ପୁଣି ଖଣିିରୁ ଚୋରି ବଢୁଛି

ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ୍‌ ମହାନ୍ତ),୨୫ା୩: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ପୁଣି କ୍ରୋମାଇଟ ମାଫିଆମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ରବିବାର ଓଡ଼ିଶା ଖଣି ନିଗମର ଦକ୍ଷିଣ କାଳିଆପାଣି ଖଣିରୁ ପଶ୍ଚିମବଙ୍ଗ ପୋଲିସ ଖଣିଜ ପଦାର୍ଥ ଚୋରି କରୁଥିବା ଜଣେ ଅଭିଯୁକ୍ତଙ୍କୁ ଉଠାଇ ନେଇଥିବା ଘଟଣାରୁ ଆଶଙ୍କା କରାଯାଉଛି। ପ୍ରାୟ ଦୁଇ ମାସ ତଳେ ଲୁହାପଥର ମାନକୁ ହ୍ରାସ କରାଯାଇ ବିକ୍ରି ହେଉଥିବା ଧରାପଡ଼ିଥିଲା। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଗାଡ଼ି ଜବତ କରାଯାଇଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ଏହି ପ୍ରକ୍ରିୟାରେ ଖଣି କମ୍ପାନୀ, ଖଣି ବିଭାଗ, ମାନ ଧାର୍ଯ୍ୟ କରୁଥିବା ଏକ ବେସରକାରୀ ସଂସ୍ଥା ଏବଂ ପରିବହନକାରୀ କର୍ତ୍ତୃପକ୍ଷ ମିଳିମିଶି ବିପୁଳ ଅର୍ଥ ହରିଲୁଟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ହେଲେ ଏହାକୁ କଳେବଳେ କୌଶଳେ ଚାପି ଦେବାକୁ ସମ୍ପୃକ୍ତ ଅଧିକାରୀମାନେ ସଫଳ ହୋଇପାରିଥିଲେ। ତେଣୁ ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ଖଣି ଚୋରି ପୁଣି ଜୋର ଧରିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ ଖଣି ନିଗମର ଦକ୍ଷିଣ କାଳିଆପାଣି ଖଣିରୁ ପଶ୍ଚିମବଙ୍ଗ ଅଞ୍ଚଳର ଦୁର୍ଗାପୁର କାରଖାନାକୁ କ୍ରୋମାଇଟ ଯୋଗାଣ ହେଉଥିଲା। ପରିବହନ କରୁଥିବା ସଂସ୍ଥା ପକ୍ଷରୁ ଯେଉଁ ମାନର କ୍ରୋମାଇଟ ଲୋଡିଂ ହୋଇଥାଏ ତାହା ବହୁ ସମୟରେ ନିମ୍ନମାନର କ୍ରୋମାଇଟ୍‌ କାରଖାନାକୁ ପହଞ୍ଚୁ ଥିବା ଅଭିଯୋଗ ହୋଇ ଆସୁଥିଲା। ଗତ କିଛି ଦିନ ପୂର୍ବରୁ ୨ଟି ୧୪ ଚକିଆ ଟ୍ରକକୁ ପଶ୍ଚିମବଙ୍ଗ ଦୁର୍ଗାପୁର କାରଖାନାରେ ଅଟକ ରଖାଯାଇ କ୍ରୋମାଇଟ୍‌ର ମାନ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଲୋଡିଂ ହୋଇଥିବା କ୍ରୋମାଇଟ୍‌ ନିମ୍ନମାନର ରହିଥିବା ଜଣାପଡ଼ିଥିଲା। କ୍ରୋମାଇଟ୍‌ର ମାନ ପରୀକ୍ଷା ପରେ ଉଭୟ ଟ୍ରକକୁ ଜବତ କରାଯିବା ସହ ଡ୍ରାଇଭର ମିତ୍ର ସେନ ମହାନ୍ତ ଓ ଭରତ ମହାନ୍ତଙ୍କୁ ଅଟକ ରଖାଯାଇଥିଲା। ଦୁର୍ଗାପୁର କାରଖାନା କର୍ମଚାରୀଙ୍କ ଅଭିଯୋଗ କ୍ରମେ ଦୁର୍ଗାପୁର କୋକଓଭେନ ଥାନା କେସ୍‌ ନମ୍ବର ୬୨/୨୦୨୪ ଅନୁଯାୟୀ କ୍ରୋମାଇଟ ବିକ୍ରିର ମୁଖ୍ୟ ଅଭିଯୁକ୍ତ କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମାଳି ଗାଁର ବିଜୟ ମହାନ୍ତ (୨୬)ଙ୍କୁ କାଳିଆପାଣି ଥାନା ପୋଲିସ ସହାୟତାରେ ଗିରଫ କରାଯାଇଥିଲା। ପରେ ତାଙ୍କୁ କୋଲକାତା ନିଆଯାଇଥିବା ଜଣାପଡ଼ିଛି। ଏହି ଖଣିଜ ପଦାର୍ଥ ଲୁଟ୍‌ କାରବାରରେ ସମ୍ପୃକ୍ତି ଥିବା ଅନ୍ୟମାନଙ୍କୁ ଖୋଜା ଚାଲିଛି ବୋଲି କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। ପୂର୍ବରୁ ଯାଜପୁରରୋଡ୍‌ ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ବିପୁଳ ପରିମାଣରେ ଚୋରା ଲୁହାପଥର ଜବତ ହୋଇ ଆସୁଛି। ଏହାକୁ ନେଇ ପ୍ରାୟ ୧୫ ବର୍ଷ ତଳର ଖଣି ଦୁର୍ନୀତିର ପୁଣି ପୁନରାବୃତ୍ତି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଖଣି ବିଭାଗ ଓ ପାରାଦୀପ ପୋର୍ଟର କେତେଜଣ ଅସାଧୁ କର୍ମଚାରୀଙ୍କ ସହଯୋଗରେ ନକଲି ଚାଲାଣ କାଟି ଚୋରା ଲୁହାପଥର ପରିବହନ କରାଯାଉଥିବା ଏଥିରୁ ସନ୍ଦେହ କରାଯାଉଛି। ଯୋଡ଼ା ଖଣି ଅଞ୍ଚଳରୁ ୫୯,୨୦୩ କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଅଧିକ ଉତ୍ତୋଳନ କରି ଚୋରାଚାଲାଣ ହୋଇଥିବା ସାହା କମିଶନ ରିପୋର୍ଟରୁ ଜଣାପଡ଼ିଥିଲା। ସେତେବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଏକାଧିକ ଖଣି କମ୍ପାନୀ ନାମରେ ଡିମାଣ୍ଡ ନୋଟିସ ଦେଇ କିଛି ମାତ୍ରାରେ ଜରିମାନା ଆଦାୟ କରିଥିଲେ। ଏଯାଏ ଅନ୍ୟ କେତୋଟି ଖଣି କମ୍ପାନୀ ଜରିମାନା ନ ଦେଇ କୋର୍ଟ କଚେରିର ଦ୍ୱାରସ୍ଥ ହେବାରୁ ମାମଲା ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri