ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା ପରେ ସେ ବଡ଼ଚଣା ଗସ୍ତ କରିଛନ୍ତି। ତାଙ୍କ ସହିତ ଯାଜପୁର ଏମ୍‌ପି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ମଧ୍ୟ ପ୍ରଥମ କରି ଗସ୍ତ କରିଛନ୍ତି। ବଡ଼ଚଣା ବିଜେଡି ପକ୍ଷରୁ ଯାଜପୁର ଜିଲାର ପ୍ରବେଶଦ୍ୱାର ଛତିଆ ନିକଟ ନେଳିଆଛକଠାରୁ ଉଭୟ ପ୍ରାର୍ଥୀଙ୍କୁ ସ୍ବାଗତସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ସେଠାରୁ ଏକ ବିଶାଳ ବାଇକ୍‌ ରାଲିରେ କର୍ମୀମାନେ ଉଭୟଙ୍କୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଦଳୀୟ କର୍ମୀ ପାଛୋଟି ନେଇଥିଲେ। ପୂର୍ବରୁ ଏଠାରେ ୩ ଗୋଷ୍ଠୀ ମଧ୍ୟରେ ଯେଉଁ ବିବାଦ ରହିଥିଲା ଏହାକୁ ପ୍ରଶମିତ କରାଯାଇଛି। ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବର୍ଷାଙ୍କୁ ବିଜୟୀ କରିବା ପାଇଁ ଯେଉଁ ନିବେଦନ ରଖିଥିଲେ ତାହାକୁ ପାଳନ କରି ସମସ୍ତେ ଏକତ୍ରିତ ହୋଇଥିଲେ। ଏପରି କି ଛତିଆ, ବଡ଼ଚଣା, କଡ଼େଇ, ବନ୍ଦାଳୋ ଓ ଚଣ୍ଡିଖୋଲଠାରେ ବହୁ କର୍ମୀ ଉପସ୍ଥିତ ରହି ସେମାନଙ୍କୁ ସ୍ବାଗତ କରିଥିଲେ। ଶୋଭାଯାତ୍ରାରେ ଅଧିକାଂଶ ପୁରୁଷ ରହିଥିବାବେଳେ ବିଭିନ୍ନ ସ୍ଥାନରେ ମହିଳାମାନେ ରହି ସ୍ବାଗତସମ୍ବର୍ଦ୍ଧନା ଜଣାଇଥିଲେ।

ଏହି ଅବସରରେ ବର୍ଷା କହିଥିଲେ, ବଡ଼ଚଣାବାସୀ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ଯେଉଁଭଳି ଭାବେ ସ୍ବାଗତ ଜଣାଇଛନ୍ତି ଏହାକୁ କେବେ ଭୁଲିପାରିବେନାହିଁ। ନିର୍ବାଚନମଣ୍ଡଳୀର ସମସ୍ତ ଭୋଟରଙ୍କୁ ସାକ୍ଷାତ କରିବା ସହ ନବୀନ ପଟ୍ଟନାୟକ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ। ବଡ଼ଚଣାବାସୀଙ୍କ ସେବାରେ ସାରା ଜୀବନ ଲଗାଇଦେବେ ବୋଲି କହି ସେ ଭାବବିହ୍ବଳ ହୋଇଥିଲେ। ସାଂସଦ ପ୍ରାର୍ଥୀ ସେଠୀ ବଡ଼ଚଣାବାସୀଙ୍କୁ କୃତଜ୍ଞତା ଜଣାଇବା ସହ ୨୦୧୯ରୁ ୨୦୨୪ରେ ଆହୁରି ଅଧିକ ଭୋଟ ଦେଇ ଜିତାଇବା ସହ ନବୀନ ପଟ୍ଟନାୟକ ହାତମୁଠାକୁ ଟାଣ କରିବାକୁ କହିଥିଲେ।

ଏହି ସ୍ବାଗତସମ୍ବର୍ଦ୍ଧନା ପର୍ବରେ ଅମର ପ୍ରସାଦ ଶତପଥୀଙ୍କ ସମର୍ଥକ, ଜନ୍ମେଜୟ ଲେଙ୍କାଙ୍କ ସମର୍ଥକ ଓ ରାଜନାରାୟଣଙ୍କ ସମର୍ଥକ ମିଳିତଭାବେ କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳିଥିଲା। ଶୋଭାଯାତ୍ରାରେ ଜନ୍ମେଜୟ ଲେଙ୍କା, ରାଜନାରାୟଣ ମହାପାତ୍ର, ଜିଲାପରିଷଦ ଉପସଭାପତି ଗଣେଶ୍ୱର ବରାଳ, ଜିଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ବ୍ଲକ ସଭାପତି ଅରବିନ୍ଦ ସାମଲ, ସାଧାରଣ ସମ୍ପାଦକ ବିପିନ ବିହାରୀ ଜେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ, କୈଳାସ ଚନ୍ଦ୍ର ରାଉତ ଓ ପୂର୍ବତନ ଉପାଧ୍ୟକ୍ଷ ପଞ୍ଚାନନ ଧଳ ପ୍ରମୁଖ ବହୁ ନେତୃତ୍ୱ ଓ ପଞ୍ଚାୟତ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ। ସେମାନେ ବର୍ଷାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟ କରାଇବେ ବୋଲି ପ୍ରକାଶ କରିଥିଲେ। ବାଇକ୍‌ ରାଲି ପୂର୍ବରୁ ଉଭୟ ପ୍ରାର୍ଥୀ ଛତିଆ ବଟ ଓ ମହାବିନାୟକ ମନ୍ଦିର ପରିଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ସମ୍ବର୍ଦ୍ଧନା ସଭାରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅନୁପସ୍ଥିତି କିଛିମାତ୍ରାରେ କର୍ମୀଙ୍କୁ ନିରୁତ୍ସାହିତ କରିଥିବା ଦେଖାଦେଇଥିଲା। ବଡ଼ଚଣା, ବୈରୀ ଓ ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ଏହି ଶୋଭାଯାତ୍ରା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri