ପାଟଣାରେ ଭାଜପା ଖୋଜୁଛି ଦକ୍ଷ ପ୍ରାର୍ଥୀ

କେନ୍ଦୁଝର,୨୫।୩((ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ପାଟଣା ବିଜେଡି ହାତରେ ରହିଥିବା ବେଳେ ଯୁବ ବିଧାୟକ ଜଗନ୍ନାଥ ନାୟକଙ୍କୁ ଆଉ ଥରେ ଦଳ ପ୍ରାର୍ଥୀ କରିବା ସମ୍ଭାବନା ରହିଛି। ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ୬ ଥରର ବିଧାୟକ ହୃଷୀକେଶ ନାୟକ ଟିକେଟ ପାଇବା ସମ୍ଭାବନା ଅଧିକ ରହିଛି। ତେବେ ସବୁଠାରୁ ବଡ଼ ସମସ୍ୟା ଭାଜପା ଦଳରେ ପ୍ରାର୍ଥୀ ଚୟନକୁ ନେଇ ଦେଖାଦେଇଛି।

ଏହି ନିର୍ବାଚନ ମଣ୍ଡଳୀରେ ଜିଲା ସଭାପତି, ପୂର୍ବତନ ଜିଲା ସଭାପତି, ଯୁବ ସଭାପତି ସମେତ ବହୁ ପଦାଧିକାରୀଙ୍କ ଘର ରହିଥିବାରୁ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ବିଜେଡି ବିଧାୟକ ଜଗନ୍ନାଥ ନାୟକଙ୍କ ଭାଇ ସତ୍ୟବ୍ରତ ନାୟକ ଭାଜପାରୁ ଆଶାୟୀ ଅଛନ୍ତି। ସେହିଭଳି ଅଖିଳ ଚନ୍ଦ୍ର ନାୟକ, ମମିତା ନାୟକ ସମେତ ଗୌତମ ନାୟକ ମଧ୍ୟ ଟିକେଟ ଦୌଡ଼ରେ। ତେବେ ସତ୍ୟବ୍ରତ ନିର୍ବାଚନ ମଣ୍ଡଳୀ ବୁଲୁଥିଲେ ହେଁ ଭାଇ ବିରୋଧରେ ଭାଇଙ୍କୁ ଛିଡା କରିବାକୁ ଭାଜପା କୌଣସି ରିସ୍କ ନେବାକୁ ଚାହୁନାହିଁ ା ଏଥିପାଇଁ ଗତ ନିର୍ବାଚନରେ ମଧ୍ୟ ତାଙ୍କୁ ଟିକେଟ ମିଳି ନ ଥିବା ଆଲୋଚନା ହେଉଛି। ଏହି ସିଟ୍‌ରେ ଭାଜପାର କ୍ରମାଗତ ପରାଜୟକୁ ଆଖି ଆଗରେ ରଖି ଭାଜପା ଚଳିତ ନିର୍ବାଚନକୁ ହାତଛଡା କରିବାକୁ ଚାହୁନାହିଁ।

ଗତ ନିର୍ବାଚନରେ ଭାଜପା ଟିକଟରେ ଛିଡ଼ା ହୋଇଥିବା ପ୍ରାର୍ଥୀ ଦଳ ଛାଡି ଦେବା ଦଳ ପାଇଁ ଚିନ୍ତାର ବିଷୟ ହୋଇଥିଲା। ତେବେ ସେ ସମୟରେ ଦଳର ଅନ୍ୟତମ ଦକ୍ଷତା ସମ୍ପନ୍ନ ନେତା ଅଖିଳ ଚନ୍ଦ୍ର ନାୟକଙ୍କୁ ଟିକେଟ ନ ମିଳିବାରୁ କର୍ମୀ ସମର୍ଥନରେ ସ୍ବାଧୀନ ଭାବରେ ଛିଡ଼ା ହୋଇଥିଲେ। ସେ ଚାକିରୀ ଛାଡ଼ି ଜନସେବା କରିବା ପାଇଁ ରାଜନୀତିକୁ ଓହ୍ଲାଇଥିଲେ। ତେବେ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଇଁ କାମ କରୁଥିବା ଅଖିଳଙ୍କୁ ପ୍ରାର୍ଥୀ କଲେ କଡ଼ା ଟକ୍କର ହେବା ସମ୍ଭାବନାକୁ ନେଇ ତାଙ୍କ ସମର୍ଥକ ତଥା କର୍ମୀମାନେ ଆଶା ବାନ୍ଧିଛନ୍ତି। ସେହିପରି ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାୟକ ମଧ୍ୟ ଉକ୍ତ ଅଞ୍ଚଳରେ କାମ କରିଆସୁଛନ୍ତି। କିଏ ଟିକେଟ ପାଉଛନ୍ତି ତାକୁ ଏବେ ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri