ପଲିଥିନ ତଳେ ଚାଲିଛି ସମବାୟ ସମିତି

ଧାମନଗର, ୭ା୩(ସନ୍ତୋଷ କୁମାର ମହାପାତ୍ର)ଧାମନଗର ବ୍ଲକ ମୁସ୍ତଫାପୁର ମହାନ୍ତିସାହିରେ ଥିବା ଦୋବଲ ସେବା ସମବାୟ ସମିତିର କାର୍ଯ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଯେକୌଣସି ମୂହୂର୍ତ୍ତରେ ଘରର ଆଜବେଷ୍ଟସ ଛପର ଓ ଇଟାକାନ୍ଥ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ବର୍ଷା ପାଣି ପଡ଼ିବା କ୍ଷଣି କାମ ବନ୍ଦ କରି କର୍ମଚାରୀ କମ୍ପ୍ୟୁଟର, ରେଜିଷ୍ଟର ଆଦି କାଗଜପତ୍ର ଉପରେ ପଲିଥିନ ଢାଙ୍କି ଦେଇ ବାରଣ୍ଡାରେ ଛିଡ଼ା ହୁଅନ୍ତି। ଭଙ୍ଗା ଆଜବେଷ୍ଟସ ଉପରେ ପଲିଥିନ ଟଙ୍ଗା ଯାଇଥିବା ବେଳେ କାର୍ଯ୍ୟାଳୟ ଭିତରେ ଅସୁରକ୍ଷିତ ଭାବେ କର୍ମଚାରୀମାନେ କାମ କରୁଛନ୍ତି।
୧୯୬୪ରେ ପ୍ରତିଷ୍ଠିତ ଏହି ସେବା ସମବାୟ ସମିତିର କାର୍ଯ୍ୟାଳୟ ପ୍ରାୟ ୪୦ବର୍ଷ ତଳେ ଦୋବଲ ମହାନ୍ତିସାହି ପାଖରେ ଇଟା ସିମେଣ୍ଟର କାନ୍ଥ ଉପରେ ଆଜବେଷ୍ଟସ ପଡ଼ି ଗୃହ ନିର୍ମିତ ହୋଇଥିଲା। ପରେ ଅଧିକାରୀଙ୍କ ଅବହେଳା ଯୋଗୁ ଘର ମରାମତି ହୋଇନାହିଁ କି ଆଜବେଷ୍ଟସ ବଦଳାଯାଇ ନାହିଁ। ଦୀର୍ଘବର୍ଷ ଏମିତି ଅବସ୍ଥାରେ ରହିବା ପରେ ଛପରରୁ ଆଜବେଷ୍ଟସ ଭାଙ୍ଗି ଗଳି ପଡ଼ିଲାଣି। ଅନେକ ଜାଗାରେ ବଡ଼ ବଡ଼ ଫାଟ ହୋଇଛି। ଦୋବଲ ସେବା ସମବାୟ ସମିତି ଅଧୀନରେ ମୁସ୍ତଫାପୁର, ଦୋବଲ, ଖଡ଼ିପଦା, ଆନନ୍ଦପୁର ଓ ସୋହଡ଼ା ପଞ୍ଚାୟତର କେତୋଟି ଗଁାର ୪ ହଜାର ଚାଷୀ ଅନୁବନ୍ଧିତ ଅଛନ୍ତି। ପ୍ରତିବର୍ଷ ଚାଷୀଙ୍କ ଅନୁଦାନ, ସରକାରୀ ଅନୁଦାନ ଓ କାର୍ଯ୍ୟାଳୟ ଖର୍ଚ୍ଚ ବାବଦରେ ଆସୁଥିବା ଟଙ୍କାକୁ ମିଶାଇ ପ୍ରାୟ ୨୦ ଲକ୍ଷ ଟଙ୍କା ଏବେ ସୋସାଇଟିର ନିଜ ଫଣ୍ଡରେ ରହିଛି। ଏହି ଟଙ୍କାରେ ଘର କରିବା ଲାଗି ୟୁନାନୀ ମେଡିକାଲ ପାଖରେ ଜାଗା ମଧ୍ୟ ଠିକ୍‌ ହୋଇଥିଲା। ହେଲେ ସୋସାଇଟିର ସମ୍ପାଦକଙ୍କ ଖାମଖିଆଲି ମନୋଭାବ ଯୋଗୁ ଗୃହ ତିଆରି ହୋଇପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି। ଅଫିସ ଗୃହ ଲାଗି ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ଚାଷୀମାନେ କହିଛନ୍ତି। ସ୍ଥାୟୀ ଗୋଦାମ ନ ଥିବାରୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିହନ, ସାର, କୀଟନାଶକ ଦ୍ରବ୍ୟ ସବୁ ଭଡ଼ା ଘରେ ରଖାଯାଉଛି। ଏ ସମ୍ପର୍କରେ ସମିତି ପରିଚାଳନା ପରିଷଦର ସଭାପତି ବଟକୃଷ୍ଣ ନାୟକ କହିଛନ୍ତି, ସେ ନିର୍ବାଚିତ ହେବାର ୫ ମାସ ଭିତରେ ସଭା ଡାକି ନୂତନ ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ୨୪ ଡିସିମିଲ ନୂତନ ଜାଗାରେ ଦୁଇ ମହଲା ବିଶିଷ୍ଟ କୋଠାଘର ନିର୍ମାଣ ଲାଗି ବିଭାଗୀୟ ଯନ୍ତ୍ରୀଙ୍କ ମାଧ୍ୟମରେ ୫୦ ଲକ୍ଷ ଟଙ୍କାର ଅଟ୍ଟକଳ କରାଯାଇଥିଲା। କିନ୍ତୁ ସମ୍ପାଦକ କାଗଜ ପତ୍ରରେ ସହଯୋଗ ନ କରିବାରୁ ପ୍ରସ୍ତାବିତ ଜାଗା ଠିକ୍‌ ହୋଇପାରିଲା ନାହିଁ। ଅନେକ ଥର ପାଟିତୁଣ୍ଡ କରିବା ପରେ ସମିତିର ନିଜସ୍ବ ନାମରେ ୮ ଡିସିମିଲ ଜାଗାର କାଗଜପତ୍ରକୁ ଦେବା ପରେ ଜିଲାପାଳ, ଏଆର୍‌ସିଏସ୍‌ ଏବଂ ବାଲେଶ୍ୱର ଡିଆର୍‌ସିଏସ୍‌ଙ୍କୁ ପଠାଯାଇଛି। ଅନୁମୋଦନ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ଏନେଇ ସମ୍ପାଦକ ବିଦ୍ୟାଧର ପଣ୍ଡାଙ୍କୁ ପଚାରିବାରୁ ୪ ମାସ ପୂର୍ବରୁ ସେ କାଗଜପତ୍ର ଦେଇସାରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri