ଲଡୁବାବାଙ୍କ ପୀଠରେ ଆବର୍ଜନା

ନୟାଗଡ,୧୦।୩(ଲୋକନାଥ ମିଶ୍ର)ଓଡିଶାର ପ୍ରସିଦ୍ଧ ଶୈବପୀଠ ଶରଣକୁଳସ୍ଥ ଲଡୁବାବାଙ୍କ ପୀଠ ଓ ଆଖପାଖ ଅଞ୍ଚଳ ମହା ଶିବରାତ୍ରି ପରଦିନ ଆବର୍ଜନାମୟ ହୋଇ ରହିଛି। ଆବର୍ଜନା ଦୁର୍ଗନ୍ଧରେ ନାକ ଫାଟି ପଡୁଛି। କେତେଜଣ ସ୍ବେଚ୍ଛାସେବୀ ଅବାର୍ଜନକୁ ଶନିବାର ସଫେଇ କରି ବାହାବା ନେଲେ। ଲୋକ ଦେଖାଣିଆ ସଫେଇ କରି ଅଳିଆ ଜମା କରି ଚାଲିଯିବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଅନ୍ୟପକ୍ଷେ ମନ୍ଦିର ପ୍ରଶାସନ ମଧ୍ୟ କିଛି ପଦକ୍ଷେପ ନେଇନାହିଁ। ଶଣଣକୁଳ ଲଡୁବାବା ମନ୍ଦିର ନିକଟସ୍ଥ ଶୌଚାଳୟ, ତଳବଜାର, ସୁଆରସାହି କନ୍ଦି, ଲଡୁବାବାଙ୍କ ପଛ ପାଖ ଓଁମ ଶାନ୍ତି ରାସ୍ତା, ମନ୍ଦିର ପୁଷ୍କରିଣୀ ହୁଡା, ମନ୍ଦିର ପ୍ରାଚୀର, ମନ୍ଦିର ସମ୍ମୁଖ, ଶରଣକୁଳ ଥାନା ପ୍ରାଚୀର ପାଖ, ନୂଆ ମାର୍କେଟ ଭିତରେ, ଫଳ ଦୋକାନ ଆଗରେ ଅଳିଆ ଜମା ହୋଇ ରହିଛି। ସ୍ବେଚ୍ଛାସେବୀମାନେ ସଫେଇ କରିଥିବା କିଛି ଅଞ୍ଚଳରେ ଆବାର୍ଜନାକୁ ଓଳେଇ ଜମା କରି ରଖାଯାଇଛି। ପ୍ରାୟ ୧୦୦ ଗଦା ଆବର୍ଜନା ଗଦା ହୋଇ ରହିଥିବାବେଳେ ସେଗୁଡିକ ପୁଣି ଗାଈ, କୁକୁର ଓ ଲୋକଙ୍କ ଯିବା ଆସିବାରେ ସବୁଆଡେ ବିଛେଇ ହୋଇ ଗନ୍ଧ ବାହାରିଲାଣି। ଲଡୁବାବାଙ୍କ ମହା ଶିବରାତ୍ରୀ ପର୍ବରେ ଲଡୁବାବାଙ୍କ ଦର୍ଶନ, ମହାଦୀପ ଦର୍ଶନ, ଦୀପ ଜାଳିବା, ଜାଗର ଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମେ। ହେଲେ ଏହାର ପରେ ଅବାର୍ଜନାକୁ ସଫେଇ କରା ନ ଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ୧୫ଦିନ ଧରି ଜାଗର ଯାତ୍ରା ଚାଲୁ ରହିଥିବାରୁ ଲୋକମାନେ ଦୁର୍ଗନ୍ଧକୁ ଦେଖି ଆସିବାକୁ ମୁହଁ ମୋଡିଲେଣି ବୋଲି ଅଭିଯୋଗ ଉଠିଛି। ସେବାୟତ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର କୁହନ୍ତି, ମହାଶିବରାତ୍ରୀରେ ଆବର୍ଜନା ପଡି ରହିଛି। ଶନିବାର କେତେଜର ସାମାଜିକ କର୍ମୀ ସଫେଇ କରି ଅଳିଆ ଗଦା କରି ଚାଲିଗଲେ। ହେଲେ ଅଳିଆ ନ ଉଠିବାରୁ ଦୁର୍ଗନ୍ଧ ବଢ଼ୁଛି। ଏହାର ତୁରନ୍ତ ପ୍ରତିକାର କରାଯାଉ।
ଦୋଳ ମଣ୍ଡପରେ ସେଲଫି ପଏଣ୍ଟକୁ ବିରୋଧ
ଲଡୁବାବା ମନ୍ଦିର ନିକଟସ୍ଥ ଦୋଳ ମଣ୍ଡପରେ ସେଲଫି ପଏଣ୍ଟକୁ ବିରୋଧ କରାଯାଇଥିଲା। ସେଲଫି ନେବା ପାଇଁ ଦୋଳ ମଣ୍ଡପରେ ଭିଡ ଜମିଥିଲା। ହେଲେ ଦୋଳ ମଣ୍ଡପକୁ ଚପଲ ପିନ୍ଧି ଯିବା ପରେ ପ୍ରତିବାଦ ଓ ଚାପା ଉତ୍ତେଜନା ଦେଖା ଦେଇଥିଲା। କିଛି ସମୟ ଚପଲ କାଢ଼ି କେତେଜଣ ଲୋକ ସେଲଫି ନେଇଥିଲେ। ଧୀରେ ଧୀରେ ଗହଳି କମିଗଲା। ପରେ ରାତିରେ ଏଠାରେ ବସି ଦୀପ ପ୍ରଜ୍ୱଳନ କରାଗଲା।
ଚିନ୍ତା ବଢାଇ ଦେଲା ଚୋରି
ମହା ଶିବରାତ୍ରୀ ପାଇଁ ଜଣେ ଡିଏସପି, ୩ ଇନ୍ସପେକ୍ଟର, ୯ ସବଇନ୍ସପେକ୍ଟର, ୨୧ ଏସ୍‌ଆଇ, ହାବିଲଦାର ୨, କନେଷ୍ଟବଳ ୪୩, ହୋମଗାର୍ଡ ୭୩, ଦେଢ଼ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ହେଁ ଚୋରି ବଢ଼ିଥିଲା। ୧୧ଜଣ ଶିଶୁଙ୍କ ବେକରୁ ଲକେଟ ଚୋରି ହୋଇଛି। ସେହିଭଳି ୭ଜଣ ମହିଳାଙ୍କ ବେକରୁ ସୁନା ଚେନ ଓ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ଉଠିଛି। ଶୁକ୍ରବାର ରାତିରେ ଭିଡ ଜମିଥିବାବେଳେ ଚୋରି ବଢ଼ିବା ଦେଖି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?