ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର ବିଧାନସଭା ଆସନ ସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ। ଦଳ କାହାକୁ ପ୍ରାର୍ଥୀ କରିବ, ସେନେଇ ଭାଜପା କାର୍ଯ୍ୟାଳୟରେ ବୈଠକ ବସୁଛି। ହେଲେ ଏଯାଏ ପ୍ରାର୍ଥୀ ଚୟନ କରିପାରୁନି ଦଳ। ଅନ୍ୟପଟେ ବାରବାଟୀ-କଟକ ବିଧାନସଭା ଆସନ ପାଇଁ କଂଗ୍ରେସ ମହିଳା କାର୍ଡ ଖେଳିବା ନେଇ ପ୍ରସ୍ତୁତି ଜାରି ରଖିଥିବାବେଳେ ବିଧିବଦ୍ଧ ଭାବେ ଏହା ଘୋଷଣା କରିନାହିଁ। ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍‌ଦୋସ ଏଠାରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବୋଲି ଖୁବ୍‌ ଆଲୋଚନା ହେଉଛି। ଏହି ପରିପ୍ରେକ୍ଷୀରେ ଚର୍ଚ୍ଚା ହେଉଛି ଯେ ଯଦି କଂଗ୍ରେସ ମହିଳା କାର୍ଡ ଖେଳେ, ହେଲେ ଭାଜପା ମଧ୍ୟ ସମାନ ନୀତି ଆପଣାଇପାରେ।
ବାରବାଟୀ-କଟକ ଆସନ ପାଇଁ ଭାଜପାରେ ମହିଳା ଆଶାୟୀଙ୍କ ଲମ୍ବା ତାଲିକା ରହିଛି। ସେଥିମଧ୍ୟରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ମୃତି ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷ ତଥା ଆଇନଜୀବୀ କଳ୍ପନା ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ରଶ୍ମିରେଖା ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୀତା ଦାସ, ଜିଲା ମଣ୍ଡଳ ସଭାପତି ତଥା ସାମାଜିକ କର୍ମୀ ନମିତା ମିଶ୍ର ରହିଛନ୍ତି। ଏମାନେ ଭାଜପା ସହିତ ଦୀର୍ଘବର୍ଷ ହେବ ଜଡ଼ିତ ରହିବା ସହ ନିଜ ସଙ୍ଗଠନ ମଜଭୁତ ରଖି ଭୋଟରଙ୍କ ଅତି ନିକଟତର ହେବାକୁ ଚେଷ୍ଟା କରୁଛନ୍ତି। ଅଦ୍ୟାବଧି ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ବିଜେଡି ପ୍ରଚାର ଚଳାଇଛି। ତେଣୁ ଭାଜପା ଓ କଂଗ୍ରେସର ଆଭିମୁଖ୍ୟ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠୁଛି। କଂଗ୍ରେସ ସୋଫିଆଙ୍କୁ ଯଦି ଟିକେଟ ଦିଏ, ଅନୁରୂପ ଭାବେ ଭାଜପା ମହିଳା କାର୍ଡ ଖେଳିପାରେ ବୋଲି ଦଳ ଭିତରେ ଟୁପୁରଟାପୁର ଚାଲିଛି। ଏନେଇ ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କୁ ପଚାରିବାରୁ ସେ କହିଛନ୍ତି, ଦଳ କାହାକୁ ଟିକେଟ ଦେବ ସେ ନିଷ୍ପତ୍ତି ଦଳର ମୁଖ୍ୟଙ୍କର ରହିଛି। ନାମାଙ୍କନପତ୍ର ଦାଖଲ ସମୟ ପାଖେଇ ଆସୁଛି ସତ, କିନ୍ତୁ ଏବେ ଦଳ କଟକବାସୀଙ୍କୁ ସର୍‌ପ୍ରାଇଜ ଦେବ। ମହିଳା କାର୍ଡ ନେଇ ଚର୍ଚ୍ଚା ହେଉଛି। ଯଦି ଦଳ ମହିଳା କାର୍ଡ ଖେଳେ ତେବେ କଂଗ୍ରେସ ଭଳି ବାଧ୍ୟରେ ମହିଳାଙ୍କୁ ସାମ୍ନାକୁ ଆଣିବ ନାହିଁ। ଦଳର ଅଭିଜ୍ଞ ନେତ୍ରୀଙ୍କୁ ସାମ୍ନାକୁ ଆଣିବ ବୋଲି ବଡୁ କହିଛନ୍ତି। ତେବେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ମାତ୍ର ଦୁଇ ଦିନ ସମୟ ଥିବାବେଳେ ଭାଜପା କେବେ ପ୍ରାର୍ଥୀ ଘୋଷଣା କରିବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫: ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ...

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁରରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।...

ବିଳମ୍ବରେ ଆସିଲେ କଟିବ ଦରମା, କଠୋର ହେଲା BMC

ଭୁବନେଶ୍ୱର,୮ା୫: ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri