ଗାଁକୁ ରାସ୍ତା ନାହିଁ ତ ନେତାଙ୍କୁୁ ଭୋଟ ନାହିଁ

ବାରିପଦା,୭ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଦେଶ ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଗଁାକୁ ଭଲ ରାସ୍ତା ନାହିଁ ା ମାଳ ମାଳ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ମୌଳିକ ସୁବିଧା ମିଳି ପାରୁନାହିଁ। ଜିଲାରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୩ ମନ୍ତ୍ରୀ ଥାଇ ମଧ୍ୟ ବର୍ଷ ବର୍ଷ ଧରି ମୁଠାଏ ମାଟି ପଡ଼ି ପାରିନାହିଁ। କେବଳ ଭାଷଣବାଜିରେ ନେତା କମ୍ପାଉଥିବା ବେଳେ ଗଁାକୁ ରାସ୍ତା ନାହିଁି ତ ଏଥର ନେତାଙ୍କୁ ଭୋଟ ନାହିଁ ବୋଲି ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡ଼ା ପଞ୍ଚାୟତର ହୀରାପୁର ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଗ୍ରାମର ମହିଳା ପୁରୁଷ ଏକଜୁଟ ହୋଇ ବୁଧବାର ଜିଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ରାସ୍ତା ନିର୍ମାଣ ନ ହେଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ଗ୍ରାମବାସୀ କହିଛନ୍ତି।
ଜିଲା ମୁଖ୍ୟାଳୟ ବାରିପଦା-ଉଦଳା ରାସ୍ତାର ଖୁଣ୍ଟା ବ୍ଲକ ସାନପଥରା ଛକଠାରୁ ଯାଇଥିବା କଚ୍ଚା ରାସ୍ତାଟି ବାହାନଡ଼ା ଓ କରକଚିଆ ପଞ୍ଚାୟତକୁ ସଂଯୋଗ କରୁଛି। ବାହାନଡ଼ା ପଞ୍ଚାୟତ ଅନ୍ତର୍ଗତ ୧୩ନଂ. ୱାର୍ଡରେ ହୀରାପୁର ଓ ୧୫ନଂ.ୱାର୍ଡରେ କାଦପଳସା ରାଜସ୍ବ ଗ୍ରାମ ରହିଛି। ପାଖାପାଖି ଶହେ ପରିବାରର ୫୦୦ରୁ ଊର୍ଦ୍ଧ୍ୱ ଲୋକ ଏଠାରେ ବସବାସ କରୁଥିବା ବେଳେ ସମସ୍ତେ ଚାଷ ଓ ଦିନ ମଜୁରିଆ ଭାବେ ଜୀବନଜୀବିକା ନିର୍ବାହ କରିଥାନ୍ତି। ପ୍ରତିଦିନ ଉକ୍ତ ରାସ୍ତାରେ ହଜାର ହଜାର ଲୋକ ଯିବାଆସିବା କରିଥାନ୍ତି ା ୪ କି.ମି. ଲମ୍ବ ବିଶିଷ୍ଟ ଏହି ରାସ୍ତା ଖାଲଖମାରେ ଭର୍ର୍ତ୍ତିି ହୋଇ ପୋଖରୀର ଭ୍ରମ ସୃଷ୍ଟି କରିଥାଏ। ସ୍କୁଲ ଓ କଲେଜ ଛାତ୍ରୀଛାତ୍ରମାନେ ପାଣିକାଦୁଅରେ ଯିବା ଆସିବା କରିଥାନ୍ତି। ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୫ କି.ମି. ଦୂର ହୋଇଥିବା ବେଳେ ଅଧିକାରୀମାନେ ଅଭିଯୋଗକୁ ଅଣଦେଖା କରୁଛନ୍ତି। ୫-ଟି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମରଣଯନ୍ତା ପାଲଟିଥିବା ଉକ୍ତ ରାସ୍ତାର ଉନ୍ନତୀକରଣ ପ୍ରତି ପ୍ରଶାସନ ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି ଗ୍ରାମର ଯଶୋମତୀ ମହାନ୍ତ, ଗୁରୁବାରୀ ମୁର୍ମୁ, ମଙ୍ଗୁଲି ହଁାସଦା ପ୍ରମୁଖ କହିଛନ୍ତି।
ପଞ୍ଚାୟତ ପକ୍ଷରୁ ୨ ବର୍ଷରେ ଥରେ ମୋରମ ପକାଯାଇ ଟଙ୍କା ହରିଲୁଟ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ପକ୍କା ରାସ୍ତାର ପରିକଳ୍ପନା କରାଯାଇପାରୁ ନାହିଁ। ସେହିପରି ଆମ୍ବୁଲାନ୍ସ, ଦମକଳ, ଓ ଜନନୀ ଏକ୍ସପ୍ରେସ ଚଳପ୍ରଚଳ କରିବାରେ ଅନେକ ଅସୁବିଧା ହେଉଛି। ୨ ବର୍ଷ ଧରି ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ବାରମ୍ବାର ଆବେଦନ କରିବା ପରେ ଜିଲାପାଳ କେବଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇ ଦାୟିତ୍ୱ ଶେଷ କରୁଛନ୍ତି ବୋଲି ସୁନାରାମ ହଁାସଦା, ଯଦୁନାଥ ହଁାସଦା ଏବଂ କାଳିଚରଣ ମାରାଣ୍ଡି ପ୍ରମୁଖ କହିଛନ୍ତି। ୨୦୨୨ ଡିସେମ୍ବର ୧୪ରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚିଠି କରାଯାଇଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଯାଉ ନାହିଁ। ବ୍ଲକ ପ୍ରଶାସନ କିମ୍ବା ଜନପ୍ରତିନିଧିମାନେ ଉକ୍ତ ରାସ୍ତା ପ୍ରତି ଧ୍ୟାନ ଦେଉ ନ ଥିବାରୁ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଲିଖିତ ଭାବେ ଜିଲାପାଳଙ୍କୁ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଅଭିଯୋଗ ପାଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିିନ୍ଦେ ବିଡିଓଙ୍କୁ ତଦନ୍ତ ନର୍ଦ୍ଦେଶ ଦେଇଥିବା ସୂଚନା ମିଳଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?