ବିଜେଡି ଗଡ଼ରେ ପ୍ରାର୍ଥୀ ଖୋଜୁଛି ଭାଜପା
କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ସଂରକ୍ଷିତ (ଏସ୍ଟି) ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ରମାଗତ ଚତୁର୍ଥଥର ବିଜେଡି ଦଖଲ କରିବାକୁ ଉଦ୍ୟମ ଚଳାଉଛି। ଭାଜପା ଉକ୍ତ ସିଟ୍ ଫେରି ପାଇବା ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜୁଥିବା ବେଳେ କଂଗ୍ରେସ ପୂର୍ବତନ…
ଟ୍ରାଏଲ୍ ରନ୍ ସମୟରେ ଟ୍ରେନ୍ରେ କଟି ୨ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ
ରାୟଗଡା/ଜେକେପୁର,୨୫।୧(ଆଶିଷ ରଞ୍ଜନ ପଣ୍ଡା/ନିଧି ଗାଣ୍ଡେଚା): ରାୟଗଡ଼ା- ଜେକେପୁର ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ ହେବା ପରେ ବୁଧବାର ରାତିରେ ଟ୍ରାଏଲ ରନ୍ କରାଯାଇଥିଲା। ଏହି ସମୟରେ ଟ୍ରେନରେ କଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଦଳାଗୁଡ଼ା ଗ୍ରାମର…
ଭାରସାମ୍ୟ ହରାଇ ରାଜପଥ କଡ଼ରେ ଥିବା ମୁଢ଼ି ମିଲ୍ରେ ପଶିଗଲା ଟ୍ରେଲର, ୩ ଗୁରୁତର
ପାଟଣା, ୨୫।୧(ବୀର କିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଆଇରନ ବୋଝେଇ ଟ୍ରେଲର ରାଜପଥ କଡ଼ରେ ଥିବା…
ଆଲିଙ୍ଗନକୁ ନେଇ ଚର୍ଚ୍ଚାରେ ଦେବାଶିଷ, ଅରିନ୍ଦମ୍
କଟକ,୨୫ା୧(ଶିଳ୍ପା ପ୍ରିୟଦର୍ଶିନୀ): ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଓ ଅଭିନେତା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାଏଙ୍କୁ ନେଇ ସହରରେ ଚର୍ଚ୍ଚା ହୋଇଛି। ବୁଧବାର କଟକ ବକ୍ସି ବଜାରଠାରେ ଅନୁଷ୍ଠିତ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ…
ଶ୍ରଦ୍ଧାଳୁଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ସମଙ୍ଗ
ପୁରୀ,୨୫ା୧(ଅଜିତ୍ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଲୋକାର୍ପଣ ପରେ ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଯେପରି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଓ ଶ୍ରୀମନ୍ଦିର ପରିକ୍ରମା ପ୍ର୍କଳ୍ପ ମାର୍ଗରେ ପ୍ରଦକ୍ଷିଣ କରିପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ…
ଆଜି ପୌଷପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି
ପୁରୀ, ୨୫ା୧(ଅଜିତ ମହାନ୍ତି): ପୌଷପୂର୍ଣ୍ଣିମା ଅବସରରେ ଗୁରୁବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ପାଳନ କରାଯିବ। ଶ୍ରୀବିଗ୍ରହମାନେ ରାଜରାଜେଶ୍ୱର ବା ସୁନାବେଶରେ ସଜ୍ଜିତ ହେବେ। ଏଥିପାଇଁ ପୂର୍ଣ୍ଣିମାର ପୂର୍ବଦିନ ଅର୍ଥାତ ପୌଷ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବୁଧବାର ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ…
ବର୍ଷାରେ ଭିଜି ବାସନ ମାଜିଲେ ଛାତ୍ର, ଭିଡିଓ ଭାଇରାଲ
ଖୋର୍ଦ୍ଧା,୨୫ା୧(ପ୍ରଭାତ ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ସ୍ଲୋଗାନ ପ୍ରହସନ ପାଲଟିଛି। ଡ୍ରପ୍ଆଉଟ ପିଲାଙ୍କୁ ସରକାରୀ ବିଦ୍ୟାଳୟମୁହାଁ କରିବା, ଅତ୍ୟାଧୁନିକ ଜ୍ଞାନକୌଶଳ, ଉନ୍ନତ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।…
ଭ୍ରୂଣହତ୍ୟା ଉପରେ ଲାଗୁନି ରୋକ୍
ନୟାଗଡ଼,୨୫ା୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଭ୍ରୂଣହତ୍ୟାରେ ରୋକ୍ ଲାଗି ପାରୁନି। ବିନା ପ୍ରେସକ୍ରିପସନରେ ଜିଲାର ବିଭିନ୍ନ ଔଷଧ ଦୋକାନରେ ଗର୍ଭପାତ ମେଡିସିନ୍ ବିକ୍ରି ହେଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ରୋକ୍ ଲଗା ଯାଉନି। ଅନ୍ୟପକ୍ଷେ ଏ ନେଇ ତଦନ୍ତ…
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ହତ୍ୟା
ଭଦ୍ରକ, ୨୫ା୧(ସନାତନ ରାଉତ): ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଚିଙ୍ଗିଡ଼ିପୁରସ୍ଥିତ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବକ ହେଲେ ଯାଜପୁର ଜିଲା ସଦର ଥାନା ଅନ୍ତର୍ଗତ…
ମିଳୁନି ଆବାସ: ଭଙ୍ଗା ଚାଳଘରେ ବିତୁଛି ଭାଗୀରଥିଙ୍କ ଦିନ
ଆଳି, ୨୫ା୧(ବନମାଳୀ ସେନାପତି ): କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଶହଶହ ଯୋଜନା କରୁଛନ୍ତି। ତାହା ସମାଜର ଶେଷତମ ଲୋକ ପାଖରେ ପହଞ୍ଚିଲା କି ନାହିଁ ତାହା ଦେଖିବା ଯେଉଁମାନଙ୍କର ଦାୟିତ୍ୱ ସେମାନେ କିନ୍ତୁ ଉଦାସୀନ। ତେଣୁ କେନ୍ଦ୍ରାପଡ଼ା ଜିଲା…
ଜବରଦଖଲ ସମସ୍ୟାରେ କେନ୍ଦ୍ରାପଡ଼ା ସହର
କେନ୍ଦ୍ରାପଡ଼ା,୨୫ା୧ (ଜଗନ୍ନାଥ ଧଳ):ରାଜ୍ୟର ସର୍ବପ୍ରଥମ ପୌରାଞ୍ଚଳ ଘୋଷିତ କେନ୍ଦ୍ରାପଡ଼ା ସହର ଜବରଦଖଲ ସମସ୍ୟାରୁ ନିସ୍ତାର ପାଉନାହିଁ। କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା ଜବରଦଖଲ ସମସ୍ୟାକୁ ଗୁରୁତର କରୁଛି। ୧୮୬୯ରେ ସ୍ଥାପିତ ଏହି ପୌରାଞ୍ଚଳ ଅଧିବାସୀ ସହରକୁ ବିକଶିତ ଦେଖିବା ପାଇଁ ଏବେବି ମାଷ୍ଟର ପ୍ଲାନ…
କେନ୍ଦ୍ରାପଡ଼ା ଜିଲାର ଚାଷୀ ଏବେ ଚାଷ ପ୍ରତି ବିମୁଖ
ପଟ୍ଟାମୁଣ୍ଡାଇ, ୨୫ା୧ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ଚାଷୀ ଏବେ ଚାଷ ପ୍ରତି ବିମୁଖ ହେଉଛନ୍ତି। ଏହି ଅଞ୍ଚଳରେ ୮୦% ଲୋକେ ଚାଷ ଉପରେ ନିର୍ଭର କରିଥା’ନ୍ତି। ମାତ୍ର ଚାଷରୁ ପୂର୍ବଭଳି ଲାଭ ହେଉ ନ ଥିବାରୁ…

