ନୂଆ ତତ୍ପର, ପୁରୁଖା ଛାନିଆ

ବରଗଡ଼, ୧୦।୩ (ପ୍ରେମାନନ୍ଦ ଖମାରୀ): ଓଡ଼ିଶାରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ଚାରିଆଡ଼େ ହୁରି ପଡ଼ିଛି। ହେଲେ ବରଗଡ଼ ଜିଲାରେ ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ନିଜ ଢଙ୍ଗରେ ନିର୍ବାଚନୀ ସଜବାଜ ଚଳାଇଛନ୍ତି। ଏଠାକାର ୫ଟି ଯାକ ବିଧାନସଭା ଆସନ ବିଜେଡି ପାଖରେ ଅଛି। ବରଗଡ଼ରେ ଦେବେଶ ଆଚାର୍ଯ୍ୟ, ଅତାବିରାରେ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରେ ସୁଶାନ୍ତ ସିଂ, ବିଜେପୁରରେ ରୀତା ସାହୁ ଏବଂ ପଦ୍ମପୁରରେ ବର୍ଷା ସିଂ ବରିହା ବିଧାୟକ ଅଛନ୍ତି। ବିଜେଡି ପୁଣି ଜିଲାର ସବୁ ଆସନ ବଜାୟ ରଖିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି। ଆସନଗୁଡ଼ିକରେ ରହିଥିବା ବିଧାୟିକା, ବିଧାୟକଙ୍କୁ ଦଳ ପୁଣି ସୁଯୋଗ ଦେବ ବୋଲି ସେମାନେ ଆଶା ବାନ୍ଧିଛନ୍ତି। ହେଲେ ଦଳ ସେମାନଙ୍କୁ ସୁଯୋଗ ଦେବ ନା ନୂଆ ଚେହେରା ନିର୍ବାଚନ ମଇଦାନକୁ ଆଣିବ, ସେଥିପ୍ରତି ସମସ୍ତଙ୍କ ନଜର ମଧ୍ୟ ରହିଛି। ଭାଜପା, କଂଗ୍ରେସ ଭଳି ବିଜେଡିରେ ଅଧିକ ଆଶାୟୀ ନ ଥିଲେ ମଧ୍ୟ ଶାସକ ଦଳରେ କିଛି ନୂଆ ଚେହେରା ଆସିପାରନ୍ତି ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ନୂଆ ଚେହେରାଙ୍କ ତତ୍ପରତା ଦେଖି ଟିକେଟ୍‌ ଆଶାରେ ଥିବା ପୁରୁଖା ନେତାଙ୍କ ମଧ୍ୟରେ ଛନକା ପଶିଲାଣି।

ବିଜେପୁର ନିର୍ବାଚନମଣ୍ଡଳୀରେ ରୀତାଙ୍କୁ ପୁଣିଥରେ ଦଳ ସୁଯୋଗ ଦେଇପାରେ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ବିଜେଡିର ସାଧାରଣ ସମ୍ପାଦିକା ନୀହାରିକା ଗିରି ଏହି ନିର୍ବାଚନମଣ୍ଡଳୀକୁ ବାରମ୍ବାର ଗସ୍ତ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି। ନୀହାରିକା ପେସାରେ ଆଇନଜୀବୀ ଏବଂ ସେ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ନାତୁଣୀ। ବିଜେପୁର ଆସନ ପାଇଁ ସେ ଦଳର ଆଶାୟୀ ଅଛନ୍ତି। ଏଠାରେ ଆପିକଲ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, ଜିଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫ୍‌, ସବିତା ସାହୁ, ମାନିନୀ ଭୋଇ ବିଜେଡି ଆଶାୟୀ ରହିଥିବା ଆଲୋଚନା ହେଉଛି। ସେହିପରି କଂଗ୍ରେସରେ ଦିଲୀପ ପଣ୍ଡା, ଦୁଷ୍ମନ୍ତ ମେହେର, ଭାଜପାରେ ସନତ ଗଡ଼ତିଆ, ସୁରେନ୍ଦ୍ର ପାତ୍ର, ହଳପାଣି ମାଝି, ଝରଣା ପାଣିଗ୍ରାହୀ ଆଶାୟୀ ରହିଥିବା ଚର୍ଚ୍ଚା ଚାଲିଛି।

ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ଅଛନ୍ତି। ଅନ୍ୟପଟେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦାନ କରିବା ପରେ ପୂର୍ବତନ ବିଧାୟକ ନୀହାର ରଞ୍ଜନ ମହାନନ୍ଦଙ୍କ ତତ୍ପରତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପାରେ ଯୋଗଦେବାର ଦିନକ ପରେ ଗୋଡ଼ଭଗାରୁ ଅତାବିରା ପର୍ଯ୍ୟନ୍ତ ଶତାଧିକ ସମର୍ଥକଙ୍କ ଗହଣରେ ନୀହାର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଏବେ ଉକ୍ତ ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମକୁ ଗସ୍ତ କରୁଛନ୍ତି। ଭାଜପା ପକ୍ଷରୁ ଦଳୀୟ ଟିକେଟ ପାଇବା ନିଶ୍ଚିତ ହେବା ପରେ ସେ ଏଭଳି ଅଭିଯାନକୁ ଜୋର୍‌ଦାର୍‌ କରୁଥିବା କୁହାଯାଉଛି। ମାତ୍ର ନୀହାରଙ୍କୁ ଯଦି ଦଳ ଟିକେଟ ଦିଏ, ଦଳରେ ଦୀର୍ଘଦିନର କାର୍ଯ୍ୟକର୍ତ୍ତା ଭାବେ ରହି ଆସିଥିବା ଅନ୍ୟ ଆଶାୟୀଙ୍କ ଭୂମିକା କିଭଳି ରହିବ, ତାହାକୁ ସମସ୍ତେ ଚାହିଁ ବସିଛନ୍ତି। ଏଠାରେ କୁଶ କୁମ୍ଭାର, ରଞ୍ଜନ ସେଠ, ମିଳନ ସେଠଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ନୀହାର ଭାଜପାକୁ ଚାଲିଗଲା ପରେ ଏଠାରେ ଏବେ ପ୍ରାର୍ଥୀ ଖୋଜା କଂଗ୍ରେସ ପାଇଁ ଚିନ୍ତା ପାଲଟିଛି। ପୂର୍ବତନ ଏନଏସି ଅଧ୍ୟକ୍ଷା ସୁନୀତା ବାଗ, ରଞ୍ଜନ ସେଠୀ, ସୁରେଶ ମହାନନ୍ଦ, ରବିନ ସେଠ ପ୍ରମୁଖ ଟିକେଟ ପାଇଁ ଆଶାୟୀ ରହିଥିବା ଆଲୋଚନା ଚାଲିଛି।

ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେବେଶଙ୍କ ସମେତ ଆଶାୟୀଙ୍କ ମଧ୍ୟରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ନେପାକ, ପୂର୍ବତନ ବିଧାୟକ ପ୍ରଶାନ୍ତ ବେହେରା, ଜିଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫ୍‌ଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି। ଭାଜପାରୁ ଏଠାରେ ଅଶ୍ୱିନୀ ଷଡ଼ଙ୍ଗୀ, ଲିପ୍‌ସିତ ମିଶ୍ର, ଡା. ସଞ୍ଜିତ ମିଶ୍ର, ଅବନୀକାନ୍ତ ପଣ୍ଡାଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ କଂଗ୍ରେସରୁ ନିପନ ଦାଶ, ଆନନ୍ଦ ପ୍ରଧାନ, ମନୋହର ପ୍ରଧାନ ଏବଂ ପାଣ୍ଡବ କର୍ଣ୍ଣ ଆଶାୟୀ ରହିଥିବା ଆଲୋଚନା ହେଉଛି ।
ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ବର୍ଷାଙ୍କ ସମେତ ପ୍ରୀତମ ମେହେର, ମଞ୍ଜୁଶ୍ରୀ ବଢ଼େଇ, କଂଗ୍ରେସରୁ ଟଙ୍କଧର ସାହୁ, ଗଜରାଜ ସିଂ ପୁଟା, ମୌସୁମୀ ସାହୁ ଏବଂ ଭାଜପାରୁ ପ୍ରଦୀପ ପୁରୋହିତ, ଗୋବର୍ଦ୍ଧନ ଭୋଏଙ୍କ ନାମ ଚର୍ଚ୍ଚାରେ ଚାଲିଛି।

ଭଟଲି ନିର୍ବାଚନମଣ୍ଡଳୀରେ ବିଜେଡିରୁ ସୁଶାନ୍ତ ପୁଣି ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଶୁଣିବାକୁ ମିଳୁଥିବାବେଳେ ଭାଜପାରୁ ଇରାସିସ୍‌ ଆଚାର୍ଯ୍ୟ, ସୁଶାନ୍ତ ମିଶ୍ର ଏବଂ କଂଗ୍ରେସରୁ ସରୋଜ ମହାପାତ୍ର, ସତ୍ୟନାରାୟଣ ଦେବତା, ବ୍ରହ୍ମା ମହାକୁଡ଼ ଦଳୀୟ ଟିକେଟ ପାଇବା ପାଇଁ ଆଶାୟୀ ଅଛନ୍ତି। ତେବେ ଦଳଗୁଡ଼ିକ ଏଥର ପୂର୍ବ ନିର୍ବାଚନର ପ୍ରାର୍ଥୀଙ୍କୁ ପୁଣିଥରେ ନିର୍ବାଚନ ମଇଦାନକୁ ଛାଡ଼ିବେ ନା ନୂଆ ଚେହେରାକୁ ସୁଯୋଗ ଦେବେ, ତାହା ପ୍ରାର୍ଥୀ ତାଲିକା ଘୋଷଣା ପରେ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?