କାର୍ଯ୍ୟକାରୀ ହେଉନି ମାଗଣା ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା

ପୁରୀ, ୨୦ା୨(ଅଜିତ୍‌ ମହାନ୍ତି):ଅନେକ ବାଦ ବିବାଦ ପରେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କ୍ରମେ ଅର୍ପଣ ରଥରେ ସଂଗୃହୀତ ହୋଇଥିବା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ସୁଆର ମହାସୁଆର ସେବକମାନେ ଉକ୍ତ ଚାଉଳରୁ କାନିକା ଓ ଖେଚୁଡ଼ି ପ୍ରସ୍ତୁତ କରି ଭକ୍ତଙ୍କୁ ବିତରଣ କରୁଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ମାଗଣାରେ ମହାପ୍ରସାଦ ପାଇ ଅତ୍ୟନ୍ତ ଖୁସି ହେଉଛନ୍ତି। ତେବେ ଅର୍ପଣ ଚାଉଳ ସରିଯିବା ପରେ ମାଗଣା ମହାପ୍ରସାଦ ବଣ୍ଟନ ବନ୍ଦ ହୋଇଯାଇପାରେ। ପୂର୍ବରୁ ବିଭିନ୍ନ ମଠରେ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ପ୍ରଦାନ କରାଯାଉଥିଲା। ଯାହା ବର୍ତ୍ତମାନ ବନ୍ଦ ହୋଇଯାଇଛି। ଫଳରେ ଭକ୍ତମାନେ ଅନେକ ସମୟରେ ଅର୍ଥାଭାବରୁ ମହାପ୍ରସାଦ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଭକ୍ତମାନେ ଯେପରି ମାଗଣାରେ ମହାପ୍ରସାଦ ପାଇପାରିବେ ସେଥିପାଇଁ ୨୦୧୮-୧୯ରେ ଶ୍ରୀମନ୍ଦିର ବଜେଟରେ ଦେଢ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ତେବେ ଶ୍ରୀମନ୍ଦିର ପ୍ରଶାସନ ଆନ୍ତରିକତା ଅଭାବରୁ ଏପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିପାରିନାହିଁ। ଫଳରେ ଭକ୍ତମାନେ ମାଗଣା ମହାପ୍ରସାଦ ପାଇପାରୁନାହାନ୍ତି। ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। କାହା ସ୍ବାର୍ଥରେ ଜାଣିଶୁଣି ଏହି ବ୍ୟବସ୍ଥାକୁ ଅଣଦେଖା କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ଆଗରୁ ଭକ୍ତଙ୍କ ହାତରେ କାଣିଚାଏ ମହାପ୍ରସାଦ ଦିଆଯାଉ ଥିବାବେଳେ ୨୦୧୯ରେ ଖଲିଦନାରେ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ତେଣୁ ଖଲିଦନା କିଣାଯାଇଥିଲା। ଭକ୍ତଙ୍କୁ ମାଗଣା ମହାପ୍ରସାଦ ଯୋଗାଇଦେବା ପାଇଁ କିଛିବର୍ଷ ତଳେ ବାଲେଶ୍ୱର ଜିଲାର ଜଣେ ଶିକ୍ଷାବିିତ ୨୦ ଲକ୍ଷ ଟଙ୍କା ଦାନ ଦେଇଥିଲେ। ଏହି ଅର୍ଥରାଶିକୁ ବ୍ୟାଙ୍କରେ ଡିପୋଜିଟ କରାଯାଇ ତା’ର ସୁଧ ଅର୍ଥରେ ମହାପ୍ରସାଦ ଦେବା ପାଇଁ ସେ ନିବେଦନ କରିଥିଲେ। ତେବେ ଅଦ୍ୟାବଧି ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଆନ୍ତରିକତା ଦେଖାଉନାହିଁ। ସେହିପରି କିଛି ବର୍ଷ ପୂର୍ବେ ଶ୍ରୀମନ୍ଦିରରେ ମାଗଣା ମହାପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ତରଫରୁ ଦୁଇଟି ବଡ଼ ଆଟିକାରେ ମହାପ୍ରସାଦ ବାଇଶି ପାହାଚ ନିକଟରେ ବଣ୍ଟନ କରାଯାଉଥିଲା। କିନ୍ତୁ ସମୟକ୍ରମେ ତାହା ବନ୍ଦ ହୋଇଯାଇଛି। ତାହାକୁ ପୁନର୍ବାର ଆରମ୍ଭ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏନେଇ ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ବିଭିନ୍ନ ଧର୍ମପୀଠ ଓ ମନ୍ଦିରରେ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟାଯାଉଛି। ଚାରିଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ହେଉଛି ମହାପ୍ରଭୁଙ୍କ ଭୋଜନ କ୍ଷେତ୍ର ଭାବେ ବିବେଚିତ। ପିଲାବେଳେ ଦେଖିବାକୁ ପାଇଥିଲି, ବିଭିନ୍ନ ମଠରେ ଭକ୍ତଙ୍କୁ ମହାପ୍ରସାଦ ବିତରଣ କରାଯାଉଥିଲା। ମାତ୍ର କିଛି ବର୍ଷ ଦେଖିବାକୁ ମିଳୁଛି ଯେ, ଭକ୍ତଙ୍କୁ ଆଉ ମହାପ୍ରସାଦ ବଣ୍ଟନ କରାଯାଉନାହିଁ। ତେବେ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବା ଉଚିତ। ଏ ନେଇ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହେବା ଆବଶ୍ୟକ ବୋଲି ମହାସୁଆର ମତ ଦେଇଛନ୍ତି। ସେହିପରି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ପୂର୍ବରୁ ଅନେକ ମଠରେ ଗରିବ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯାଉଥିଲା। ମାତ୍ର ତାହା ଏବେ ବନ୍ଦ ହୋଇଯାଇଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ସରକାର ଏଥିରେ ହସ୍ତକ୍ଷେପ କରି ପରମ୍ପରା ରକ୍ଷା କରିବା ଉଚିତ୍‌। ଏନେଇ ସେ ପ୍ରଶାସନ ସହ ଆଲୋଚନା କରିବେ ବୋଲି ଦାସ ମହାପାତ୍ର କହିଛନ୍ତି। ବର୍ଷ ସାରା ମାଗଣାରେ ମହାପ୍ରସାଦ ବଣ୍ଟନ କରାଗଲେ ଭକ୍ତମାନେ ଉପକୃତ ହୁଅନ୍ତେ ବୋଲି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବିହାରରୁ ଆସିଥିବା ଆଶୁତୋଷ କୁମାର ମତବ୍ୟକ୍ତ କରିଛନ୍ତି। ତେବେ ମାଗଣା ମହାପ୍ରସାଦ ବଣ୍ଟନ ନିଷ୍ପତ୍ତିି କେବେ କାର୍ଯ୍ୟକାରୀ ହେବ ତାହାକୁ ଭକ୍ତମାନେ ବ୍ୟଗ୍ରତାର ସହ ଚାହିଁବସିଛନ୍ତି। ଅନ୍ୟପକ୍ଷରେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?