ଖଣି, ଶିଳ୍ପାଞ୍ଚଳ ଏବେ ଅଶାନ୍ତ

ଯାଜପୁର,୨୦/୨(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ସୁକିନ୍ଦା ଖଣି ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅନେକ କର୍ମଚାରୀ ଓ ଶ୍ରମିକ ଉପଯୁକ୍ତ ପାଉଣା ପାଉନାହାନ୍ତି। ପ୍ରାୟ ବର୍ଷେ ହେଲା ଶ୍ରମିକଙ୍କୁ ଖଣି କର୍ତ୍ତୃପକ୍ଷ ଦରମା ସମେତ ଇପିଏଫ୍‌ ଓ ବୋନସ ଦେଉ ନ ଥିବା ଅଭିଯୋଗ କରି ଆନ୍ଦୋଳନ କରାଯାଉଛି। ଏହାସହ ୨୫ ବର୍ଷ ପୂର୍ବରୁ ଯେଉଁ ପରିମାଣର ଦରମା ପାଉଥିଲେ ସେହି ଅନୁପାତର ପ୍ରାୟ ୫୦% କମ୍‌ ଦରମା ଏବେ ପାଉଥିବାରୁ ଖଣି କର୍ମଚାରୀ ଓ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ସେହିପରି ମୃତ ବିସ୍ଥାପିତଙ୍କ ଉତ୍ତରାଧିକାରୀମାନଙ୍କୁ ନିଯୁକ୍ତି ଦାବିରେ ମଧ୍ୟ ଆମରଣ ଅନଶନ ଲାଗି ରହିଛି। ଦୀର୍ଘବର୍ଷ ଧରି ଲୋକଙ୍କ ମଧ୍ୟରେ ରହିଥିବା କ୍ଷୋଭ ଓ ଆକ୍ରୋଶ ଯୋଗୁ ଏବେ ଖଣି ଓ ଶିଳ୍ପାଞ୍ଚଳ ଅଶାନ୍ତ ହେବାରେ ଲାଗିଛି।
ଖଣି ଓ ଶିଳ୍ପ ସହିତ ପରୋକ୍ଷ ଅବା ପ୍ରତ୍ୟକ୍ଷ ଭାବେ ଜଡିତ ସରକାରୀ ଅଫିସରମାନଙ୍କୁ କିପରି ସମ୍ଭାଳିବାକୁ ପଡ଼େ ତାହା ପୂର୍ବରୁ ସ୍ପଷ୍ଟ ହୋଇସାରିଛି। ଶିଳ୍ପ ଓ ଖଣି କର୍ତ୍ତୃପକ୍ଷ ସେମାନଙ୍କୁ ବିଭିନ୍ନ ପ୍ରକାର ଉପହାର ଦେଉଥିବା ବିଷୟକୁ ନେଇ ଚର୍ଚ୍ଚା କମ୍‌ ନୁହେଁ। ଏହି ପ୍ରକ୍ରିୟାରେ କେବଳ ସରକାରୀ ଅଧିକାରୀ ନୁହନ୍ତି, ଲୋକ ପ୍ରତିନିଧିମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିବାକୁ ଉପହାର ପ୍ରଥା ଚାଲିଥିବା କୁହାଯାଉଛି। ଏଥିଯୋଗୁ ଖଣି ଓ ଶିଳ୍ପ ସଂସ୍ଥାରେ ନିୟୋଜିତ ଶ୍ରମିକ କିମ୍ବା କର୍ମଚାରୀ ନିଜର ହକ୍‌ ପାଇଁ ଦାବି ତଥା ଆନ୍ଦୋଳନ କଲେ ତାହାକୁ ଭଣ୍ଡୁର କରିବାକୁ ଯଥାସାଧ୍ୟ ଉଦ୍ୟମ ହେଉଥିବା ଦେଖିବାକୁ ମିଳିଛି। ଏପରିକି ପ୍ରଶାସନ, ଖଣି ଓ ଶିଳ୍ପ କର୍ତ୍ତୃପକ୍ଷ ଏବଂ ଶ୍ରମିକ ପ୍ରତିନିଧିଙ୍କ ମଧ୍ୟରେ ବିବାଦର ସମାଧାନ କରିବାକୁ ଏକାଧିକ ବୈଠକ ହେଉଥିଲେ ତାହା ସଫଳ ହେଉ ନଥିବା ନଜିର ରହିଛି। ଗତ ନଭେମ୍ବରରେ ଇପିଏଫ୍‌, ବକେୟା ଦରମା ଓ ବୋନସ ମିଳି ନ ଥିବାରୁ ବାଲେଶ୍ୱର ଆଲଏଜ ଖଣିର ୨୪୮ ଜଣ ଠିକାଶ୍ରମିକ ଆନ୍ଦୋଳନ କରିଥିଲେ। ପରେ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ଦାବିଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। କିନ୍ତୁ ଖଣି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପାଳନ ନ କରିବାରୁ ଉକ୍ତ ଶ୍ରମିକମାନେ ବାଧ୍ୟ ହୋଇ ଦାଦନ ଖଟି ଯାଇଥିବା ସୂଚନା ମିଳିଛି। ଟାଟା କମ୍ପାନୀର ୩ ଖଣିରେ କାର୍ଯ୍ୟରତ ଡେକୋ ଠିକାସଂସ୍ଥା ୩ ମାସ ପୂର୍ବରୁ ପ୍ରାୟ ୧୦୦୦ ଶ୍ରମିକ ଓ କର୍ମଚାରୀମାନଙ୍କୁ କାର୍ଯ୍ୟ ବନ୍ଦ ନୋଟିସ ଦେଇଥିଲା। ତାହା ଆସନ୍ତା ମାର୍ଚ୍ଚ ୩୧ ଯାଏ ସମୟ ସୀମା ରହିଛି। ତେଣୁ ସମ୍ପୃକ୍ତ ଶ୍ରମିକ ଓ କର୍ମଚାରୀମାନଙ୍କ ମଧ୍ୟରେ କାର୍ଯ୍ୟ ବନ୍ଦ ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦି କାମ ବନ୍ଦ ହୋଇଯାଏ,ତେବେ ସେମାନଙ୍କ ପରିବାରବର୍ଗ ଭିକାରି ହୋଇଯିବେ ବୋଲି ମତପ୍ରକାଶ ପାଇଛି। ଏନେଇ ସମ୍ପୃକ୍ତ ଶ୍ରମିକମାନଙ୍କ ମଧ୍ୟରେ ଅଶାନ୍ତି ଜୋର ଧରିଛି। ବର୍ତ୍ତମାନ ଟାଟା ଲଙ୍ଗ୍‌ ପ୍ରଡକ୍ଟ କାରଖାନା ସମ୍ମୁଖରେ ବିସ୍ଥାପିତଙ୍କ ଆମରଣ ଅନଶନ ସୋମବାର ୧୧ ଦିନରେ ପହଞ୍ଚିଛି। ଅନ୍ୟପକ୍ଷରେ ନୀଳାଚଳ କାରଖାନା ସ୍ଥାପନ ବେଳେ ଅନେକ ପରିବାର ବିସ୍ଥାପିତ ହୋଇଥିଲେ। ପରେ କେତେଜଣ ବିସ୍ଥାପିତ କାରଖାନାରେ ନିଯୁକ୍ତି ପାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇସାରିଲାଣି। ହେଲେ ସେମାନଙ୍କ ପରିବାରର ଆଉ କାହାରିକୁ ନିଯୁକ୍ତି ମିଳିପାରିନାହିଁ। ଫଳରେ ବିସ୍ଥାପିତଙ୍କ ଉତ୍ତରାଧିକାରୀ ବେକାର ହୋଇ ବୁଲୁଛନ୍ତି। ପରିବାର ଚଳାଇବାକୁ ସେମାନଙ୍କ ନିକଟରେ ସାମର୍ଥ୍ୟ ନାହିଁ। ସେମାନଙ୍କ ମଧ୍ୟରୁ କେତେଜଣ ଆଇଟିଆଇ ପ୍ରଶିକ୍ଷଣ ନେଇଥିଲେ ବି ସେମାନଙ୍କୁ ନିଯୁକ୍ତି ମିଳୁନାହିଁ ବୋଲି ଅଭିଯୋଗ ହେଉଛି। ରାଜ୍ୟ ବାହାରର ଠିକାସଂସ୍ଥାଗୁଡ଼ିକ ଜରିଆରେ ଅଣଓଡ଼ିଆ ବୈଷୟିକ ଡିଗ୍ରୀଧାରୀମାନଙ୍କୁ ନିଯୁକ୍ତି ମିଳୁଛି। କିନ୍ତୁ ବିସ୍ଥାପିତଙ୍କ ପରିବାରବର୍ଗଙ୍କୁ ନିଯୁକ୍ତି ନ ମିଳିଥିବାରୁ ଅଶାନ୍ତି ଜୋର ଧରିଛି। ଏହାବାଦ ଠିକାସଂସ୍ଥା କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ନିର୍ଦ୍ଧାରିତ ଦରମା ଦେଉନାହାନ୍ତି। ସମାନ ଡିଗ୍ରୀଧାରୀଙ୍କ ମଧ୍ୟରେ ଦରମା ଦେବାରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି। ଏହିକ୍ରମରେ ରତ୍ନଗର୍ଭା ସୁକିନ୍ଦା ଓ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଶ୍ରମିକ ଶୋଷଣର ଭୂସ୍ବର୍ଗ ବୋଲି ଏବେ ଅଭିହିତ କରାଯାଉଛି। ଶିଳ୍ପ ଓ ଖଣି ସଂସ୍ଥାର ମାଲିକମାନେ ପୋଲିସ ପ୍ରଶାସନକୁ କଳେବଳେ କୌଶଳେ ନିଜ ଅଧୀନରେ ରଖି ଶ୍ରମିକମାନଙ୍କ ଝାଳବୁହା ପରିଶ୍ରମର ମଜୁରି ମଧ୍ୟ ଦେବାରେ କୁଣ୍ଠାପ୍ରକାଶ କରୁଛନ୍ତି। ଏଥିରେ କେତେଜଣ ନିର୍ବାଚିତ ଲୋକ ପ୍ରତିନିଧି ପରୋକ୍ଷରେ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?