ଭାଜପା ଆଶାୟୀଙ୍କ ମଧ୍ୟରେ ଟଣାଓଟରା

ପଟ୍ଟାମୁଣ୍ଡାଇ,୧୦ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଜିତିବାର ଆଶା ବୃଦ୍ଧି ପାଇଛି। ବିଜେଡି ପୁଣି ଧ୍ରୁବ ସାହୁଙ୍କୁ ପ୍ରାର୍ଥୀ କରିଥିବାରୁ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇ ବିଜେଡି କର୍ମୀମାନେ ଲୋକଙ୍କ ନିକଟକୁ ଯିବା ଆରମ୍ଭ କଲେଣି। ହେଲେ ବିଧାନସଭା ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ଭାଜପା ପଛରେ ପଡ଼ିଥିବାରୁ ଭାଜପା ଆଶାୟୀଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ଘୋଷଣା ହେବାକୁ ଥିବା ଭାଜପା ବିଧାନସଭା ଟିକେଟକୁ ନେଇ ଆଶାୟୀ ଚିନ୍ତାରେ ପଡ଼ିଥିବା ବେଳେ ଲୋକଙ୍କ ନିକଟତର ହେବା ପରିବର୍ତ୍ତେ ଆଶାୟୀ ଓ ତାଙ୍କ ସମର୍ଥକମାନେ ଭୁବନେଶ୍ୱରରେ ଭିଡ଼ ଜମାଇଛନ୍ତି। ମାତ୍ର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳୁନାହାନ୍ତି। ଫଳରେ ଲୋକେ ଭାଜପା ଉପରୁ ମୁହଁ ଫେରଇବା ଆରମ୍ଭ କଲେଣି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।
ରାଜନଗର ନିର୍ବାଚନମଣ୍ଡଳୀର ଭାଜପା ବିଧାନସଭା ପ୍ରାର୍ଥୀମାନେ ଟିକେଟ ବଣ୍ଟା ଆରମ୍ଭ ହେବା ଦିନରୁ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ଏଠାରେ ପୂର୍ବତନ ବିଧାୟକ ଅଲେଖ ଜେନା ଟିକେଟ ପାଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଥିବା ବେଳେ ପଟ୍ଟାମୁଣ୍ଡାଇର ଯୁବନେତା ଶଶିକାନ୍ତ ସ୍ବାଇଁ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ଜଡିତ ଥାଇ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ ରଖି ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ସ୍ବର ଉଠାଇ ଜନସାଧାରଣଙ୍କ ପାଖରେ ରହିଥିବାରୁ ସେ ମଧ୍ୟ ଟିକେଟ ପାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେହିପରି ରାଜନଗରରୁ ଅଜୟ ବେହେରା ଓ ଲଳିତ ବେହେରା ମଧ୍ୟ ଅଭିଯାନ ଜାରି ରଖିଛନ୍ତି। ଭାଜପାର ବରିଷ୍ଠ ନେତାମାନେ ଏମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏଯାଏ କୌଣସି ସମାଧାନର ବାଟ ବାହାରି ପାରିନାହିଁ। ଏଭଳି ସ୍ଥିତିରେ ଦଳ ଏମାନଙ୍କୁ ବାଦ୍‌ ଦେଇ ଅନ୍ୟ ବିକଳ୍ପ ସନ୍ଧାନରେ ଥିବା ଚର୍ଚ୍ଚା ହେଉଛି। ଏ ନେଇ ବିଜେଡିର ଦୁଇ ନେତାଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିବାରେ ଲାଗିଲାଣି ବୋଲି ସମୀକ୍ଷକମାନେ ମତ ଦେଲେଣି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲା ରାଜନୀତିର ଦୃଶ୍ୟପଟରେ ଆଗଧାଡିର ବିରୋଧୀ ଦଳ ଭାବେ କଂଗ୍ରେସ ଥିବା ବେଳେ ଶିବିରରୁ ଜଣକ ପରେ ଜଣେ ନେତା ଦଳ ଛାଡ଼ି ବିଜେଡିରେ ସାମିଲ ହେଉଛନ୍ତି। ପୂର୍ବତନ ଜିଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ବିଜେଡିରେ ମିଶିବା ପରେ କେନ୍ଦ୍ରାପଡ଼ା ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ହୋଇ ସାରିଥିବା ବେଳେ କେନ୍ଦ୍ରାପଡ଼ାର ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ୭ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଏ ନେଇ କଂଗ୍ରେସ ନେତା ଶୂନ୍ୟ ହୋଇପଡ଼ିଥିବା ବେଳେ ଏହି ରାଜନଗର ବିଧାନସଭାର ଦାୟିତ୍ୱ କାହାକୁ ହସ୍ତାନ୍ତର କରାଯିିବ ବୋଲି ବିଚାର ବିମର୍ଶ ଚାଲିଛି। ତେବେ ଯୁବନେତା ସମ୍ରାଟ ଜେନା ଏଥିପାଇଁ ଯୋଗ୍ୟ ବୋଲି ଆଲୋଚନା ହେଉଥିବା ବେଳେ ଅନ୍ୟତମ ଆଶାୟୀ ଭାବେ ପୂର୍ବତନ ମହିଳା ସଭାନେତ୍ରୀ ସ୍ନେହଲତା ରାୟ ଓ ପୂର୍ବତନ ଜିଲା ଯୁବ ସଭାପତି ସତ୍ୟପ୍ରିୟ ସାମଲ କଂଗ୍ରେସ ଟିକେଟ ପାଇଁ ଏଆଇସିସିକୁ ଦରଖାସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜନଗର ବିଧାନସଭା କ୍ଷେତ୍ରରେ ବିଜେଡିକୁ ମୁକାବିଲା କରିବାରେ ଅନ୍ତଃ କନ୍ଦଳରେ ବୁଡି ରହିଥିବା ଭାଜପା ନା ନେତା ଶୂନ୍ୟ କଂଗ୍ରେସ ସମକ୍ଷ ହେବେ ବୋଲି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri