ମାଛ ଧରୁଥିବା ବେଳେ ସାଥୀଙ୍କ ଆଗରେ ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ
ବାସୁଦେବପୁର, ୭।୧ (ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ନୂଆଗାଁ ପଞ୍ଚାୟତ ଉହାଡ଼ ଗ୍ରାମର ମତ୍ସ୍ୟଜୀବୀ ରବୀନ୍ଦ୍ର କୁମାର ମଳିକ(୬୦) ମାଛ ଧରିବାକୁ ଯାଇଥିବା ବେଳେ ବୋଟ୍ରୁ ଖସି ପଡ଼ିବାରୁ ସମୁଦ୍ରରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି।…
୨ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ
ବାସୁଦେବପୁର,୭।୧(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର- ଜାମୁଝାଡ଼ି ରାସ୍ତାର ମଖଲପୁର ଛକଠାରେ ୨ ବାଇକ୍ ମୁହଁାମୁହିଁ ଧକ୍କା ହୋଇଛି। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ବାଇକ୍ ଚାଳକ ଗୁରୁତର ହୋଇ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।…
ମାଲକାନଗିରି ବିମାନବନ୍ଦରରେ ଟ୍ରାଏଲ ରନ୍, ଅବତରଣ କଲା VT-100 ବିମାନ
ମାଲକାନଗିରି,୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରିରେ ଖୁବ୍ଶୀଘ୍ର କାର୍ଯ୍ୟମକ୍ଷ ହେବାକୁ ଯାଉଛି ରାଜ୍ୟର ଆଉ ଏକ ବିମାନବନ୍ଦର। ଏହି ପରିପ୍ରେକ୍ଷୀରେ ମାଲକାନଗିରି ବିମାନବନ୍ଦରରେ ରବିବାର ଟ୍ରାଏଲ ରନ୍ ହୋଇଛି। ସଫଳତାର ସହିତ VT-100 ବିମାନ ଅବତରଣ କରିଛି। ଆଜି ପରୀକ୍ଷାମୂଳକ ଭାବେ VT-100 ବିମାନ…
ଟ୍ରେନ୍ ଅଟକାଇ ଲୋକଙ୍କ ସମସ୍ୟା ଶୁଣିଲେ ରେଳମନ୍ତ୍ରୀ
ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ଟ୍ରାକ୍ ଉପରେ ଗଡୁଥିଲା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଟ୍ରେନ୍। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ବିନା ଷ୍ଟେଶନରେ ଲୋକଙ୍କୁ ଦେଖି ହଠାତ୍ ଅଟକି ଯାଇଥିଲା ମନ୍ତ୍ରୀଙ୍କ ଟ୍ରେନ୍। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ…
ବୌଦ୍ଧରୁ ଆସିଥିବା ଦନ୍ତାା କପିଳାସ ପ୍ରାଣୀ ଉଦ୍ୟାନରେ ବୁଜିଲା ଆଖି
ଢେଙ୍କାନାଳ,୭।୧: ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ଶନିବାର ସକାଳେ ଏକ ହାଇୱା ଯୋଗେ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲା। ଉକ୍ତ ହାତୀଟିର ରବିବାର ମୃତ୍ୟୁ ଘଟିଛି। ହାତୀଟିର ବୟସ ୩୦…
ଶ୍ୱଶୁର ଘର ଆଗରେ ବୋହୂଙ୍କ ଧାରଣା
ନୂଆଗାଁ,୭।୧(ଧନେଶ୍ୱର ସାହୁ): ପ୍ରେମ ବିବାହ ଓ ପରେ ପ୍ରତାରଣା । ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ଶୁକ୍ରବାର ସନ୍ଧ୍ୟା ସମୟରୁ ଧାରଣାରେ ବସିଛନ୍ତି ବୋହୂ। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଓଡ଼ଗାଁ ଥାନା ବାହାଡାଝୋଲା…
୧୭ ବର୍ଷରୁ କମ୍ ଓଡ଼ିଶା କବାଡ଼ି ଦଳରେ ସବ୍ୟସାଚୀ
ରସୁଲପୁର,୭।୧(ରଂଜିତ ରାଉତ): ୧୭ବର୍ଷରୁ କମ୍ ବର୍ଗର ଓଡ଼ିଶା କବାଡି ଦଳରେ ଯାଜପୁର ଜିଲାରୁ ସବ୍ୟସାଚ୍ଚୀ ମହାନ୍ତି ଏକମାତ୍ର ଖେଳାଳି ଭାବରେ ଭାଗ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ରାଜ୍ୟରୁ ଚୟନ ହୋଇଥିବା ୧୨ଜଣିଆ ଖେଳାଳିଙ୍କ ସହ ତେଲଙ୍ଗାନ ରାଜ୍ୟଗସ୍ତରେ ଅଛନ୍ତି।…
‘ବାଲେଶ୍ୱରକୁ ମୁଖ୍ୟମନ୍ତ୍ରୀ ଭଲ ପାଆନ୍ତି’
ବାଲେଶ୍ୱର,୭।୧(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଭଲ ପାଆନ୍ତି। ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଦେଇଥିବା ପ୍ରତିଶ୍ରୁତି ରଖିଛନ୍ତି। ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଗତ ୨୦୨୩ ଜୁନ୍ ୨୨…
କନ୍ଧମାଳ ଜିଲ୍ଲାର ଫୁଲବାଣୀକୁ ରେଳ ମାନଚିତ୍ରରେ ସଂଯୋଗ କରାଯିବ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଦଶପଲ୍ଲା ,୬ା୧: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଦଶପଲ୍ଲା ରେଳଷ୍ଟେସନ୍ ଠାରେ ୪ଟି ଟ୍ରେନ୍ର ସମ୍ପ୍ରସାରଣର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ୍, ଭୁବନେଶ୍ୱର – ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ,ପୁରୀ-ନୂଆଗାଁ ରୋଡ଼ ପାସେଞ୍ଜର…
ସମ୍ବଲପୁରରେ ଏନ୍କାଉଣ୍ଟର, ଜଣେ ଆହତ
ସମ୍ବଲପୁର,୬ା୧: ସମ୍ବଲପୁରରେ ପୋଲିସ ଏନ୍କାଉଣ୍ଟରେ ଶନିବାର ଜଣେ ଆହତ ହୋଇଥିବା ଜଣାପଡ଼ିଛି। ସହରର କେନ୍ଘାଟି ଆଇସ୍ ଫ୍ୟାକ୍ଟ୍ରି ନିକଟରେ ଏହି ଏନ୍କାଉଣ୍ଟର ହୋଇଛି। ଏକ ଡକାୟତି ଘଟଣାରେ ଚଢ଼ାଉ ବେଳେ ଏନ୍କାଉଣ୍ଟର ହୋଇଛି। ଦୁର୍ବୃତ୍ତମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ।…
ବିଦ୍ୟୁତ୍ଖୁଣ୍ଟକୁ ଧକ୍କାଦେଲା କାର୍, ଚାଳକ ମୃତ
ଘସିପୁରା,୬ା୧(ନିରଞ୍ଜନ ସାହୁ): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ଭଗାନଇ ଛକ ନିକଟରେ ଶନିବାର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ଚାଳକ ଘସିପୁରା ବ୍ଲକ ଖଡ଼ିକାଶୁଳବାହାଳିର ରାଜକିଶୋର ରାଉତ। ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହିତ…
ଘାଟିରୁ ଖସିଲା ମୋଟରସାଇକେଲ, ଖେଳ ଶିକ୍ଷକଙ୍କ ଜୀବନ ଗଲା
ବାଲିଗୁଡ଼ା,୬ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ ପତଡ଼ ଘାଟିରେ ଏକ ମୋଟରସାଇକେଲ ଖସିପଡ଼ିବାରୁ ଜଣକଙ୍କର ଜୀବନ ଯାଇଛି। ମୃତକ ଲୁବେନଗଡ଼ ସରକାରୀ ବିଦ୍ୟାଳୟର ଖେଳ ଶିକ୍ଷକ ବିଭୂତି ପ୍ରଧାନ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଶିକ୍ଷକ ଜଣକ…

