ସ୍ବାମୀଙ୍କ ଅତ୍ୟାଚାର ସହି ନ ପାରି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ

କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ବାମୀର ଅତ୍ୟାଚାରରେ ଗୀତାରାଣୀ ଅତିଷ୍ଠ। ଅତ୍ୟାଚାରୀ ସ୍ବାମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗୀତାରାଣୀ ତାଙ୍କର ଦୁଇଟି କୋମଳମତି ଛୁଆଙ୍କ ଭରଣପୋଷଣ ସହିତ ସାହାଯ୍ୟ ସହଯୋଗ କରିବାକୁ ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣିରେ ତାଙ୍କର କରୁଣ କାହାଣୀ କହିଥିଲେ।

ପ୍ରକାଶ ଯେ, କେନ୍ଦୁଝର ମ୍ୟୁନିସିପାଲିଟି ଅନ୍ତର୍ଗତ ୨୧ ନମ୍ବର ଓ୍ବାର୍ଡ ବ୍ରାହ୍ମଣି ଗାଁରେ ଗୀତାରାଣୀ (୩୨) ବସବାସ କରି ଆସୁଛି। ୨୦୧୭ରେ ସେ ଗ୍ରାମର ଜଣଙ୍କୁ ଭଲ ପାଇ କୋର୍ଟରେ ବିବାହ କରିଥିଲେ। ଶ୍ୱଶୁର ଶାଶୁଙ୍କ ବିରୋଧ ଯୋଗୁ ସେ ନିଜ ବାପଘରେ ରହିଥିଲେ। ଗୀତାରାଣୀଙ୍କ ବାପାଙ୍କ ଜମିବାଡ଼ି ତାଙ୍କ ସ୍ବାମୀଙ୍କ ଘର ଲୋକ ଚାଷ କରି ଆସୁଥିଲେ। କିଛି ବର୍ଷ ହସଖୁସିର ଜୀବନ ବିତିବା ପରେ ତାଙ୍କର ଦୁଇଟି ଝିଅ ଜନ୍ମ ହୋଇଥିଲେ। ଯାହାଙ୍କ ଏବେ ୪ ଓ ୬ ବର୍ଷର ହେବ। ସେବେଠୁ ତାଙ୍କ ଉପରକୁ ଅତ୍ୟାଚାର ଆରମ୍ଭ କରିଦେଇଥିବା ଅଭିଯୋଗ କରିଛନ୍ତ। ବାପଘର ଜମିବାଡ଼ିକୁ ବିକ୍ରି କରି ଏକ ଗାଡି ଆଣିବାକୁ ମଧ୍ୟ ସମସ୍ତେ ପ୍ରବଳ ଚାପ ପକାଇଛନ୍ତି। ପ୍ରତିଦିନ ତାଙ୍କ ସ୍ବାମୀ ସନ୍ଧ୍ୟାରେ ଆସି ମାର୍‌ପିଟ କରିବା ସହିତ ଜୀବନରୁ ମାରିଦେବା ପାଇଁ ମଧ୍ୟ ଯୋଜନା କରିଥିବା କଥା ଗୀତାରାଣୀ କହିଛନ୍ତି। ଶଶୁର ଓ ଶାଶୁଙ୍କ କଥାରେ ପଡ଼ି ତାଙ୍କ ସ୍ବାମୀ ଦିତୀୟ ବିବାହ କରିଥିବା କହିଛନ୍ତି। ସେମାନେ ସମସ୍ତେ ମିଶି ତାଙ୍କୁ ହଇରାଣ ହରକତ କରିବା ସହିତ ବିଭିନ୍ନ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଗୀତାରାଣୀଙ୍କ ପରିବାର ସେହି ଗ୍ରାମର ହୋଇଥିବା ବେଳେ ଗରିବ ଆଦିବାସୀ ଶ୍ରେଣୀର ଅଟନ୍ତି। ମା’ ମୃତ୍ୟୁବରଣ କରିଥିବା ବେଳେ ବାପା ଯାଦବ ନାଏକ ମାନସିକ ରୋଗ ରେ ପୀଡ଼ିତ। ଏଭଳି ଅସ୍ଥାରେ ବାପାଙ୍କ ସହିତ ଛୋଟ ଛୋଟ ଦୁଇଟି ଛୁଆଙ୍କୁ ନେଇ ଗାଁ ସାହିରୁ ମାଗି ଯାଚି ଓଳିଏ ଖାଇ ଓଳିଏ ଉପବାସରେ ରହି ବହୁ କଷ୍ଟରେ ସମସ୍ତଙ୍କୁ ନେଇ ଜୀବନ ଅତିବାହିତ କରୁଥିବା ସେ କାନ୍ଦି କାନ୍ଦି କହିଛନ୍ତି। ସେ ନ୍ୟାୟ ପାଇବା ଆଶାରେ ଟାଉନ ଥାନା ଦ୍ବାରସ୍ଥ ହୋଇଥିଲେ ମଧ୍ୟ କେହି ଶୁଣି ନ ଥିବା ଅଭିଯୋଗ କରିଛନ୍ତି। ଜିଲାପାଳ ସମସ୍ତ ଘଟଣା ଶୁଣି ତୁରନ୍ତ ଏସ୍‌ପିଙ୍କୁ ବିଚାର କରି ନ୍ୟାୟ ପ୍ରଦାନ କରିବାକୁ କହିଛନ୍ତି। ସେ ଅତି ଗରିବ ଆଦିବାସୀ ଶ୍ରେଣୀର ଅସହାୟ ମହିଳା ହୋଇଥିବାରୁ ପାଗଳ ବାପା ଓ ଛୋଟ ଛୋଟ ଦୁଇଟି ଛୁଆକୁ ନେଇ କିପରି ପ୍ରତିପାଳିତ କରିବ ମାନସିକ ଓ ଶାରୀରିକ ଭାବେ ଅକ୍ଷମ ଥିବା କଥା କହିଛନ୍ତି। ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କୁ ସରକାରଙ୍କ ତରଫରୁ ସାହାଯ୍ୟ ସହଯୋଗ ପ୍ରଦାନ କରିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଟିଏମସି ମନ୍ତ୍ରୀ ସୁଜିତ ବୋଷ ଗିରଫ: ନିଯୁକ୍ତି ଦୁର୍ନୀତି ମାମଲାରେ ବାନ୍ଧିଲା ED

କୋଲକାତା,୧୧।୫: ପଶ୍ଚିମବଙ୍ଗରେ ପୌରପାଳିକା ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ ଟିଏମସି ମନ୍ତ୍ରୀ ସୁଜିତ ବୋଷଙ୍କୁ ଗିରଫ କରିଛି। ଘଣ୍ଟା ଘଣ୍ଟା ଧରି କଠୋର…

ଗୁଳିକାଣ୍ଡ ଘଟଣାରେ ଡିଆଇଜିଙ୍କ ରାୟଗଡ଼ା ଗସ୍ତ: ସ୍ଥିତି ଉପରେ ଅନୁଧ୍ୟାନ

ଗୁଣପୁର,୧୧।୫( ସୁଜାତା ପାଢ଼ୀ):ରାୟଗଡ଼ା ଗୁଳିକାଣ୍ଡ ଘଟଣା ପରେ ଦକ୍ଷିଣ ପଶ୍ଚିମlଞ୍ଚଳ ଡିଆଇଜି ଡ. କନୱର ବିଶାଲ ସିଂ ସୋମବାର ପହଞ୍ଚି ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଅପରାଧୀମାନଙ୍କୁ…

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

ପ୍ରତିଶ୍ରୁତି ପୂରଣ କରିଲାନି ପ୍ରଶାସନ, ଶତାଧିକ ମହିଳା, ପୁରୁଷ ଏକାଠି ହୋଇ…

ମୋହନା,୧୧।୫( ମନ୍ମଥ ମିଶ୍ର ) : ପ୍ରତିଶ୍ର୍ରୁତି ପୂରଣ କରିଲାନି ପ୍ରଶାସନ। ପ୍ରକଳ୍ପ କାମ ବନ୍ଦ କଲେ ବିସ୍ଥାପିତ ଅଞ୍ଚଳବାସୀ । ଦୀର୍ଘ ବର୍ଷଧରି ଚାଲୁ ରହିଥିବା…

ବ୍ଲକ ପ୍ରଶାସନର ନାକ ତଳେ ନିୟମକୁ ‘ଫୁ’: ଅଧପନ୍ତରିଆ ସଭାଗୃହ, ପଚାରିଲେ ଅଧିକାରୀ କହୁଛନ୍ତି ଏମିତି…

ଥୁଆମୂଳ ରାମପୁର, ୧୧ା୫ (ଦୁର୍ଗା କୀର୍ତ୍ତି) : ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଖୋଦ ବ୍ଲକ ପ୍ରଶାସନର ଆଖି ସାମ୍ନାରେ ଚାଲିଛି ମନମୁଖୀ କାର୍ଯ୍ୟ। କଳାହାଣ୍ଡି ଜିଲା…

ବାଘ ଭୟରେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ: ଧରିବାକୁ ଡ୍ରୋନ ଚଳାଇଛି ବନବିଭାଗ, ହେଲେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟର ଜକର ଗ୍ରାମ ନିକଟ ମା…

ମୋକିମ- ମଧୁଙ୍କ ଉପରେ ବର୍ଷିଲେ ବିଧାୟକ ସାଗର, କହୁ କହୁ କହିଦେଲେ ଏତେ ବଡ଼ କଥା

ଭବାନୀପାଟଣା,୧୧।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ସୋମବାର ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ…

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଅପିଲ କଲେ ପ୍ରଧାନମନ୍ତ୍ରୀ, ଦେଶରେ ହଇଚଇ, କାହିିଁକି ବାରମ୍ବାର କହୁଛନ୍ତି ଏମିତି…

ନୂଆଦିଲ୍ଲୀ,୧୧।୫: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଏବଂ ଏହା ଭାରତ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri