ଗାଁକୁ ରାସ୍ତା ନାହିଁ ତ ନେତାଙ୍କୁୁ ଭୋଟ ନାହିଁ

ବାରିପଦା,୭ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଦେଶ ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଗଁାକୁ ଭଲ ରାସ୍ତା ନାହିଁ ା ମାଳ ମାଳ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ମୌଳିକ ସୁବିଧା ମିଳି ପାରୁନାହିଁ। ଜିଲାରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୩ ମନ୍ତ୍ରୀ ଥାଇ ମଧ୍ୟ ବର୍ଷ ବର୍ଷ ଧରି ମୁଠାଏ ମାଟି ପଡ଼ି ପାରିନାହିଁ। କେବଳ ଭାଷଣବାଜିରେ ନେତା କମ୍ପାଉଥିବା ବେଳେ ଗଁାକୁ ରାସ୍ତା ନାହିଁି ତ ଏଥର ନେତାଙ୍କୁ ଭୋଟ ନାହିଁ ବୋଲି ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡ଼ା ପଞ୍ଚାୟତର ହୀରାପୁର ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଗ୍ରାମର ମହିଳା ପୁରୁଷ ଏକଜୁଟ ହୋଇ ବୁଧବାର ଜିଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ରାସ୍ତା ନିର୍ମାଣ ନ ହେଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ଗ୍ରାମବାସୀ କହିଛନ୍ତି।
ଜିଲା ମୁଖ୍ୟାଳୟ ବାରିପଦା-ଉଦଳା ରାସ୍ତାର ଖୁଣ୍ଟା ବ୍ଲକ ସାନପଥରା ଛକଠାରୁ ଯାଇଥିବା କଚ୍ଚା ରାସ୍ତାଟି ବାହାନଡ଼ା ଓ କରକଚିଆ ପଞ୍ଚାୟତକୁ ସଂଯୋଗ କରୁଛି। ବାହାନଡ଼ା ପଞ୍ଚାୟତ ଅନ୍ତର୍ଗତ ୧୩ନଂ. ୱାର୍ଡରେ ହୀରାପୁର ଓ ୧୫ନଂ.ୱାର୍ଡରେ କାଦପଳସା ରାଜସ୍ବ ଗ୍ରାମ ରହିଛି। ପାଖାପାଖି ଶହେ ପରିବାରର ୫୦୦ରୁ ଊର୍ଦ୍ଧ୍ୱ ଲୋକ ଏଠାରେ ବସବାସ କରୁଥିବା ବେଳେ ସମସ୍ତେ ଚାଷ ଓ ଦିନ ମଜୁରିଆ ଭାବେ ଜୀବନଜୀବିକା ନିର୍ବାହ କରିଥାନ୍ତି। ପ୍ରତିଦିନ ଉକ୍ତ ରାସ୍ତାରେ ହଜାର ହଜାର ଲୋକ ଯିବାଆସିବା କରିଥାନ୍ତି ା ୪ କି.ମି. ଲମ୍ବ ବିଶିଷ୍ଟ ଏହି ରାସ୍ତା ଖାଲଖମାରେ ଭର୍ର୍ତ୍ତିି ହୋଇ ପୋଖରୀର ଭ୍ରମ ସୃଷ୍ଟି କରିଥାଏ। ସ୍କୁଲ ଓ କଲେଜ ଛାତ୍ରୀଛାତ୍ରମାନେ ପାଣିକାଦୁଅରେ ଯିବା ଆସିବା କରିଥାନ୍ତି। ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୫ କି.ମି. ଦୂର ହୋଇଥିବା ବେଳେ ଅଧିକାରୀମାନେ ଅଭିଯୋଗକୁ ଅଣଦେଖା କରୁଛନ୍ତି। ୫-ଟି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମରଣଯନ୍ତା ପାଲଟିଥିବା ଉକ୍ତ ରାସ୍ତାର ଉନ୍ନତୀକରଣ ପ୍ରତି ପ୍ରଶାସନ ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି ଗ୍ରାମର ଯଶୋମତୀ ମହାନ୍ତ, ଗୁରୁବାରୀ ମୁର୍ମୁ, ମଙ୍ଗୁଲି ହଁାସଦା ପ୍ରମୁଖ କହିଛନ୍ତି।
ପଞ୍ଚାୟତ ପକ୍ଷରୁ ୨ ବର୍ଷରେ ଥରେ ମୋରମ ପକାଯାଇ ଟଙ୍କା ହରିଲୁଟ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ପକ୍କା ରାସ୍ତାର ପରିକଳ୍ପନା କରାଯାଇପାରୁ ନାହିଁ। ସେହିପରି ଆମ୍ବୁଲାନ୍ସ, ଦମକଳ, ଓ ଜନନୀ ଏକ୍ସପ୍ରେସ ଚଳପ୍ରଚଳ କରିବାରେ ଅନେକ ଅସୁବିଧା ହେଉଛି। ୨ ବର୍ଷ ଧରି ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ବାରମ୍ବାର ଆବେଦନ କରିବା ପରେ ଜିଲାପାଳ କେବଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇ ଦାୟିତ୍ୱ ଶେଷ କରୁଛନ୍ତି ବୋଲି ସୁନାରାମ ହଁାସଦା, ଯଦୁନାଥ ହଁାସଦା ଏବଂ କାଳିଚରଣ ମାରାଣ୍ଡି ପ୍ରମୁଖ କହିଛନ୍ତି। ୨୦୨୨ ଡିସେମ୍ବର ୧୪ରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚିଠି କରାଯାଇଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଯାଉ ନାହିଁ। ବ୍ଲକ ପ୍ରଶାସନ କିମ୍ବା ଜନପ୍ରତିନିଧିମାନେ ଉକ୍ତ ରାସ୍ତା ପ୍ରତି ଧ୍ୟାନ ଦେଉ ନ ଥିବାରୁ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଲିଖିତ ଭାବେ ଜିଲାପାଳଙ୍କୁ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଅଭିଯୋଗ ପାଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିିନ୍ଦେ ବିଡିଓଙ୍କୁ ତଦନ୍ତ ନର୍ଦ୍ଦେଶ ଦେଇଥିବା ସୂଚନା ମିଳଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri