ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌

କାଏମା,୨୫ା୩(ଶିବପ୍ରସାଦ ମହାନ୍ତି): ଅନ୍ଧକାରରୁ ମୁକ୍ତି ପାଇଁ ଗାଁଗାଁରେ ଲାଗିଥିଲା ଷ୍ଟ୍ରିଟ ଲାଇଟ୍‌। ମାତ୍ର କିଛି ଦିନ ଜଳିବା ପରେ ତାହା ବନ୍ଦ ହୋଇଯାଇଛି। ଅନେକ ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍‌ ଲାଇଟ। ଧର୍ମଶାଳା ବ୍ଲକର ଅନେକ ପଞ୍ଚାୟତରେ ଏହି ଘଟଣା ଦେଖିବାକୁ ମିଳିଛି। ଗାଁରେ ବିଦ୍ୟୁତୀକରଣ ପାଇଁ ସରକାରଙ୍କ ପକ୍ଷରୁ ବିପୁଳ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଯୋଜନା ସମ୍ପୂର୍ଣ୍ଣ ସଫଳ ହୋଇ ନ ଥିବା ଏହା ପ୍ରମାଣିତ କରୁଛି। ଉକ୍ତ ବ୍ଲକ ଅନ୍ତର୍ଗତ ଦେଓଦା ପଞ୍ଚାୟତରେ ୨୦୨୧-୨୨ରେ ୯୫ ଷ୍ଟ୍ରିଟ୍‌ ଲାଇଟ ଲାଗିଥିଲା। କିଛି ମାସ ଧରି ଲୋକେ ଷ୍ଟ୍ରିଟ ଲାଇଟ ସୁବିଧା ପାଇଥିଲେ, ହେଲେ ତା’ପରଠାରୁ ପଞ୍ଚାୟତର ଅନେକ ଗଳିକନ୍ଦି ଅନ୍ଧାରରେ ରହିଛି। ଏନେଇ ସରପଞ୍ଚ ଅତୁଲ ମଳିକ କହିଛନ୍ତି, ପଞ୍ଚାୟତରେ ୯୫ ଷ୍ଟ୍ରିଟ ଲାଇଟ୍‌ ଲାଗିଥିଲା। ଏଥିପାଇଁ ୭ ହଜାରରୁ ଅଧିକ ଟଙ୍କା ମାସିକ ବିଦ୍ୟୁତ୍‌ ବିଲ୍‌ ପଞ୍ଚାୟତରୁ ପ୍ରଦାନ କରାଯାଉଥିଲା। ସେଥିମଧ୍ୟରୁ ୫୨ ଲାଇଟ ଖରାପ ହୋଇଥିବାରୁ ଏହାକୁ ମରାମତି ପାଇଁ ସେ ଅଭିଯୋଗ କରିଥିଲେ। ଗତ ସେପ୍ଟେମ୍ବରରେ ଜଳୁ ନ ଥିବା ଲାଇଟକୁ ମରାମତି କରିବା ସହ ନୂତନ ଷ୍ଟ୍ରିଟ ଲାଇଟ୍‌ ଯୋଗାଇ ଦେବା ପାଇଁ ସରପଞ୍ଚଙ୍କଠାରୁ ଏକ ଫର୍ମରେ ଦସ୍ତଖତ କରାଇ ନେଇଥିଲେ ବିଦ୍ୟୁତ୍‌ ବିଭାଗ ଅଧିକାରୀ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଲାଇଟ ମରାମତି ହୋଇ ନାହିଁ କି ନୂତନ ଲାଇଟ ସଂଯୋଗ କରାଯାଇନାହିଁ। କିନ୍ତୁ ପ୍ରତି ମାସ ୨୨୦ ଲାଇଟର ଆନୁମାନିକ ବିଲ୍‌ ବାବଦକୁ ମାସିକ ୩୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଆସୁଛି। ଫଳରେ ବର୍ତ୍ତମାନ ଦୁଇ ଲକ୍ଷ ଟଙ୍କାରୁ ଅଧିକା ବିଲ୍‌ ବାକି ହୋଇଛି। ସେଥିରୁ ମାର୍ଚ୍ଚ ମାସ ହୋଇଥିବାରୁ ଏକ ଲକ୍ଷ ଟଙ୍କାର ବିଲ୍‌ ପ୍ରଦାନ କରାଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି।
ଏହିପରି ଭାବେ ବ୍ଲକ୍‌ର ୨୨ ପଞ୍ଚାୟତରେ ସମସ୍ୟା ଦେଖାଦେଇଛି। ସେଥିମଧ୍ୟରୁ ମଙ୍ଗଳପୁର ପଞ୍ଚାୟତର ସମାନ କଥା ହୋଇଥିବା ସରପଞ୍ଚ ପ୍ରମୋଦ ଜେନା ପ୍ରକାଶ କରିଛନ୍ତି। କିନ୍ତୁ ଏହାକୁ ପର ମୁହୂର୍ତ୍ତରେ ସଂଶୋଧନ କରି କିଛି ଟଙ୍କା କାଟଛାଣ୍ଟ କରାଯାଇ ବିଲ ପୈଠ କରିଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ମଲ୍ଲିକ କହିଛନ୍ତି। ମିର୍ଜାପୁର ପଞ୍ଚାୟତରେ ମୋଟ୍‌ ୧୦୬ ଷ୍ଟ୍ରିଟ୍‌ଲାଇଟ ଲାଗିଥିବାବେଳେ ୧୦ଟି ଜଳୁଛି ଆଉ ସବୁ ଖରାପ ଥିବା ସରପଞ୍ଚ ପ୍ରଶାନ୍ତ ଜେନା କହିଛନ୍ତି। ପଞ୍ଚାୟତବାସୀ ହଇରାଣ ହରକତ ହେଉଥିବା ନେଇ ସରପଞ୍ଚ ଅଭିଯୋଗ କରିବା ପରେ ମଧ୍ୟ ତାହା ସମାଧାନ କରାଯାଉନାହିଁ। ତାଙ୍କ କଥା କେହି ଶୁଣୁନାହାନ୍ତି। ଏପରିକି ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଚିତ୍ତରଞ୍ଜନ ଭୂୟାଁଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସେ ଚୁପ ରହିଥିବା କହିଛନ୍ତି। ସେହିପରି ବଡ଼କାଏମା ପଞ୍ଚାୟତରେ ମଧ୍ୟ ଅନେକ ଗାଁ ଏବେ ବି ଅନ୍ଧକାରରେ ରହିଛି। ଉତ୍ତରପ୍ରତାପ ପଞ୍ଚାୟତରେ ମଧ୍ୟ ଷ୍ଟ୍ରିଟ ଲାଇଟ ସମସ୍ୟା ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହେଲେ ସ୍ଥାନୀୟ ସରପଞ୍ଚ ନିମାଇଁ ମଲ୍ଲିକ ପଞ୍ଚାୟତରେ କେତେ ଲାଇଟ ଲାଗିଛି ଓ କେତେ ଖରାପ ଅଛି ସେ ବିଷୟରେ ଜାଣି ନ ଥିବା କହିଛନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଲକ୍ଷ୍ମୀ ସ୍ବାଇଁ କହିଛନ୍ତି, ପଞ୍ଚାୟତରେ ୧୮୭ ଷ୍ଟ୍ରିଟ ଲାଇଟ୍‌ ଲାଗିଥିଲା। ବର୍ତ୍ତମାନ ୮୦ରୁ ଅଧିକ ଲାଇଟ ଜଳୁନାହିଁ। ପୂର୍ବ ବିଲ୍‌ ଆନୁମାନିକ ୬ରୁ ୭ହଜାର ଟଙ୍କା ଆସୁଥିବାବେଳେ ବର୍ତ୍ତମାନ ତା’ର ତିନି ଗୁଣରୁ ଅଧିକ ବିଲ୍‌ ଆସୁଛି। ସେ ତିନି କିସ୍ତିରେ ପାଖାପାଖି ୮୦ ହଜାରରୁ ଅଧିକ ଟଙ୍କାର ବିଲ ପୈଠ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ସରପଞ୍ଚ ଏହା ଜାଣି ପାରିଲେ ନାହିଁ କେମିତି। ଯେଉଁ ସମୟରେ ଅନେକ ପଞ୍ଚାୟତର ସରପଞ୍ଚ ବିଦ୍ୟୁତ୍‌ ବିଲକୁ ନେଇ ଚିନ୍ତିତ ସେ ସମୟରେ ନିମାଇଁ କିଛି ଜାଣି ନ ଥିବା କଥା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
ଅନ୍ୟପକ୍ଷରେ ଯେଁଉ ସମୟରେ ପ୍ରତ୍ୟେକ ପଞ୍ଚାୟତରେ ସମ୍ପୂର୍ଣ୍ଣ ଲାଇଟ ଜଳୁଥିଲା ସେ ସମୟରେ ବିଲ୍‌ର ପରିମାଣ ଯାହା ଥିଲା ବର୍ତ୍ତମାନ ୫୦ ପ୍ରତିଶତରୁ କମ୍‌ ଲାଇଟ ଜଳୁଥିବାବେଳେ ବିଲ ତାହାର ତିନି ଗୁଣାରୁ ଅଧିକ ଆସୁଛି କେମିତି। ଏହି ଟଙ୍କା ଯାଉଛି କୁଆଡ଼େ। ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କିମାରୁଛି। ଏନେଇ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଚିତ୍ତରଞ୍ଜନ ଭୂୟାଁଙ୍କଠାରୁ ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ। ଉକ୍ତ ସମସ୍ୟା ଉପରେ ଉପରିସ୍ଥ ଅଧିକାରୀ ତୁରନ୍ତ ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri