ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର ବିଧାନସଭା ଆସନରେ ପ୍ରଶାନ୍ତ ମୁଦୁଲି ତାଙ୍କଠାରୁ ୮/୯ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ଏବେ ସେ ବିଜେଡିରେ ସାମିଲ ହୋଇଛନ୍ତି। ପ୍ରଶାନ୍ତ ପୁଣି ଥରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ତେଣୁ ପ୍ରଶାନ୍ତ ସର୍ବନିମ୍ନ ୩୦ ହଜାର ଭୋଟ ବ୍ୟବଧାନରେ ଜିତିବେ ବୋଲି କହିବା ଠିକ୍‌ ନୁହେଁ ବରଂ ତାଙ୍କୁ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତାଇବାକୁ ପଡ଼ିବ। ନଚେତ ଚିରଞ୍ଜୀବଙ୍କ ମିଶିବାର କିଛି ଲାଭ ହେବନାହିଁ। ଶୁକ୍ରବାର ବିଜେଡି ପକ୍ଷରୁ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ସଂକଳ୍ପ ସମାବେଶରେ ଯୋଗଦେଇ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଜଗତ୍‌ସିଂହପୁର ନୂଆ ଲୋକସଭା ସଂଯୋଜକ ଚିରଞ୍ଜୀବ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ ସେ ଉପସ୍ଥିତ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇ କହିଥିଲେ, ଜିଲାର ୪ ବିଧାନସଭା ଏବଂ ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଶପଥ ନେବାକୁ ପଡ଼ିବ। ରାଜ୍ୟରେ ୧୨୦ରୁ ଅଧିକ ବିଧାନସଭା ଓ ୧୫ରୁ ଅଧିକ ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀମାନେ ଜିତିବେ।

ନବୀନ ପଟ୍ଟନାୟକ ଭାରତର ସବୁଠାରୁ ଦୀର୍ଘ ସମୟ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ କରିବେ। ତେଣୁ ନିନ୍ଦୁକ ଓ ବିରୋଧୀଙ୍କ କଥାର କିଛି ମୂଲ୍ୟ ନାହିଁ। ପ୍ରଶାନ୍ତ ଓ ବିଜେଡି ଏମ୍‌ପି ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକଙ୍କୁ କିପରି ଅଧିକରୁ ଅଧିକ ଭୋଟ ବ୍ୟବଧାନରେ ଜିତାଇବାକୁ ହେବ ସେନେଇ ସଂକଳ୍ପ ନେବାକୁ ହେବ। ନିର୍ବାଚନ ପାଖେଇ ଆସିଲାଣି। ଏଣୁ ପ୍ରଶାନ୍ତ ଓ ରାଜଶ୍ରୀଙ୍କ କାନ୍ଧରେ କାନ୍ଧ ମିଳାଇ ସେ କାମ କରିବେ ବୋଲି ଚିରଞ୍ଜୀବ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ପ୍ରଶାନ୍ତ ୨୦୨୪ ନିର୍ବାଚନ ନିର୍ଣ୍ଣାୟକ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ସେ କହିଥିଲେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଗତ୍‌ସିଂହପୁର ମାଟିକୁ ବହୁତ ଭଲ ପାଉଥିଲେ। ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ଅବଦାନ ମଧ୍ୟ କିଛି କମ୍‌ ନ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶନ୍ମୋଖୀ କାର୍ଯ୍ୟ କେବଳ ନିର୍ବାଚନ ମଣ୍ଡଳୀ ନୁହେଁ, ସାରା ରାଜ୍ୟରେ ଆଲୋଚନାର ବିଷୟ ହୋଇଛି।

ଏହି ଅବସରରେ ସେ ଜଗତ୍‌ସିଂହପୁର ମାଟିର ଅନ୍ୟତମ ବିକାଶ ପୁରୁଷ ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ସ୍ମୃତିଚାରଣ କରି ତାଙ୍କ ସୁପୁତ୍ର ଚିରଞ୍ଜୀବ ବିଜେଡିରେ ଯୋଗଦେଇଥିବାରୁ ଖୁସିବ୍ୟକ୍ତ କରିଥିଲେ। ସେ କହିଥିଲେ, ନବୀନଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଚିରଞ୍ଜୀବ କେବଳ ବିଜେଡିରେ ମିଶିନାହାନ୍ତି ଆଜିର ସମାବେଶର ନେତୃତ୍ୱ ନେଇଛନ୍ତି। ଏହି ସଂକଳ୍ପ ସମାବେଶରେ ପ୍ରତ୍ୟେକେ ଆଗାମୀ ସାଧାରଣ ନିର୍ବାଚନରେ ଶଙ୍ଖ ବାଜିବ ବୋଲି ସଂକଳ୍ପ ନେଇଛନ୍ତି। ସେ ଓ ରାଜଶ୍ରୀ ଅଧିକ ଭୋଟରେ ଜିତିବେ। ବିଜେଡି ଜିଲା କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଲୋକ ସଭା ପ୍ରାର୍ଥତ୍ନୀ ରାଜଶ୍ରୀ, ଦଳ ସହ ପର୍ଯ୍ୟବେକ୍ଷକ ଗିରିଶ ଚନ୍ଦ୍ର ଦାସ, ଜିଲା ପରିଷଦ ସଭାପତି ମନୋଜ ଭୋଇ, ଜଗତ୍‌ସିଂହପୁର ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ଜିଲା ବରିଷ୍ଠ ଉପସଭାପତି ଦୀପ୍ତି ଦାସ, ନିରଞ୍ଜନ ବେହେରା, ସମିତ ଲେଙ୍କା, ଦିଲୀପ ଲେଙ୍କା, ପ୍ରଶାନ୍ତ ମଲ୍ଲିକ, ବିବେକାନନ୍ଦ ବେହେରା, ଅମିତା ସ୍ବାଇଁ ଓ ପ୍ରକାଶ ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଚିରଞ୍ଜୀବ, ପ୍ରଶାନ୍ତ ଓ ରାଜଶ୍ରୀଙ୍କୁ ନୂଆପୋଲ ନିକଟରୁ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳ ପର୍ଯ୍ୟନ୍ତ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri