ପଲିଥିନ ତଳେ ଚାଲିଛି ସମବାୟ ସମିତି

ଧାମନଗର, ୭ା୩(ସନ୍ତୋଷ କୁମାର ମହାପାତ୍ର)ଧାମନଗର ବ୍ଲକ ମୁସ୍ତଫାପୁର ମହାନ୍ତିସାହିରେ ଥିବା ଦୋବଲ ସେବା ସମବାୟ ସମିତିର କାର୍ଯ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଯେକୌଣସି ମୂହୂର୍ତ୍ତରେ ଘରର ଆଜବେଷ୍ଟସ ଛପର ଓ ଇଟାକାନ୍ଥ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ବର୍ଷା ପାଣି ପଡ଼ିବା କ୍ଷଣି କାମ ବନ୍ଦ କରି କର୍ମଚାରୀ କମ୍ପ୍ୟୁଟର, ରେଜିଷ୍ଟର ଆଦି କାଗଜପତ୍ର ଉପରେ ପଲିଥିନ ଢାଙ୍କି ଦେଇ ବାରଣ୍ଡାରେ ଛିଡ଼ା ହୁଅନ୍ତି। ଭଙ୍ଗା ଆଜବେଷ୍ଟସ ଉପରେ ପଲିଥିନ ଟଙ୍ଗା ଯାଇଥିବା ବେଳେ କାର୍ଯ୍ୟାଳୟ ଭିତରେ ଅସୁରକ୍ଷିତ ଭାବେ କର୍ମଚାରୀମାନେ କାମ କରୁଛନ୍ତି।
୧୯୬୪ରେ ପ୍ରତିଷ୍ଠିତ ଏହି ସେବା ସମବାୟ ସମିତିର କାର୍ଯ୍ୟାଳୟ ପ୍ରାୟ ୪୦ବର୍ଷ ତଳେ ଦୋବଲ ମହାନ୍ତିସାହି ପାଖରେ ଇଟା ସିମେଣ୍ଟର କାନ୍ଥ ଉପରେ ଆଜବେଷ୍ଟସ ପଡ଼ି ଗୃହ ନିର୍ମିତ ହୋଇଥିଲା। ପରେ ଅଧିକାରୀଙ୍କ ଅବହେଳା ଯୋଗୁ ଘର ମରାମତି ହୋଇନାହିଁ କି ଆଜବେଷ୍ଟସ ବଦଳାଯାଇ ନାହିଁ। ଦୀର୍ଘବର୍ଷ ଏମିତି ଅବସ୍ଥାରେ ରହିବା ପରେ ଛପରରୁ ଆଜବେଷ୍ଟସ ଭାଙ୍ଗି ଗଳି ପଡ଼ିଲାଣି। ଅନେକ ଜାଗାରେ ବଡ଼ ବଡ଼ ଫାଟ ହୋଇଛି। ଦୋବଲ ସେବା ସମବାୟ ସମିତି ଅଧୀନରେ ମୁସ୍ତଫାପୁର, ଦୋବଲ, ଖଡ଼ିପଦା, ଆନନ୍ଦପୁର ଓ ସୋହଡ଼ା ପଞ୍ଚାୟତର କେତୋଟି ଗଁାର ୪ ହଜାର ଚାଷୀ ଅନୁବନ୍ଧିତ ଅଛନ୍ତି। ପ୍ରତିବର୍ଷ ଚାଷୀଙ୍କ ଅନୁଦାନ, ସରକାରୀ ଅନୁଦାନ ଓ କାର୍ଯ୍ୟାଳୟ ଖର୍ଚ୍ଚ ବାବଦରେ ଆସୁଥିବା ଟଙ୍କାକୁ ମିଶାଇ ପ୍ରାୟ ୨୦ ଲକ୍ଷ ଟଙ୍କା ଏବେ ସୋସାଇଟିର ନିଜ ଫଣ୍ଡରେ ରହିଛି। ଏହି ଟଙ୍କାରେ ଘର କରିବା ଲାଗି ୟୁନାନୀ ମେଡିକାଲ ପାଖରେ ଜାଗା ମଧ୍ୟ ଠିକ୍‌ ହୋଇଥିଲା। ହେଲେ ସୋସାଇଟିର ସମ୍ପାଦକଙ୍କ ଖାମଖିଆଲି ମନୋଭାବ ଯୋଗୁ ଗୃହ ତିଆରି ହୋଇପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି। ଅଫିସ ଗୃହ ଲାଗି ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ଚାଷୀମାନେ କହିଛନ୍ତି। ସ୍ଥାୟୀ ଗୋଦାମ ନ ଥିବାରୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିହନ, ସାର, କୀଟନାଶକ ଦ୍ରବ୍ୟ ସବୁ ଭଡ଼ା ଘରେ ରଖାଯାଉଛି। ଏ ସମ୍ପର୍କରେ ସମିତି ପରିଚାଳନା ପରିଷଦର ସଭାପତି ବଟକୃଷ୍ଣ ନାୟକ କହିଛନ୍ତି, ସେ ନିର୍ବାଚିତ ହେବାର ୫ ମାସ ଭିତରେ ସଭା ଡାକି ନୂତନ ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ୨୪ ଡିସିମିଲ ନୂତନ ଜାଗାରେ ଦୁଇ ମହଲା ବିଶିଷ୍ଟ କୋଠାଘର ନିର୍ମାଣ ଲାଗି ବିଭାଗୀୟ ଯନ୍ତ୍ରୀଙ୍କ ମାଧ୍ୟମରେ ୫୦ ଲକ୍ଷ ଟଙ୍କାର ଅଟ୍ଟକଳ କରାଯାଇଥିଲା। କିନ୍ତୁ ସମ୍ପାଦକ କାଗଜ ପତ୍ରରେ ସହଯୋଗ ନ କରିବାରୁ ପ୍ରସ୍ତାବିତ ଜାଗା ଠିକ୍‌ ହୋଇପାରିଲା ନାହିଁ। ଅନେକ ଥର ପାଟିତୁଣ୍ଡ କରିବା ପରେ ସମିତିର ନିଜସ୍ବ ନାମରେ ୮ ଡିସିମିଲ ଜାଗାର କାଗଜପତ୍ରକୁ ଦେବା ପରେ ଜିଲାପାଳ, ଏଆର୍‌ସିଏସ୍‌ ଏବଂ ବାଲେଶ୍ୱର ଡିଆର୍‌ସିଏସ୍‌ଙ୍କୁ ପଠାଯାଇଛି। ଅନୁମୋଦନ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ଏନେଇ ସମ୍ପାଦକ ବିଦ୍ୟାଧର ପଣ୍ଡାଙ୍କୁ ପଚାରିବାରୁ ୪ ମାସ ପୂର୍ବରୁ ସେ କାଗଜପତ୍ର ଦେଇସାରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁମ୍ମା ଘାଟିରେ ଓଲଟିଲା ଟ୍ରଲର: ରାୟଗଡ଼ା-କୋରାପୁଟ ରାସ୍ତା ଜାମ

ରାୟଗଡ଼ା, ୭/୧୦(ସଂକେତ ପାତ୍ର/ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ା-କୋରାପୁଟ ମୁଖ୍ୟ ରାସ୍ତାରେ ଯାତାୟାତ ଜାମ ହୋଇଛି। ସ୍ଥାନୀୟ ଲୋକଙ୍କ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…

ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି…

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?