ଭାଜପାରେ ୫ ଆଶାୟୀ: ଚର୍ଚ୍ଚାରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ

ଭଦ୍ରକ,୨୫।୩(ସନାତନ ରାଉତ): ଆସନ୍ତା ସାଧାରଣ ନିର୍ବାଚନରେ ମେଣ୍ଟ ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଥିବା ବେଳେ ଭାଜପା ଓ ବିଜେଡି ଏକାକୀ ନିର୍ବାଚନ ଲଢ଼ିବା ଏକପ୍ରକାର ନିଶ୍ଚିତ ହୋଇଛି। ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ଆଶାୟୀ ସଂଖ୍ୟା ବଢ଼ି ଚାଲିଛି। ଶହୀଦ ଭଗତ ସେନାର ଆବାହକ ତଥା ସାମାଜିକ କର୍ମୀ ସୀତାଂଶୁ ଶେଖର ମହାପାତ୍ର ଓ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ଭାଜପାରେ ଯୋଗଦାନ ପରେ ଭଦ୍ରକ ବିଧାନସଭା ଆସନରେ ଦଳର ଶକ୍ତି ବୃଦ୍ଧି ପାଇଛି। ଅନ୍ୟପକ୍ଷେ ରାଜ୍ୟ ସଭାପତି ମନମୋହନ ସାମଲ ଭଦ୍ରକରୁ ହୋଇଥିବାରୁ ଜିଲାର ସମସ୍ତ ଆସନରେ ବିଜେଡି ସହ କଡ଼ା ଟକ୍କର ହେବ ବୋଲି ରାଜନୀତି ବିଶାରଦମାନେ ଆକଳନ କରିଛନ୍ତି। ଭଦ୍ରକ ବିଧାନସଭା ଆସନରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଦଳୀୟ ଟିକେଟ ପାଇଁ ଏବେ ଜୋରଦାର ଲବି ଆରମ୍ଭ ହୋଇଛି।

ନିର୍ବାଚନରେ ଡା. ପ୍ରଦୀପ ନାୟକ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିର ସଞ୍ଜୀବ ମଲ୍ଲିକଙ୍କଠାରୁ ହାରିଥିଲେ। ସଞ୍ଜୀବଙ୍କୁ ୯୩ ହଜାର ୬୬୮ଭୋଟ୍‌ ଓ ପ୍ରଦୀପଙ୍କୁ ୬୦ ହଜାର ୨୭୯ ଭୋଟ୍‌ ମିଳିଥିଲା। ସେହିପରି କଂଗ୍ରେସର ନଳିନୀ ମହାନ୍ତି ୨୨ ହଜାର ୬୩୦ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଏଥର ଦଳୀୟ ପ୍ରାର୍ଥୀ ପାଇଁ ପ୍ରଦୀପଙ୍କ ନାମ ଚର୍ଚ୍ଚାରେ ଥିବାବେଳେ ଜିଲା ସଭାପତି ହେମନ୍ତ ପାଢ଼ୀ ମଧ୍ୟ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ହେମନ୍ତ ମଧ୍ୟ ପ୍ରାର୍ଥୀ ହେବା ପାଇଁ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ କରିବା ସହ ସଙ୍ଗଠନ କରିବାରେ ଲାଗିପଡ଼ିଛନ୍ତି। ଗତ ନିର୍ବାଚନ ବେଳେ ଆଶାୟୀ ଥିବା ନାରୀନେତ୍ରୀ ମନସ୍ମିତା ଖୁଣ୍ଟିଆ ଏଥର ମଧ୍ୟ ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ସୀତାଂଶୁ ଆଉ ନରେନଙ୍କ ମିଶ୍ରଣ ପରେ ଦଳ ନୂଆ ଚେହେରାକୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି। ନରେନ ପୂର୍ବରୁ କଂଗ୍ରେସରୁ ବିଧାୟକ ହୋଇଥିବା ବେଳେ ଗତ ନିର୍ବାଚନଠାରୁ ଦଳଠାରୁ ନିଜକୁ ଦୂରେଇ ରଖିଥିଲେ।

ଭଦ୍ରକରେ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନବୀନ ନିବାସ ଯାଇ ଦାବିପତ୍ର ଦେବା ହେଉ କି ମେମୁ ଟ୍ରେନ୍‌ ଚାଲିବା, ପୁରୁଣାବଜାର କିମ୍ବା ଚନ୍ଦନ ବଜାରରେ ଷ୍ଟେଟ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଆନ୍ଦୋଳନ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିଲେ। ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡ଼ିତ ରହି ଜଣାଶୁଣା ଚେହେରା ଭାବେ ସୀତାଂଶୁ ସାରା ଜିଲାରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ଦଳ ପାଖରେ ୫ଜଣ ଯୋଗ୍ୟ ପ୍ରାର୍ଥୀ ଥିବାବେଳେ କାହାକୁ ଟିକେଟ ମିଳିବ, କିଏ ବିଜେଡିକୁ କଡ଼ା ଟକ୍କର ଦେଇପାରିବେ ସେନେଇ ମାନସ ମନ୍ଥନ ଚାଲିଛି। ବିଜେଡିର ଗୋଷ୍ଠୀ କନ୍ଦଳ ଚାଲିଥିବା ବେଳେ ଏଥିରୁ ଭାଜପା କେତେ ଫାଇଦା ନେଇପାରିବ ତାହା ସମୟ ଆସିଲେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri