ଭାଜପା ଆଶାୟୀଙ୍କ ମଧ୍ୟରେ ଟଣାଓଟରା

ପଟ୍ଟାମୁଣ୍ଡାଇ,୧୦ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଜିତିବାର ଆଶା ବୃଦ୍ଧି ପାଇଛି। ବିଜେଡି ପୁଣି ଧ୍ରୁବ ସାହୁଙ୍କୁ ପ୍ରାର୍ଥୀ କରିଥିବାରୁ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇ ବିଜେଡି କର୍ମୀମାନେ ଲୋକଙ୍କ ନିକଟକୁ ଯିବା ଆରମ୍ଭ କଲେଣି। ହେଲେ ବିଧାନସଭା ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ଭାଜପା ପଛରେ ପଡ଼ିଥିବାରୁ ଭାଜପା ଆଶାୟୀଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ଘୋଷଣା ହେବାକୁ ଥିବା ଭାଜପା ବିଧାନସଭା ଟିକେଟକୁ ନେଇ ଆଶାୟୀ ଚିନ୍ତାରେ ପଡ଼ିଥିବା ବେଳେ ଲୋକଙ୍କ ନିକଟତର ହେବା ପରିବର୍ତ୍ତେ ଆଶାୟୀ ଓ ତାଙ୍କ ସମର୍ଥକମାନେ ଭୁବନେଶ୍ୱରରେ ଭିଡ଼ ଜମାଇଛନ୍ତି। ମାତ୍ର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳୁନାହାନ୍ତି। ଫଳରେ ଲୋକେ ଭାଜପା ଉପରୁ ମୁହଁ ଫେରଇବା ଆରମ୍ଭ କଲେଣି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।
ରାଜନଗର ନିର୍ବାଚନମଣ୍ଡଳୀର ଭାଜପା ବିଧାନସଭା ପ୍ରାର୍ଥୀମାନେ ଟିକେଟ ବଣ୍ଟା ଆରମ୍ଭ ହେବା ଦିନରୁ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ଏଠାରେ ପୂର୍ବତନ ବିଧାୟକ ଅଲେଖ ଜେନା ଟିକେଟ ପାଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଥିବା ବେଳେ ପଟ୍ଟାମୁଣ୍ଡାଇର ଯୁବନେତା ଶଶିକାନ୍ତ ସ୍ବାଇଁ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ଜଡିତ ଥାଇ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ ରଖି ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ସ୍ବର ଉଠାଇ ଜନସାଧାରଣଙ୍କ ପାଖରେ ରହିଥିବାରୁ ସେ ମଧ୍ୟ ଟିକେଟ ପାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେହିପରି ରାଜନଗରରୁ ଅଜୟ ବେହେରା ଓ ଲଳିତ ବେହେରା ମଧ୍ୟ ଅଭିଯାନ ଜାରି ରଖିଛନ୍ତି। ଭାଜପାର ବରିଷ୍ଠ ନେତାମାନେ ଏମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏଯାଏ କୌଣସି ସମାଧାନର ବାଟ ବାହାରି ପାରିନାହିଁ। ଏଭଳି ସ୍ଥିତିରେ ଦଳ ଏମାନଙ୍କୁ ବାଦ୍‌ ଦେଇ ଅନ୍ୟ ବିକଳ୍ପ ସନ୍ଧାନରେ ଥିବା ଚର୍ଚ୍ଚା ହେଉଛି। ଏ ନେଇ ବିଜେଡିର ଦୁଇ ନେତାଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିବାରେ ଲାଗିଲାଣି ବୋଲି ସମୀକ୍ଷକମାନେ ମତ ଦେଲେଣି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲା ରାଜନୀତିର ଦୃଶ୍ୟପଟରେ ଆଗଧାଡିର ବିରୋଧୀ ଦଳ ଭାବେ କଂଗ୍ରେସ ଥିବା ବେଳେ ଶିବିରରୁ ଜଣକ ପରେ ଜଣେ ନେତା ଦଳ ଛାଡ଼ି ବିଜେଡିରେ ସାମିଲ ହେଉଛନ୍ତି। ପୂର୍ବତନ ଜିଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ବିଜେଡିରେ ମିଶିବା ପରେ କେନ୍ଦ୍ରାପଡ଼ା ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ହୋଇ ସାରିଥିବା ବେଳେ କେନ୍ଦ୍ରାପଡ଼ାର ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ୭ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଏ ନେଇ କଂଗ୍ରେସ ନେତା ଶୂନ୍ୟ ହୋଇପଡ଼ିଥିବା ବେଳେ ଏହି ରାଜନଗର ବିଧାନସଭାର ଦାୟିତ୍ୱ କାହାକୁ ହସ୍ତାନ୍ତର କରାଯିିବ ବୋଲି ବିଚାର ବିମର୍ଶ ଚାଲିଛି। ତେବେ ଯୁବନେତା ସମ୍ରାଟ ଜେନା ଏଥିପାଇଁ ଯୋଗ୍ୟ ବୋଲି ଆଲୋଚନା ହେଉଥିବା ବେଳେ ଅନ୍ୟତମ ଆଶାୟୀ ଭାବେ ପୂର୍ବତନ ମହିଳା ସଭାନେତ୍ରୀ ସ୍ନେହଲତା ରାୟ ଓ ପୂର୍ବତନ ଜିଲା ଯୁବ ସଭାପତି ସତ୍ୟପ୍ରିୟ ସାମଲ କଂଗ୍ରେସ ଟିକେଟ ପାଇଁ ଏଆଇସିସିକୁ ଦରଖାସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜନଗର ବିଧାନସଭା କ୍ଷେତ୍ରରେ ବିଜେଡିକୁ ମୁକାବିଲା କରିବାରେ ଅନ୍ତଃ କନ୍ଦଳରେ ବୁଡି ରହିଥିବା ଭାଜପା ନା ନେତା ଶୂନ୍ୟ କଂଗ୍ରେସ ସମକ୍ଷ ହେବେ ବୋଲି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?