ମଗାଇଲେ ପତିତପାବନ ବାନା, ଆସିଲା ଭାଜପା ପତାକା

ପୁରୀ,୨୫ା୩(ଅଜିତ୍‌ ମହାନ୍ତି): ଅନ୍‌ଲାଇନ୍‌ରେ ମଗାଇଲେ ପତିତପାବନ ବାନା, କିନ୍ତୁ ଆସିଲା ଭାରତୀୟ ଜନତା ଦଳ (ଭାଜପା)ର ପତାକା। ଫଳରେ ଠକେଇର ଶିକାର ହୋଇଥିବା ନେଇ ଅନ୍‌ଲାଇନ୍‌ ଆପ୍‌ ଆମାଜନ୍‌ ନାଁରେ ପୁରୀ ବାସେଳିସାହିର ଭଗବାନ ମହାପାତ୍ର ଅଭିଯୋଗ ଆଣିଛନ୍ତି। ଏ ସଂକ୍ରାନ୍ତରେ ସେ ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅଭିଯୋଗ କରିବା ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଅନୁରୋଧ କରିଛନ୍ତି।
ମହାପାତ୍ର କହିଛନ୍ତି, କିଛିଦିନ ତଳେ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ସେ ଦେଖିବାକୁ ପାଇଥିଲେ ଦିଲ୍ଲୀର ଏକ ସଂସ୍ଥା ଅନ୍‌ଲାଇନ୍‌ ଶପିଙ୍ଗ୍‌ ଆପ୍‌ ଆମାଜନରେ ଶ୍ରୀମନ୍ଦିରର ପତିତପାବନ ବାନା ବିକ୍ରି କରୁଛି। ସେ ଏନେଇ ଉକ୍ତ କମ୍ପାନୀ ସହ ମେସେଜ ଜରିଆରେ କଥା ହୋଇଥିଲେ। ମହାପ୍ରଭୁଙ୍କ ବାନା ବିକ୍ରି ପାଇଁ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି କି ନାହିଁ ବୋଲି ପଚାରିଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ଠିକ ଭାବେ କୌଣସି ଉତ୍ତର ଦେଇ ନ ଥିଲେ। ନିଜେ ବାନା ପ୍ରସ୍ତୁତ କରି ବିକ୍ରି କରୁଥିବା ସୂଚନା ଦେଇଥିଲେ। ତେବେ ପ୍ରକୃତରେ ପତିତପାବନ ବାନା ବିକ୍ରି ହେଉଛି କି ନାହିଁ ତାହା ପରୀକ୍ଷା କରିବା ପାଇଁ ମହାପାତ୍ର ଅନ୍‌ଲାଇନ ଆପ୍‌ ଆମାଜନ୍‌ରେ ନାଲିରଙ୍ଗର ପତିତପାବନ ବାନା ଅର୍ଡର କରିଥିଲେ। ଅର୍ଡର ମୁତାବକ ତାଙ୍କ ନିକଟରେ ପ୍ୟାକେଟ ଆସି ପହଞ୍ଚତ୍ଥିଲା। ହେଲେ ସେ ଯେତେବେଳେ ପ୍ୟାକେଟ୍‌ ଖୋଲି ଦେଖିଥିଲେ ସେଥିରୁ ଭାଜପାର ପତାକା ମିଳିଥିଲା। ଏହା ଦେଖି ତାଙ୍କ ଭାବନାକୁ ଆଘାତ ଲାଗିଥିଲା। ଭକ୍ତଙ୍କ ଭାବନା ସହ କମ୍ପାନୀ ଖେଳୁଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଥିବାବେଳେ ଖାଉଟି ଅଦାଲତର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ସେହିପରି ଶ୍ରୀମନ୍ଦିର ଚୂନରା ସେବାୟତ ଡ. ଶରତ କୁମାର ମହାନ୍ତି କହିଛନ୍ତି, ଏହା ଚିନ୍ତାର ବିଷୟ। ପତିତପାବନ ବାନା ନାମରେ ଆମାଜନ ବ୍ୟବସାୟ କରିବା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ ସଦୃଶ। ମହାପ୍ରଭୁଙ୍କ ଦ୍ରବ୍ୟ ଟିକିଏ ପାଇବା ପାଇଁ ଭକ୍ତ ଆକୁଳତାର ସହ ଆବେଗପୂର୍ଣ୍ଣ ଭାବେ ଚାହିଁବସିଥାଏ। କିନ୍ତୁ ଉକ୍ତ କମ୍ପାନୀ ଭକ୍ତଙ୍କ ଭାବନା ସହ ଖେଳିଛି। ଶ୍ରୀମନ୍ଦିର ପ୍ରଶାସନ କେବେ ମଧ୍ୟ ମହାପ୍ରଭୁଙ୍କ ପତିତପାବନ ବାନା ବିକ୍ରୟ କରିବା ପାଇଁ କୌଣସି କମ୍ପାନୀକୁ ଅନୁମତି ପ୍ରଦାନ କରିନାହିଁ। ଉକ୍ତ କମ୍ପାନୀ ଡୁପ୍ଲିକେଟ୍‌ ବାନା ବିକ୍ରି କରିବା ଭକ୍ତଙ୍କ ଭାବନା ପ୍ରତି କୁଠାରାଘାତ ସଦୃଶ। ତେଣୁ ଏପରି କାର୍ଯ୍ୟ ପାଇଁ ଆମାଜନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ମହାନ୍ତି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri