ଭାଜପାରେ ୫ ଆଶାୟୀ: ଚର୍ଚ୍ଚାରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ

ଭଦ୍ରକ,୨୫।୩(ସନାତନ ରାଉତ): ଆସନ୍ତା ସାଧାରଣ ନିର୍ବାଚନରେ ମେଣ୍ଟ ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଥିବା ବେଳେ ଭାଜପା ଓ ବିଜେଡି ଏକାକୀ ନିର୍ବାଚନ ଲଢ଼ିବା ଏକପ୍ରକାର ନିଶ୍ଚିତ ହୋଇଛି। ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ଆଶାୟୀ ସଂଖ୍ୟା ବଢ଼ି ଚାଲିଛି। ଶହୀଦ ଭଗତ ସେନାର ଆବାହକ ତଥା ସାମାଜିକ କର୍ମୀ ସୀତାଂଶୁ ଶେଖର ମହାପାତ୍ର ଓ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ଭାଜପାରେ ଯୋଗଦାନ ପରେ ଭଦ୍ରକ ବିଧାନସଭା ଆସନରେ ଦଳର ଶକ୍ତି ବୃଦ୍ଧି ପାଇଛି। ଅନ୍ୟପକ୍ଷେ ରାଜ୍ୟ ସଭାପତି ମନମୋହନ ସାମଲ ଭଦ୍ରକରୁ ହୋଇଥିବାରୁ ଜିଲାର ସମସ୍ତ ଆସନରେ ବିଜେଡି ସହ କଡ଼ା ଟକ୍କର ହେବ ବୋଲି ରାଜନୀତି ବିଶାରଦମାନେ ଆକଳନ କରିଛନ୍ତି। ଭଦ୍ରକ ବିଧାନସଭା ଆସନରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଦଳୀୟ ଟିକେଟ ପାଇଁ ଏବେ ଜୋରଦାର ଲବି ଆରମ୍ଭ ହୋଇଛି।

ନିର୍ବାଚନରେ ଡା. ପ୍ରଦୀପ ନାୟକ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିର ସଞ୍ଜୀବ ମଲ୍ଲିକଙ୍କଠାରୁ ହାରିଥିଲେ। ସଞ୍ଜୀବଙ୍କୁ ୯୩ ହଜାର ୬୬୮ଭୋଟ୍‌ ଓ ପ୍ରଦୀପଙ୍କୁ ୬୦ ହଜାର ୨୭୯ ଭୋଟ୍‌ ମିଳିଥିଲା। ସେହିପରି କଂଗ୍ରେସର ନଳିନୀ ମହାନ୍ତି ୨୨ ହଜାର ୬୩୦ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଏଥର ଦଳୀୟ ପ୍ରାର୍ଥୀ ପାଇଁ ପ୍ରଦୀପଙ୍କ ନାମ ଚର୍ଚ୍ଚାରେ ଥିବାବେଳେ ଜିଲା ସଭାପତି ହେମନ୍ତ ପାଢ଼ୀ ମଧ୍ୟ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ହେମନ୍ତ ମଧ୍ୟ ପ୍ରାର୍ଥୀ ହେବା ପାଇଁ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ କରିବା ସହ ସଙ୍ଗଠନ କରିବାରେ ଲାଗିପଡ଼ିଛନ୍ତି। ଗତ ନିର୍ବାଚନ ବେଳେ ଆଶାୟୀ ଥିବା ନାରୀନେତ୍ରୀ ମନସ୍ମିତା ଖୁଣ୍ଟିଆ ଏଥର ମଧ୍ୟ ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ସୀତାଂଶୁ ଆଉ ନରେନଙ୍କ ମିଶ୍ରଣ ପରେ ଦଳ ନୂଆ ଚେହେରାକୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି। ନରେନ ପୂର୍ବରୁ କଂଗ୍ରେସରୁ ବିଧାୟକ ହୋଇଥିବା ବେଳେ ଗତ ନିର୍ବାଚନଠାରୁ ଦଳଠାରୁ ନିଜକୁ ଦୂରେଇ ରଖିଥିଲେ।

ଭଦ୍ରକରେ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନବୀନ ନିବାସ ଯାଇ ଦାବିପତ୍ର ଦେବା ହେଉ କି ମେମୁ ଟ୍ରେନ୍‌ ଚାଲିବା, ପୁରୁଣାବଜାର କିମ୍ବା ଚନ୍ଦନ ବଜାରରେ ଷ୍ଟେଟ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଆନ୍ଦୋଳନ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିଲେ। ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡ଼ିତ ରହି ଜଣାଶୁଣା ଚେହେରା ଭାବେ ସୀତାଂଶୁ ସାରା ଜିଲାରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ଦଳ ପାଖରେ ୫ଜଣ ଯୋଗ୍ୟ ପ୍ରାର୍ଥୀ ଥିବାବେଳେ କାହାକୁ ଟିକେଟ ମିଳିବ, କିଏ ବିଜେଡିକୁ କଡ଼ା ଟକ୍କର ଦେଇପାରିବେ ସେନେଇ ମାନସ ମନ୍ଥନ ଚାଲିଛି। ବିଜେଡିର ଗୋଷ୍ଠୀ କନ୍ଦଳ ଚାଲିଥିବା ବେଳେ ଏଥିରୁ ଭାଜପା କେତେ ଫାଇଦା ନେଇପାରିବ ତାହା ସମୟ ଆସିଲେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri