କାର୍ଯ୍ୟକାରୀ ହେଉନି ମାଗଣା ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା

ପୁରୀ, ୨୦ା୨(ଅଜିତ୍‌ ମହାନ୍ତି):ଅନେକ ବାଦ ବିବାଦ ପରେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କ୍ରମେ ଅର୍ପଣ ରଥରେ ସଂଗୃହୀତ ହୋଇଥିବା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ସୁଆର ମହାସୁଆର ସେବକମାନେ ଉକ୍ତ ଚାଉଳରୁ କାନିକା ଓ ଖେଚୁଡ଼ି ପ୍ରସ୍ତୁତ କରି ଭକ୍ତଙ୍କୁ ବିତରଣ କରୁଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ମାଗଣାରେ ମହାପ୍ରସାଦ ପାଇ ଅତ୍ୟନ୍ତ ଖୁସି ହେଉଛନ୍ତି। ତେବେ ଅର୍ପଣ ଚାଉଳ ସରିଯିବା ପରେ ମାଗଣା ମହାପ୍ରସାଦ ବଣ୍ଟନ ବନ୍ଦ ହୋଇଯାଇପାରେ। ପୂର୍ବରୁ ବିଭିନ୍ନ ମଠରେ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ପ୍ରଦାନ କରାଯାଉଥିଲା। ଯାହା ବର୍ତ୍ତମାନ ବନ୍ଦ ହୋଇଯାଇଛି। ଫଳରେ ଭକ୍ତମାନେ ଅନେକ ସମୟରେ ଅର୍ଥାଭାବରୁ ମହାପ୍ରସାଦ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଭକ୍ତମାନେ ଯେପରି ମାଗଣାରେ ମହାପ୍ରସାଦ ପାଇପାରିବେ ସେଥିପାଇଁ ୨୦୧୮-୧୯ରେ ଶ୍ରୀମନ୍ଦିର ବଜେଟରେ ଦେଢ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ତେବେ ଶ୍ରୀମନ୍ଦିର ପ୍ରଶାସନ ଆନ୍ତରିକତା ଅଭାବରୁ ଏପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିପାରିନାହିଁ। ଫଳରେ ଭକ୍ତମାନେ ମାଗଣା ମହାପ୍ରସାଦ ପାଇପାରୁନାହାନ୍ତି। ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। କାହା ସ୍ବାର୍ଥରେ ଜାଣିଶୁଣି ଏହି ବ୍ୟବସ୍ଥାକୁ ଅଣଦେଖା କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ଆଗରୁ ଭକ୍ତଙ୍କ ହାତରେ କାଣିଚାଏ ମହାପ୍ରସାଦ ଦିଆଯାଉ ଥିବାବେଳେ ୨୦୧୯ରେ ଖଲିଦନାରେ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ତେଣୁ ଖଲିଦନା କିଣାଯାଇଥିଲା। ଭକ୍ତଙ୍କୁ ମାଗଣା ମହାପ୍ରସାଦ ଯୋଗାଇଦେବା ପାଇଁ କିଛିବର୍ଷ ତଳେ ବାଲେଶ୍ୱର ଜିଲାର ଜଣେ ଶିକ୍ଷାବିିତ ୨୦ ଲକ୍ଷ ଟଙ୍କା ଦାନ ଦେଇଥିଲେ। ଏହି ଅର୍ଥରାଶିକୁ ବ୍ୟାଙ୍କରେ ଡିପୋଜିଟ କରାଯାଇ ତା’ର ସୁଧ ଅର୍ଥରେ ମହାପ୍ରସାଦ ଦେବା ପାଇଁ ସେ ନିବେଦନ କରିଥିଲେ। ତେବେ ଅଦ୍ୟାବଧି ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଆନ୍ତରିକତା ଦେଖାଉନାହିଁ। ସେହିପରି କିଛି ବର୍ଷ ପୂର୍ବେ ଶ୍ରୀମନ୍ଦିରରେ ମାଗଣା ମହାପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ତରଫରୁ ଦୁଇଟି ବଡ଼ ଆଟିକାରେ ମହାପ୍ରସାଦ ବାଇଶି ପାହାଚ ନିକଟରେ ବଣ୍ଟନ କରାଯାଉଥିଲା। କିନ୍ତୁ ସମୟକ୍ରମେ ତାହା ବନ୍ଦ ହୋଇଯାଇଛି। ତାହାକୁ ପୁନର୍ବାର ଆରମ୍ଭ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏନେଇ ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ବିଭିନ୍ନ ଧର୍ମପୀଠ ଓ ମନ୍ଦିରରେ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟାଯାଉଛି। ଚାରିଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ହେଉଛି ମହାପ୍ରଭୁଙ୍କ ଭୋଜନ କ୍ଷେତ୍ର ଭାବେ ବିବେଚିତ। ପିଲାବେଳେ ଦେଖିବାକୁ ପାଇଥିଲି, ବିଭିନ୍ନ ମଠରେ ଭକ୍ତଙ୍କୁ ମହାପ୍ରସାଦ ବିତରଣ କରାଯାଉଥିଲା। ମାତ୍ର କିଛି ବର୍ଷ ଦେଖିବାକୁ ମିଳୁଛି ଯେ, ଭକ୍ତଙ୍କୁ ଆଉ ମହାପ୍ରସାଦ ବଣ୍ଟନ କରାଯାଉନାହିଁ। ତେବେ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବା ଉଚିତ। ଏ ନେଇ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହେବା ଆବଶ୍ୟକ ବୋଲି ମହାସୁଆର ମତ ଦେଇଛନ୍ତି। ସେହିପରି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ପୂର୍ବରୁ ଅନେକ ମଠରେ ଗରିବ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯାଉଥିଲା। ମାତ୍ର ତାହା ଏବେ ବନ୍ଦ ହୋଇଯାଇଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ସରକାର ଏଥିରେ ହସ୍ତକ୍ଷେପ କରି ପରମ୍ପରା ରକ୍ଷା କରିବା ଉଚିତ୍‌। ଏନେଇ ସେ ପ୍ରଶାସନ ସହ ଆଲୋଚନା କରିବେ ବୋଲି ଦାସ ମହାପାତ୍ର କହିଛନ୍ତି। ବର୍ଷ ସାରା ମାଗଣାରେ ମହାପ୍ରସାଦ ବଣ୍ଟନ କରାଗଲେ ଭକ୍ତମାନେ ଉପକୃତ ହୁଅନ୍ତେ ବୋଲି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବିହାରରୁ ଆସିଥିବା ଆଶୁତୋଷ କୁମାର ମତବ୍ୟକ୍ତ କରିଛନ୍ତି। ତେବେ ମାଗଣା ମହାପ୍ରସାଦ ବଣ୍ଟନ ନିଷ୍ପତ୍ତିି କେବେ କାର୍ଯ୍ୟକାରୀ ହେବ ତାହାକୁ ଭକ୍ତମାନେ ବ୍ୟଗ୍ରତାର ସହ ଚାହିଁବସିଛନ୍ତି। ଅନ୍ୟପକ୍ଷରେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ...

ପାଗରେ ବଡ଼ ପରିବର୍ତ୍ତନ: କୋରାପୁଟରେ ୨୧୬.୫ମିମି ବର୍ଷା ରେକର୍ଡ

କୋରାପୁଟ,୭।୫(ଅମିତାଭ ବେହେରା): କାଳବୈଶାଖୀ ପ୍ରଭାବରେ ପାଗରେ ବଡ଼ ପରିବର୍ତ୍ତନ ଘଟିଛି। ମଙ୍ଗଳବାର କୋରାପୁଟ ଜିଲାରେ ୨୧୬.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲାର ସେମିଳିଗୁଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri