Odisha Elections 2024

ମୁଁ ଧୋନୀଙ୍କୁ ପଚାରିବାକୁ ଚାହେଁ, ଶତକ ମାରିବା ପରେ ବି ମୋତେ କାହିଁକି ବାଦ୍‌ ଦିଆଗଲା:ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୨୦।୨: ଭାରତୀୟ କ୍ରିକେଟ ଦଳର କ୍ୟାପ ପାଇବା ଦେଶର ଯେକୌଣସି ଖେଳାଳିଙ୍କ ପାଇଁ ସବୁଠାରୁ ବଡ ସ୍ବପ୍ନ। ତେବେ ଭାରତୀୟ ଦଳ ପାଇଁ ଖେଳିବା ଯେତିକି କଷ୍ଟସାଧ୍ୟ, ଦଳରେ ସ୍ଥାନ ବଜାୟ ରଖିବା ମଧ୍ୟ କଷ୍ଟସାଧ୍ୟ। ଅନେକ କ୍ରିକେଟର ଏହା କରିଛନ୍ତି ଏବଂ ଦୀର୍ଘ ସମୟ ଧରି ଦଳରେ ସ୍ଥାନ ପାଇବାରେ ସଫଳ ହୋଇଥିଲେ ମଧ୍ୟ କିଛି ଦୁର୍ଭାଗ୍ୟଜନକ କ୍ରିକେଟର ଅଛନ୍ତି ଯେଉଁମାନେ ନିଜକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରମାଣ କରିଥିଲେ, କିନ୍ତୁ ଦୀର୍ଘ ଦିନ ଧରି ଭାରତୀୟ ଦଳରେ ଖେଳି ପାରିନଥିଲେ। ସେମାନଙ୍କ କ୍ୟାରିଅର୍‌ କିଛି ଦିନ ପରେ ସମାପ୍ତ ହେଲା।ମନୋଜ ତିୱାରୀ ମଧ୍ୟ ସେହି କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ସେପ୍ରାୟ ଦୁଇ ଦଶନ୍ଧି ଧରି ବଙ୍ଗଳା ପାଇଁ ଖେଳିଥିଲେ ଏବଂ ଭାରତ ପାଇଁ ୧୨ଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ ଖେଳିଥିଲେ।
ଅବସର ଗ୍ରହଣ କରିବାର ଗୋଟିଏ ଦିନ ପରେ ମନୋଜ ଦଳରୁ ବାଦ୍‌ ପଡ଼ିବା ଏବଂ କ୍ୟାରିୟରର ସମାପ୍ତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସେ ଦିନିକିଆ ଏବଂ ଅନ୍ତର୍ଜାତୀୟ ଟି-୨୦ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ହେଁ ଟେଷ୍ଟ କ୍ୟାପ ପାଇପାରି ନ ଥିବାରୁ ସେ ଦୁଃଖିତ।
ଏକ ସାକ୍ଷାତକାରରେ ମନୋଜ କହିଛନ୍ତି,- ମୁଁ ୬୫ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବାବେଳେ, ମୋର ବ୍ୟାଟିଂ ହାରାହାରି ୬୫ ଥିଲା। ତା’ପରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତ କଲା ଏବଂ ମୁଁ ଚେନ୍ନାଇରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ୧୩୦ ସ୍କୋର କରିଥିଲି। ତା’ପରେ ମୁଁ ଇଂଲଣ୍ଡ ବିପକ୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ୯୩ ରନ ସଂଗ୍ରହ କରିଥିଲି। ମୁଁ ଟେଷ୍ଟ କ୍ୟାପ ପାଇବାକୁ ବହୁତ ନିକଟତର ଥିଲି, କିନ୍ତୁ ସେମାନେ ମୋ ବଦଳରେ ଯୁବରାଜ ସିଂଙ୍କୁ ବାଛିଲେ। ତେଣୁ ଟେଷ୍ଟ କ୍ୟାପ ମିଳିଲା ନାହିଁ। କେବଳ ଏତିକି ନୁହେଁ, ଦିନିକିଆରେ ଏକ ଶତକ ହାସଲ କରିବା ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପାଇବା ପରେ ମୋତେ ଅଣଦେଖା କରାଯାଇଥିଲା। କ୍ରମାଗତ ୧୪ଟି ମ୍ୟାଚ ପାଇଁ ମୋତେ ଅଣଦେଖା କରାଯାଇଥିଲା। ଯଦି ମୁଁ ଧୋନୀଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଏ ତା’ହେଲେ ମୁଁ ନିଶ୍ଚିତ ଭାବେ ତାଙ୍କୁ ପଚାରିବି ଶତକ ସ୍କୋର କରିବା ପରେ ମୋତେ ଦଳରୁ କାହିଁକି ବାଦ୍‌ ଦିଆଗଲା, ବିଶେଷ କରି ଅଷ୍ଟ୍ରେଲିଆ ଗସ୍ତରେ ଯେଉଁଠାରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ସୁରେଶ ରାଇନା ଭଳି ଖେଲାଳି କେହି ରନ ସ୍କୋର କରୁ ନ ଥିଲେ ତାଙ୍କୁ ନିଆଗଲା କିନ୍ତୁ ମୋତେ ବାଦ୍‌ ଦିଆଗଲା।
ମନୋଜ ତିୱାରୀ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ସେ ୧୧ ଡିସେମ୍ବର ୨୦୧୧ରେ ଚେନ୍ନାଇରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ତାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ମନୋନୀତ କରାଯାଇଥିଲା। ତେବେ ଜୁଲାଇ ୨୦୧୨ରେ ସେ ଶ୍ରୀଲଙ୍କା ବିପକ୍ଷ ଦଳର ଅଂଶ ହୋଇ ନ ଥିଲେ ଏବଂ ପ୍ଲେ-୧୧ରୁ ବାଦ୍‌ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରୋତ୍ସାହନ ଅଭାବରୁ ସଙ୍କଟରେ କୌଳିକ ବୃତ୍ତି

ବାସୁଦେବପୁର,୧୭।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଏକ ଶିଳ୍ପବିହୀନ ଅଞ୍ଚଳ। ଏଠାକାର ଲୋକେ ମୁଖ୍ୟତଃ କୌଳିକ ବୃତ୍ତିକୁ ଆଧାର କରି ଜୀବନ ଜୀବିକା...

ଘୋଡ଼ା ଚଢ଼ି ନାମାଙ୍କନପତ୍ର ଦାଖଲ କରିବା ପ୍ରତାପ ଷଡଙ୍ଗୀଙ୍କୁ ପଡ଼ିଲା ମହଙ୍ଗା

ବାଲେଶ୍ୱର,୧୭।୫(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ୧୪ତାରିଖ ଦିନ ଘୋଡା ଚଢି ନିଜର ନାମାଙ୍କନପତ୍ର ଦାଖଲ କରିବାକୁ ଜିଲାପାଳଙ୍କ...

ଏନ୍‌ବିଡବ୍ଲ୍ୟୁରୁ ଆଶ୍ୱସ୍ତି ପାଇଲେ ଅନୁଭବ

କଟକ,୧୬ା୫ (କାର୍ତ୍ତିକ ସାହୁ): ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଜାମିନ୍‌ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ)ରୁ ଗୁରୁବାର ଆଶ୍ୱସ୍ତି ପାଇଛନ୍ତି। କଟକ ଜେଏମ୍‌ଏଫ୍‌ସି କୋର୍ଟ...

ବିପଦପୂର୍ଣ୍ଣ ଅବସ୍ଥାରେ ବ୍ଲକ ଜୀବିକା ମିଶନ ଅଫିସ୍‌

ଗୋପ,୧୬।୫(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ବ୍ଲକ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହିହେବନି। ଏପରି...

ବିପଦସଙ୍କୁଳ ଅବସ୍ଥାରେ ଶିଶୁ ଉଦ୍ୟାନ

ସାଲେପୁର,୧୭।୫(ଅରବିନ୍ଦ ଭୂୟାଁ): ସାଲେପୁରର ଏକମାତ୍ର ଶିଶୁ ଉଦ୍ୟାନ ଏବେ ବିପଦସଙ୍କୁଳ ହୋଇପଡ଼ିବା ସହ ଜରାଜୀର୍ଣ୍ଣ ହୋଇଯାଇଛି। ଏହି ଉଦ୍ୟାନ ଭିତରେ ନିୟମିତ ଛୋଟ ପିଲାମାନେ ଖେଳକୁଦ...

ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌: ୧୫ରୁ ଊଦ୍ଧର୍‌ବ ଗୁରୁତର

ନୀଳଗିରି(ପ୍ରଶାନ୍ତ କୁମାର ବିଶ୍ୱାଳ)/ ରେମୁଣା(ରବୀନ୍ଦ୍ର ମହାକୁଡ), ୧୭ା୫:ବାଲେଶ୍ୱର ଜିଲା ରେମୁଣା ବ୍ଲକ ଗଡିଆମାଳସ୍ଥିତ ସ୍ନୋ ୱାଲର୍‌ଡ ନାମକ ଚିଙ୍ଗୁଡି ପ୍ଲାଣ୍ଟରେ ଗୁରୁବାର ରାତି ପ୍ରାୟ ୯ଟା...

କ୍ରିଷ୍ଟିଆନ ରୋନାଲଡୋ ସର୍ବାଧିକ ଦରମା ପ୍ରାପ୍ତ ଆଥଲେଟ୍

ନୂଆଦିଲ୍ଲୀ,୧୭ା୫: ବିଶ୍ୱର ଶ୍ରେଷ୍ଠ ଆୟ କରୁଥିବା ଖେଳାଳିଙ୍କ ତାଲିକା ଫୋର୍ବସ୍ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାରେ ତାରକା ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଶୀର୍ଷରେ ରହିଛନ୍ତି।...

ଧର୍ମଶାଳାରେ ନିର୍ଣ୍ଣାୟକ ହେବେ ସ୍ବାଧୀନ ପ୍ରାର୍ଥୀ

ଯାଜପୁର,୧୭ା୫(ହର୍ଷବର୍ଦ୍ଧନ  ବେହେରା) : ମତଦାନ ପାଇଁ ଆଉ ମାତ୍ର ୧୫ ଦିନ ବାକି ରହିଛି। ସେଥିପାଇଁ ନେତାମାନେ ଏବେ ପୂରା ଦମ୍‌ରେ ପ୍ରଚାରରେ ଲାଗି ପଡିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri