ଭୋଟକୁ ଓଲଟପାଲଟ କରିପାରେ ଚାଷୀ ସଙ୍ଗଠନ

ଯାଜପୁର,୧୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକସଭା ଆସନ ସମେତ ଜିଲାର ୭ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଚାଷୀ ସଙ୍ଗଠନ, ବିଦ୍ରୋହୀ ଓ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଭାବଶାଳୀ ଉପସ୍ଥିତି ପ୍ରତିଦ୍ୱନ୍ଦ୍ୱିତାର ଚିତ୍ରକୁ ପ୍ରଭାବିତ କରୁଛି ା ମୋଟାମୋଟି ଭାବେ ସବୁଠି କଡ଼ା ମୁକାବିଲା ହେବାର ସମ୍ଭାବନା ଉପୁଜିଛି । ଦଳୀୟ ଟିକେଟ୍‌ ପାଇଥିବା ପ୍ରାର୍ଥୀଙ୍କ ଭରସା ଦଳର ଭାବମୂର୍ତ୍ତି ା କିଭଳି ଭୋଟରଙ୍କ ନିକଟତର ହୋଇ ପାରିବେ, କ’ଣ ରହିବ ପ୍ରଚାରର ମାଧ୍ୟମ, କେଉଁ ହାଇପ୍ରୋଫାଇଲ ନେତାଙ୍କୁ ସାଥିରେ ନେଲେ ଭୋଟରଙ୍କ ମନ କିଣି ହେବ ସେହି ସବୁ ଦିଗକୁ ରାଜନୈତିକ ଦଳମାନେ ଅତି ନିକଟକୁ ପରଖି ନେଉଛନ୍ତି। ହାରଜିତ୍‌ ସବୁଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ସକ୍ରିୟ ହୋଇଥିବା ଚାଷୀ ସଙ୍ଗଠନ ଏବଂ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଫଳାଫଳକୁ ଓଲଟପାଲଟ କରି ଦେଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ା
ନବ ନିର୍ମାଣ କୃଷକ ସଙ୍ଗଠନର ଆହ୍ବାନରେ କୃଷକ ପ୍ରତିନିଧିମାନଙ୍କୁ ବିଧାନସଭା ପଠାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବରୀରୁ ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛନ୍ତି। ସେ କୃଷକ ନେତୃବର୍ଗମାନଙ୍କୁ ସାଙ୍ଗରେ ଧରି ଦୈନନ୍ଦିନ ସକାଳୁ ରାତି ୧୧ ଯାଏଁ ପ୍ରଚାର କାମରେ ଲାଗି ପଡିଛନ୍ତି। ମଙ୍ଗଳବାର ରସୁଲପୁର ବ୍ଲକ ଅନ୍ତର୍ଗତ ୩୬ ନମ୍ବର ଜୋନ୍‌ର ୧୦ ପଞ୍ଚାୟତର କୃଷକମାନଙ୍କୁ ନେଇ କ୍ଷେତ୍ରପାଳ ମନ୍ଦିରରେ ଏକ ନିର୍ବାଚନୀ ବୈଠକର ଆୟୋଜନ ହୋଇଛି। ଉକ୍ତ ସଭାରେ ଚାଷୀ ସଂଗଠନ ପକ୍ଷରୁ ନିମାଇଁ ୭୦ ପ୍ରତିଶତ ଭାଗ ଚାଷୀଙ୍କ ଭୋଟ ଆଧାରରେ ଆମେ ଜିତିପାରିବା ଓ ସରକାର୍‌ ମଧ୍ୟ ଗଢ଼ିପାରିବା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଚାଷୀ ସୁରକ୍ଷା ଭତ୍ତା ମାସିକ ୫୦୦୦ ଟଙ୍କା, ସମସ୍ତ ଜମିକୁ ଜଳସେଚନ, ଧାନ କୁଇଣ୍ଟାଲ ପ୍ରତି ୩୪୦୦ ଟଙ୍କା କରି ମଣ୍ଡିଗୁଡିକର ସୁପରିଚାଳନା, ସମ୍ପୂର୍ଣ୍ଣ ମଦ ଉଚ୍ଛେଦ, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତାକୁ ୩୦୦୦କୁ ବୃଦ୍ଧି କରିବା, ଚାଷୀଙ୍କୁ ବିଜୁଳି ଛାଡ଼, ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ଆହ୍ବାନ ଦେଇଛନ୍ତି । ରାଜନୀତିରେ ଚାଷୀଙ୍କ ଆବିର୍ଭାବ ଶାସକ ଓ ବିରୋଧୀଙ୍କ ପାଇଁ ଚିନ୍ତା ବଢାଇଛି। ନବନିର୍ମାଣ କୃଷକ ସଙ୍ଗଠନର ଚାଷୀମାନଙ୍କ ଉପରେ ବିଜେଡି ସରକାର ଯେଭଳି ଅନ୍ୟାୟ ଅତ୍ୟାଚାର କରିଛନ୍ତି ତାକୁ ଭୁଲି ନାହାନ୍ତି ବୋଲି କୃଷକ ନେତାମାନେ କହୁଛନ୍ତି ା କାଳିଆ ଯୋଜନା ଏହି ସଙ୍ଗଠନକୁ ସନ୍ତୁଷ୍ଟ କରିପାରି ନାହିଁ ା କୃଷକମାନଙ୍କଠାରୁ ଗଣତାନ୍ତ୍ରିକ ଅଧିକାର ସରକାର ଛଡେଇ ନେଇଛନ୍ତି ା ପୋଲିସ ପ୍ରଶାସନକୁ ଲଗାଇ କୃଷକମାନଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଛନ୍ତି ା ଚାଷୀଙ୍କୁ ନିଜର ଦାବି ଜଣାଇବାକୁ ସରକାର ରାଜଧାନୀରେ ପହଞ୍ଚିବାକୁ ସୁଯୋଗ ଦେଇ ନାହିଁ। ଅମାନବୀୟ ଭାବେ ଚାଷୀମାନଙ୍କୁ ଏକାଧିକ ଥର ରାସ୍ତାରୁ ପୋଲିସ ଉଠାଇ ନେଇଛି ା ଏଥିରେ କଂଗ୍ରେସ ଓ ଭାଜପା ସିଧାସଳଖ ସମର୍ଥନ ଜଣାଇ ନ ଥିଲେ ହେଁ ମାନସିକ ଭାବେ ସହଯୋଗ କରିଛି। ଜିଲାର କୋରେଇ ନିର୍ବାଚନ ମଣ୍ଡଳୀର ପ୍ରାୟ ଅଧା ଅଞ୍ଚଳ ସମେତ ଧର୍ମଶାଳା, ବରୀ, ବଡ଼ଚଣା ଓ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଷୀ ସଙ୍ଗଠନ ତାର ପ୍ରୟୋଗଶାଳାରେ ପରିଣତ କରିଛି ା ତେଣୁ ଚଳିତ ସାଧାରଣ ନିର୍ବାଚନରେ ଚାଷୀ ସଙ୍ଗଠନ ଶାସକ ଦଳ ପାଇଁ ଘାତକ ସାଜିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ା ସରକାର ଧାନର ଅଭାବି ବିକ୍ରୀ ପରିସ୍ଥିତିରେ ସୁଧାର କରିବା ଲକ୍ଷ୍ୟ ନେଇ ଚାଷୀ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ରେ ଧାନ ବିକ୍ରୀ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ଗତ ୧୦ବର୍ଷ ହେବ ଯାଜପୁର ଜିଲାର ପାକ୍ସଗୁଡିକରେ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଛି। ପାକ୍ସରେ ଚାଷୀ ଧାନ ଦେଇ ପ୍ରାପ୍ୟ ନ ପାଇବା, ଟୋକନ ପାଇ ଧାନ ବିକ୍ରୀ ନ ହେବା ଭଳି ଗୁରୁତର ଅଭିଯୋଗ ହୋଇଛି। ପୂର୍ବରୁ ମାର୍କଣ୍ଡପୁର ପାକ୍ସ ଅଧୀନରେ ଜମି ନ ଥାଇ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ନାମରେ ଲକ୍ଷାଧିକ ଟଙ୍କାର ଧାନ ବିକ୍ରୀ ହୋଇଥିବାର ଅଭିଯୋଗ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ୩୭ ହଜାର ଚାଷୀ ଧାନ ବିକ୍ରୀ କରିଥିବାବେଳେ ୧୫ ହଜାର ଚାଷୀ ଅଭାବୀ ବିକ୍ରୀର ଶିକାର ହୋଇ ବେପାରୀଙ୍କୁ ଧାନ ବିକ୍ରୀ କରିଛନ୍ତି। ଦଶରଥପୁର ବ୍ଲକ ଅକରପଡା ପଞ୍ଚାୟତରେ ଏକ ଦମ୍ପତି ମୋଟ ୧୩୭୮ କୁଇଣ୍ଟାଲ ଧାନ ବିକ୍ରୀ କରିଛନ୍ତି। ଏହି ଦମ୍ପତିଙ୍କ ୨ ରୁ ୩ ଏକର ଜମି ରହିଛି। ଜଣେ ଚାଷୀ ଏକର ପିଛା ୧୯ କୁଇଣ୍ଟାଲ ଧାନ ବିକ୍ରୀ କରି ପାରିବେ ବୋଲି ନିୟମ ରହିଛି। ତେଣୁ ଏହି ଦମ୍ପତି ଏତେ ପରିମାଣର ଧାନ ବିକ୍ରୀ କରିବା ପାଇଁ ଟୋକନ କିପରି ପାଇଲେ ବୋଲି ପ୍ରଶ୍ନ ଉଠିଛି। ଜିଲାରେ ଧାନ କିଣାରେ ଏଭଳି ଦୁର୍ନୀତି ଏହା ଏକ ଉଦାହରଣ ମାତ୍ର। ପ୍ରାୟ ଅଧିକାଂଶ ପାକ୍ସରେ ଏଭଳି ଦୁର୍ନୀତି କରାଯାଇ ଚାଷୀଙ୍କ ନାମରେ ଶୋଷଣ ହେଉଥିବା ଅଭିଯୋଗ ହୋଇଛି। ଏହି କ୍ରମରେ ନିର୍ବାଚନରେ ଚାଷୀ ଓ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ କେତେଦୂର ତାଙ୍କ ଲକ୍ଷ୍ୟରେ ସଫଳ ହେଉଛନ୍ତି ତାହା ଆଗାମୀ ଦିନର ଫଳାଫଳରୁ ସ୍ପଷ୍ଟ ଜଣାପଡିବ ବୋଲି ମତପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri