ଆମ ଜିଲା ଖବର

ଅଭୟାରଣ୍ୟରେ ହାତୀ ଶାବକଙ୍କର ମୃତ୍ୟୁ

ହାଟଡିହୀ,୧୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟ କାଠକଟା ସେକ୍ସନର ମଶାଘାଟି ନିକଟରେ ୫ -୬ ବର୍ଷର ଏକ ଅଣ୍ଡିରା ହାତୀଛୁଆର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଏକାଧିକ ହାତୀ ଅନେକ ସମୟ ଧରି ରହିଥିଲେ।…

ପୂର୍ବ ଶତ୍ରୁତାରୁ ରାତିଅଧରେ ଲଗାଇଦେଲେ ନିଆଁ: ଜୀବନ୍ତ ଜଳିଗଲେ ୨୫ ଛେଳି, ୪ ଗୋରୁ

ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ଜିଲା ଶ୍ରୀରାମପୁର ପଞ୍ଚାୟତ ବଳବୁଧି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୫ ଛେଳି ଓ ୪ ଗୋର ଜୀବନ୍ତ ଜଳି ଯାଇଛନ୍ତି। ଗାଁର କୈଳାସ ମଲ୍ଲିକଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ପରିବାରର…

ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ

ଫୁଲବାଣୀ,୧୦।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା କୋଟଗଡ ଥାନା ଅନ୍ତର୍ଗତ ଦୁର୍ଗାପଙ୍ଗା ସରଂକ୍ଷିତ ଜଙ୍ଗଲରେ କମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଉଭୟ ପକ୍ଷରୁ କେହି ମୃତାହତ ହୋଇନାହାନ୍ତି। ପରେ ସର୍ଚ୍ଚ ଅପରେଶନ ବେଳେ…

ପୂର୍ବ ଶତ୍ରୁତାରୁ ଜଣଙ୍କୁ ପିଟିପିଟି ମାରିଦେଲେ, ଗାଁ ଦାଣ୍ଡରେ ପଡ଼ିଛି ମୃତଦେହ

ଖୋର୍ଦ୍ଧା/ବେଗୁନିଆ,୧୦।୩(ପ୍ରଭାତ ପାଣିଗ୍ରାହୀ/ହର ପ୍ରସନ୍ନ ପଣ୍ଡା) : ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବେଗୁନିଆ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତ ବଡନୂଆପଲ୍ଲୀ ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତ ବ୍ୟକ୍ତି ହେଲେ…

ଜେଲ୍‌ରୁ ଫେରାର ହୋଇଗଲେ ଦୁଇ ୨ ବିଚାରାଧୀନ କଏଦୀ

ଟିଟିଲାଗଡ଼,୧୦ା୩(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପକାରାଗାରରୁ ଦୁଇ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ହେବା ଆଲୋଚନାର ବିଷୟ ହୋଇଛି। ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେଇଥିବା…

ଦୁଆରଶୁଣୀ ଘାଟିରେ ୨ ବସ୍‌ ମଝିରେ ପଶିଲା ପିକ୍‌ଅପ୍‌

ବାରିପଦା,୧୦ା୩(ନିଳାଦ୍ରୀ ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ଦୁଇ ଯାତ୍ରୀବାହୀ ବସ୍‌ ଓ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନାଯୋଗ୍ୟ, ଦୁଆରଶୁଣୀ…

ଚିଙ୍ଗୁଡ଼ିଆ ନାଳରେ ବୁଲୁଛି କୁମ୍ଭୀର

ବରୀ,୧୦।୩(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ଅଧୀନ ତନ୍ତୀ ଘାଇ ଶାଖା ଚିଙ୍ଗୁଡ଼ିଆ ନାଳରେ କୁମ୍ଭୀର ଦେଖିବାକୁ ମିଳିଛି। ନାଳରେ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହେବା ସହ ସରପଞ୍ଚ ପ୍ରଭାତୀ ପଲେଇଙ୍କୁ ସୂଚନା ଦେଇଛନ୍ତି। ସରପଞ୍ଚ ବନ…

ଇବ୍‌ନଦୀରେ ଗୋଟିଏ ପରିବାରର ୩ଜଣ ନିଖୋଜ ଘଟଣା: ଦୁଇଭାଇଙ୍କ ସମେତ ୩ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼,୧୦।୩(ଜୟ ନାରାୟଣ ମେଣ୍ଡୁଳି): ପିକନିକ ହେଲା କାଳ। ସୁନ୍ଦରଗଡ ଇବ୍‌ ନଦୀର ସେମ ନା ଘାଟକୁ ପିକନିକ କରିବାକୁ ଯାଇ ନଦୀରେ ଗାଧୋଉଥିବାବେଳେ ୩ଜଣ ପାଣିରେ ବୁଡି ଯାଇଛନ୍ତି । ତେବେ ସେମାନଙ୍କର ମୃତଦେହ ଗତକାଲି ମିଳୁ ନ ଥିବାବେଳେ ଆଜି…

ଭାଜପାରେ କାର୍ତ୍ତିକ, ସୁବିଧାଜନକ ସ୍ଥିତିରେ ବିଭୂତି

କାମାକ୍ଷାନଗର, ୧୦ା୩ (ଅମଜାଦ ଖାନ୍‌): ଚାରିଆଡ଼େ ନିର୍ବାଚନୀ ପବନ ବହୁଛି। ନିଲମ୍ବନ, ବହିଷ୍କାର, ଦଳଡିଆଁ, ମିଶ୍ରଣପର୍ବ ଆଦି ଜାରି ରହିଛି। ବିଭିନ୍ନ ଦଳରେ ଟିକେଟକୁ ନେଇ ଟଣାଓଟରା ଆରମ୍ଭ ହୋଇଛି। ପୁଣି ବିଜେଡି-ଭାଜପା ମେଣ୍ଟ ଆଲୋଚନାକୁ ନେଇ ବହୁକଥା ଶୁଣିବାକୁ ମିଳୁଛି।…

ଆଶାୟୀଙ୍କଠୁ ଆଗରେ ଅରବିନ୍ଦ

କେନ୍ଦ୍ରାପଡ଼ା,୧୦ା୩(ଜଗନ୍ନାଥ ଧଳ): ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥ ଭାଜପା ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ନିକଟରେ ବିଜେଡିରେ ସାମିଲ ହେବା ପରେ କେନ୍ଦ୍ରାପଡ଼ା ଜିଲା ପାଟକୁରା ରାଜନୀତି ଚଳଚଞ୍ଚଳ ହୋଇଛି । ଗତ ୨୪ ବର୍ଷ ହେଲା ପ୍ରାୟ ସବୁଆଡ଼ୁ…

ମାଛବଂଶ ଲୋପ, ଚିନ୍ତାରେ ମତ୍ସ୍ୟଜୀବୀ

ରାଉରକେଲା,୧୦।୩(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହର ଦେଇ ପ୍ରବାହିତ ବ୍ରାହ୍ମଣୀ, କୋଏଲ ଏବଂ ଶଙ୍ଖ ନଦୀରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶୁଥିବାରୁ ଏହି ୩ ନଦୀ କ୍ରମେ ପ୍ରଦୂଷିତ ହେବାରେ ଲାଗିଛି। ଏହା ନଦୀରେ ମାଛବଂଶ ବୃଦ୍ଧିରେ ବାଧକ ସାଜିବା ସହ ଏହାର…

୫ ଟଙ୍କାରେ ବୋତଲ ପାଣି, ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ବ୍ରହ୍ମପୁର,୧୦ା୩ (ସ୍ମୃତିରଞ୍ଜନ ମହାଲିକ):ମାର୍ଚ୍ଚ ଆରମ୍ଭରୁ ତାତି ବଢ଼ିଲାଣି। ମଧ୍ୟାହ୍ନ ବେଳକୁ ଅସମ୍ଭାଳ ଖରା। ଖରାରେ ଶୋଷ ମେଣ୍ଟାଇବାକୁ ଲୋକେ ବିଭିନ୍ନ ମୃଦ୍ୟୁ ପାନୀୟ ଉପରେ ନିର୍ଭର କରୁଛନ୍ତି। ଭଲ କମ୍ପାନୀର ପାଣି ବୋତଲ ଅଧିକ ଦରରେ ବିକ୍ରି ହେଉଥିବା ବେଳେ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?