ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌

କାଏମା,୨୫ା୩(ଶିବପ୍ରସାଦ ମହାନ୍ତି): ଅନ୍ଧକାରରୁ ମୁକ୍ତି ପାଇଁ ଗାଁଗାଁରେ ଲାଗିଥିଲା ଷ୍ଟ୍ରିଟ ଲାଇଟ୍‌। ମାତ୍ର କିଛି ଦିନ ଜଳିବା ପରେ ତାହା ବନ୍ଦ ହୋଇଯାଇଛି। ଅନେକ ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍‌ ଲାଇଟ। ଧର୍ମଶାଳା ବ୍ଲକର ଅନେକ ପଞ୍ଚାୟତରେ ଏହି ଘଟଣା ଦେଖିବାକୁ ମିଳିଛି। ଗାଁରେ ବିଦ୍ୟୁତୀକରଣ ପାଇଁ ସରକାରଙ୍କ ପକ୍ଷରୁ ବିପୁଳ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଯୋଜନା ସମ୍ପୂର୍ଣ୍ଣ ସଫଳ ହୋଇ ନ ଥିବା ଏହା ପ୍ରମାଣିତ କରୁଛି। ଉକ୍ତ ବ୍ଲକ ଅନ୍ତର୍ଗତ ଦେଓଦା ପଞ୍ଚାୟତରେ ୨୦୨୧-୨୨ରେ ୯୫ ଷ୍ଟ୍ରିଟ୍‌ ଲାଇଟ ଲାଗିଥିଲା। କିଛି ମାସ ଧରି ଲୋକେ ଷ୍ଟ୍ରିଟ ଲାଇଟ ସୁବିଧା ପାଇଥିଲେ, ହେଲେ ତା’ପରଠାରୁ ପଞ୍ଚାୟତର ଅନେକ ଗଳିକନ୍ଦି ଅନ୍ଧାରରେ ରହିଛି। ଏନେଇ ସରପଞ୍ଚ ଅତୁଲ ମଳିକ କହିଛନ୍ତି, ପଞ୍ଚାୟତରେ ୯୫ ଷ୍ଟ୍ରିଟ ଲାଇଟ୍‌ ଲାଗିଥିଲା। ଏଥିପାଇଁ ୭ ହଜାରରୁ ଅଧିକ ଟଙ୍କା ମାସିକ ବିଦ୍ୟୁତ୍‌ ବିଲ୍‌ ପଞ୍ଚାୟତରୁ ପ୍ରଦାନ କରାଯାଉଥିଲା। ସେଥିମଧ୍ୟରୁ ୫୨ ଲାଇଟ ଖରାପ ହୋଇଥିବାରୁ ଏହାକୁ ମରାମତି ପାଇଁ ସେ ଅଭିଯୋଗ କରିଥିଲେ। ଗତ ସେପ୍ଟେମ୍ବରରେ ଜଳୁ ନ ଥିବା ଲାଇଟକୁ ମରାମତି କରିବା ସହ ନୂତନ ଷ୍ଟ୍ରିଟ ଲାଇଟ୍‌ ଯୋଗାଇ ଦେବା ପାଇଁ ସରପଞ୍ଚଙ୍କଠାରୁ ଏକ ଫର୍ମରେ ଦସ୍ତଖତ କରାଇ ନେଇଥିଲେ ବିଦ୍ୟୁତ୍‌ ବିଭାଗ ଅଧିକାରୀ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଲାଇଟ ମରାମତି ହୋଇ ନାହିଁ କି ନୂତନ ଲାଇଟ ସଂଯୋଗ କରାଯାଇନାହିଁ। କିନ୍ତୁ ପ୍ରତି ମାସ ୨୨୦ ଲାଇଟର ଆନୁମାନିକ ବିଲ୍‌ ବାବଦକୁ ମାସିକ ୩୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଆସୁଛି। ଫଳରେ ବର୍ତ୍ତମାନ ଦୁଇ ଲକ୍ଷ ଟଙ୍କାରୁ ଅଧିକା ବିଲ୍‌ ବାକି ହୋଇଛି। ସେଥିରୁ ମାର୍ଚ୍ଚ ମାସ ହୋଇଥିବାରୁ ଏକ ଲକ୍ଷ ଟଙ୍କାର ବିଲ୍‌ ପ୍ରଦାନ କରାଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି।
ଏହିପରି ଭାବେ ବ୍ଲକ୍‌ର ୨୨ ପଞ୍ଚାୟତରେ ସମସ୍ୟା ଦେଖାଦେଇଛି। ସେଥିମଧ୍ୟରୁ ମଙ୍ଗଳପୁର ପଞ୍ଚାୟତର ସମାନ କଥା ହୋଇଥିବା ସରପଞ୍ଚ ପ୍ରମୋଦ ଜେନା ପ୍ରକାଶ କରିଛନ୍ତି। କିନ୍ତୁ ଏହାକୁ ପର ମୁହୂର୍ତ୍ତରେ ସଂଶୋଧନ କରି କିଛି ଟଙ୍କା କାଟଛାଣ୍ଟ କରାଯାଇ ବିଲ ପୈଠ କରିଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ମଲ୍ଲିକ କହିଛନ୍ତି। ମିର୍ଜାପୁର ପଞ୍ଚାୟତରେ ମୋଟ୍‌ ୧୦୬ ଷ୍ଟ୍ରିଟ୍‌ଲାଇଟ ଲାଗିଥିବାବେଳେ ୧୦ଟି ଜଳୁଛି ଆଉ ସବୁ ଖରାପ ଥିବା ସରପଞ୍ଚ ପ୍ରଶାନ୍ତ ଜେନା କହିଛନ୍ତି। ପଞ୍ଚାୟତବାସୀ ହଇରାଣ ହରକତ ହେଉଥିବା ନେଇ ସରପଞ୍ଚ ଅଭିଯୋଗ କରିବା ପରେ ମଧ୍ୟ ତାହା ସମାଧାନ କରାଯାଉନାହିଁ। ତାଙ୍କ କଥା କେହି ଶୁଣୁନାହାନ୍ତି। ଏପରିକି ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଚିତ୍ତରଞ୍ଜନ ଭୂୟାଁଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସେ ଚୁପ ରହିଥିବା କହିଛନ୍ତି। ସେହିପରି ବଡ଼କାଏମା ପଞ୍ଚାୟତରେ ମଧ୍ୟ ଅନେକ ଗାଁ ଏବେ ବି ଅନ୍ଧକାରରେ ରହିଛି। ଉତ୍ତରପ୍ରତାପ ପଞ୍ଚାୟତରେ ମଧ୍ୟ ଷ୍ଟ୍ରିଟ ଲାଇଟ ସମସ୍ୟା ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହେଲେ ସ୍ଥାନୀୟ ସରପଞ୍ଚ ନିମାଇଁ ମଲ୍ଲିକ ପଞ୍ଚାୟତରେ କେତେ ଲାଇଟ ଲାଗିଛି ଓ କେତେ ଖରାପ ଅଛି ସେ ବିଷୟରେ ଜାଣି ନ ଥିବା କହିଛନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଲକ୍ଷ୍ମୀ ସ୍ବାଇଁ କହିଛନ୍ତି, ପଞ୍ଚାୟତରେ ୧୮୭ ଷ୍ଟ୍ରିଟ ଲାଇଟ୍‌ ଲାଗିଥିଲା। ବର୍ତ୍ତମାନ ୮୦ରୁ ଅଧିକ ଲାଇଟ ଜଳୁନାହିଁ। ପୂର୍ବ ବିଲ୍‌ ଆନୁମାନିକ ୬ରୁ ୭ହଜାର ଟଙ୍କା ଆସୁଥିବାବେଳେ ବର୍ତ୍ତମାନ ତା’ର ତିନି ଗୁଣରୁ ଅଧିକ ବିଲ୍‌ ଆସୁଛି। ସେ ତିନି କିସ୍ତିରେ ପାଖାପାଖି ୮୦ ହଜାରରୁ ଅଧିକ ଟଙ୍କାର ବିଲ ପୈଠ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ସରପଞ୍ଚ ଏହା ଜାଣି ପାରିଲେ ନାହିଁ କେମିତି। ଯେଉଁ ସମୟରେ ଅନେକ ପଞ୍ଚାୟତର ସରପଞ୍ଚ ବିଦ୍ୟୁତ୍‌ ବିଲକୁ ନେଇ ଚିନ୍ତିତ ସେ ସମୟରେ ନିମାଇଁ କିଛି ଜାଣି ନ ଥିବା କଥା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
ଅନ୍ୟପକ୍ଷରେ ଯେଁଉ ସମୟରେ ପ୍ରତ୍ୟେକ ପଞ୍ଚାୟତରେ ସମ୍ପୂର୍ଣ୍ଣ ଲାଇଟ ଜଳୁଥିଲା ସେ ସମୟରେ ବିଲ୍‌ର ପରିମାଣ ଯାହା ଥିଲା ବର୍ତ୍ତମାନ ୫୦ ପ୍ରତିଶତରୁ କମ୍‌ ଲାଇଟ ଜଳୁଥିବାବେଳେ ବିଲ ତାହାର ତିନି ଗୁଣାରୁ ଅଧିକ ଆସୁଛି କେମିତି। ଏହି ଟଙ୍କା ଯାଉଛି କୁଆଡ଼େ। ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କିମାରୁଛି। ଏନେଇ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଚିତ୍ତରଞ୍ଜନ ଭୂୟାଁଙ୍କଠାରୁ ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ। ଉକ୍ତ ସମସ୍ୟା ଉପରେ ଉପରିସ୍ଥ ଅଧିକାରୀ ତୁରନ୍ତ ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?