ ସମୟ ଧରି ଦଳରେ ସ୍ଥାନ ପାଇବାରେ ସଫଳ ହୋଇଥିଲେ ମଧ୍ୟ କିଛି ଦୁର୍ଭାଗ୍ୟଜନକ କ୍ରିକେଟର ଅଛନ୍ତି ଯେଉଁମାନେ ନିଜକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରମାଣ କରିଥିଲେ, କିନ୍ତୁ ଦୀର୍ଘ ଦିନ ଧରି ଭାରତୀୟ ଦଳରେ ଖେଳି ପାରିନଥିଲେ। ସେମାନଙ୍କ କ୍ୟାରିଅର୍‌ କିଛି ଦିନ ପରେ ସମାପ୍ତ ହେଲା।ମନୋଜ ତିୱାରୀ ମଧ୍ୟ ସେହି କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ସେପ୍ରାୟ ଦୁଇ ଦଶନ୍ଧି ଧରି ବଙ୍ଗଳା ପାଇଁ ଖେଳିଥିଲେ ଏବଂ ଭାରତ ପାଇଁ ୧୨ଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ ଖେଳିଥିଲେ।
ଅବସର ଗ୍ରହଣ କରିବାର ଗୋଟିଏ ଦିନ ପରେ ମନୋଜ ଦଳରୁ ବାଦ୍‌ ପଡ଼ିବା ଏବଂ କ୍ୟାରିୟରର ସମାପ୍ତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସେ ଦିନିକିଆ ଏବଂ ଅନ୍ତର୍ଜାତୀୟ ଟି-୨୦ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ହେଁ ଟେଷ୍ଟ କ୍ୟାପ ପାଇପାରି ନ ଥିବାରୁ ସେ ଦୁଃଖିତ।
ଏକ ସାକ୍ଷାତକାରରେ ମନୋଜ କହିଛନ୍ତି,- ମୁଁ ୬୫ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବାବେଳେ, ମୋର ବ୍ୟାଟିଂ ହାରାହାରି ୬୫ ଥିଲା। ତା’ପରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତ କଲା ଏବଂ ମୁଁ ଚେନ୍ନାଇରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ୧୩୦ ସ୍କୋର କରିଥିଲି। ତା’ପରେ ମୁଁ ଇଂଲଣ୍ଡ ବିପକ୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ୯୩ ରନ ସଂଗ୍ରହ କରିଥିଲି। ମୁଁ ଟେଷ୍ଟ କ୍ୟାପ ପାଇବାକୁ ବହୁତ ନିକଟତର ଥିଲି, କିନ୍ତୁ ସେମାନେ ମୋ ବଦଳରେ ଯୁବରାଜ ସିଂଙ୍କୁ ବାଛିଲେ। ତେଣୁ ଟେଷ୍ଟ କ୍ୟାପ ମିଳିଲା ନାହିଁ। କେବଳ ଏତିକି ନୁହେଁ, ଦିନିକିଆରେ ଏକ ଶତକ ହାସଲ କରିବା ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପାଇବା ପରେ ମୋତେ ଅଣଦେଖା କରାଯାଇଥିଲା। କ୍ରମାଗତ ୧୪ଟି ମ୍ୟାଚ ପାଇଁ ମୋତେ ଅଣଦେଖା କରାଯାଇଥିଲା। ଯଦି ମୁଁ ଧୋନୀଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଏ ତା’ହେଲେ ମୁଁ ନିଶ୍ଚିତ ଭାବେ ତାଙ୍କୁ ପଚାରିବି ଶତକ ସ୍କୋର କରିବା ପରେ ମୋତେ ଦଳରୁ କାହିଁକି ବାଦ୍‌ ଦିଆଗଲା, ବିଶେଷ କରି ଅଷ୍ଟ୍ରେଲିଆ ଗସ୍ତରେ ଯେଉଁଠାରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ସୁରେଶ ରାଇନା ଭଳି ଖେଲାଳି କେହି ରନ ସ୍କୋର କରୁ ନ ଥିଲେ ତାଙ୍କୁ ନିଆଗଲା କିନ୍ତୁ ମୋତେ ବାଦ୍‌ ଦିଆଗଲା।
ମନୋଜ ତିୱାରୀ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ସେ ୧୧ ଡିସେମ୍ବର ୨୦୧୧ରେ ଚେନ୍ନାଇରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ତାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ମନୋନୀତ କରାଯାଇଥିଲା। ତେବେ ଜୁଲାଇ ୨୦୧୨ରେ ସେ ଶ୍ରୀଲଙ୍କା ବିପକ୍ଷ ଦଳର ଅଂଶ ହୋଇ ନ ଥିଲେ ଏବଂ ପ୍ଲେ-୧୧ରୁ ବାଦ୍‌ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?