ଏଥର ବିକଳ୍ପ ଖୋଜୁଛନ୍ତି ଭୋଟର

ଯାଜପୁର,୧୦ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୬୭ରୁ ଏଯାବତ ସଂରକ୍ଷିତ ଆସନ ହୋଇ ରହିଛି। ଅଞ୍ଚଳବାସୀ ଏନେଇ ରାଜ୍ୟ ଓ କେନ୍ଦ୍ର ନିର୍ବାଚନ କମିଶନରଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳି ପାରୁନାହିଁ ା ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ପୁଣି ନିର୍ବାଚନ ହେବାକୁ ଯାଉଛି ା ପାଖାପାଖି ୩ ଦଶନ୍ଧି ହେଲା ଏଠାରେ କଂଗ୍ରେସ କିମ୍ବା ଭାଜପା ବିଜୟର ସ୍ବାଦ ଚାଖି ପାରିନାହିଁ। ତେଣୁ ୨୦୨୪ ନିର୍ବାଚନକୁ ନେଇ ସବୁ ମହଲରେ ଉକତ୍ଣ୍ଠା ପ୍ରକାଶ ପାଇଛି ା ଜିଲାରେ ଗୁରୁତ୍ୱ ରଖୁଥିବା ଏହି ନିର୍ବାଚନ ମଣ୍ଡଳୀରେ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ସାଙ୍ଗକୁ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସମସ୍ୟା ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି ା ଡ୍ରେନେଜ, ଜଳ ସମ୍ପଦ, ଆବାସ ଆଦି ଯୋଜନାରେ ଦୁର୍ନୀତି ଓ ଏଥିରେ ସଂପୃକ୍ତ ଅଧିକାରୀମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଏହି ନିର୍ବାଚନ ମଣ୍ଡଳୀ ସାରା ଜିଲାରେ ନିନ୍ଦିତ ହୋଇସାରିଛି। ଏପରି କି ନିର୍ମାଣ ନ ସରୁଣୁ ପିଚୁ ଉଠି ଯାଇଥିବା ଏକ ପୂର୍ତ୍ତ ବିଭାଗ ରାସ୍ତାକୁ ନେଇ ଭୋଟରମାନେ ଏଥର ପ୍ରମିଳାଙ୍କୁ ଭୋଟ ଦେବୁନୁ ବୋଲି ଖୋଲାଖୋଲି କହି ବୁଲୁଥିବା ଏକ ଭିଡିଓ ଜାରି କରିଥିଲେ। ତାହା ଭାଇରାଲ ହେବାରେ ଲାଗିଛି। ତେଣୁ ଦୀର୍ଘଦିନର ନେତୃତ୍ୱ ଉପରେ ଲୋକେ ଭରସା ତୁଟାଇ ଏଥର ବିକଳ୍ପ ଖୋଜୁଛନ୍ତି ବୋଲି ଚର୍ଚ୍ଚା ହେଉଛି।
ବିଧାନସଭା ଆସନର ରାଜନୈତିକ ପୃଷ୍ଠଭୂମିକୁ ଦେଖିଲେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀରେ ଏବେ ବି ବିଜେଡିର ଜନସମର୍ଥନ ସୁଦୃଢ ରହିଛି। ବିଞ୍ଝାରପୁର ବ୍ଲକ ସମେତ ଦଶରଥପୁର ବ୍ଲକର ୧୨ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୬ ଜିଲା ପରିଷଦ ଜୋନ୍‌ ରହିଛି। ୨୦୨୨ ଜିଲା ପରିଷଦ ନିର୍ବାଚନରେ ବିଜେଡି ସମସ୍ତ ୬ ଆସନରେ ବିଜୟୀ ହୋଇଥିଲା। ବିରୋଧିଙ୍କ ଉପଯୁକ୍ତ ନେତୃତ୍ୱ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେତେବେଳେ ମତପ୍ରକାଶ ପାଇଥିଲା। ଗତ ୫ ନିର୍ବାଚନରେ ବିଜେଡିର ପ୍ରମିଳା ମଲିକ ଲଗାତାର ଭାବେ ବିଜୟୀ ହୋଇ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଚଳିତ ନିର୍ବାଚନରେ ବିଜେଡି ସୁବିଧାଜନକ ସ୍ଥିତିରେ ରହିବା ସ୍ବାଭାବିକ । କିନ୍ତୁ ଅଙ୍କକଷା ଭଳି ନିର୍ବାଚନ ଲଢେଇ ଏତେ ସରଳ ନୁହେଁ । ବିଶେଷକରି ଏଠାରେ ଶାସକ ଦଳ ଚାପରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଗ୍ରାମୀଣ ଆବାସ ଯୋଗାଇ ଦିଆଯାଇଛି ା ବିଗତ ବର୍ଷରେ ଏହି ବ୍ଲକରେ ଗୋଟିଏ ଗୋଟିଏ ପରିବାରକୁ ୫ରୁ ୭ଟି ଗ୍ରାମୀଣ ଆବାସ ଯୋଗାଇ ଦେବା ଓ ଗାଇଡ୍‌ ଲାଇନ ଉଲ୍ଲଂଘନ କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ ବିଜୁ ପକ୍କା ଘର ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ବ୍ଲକରେ ପ୍ରାୟ ୭୦ ପ୍ରତିଶତ ଗ୍ରାମୀଣ ଆବାସର ହିସାବ ମିଳି ନ ଥିବା ପୂର୍ବରୁ ଅଭିଯୋଗ ହୋଇଛି। ଏଥିରେ ଖୋଦ୍‌ ବିଡିଓ, ଯନ୍ତ୍ରୀ ଓ ଭିଏଲଡବ୍ଲ୍ୟୁ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲାବେଳେ ସେମାନଙ୍କୁ ପୁଣି ଏହି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ତଦନ୍ତ ମଧ୍ୟ ଚାପି ହୋଇଗଲା। ଏନେଇ ଗରିବ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁ ଥିବା ମନେ ହେଉଛି ା
ଅଞ୍ଚଳର ବିକାଶରେ ଅନ୍ତରାୟ ସାଜିଥିବା ବିଜେଡିର ନେତୃତ୍ୱ ବିରୋଧରେ ବିଭିନ୍ନ ସମୟରେ ସ୍ବର ଉତ୍ତୋଳନ କରି ଆସୁଥିବା ଭାଜପା ଓ କଂଗ୍ରେସ ପ୍ରତି ଅଞ୍ଚଳବାସୀଙ୍କ ସମର୍ଥନ ବଢୁଥିବା ଚର୍ଚ୍ଚା ହେଉଛି ା ୧୯୯୦ରୁ ଜନତା ଦଳର ପ୍ରମିଳା ମଲିକ ପ୍ରଥମ କରି ବିଞ୍ଝାରପୁରର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ା କିନ୍ତୁ ୧୯୯୫ ନିର୍ବାଚନରେ ପୁଣି କଂଗ୍ରେସର ପ୍ରାର୍ଥୀ ଅର୍ଜ୍ଜୁନ ଦାସଙ୍କୁ ଲୋକେ ନିର୍ବାଚିତ କରିଥିଲେ ା ପୁଣି ୨୦୦୦ରୁ ଏଯାଏ ମଲିକ ବିଜେଡିରୁ ଲଗାତାର ବିଜୟୀ ହେଉଛନ୍ତି ା ହେଲେ ଗମନାଗମନ କ୍ଷେତ୍ରରେ ବିଞ୍ଝାରପୁରଠାରୁ ଜିଲା ମହକୁମା ପର୍ଯ୍ୟନ୍ତ ୧୫ କି.ମି. ରାସ୍ତା ସଙ୍କୁଚିତ ଓ ବିପର୍ଯ୍ୟସ୍ତ ହୋଇ ପଡି ରହିଛି। ଏହି ରାସ୍ତା ସଦାସର୍ବଦା ବ୍ୟସ୍ତବହୁଳ ହୋଇଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟିଥିବା ନଜିର ରହିଥାଏ। ପୂର୍ତ୍ତ ବିଭାଗ ପକ୍ଷରୁ ଯାଜପୁର ବିରଜା ମନ୍ଦିରଠାରୁ ଖଣ୍ଡରା ଛକ ପର୍ଯ୍ୟନ୍ତ ଦୋହରିକରଣ କାମ ଚାଲିଛି। ହେଲେ ୫ ବର୍ଷ ହେଲା କାମ ଶେଷ ହୋଇ ପାରିନାହିଁ। ଅନ୍ୟପକ୍ଷେ ବିଞ୍ଝାରପୁର ବ୍ଲକ ଛକଠାରୁ ବଜାର ପର୍ଯ୍ୟନ୍ତ ପ୍ରଶସ୍ତିକରଣ କାର୍ଯ୍ୟ ଏଫ୍‌-୨ ମାଧ୍ୟମରେ ଚାଲିଛି। ବିନା ଟେଣ୍ଡରରେ କେତେଜଣ ଶାସକ ଦଳର କର୍ମୀ ଏହି କାମ କରୁଥିବାରୁ ତାହା ଅତି ନିମ୍ନମାନର ହେଉଥିବା ଦେଖିବାକୁ ମିଳିଛି। ଯାହାକି ଅଞ୍ଚଳବାସୀଙ୍କ ମଧ୍ୟରେ ଶାସକ ଦଳ ପ୍ରତି ବିରୋଧାଭାସ ତେଜିବାରେ ଲାଗିଛି। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୮ କୋଟି ଟଙ୍କାର ରାମବାଗଠାରୁ ଛତ୍ରପଡା ରାସ୍ତା କାମ ନ ସରୁଣୁ ପିଚୁ ଉଠି ଯାଇଥିଲା। ଏହା ଦେଖି ଅଞ୍ଚଳବାସୀ ଏଭଳି ଦୁର୍ନୀତି କରୁଥିବା ପ୍ରମିଳାଙ୍କୁ ଏଥର ଭୋଟ ଦେବୁନୁ ବୋଲି ରୋକ୍‌ଠୋକ୍‌ ଭିଡିଓରେ ଜବାବ୍‌ ଦେଇଛନ୍ତି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ୩୦୦ ମିଟର ପର୍ଯ୍ୟନ୍ତ ବିଲ୍‌ ସ୍ଥଗିତ ରଖାଯାଇଛି। ହେଲେ ଠିକାଦାର ଏବଂ ଅଧୀକ୍ଷଣ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରା ହୋଇ ଏହାର ସମଧାନ ହୋଇଯିବ ବୋଲି ଲୋକେ ଆଶଙ୍କା ପ୍ରକଟ କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ସିଂହପୁର, ଜରି, ହଲଦିଡିହ, ବାଙ୍ଗରା ଆଦି ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ। ଯାହାର ପ୍ରତିକାର ଏଯାଏ ହୋଇ ପାରିଲା ନାହିଁ। ପ୍ରାୟ ୨୦୦ ହେକ୍ଟର ଚାଷ ଜମି ବନ୍ୟା ପାଣିରେ ଧୋଇ ହୋଇଯାଏ। ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଉଛି।
ଭାଜପାର ବବିତା ମଲିକଙ୍କ ନାମ ଚୂଡ଼ାନ୍ତ ହୋଇ ସାରିଛି। ଫଳରେ ଭାଜପାର ଗତ ଲୋକସଭା ପ୍ରାର୍ଥୀ ଅମିୟ ମଲିକ ଅସନ୍ତୁଷ୍ଟ ତାଲିକାରେ ରହିଛନ୍ତି, ଯାହାକି ଭାଜପା ଉପରେ ଏହାର ଗଭୀର ପ୍ରଭାବ ପଡିପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସର କେତେଜଣ ଯୁବ ନେତା ପୂର୍ବ ଗୌରବକୁ ଫେରାଇ ଆଣିବା ସହ ଏବେ ଦଳକୁ ସଜାଡିବାରେ ଲାଗି ପଡିଛନ୍ତି ା ବିଜେଡିର ପ୍ରୀୟାପ୍ରୀତି ତୋଷଣ, ଠିକାଦାରୀ ରାଜନୀତିକୁ ପାଥେୟ କରି କଂଗ୍ରେସ ନେତା ଭୋଟରଙ୍କ ଆସ୍ଥା ଜିଣିବାକୁ ଉଦ୍ୟମ ଜାରି ରଖିଛନ୍ତି ା ବିଞ୍ଝାରପୁର ଭୋଟର ଭାଜପାର ନେତୃତ୍ୱ ଓ କଂଗ୍ର୍ରେସର କର୍ମୀମାନଙ୍କୁ ମୂଲ୍ୟାୟନ ଆରମ୍ଭ କରି ଦେଇଛନ୍ତି ା ଏଥର ସାଧାରଣ ନିର୍ବାଚନରେ ଯିଏ ସ୍ବଚ୍ଛ ଶାସନ ପ୍ରତିଶ୍ରୁତି ଦେଇ ପାରିବ ସେହି ଦଳ ବା ନେତୃତ୍ୱ ବିଜୟ ହାସଲ କରିବାର ଆଶା ଅଧିକ ବୋଲି ଜନମତରୁ ବାରି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri