ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର ବିଧାନସଭା ଆସନ ସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ। ଦଳ କାହାକୁ ପ୍ରାର୍ଥୀ କରିବ, ସେନେଇ ଭାଜପା କାର୍ଯ୍ୟାଳୟରେ ବୈଠକ ବସୁଛି। ହେଲେ ଏଯାଏ ପ୍ରାର୍ଥୀ ଚୟନ କରିପାରୁନି ଦଳ। ଅନ୍ୟପଟେ ବାରବାଟୀ-କଟକ ବିଧାନସଭା ଆସନ ପାଇଁ କଂଗ୍ରେସ ମହିଳା କାର୍ଡ ଖେଳିବା ନେଇ ପ୍ରସ୍ତୁତି ଜାରି ରଖିଥିବାବେଳେ ବିଧିବଦ୍ଧ ଭାବେ ଏହା ଘୋଷଣା କରିନାହିଁ। ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍‌ଦୋସ ଏଠାରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବୋଲି ଖୁବ୍‌ ଆଲୋଚନା ହେଉଛି। ଏହି ପରିପ୍ରେକ୍ଷୀରେ ଚର୍ଚ୍ଚା ହେଉଛି ଯେ ଯଦି କଂଗ୍ରେସ ମହିଳା କାର୍ଡ ଖେଳେ, ହେଲେ ଭାଜପା ମଧ୍ୟ ସମାନ ନୀତି ଆପଣାଇପାରେ।
ବାରବାଟୀ-କଟକ ଆସନ ପାଇଁ ଭାଜପାରେ ମହିଳା ଆଶାୟୀଙ୍କ ଲମ୍ବା ତାଲିକା ରହିଛି। ସେଥିମଧ୍ୟରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ମୃତି ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷ ତଥା ଆଇନଜୀବୀ କଳ୍ପନା ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ରଶ୍ମିରେଖା ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୀତା ଦାସ, ଜିଲା ମଣ୍ଡଳ ସଭାପତି ତଥା ସାମାଜିକ କର୍ମୀ ନମିତା ମିଶ୍ର ରହିଛନ୍ତି। ଏମାନେ ଭାଜପା ସହିତ ଦୀର୍ଘବର୍ଷ ହେବ ଜଡ଼ିତ ରହିବା ସହ ନିଜ ସଙ୍ଗଠନ ମଜଭୁତ ରଖି ଭୋଟରଙ୍କ ଅତି ନିକଟତର ହେବାକୁ ଚେଷ୍ଟା କରୁଛନ୍ତି। ଅଦ୍ୟାବଧି ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ବିଜେଡି ପ୍ରଚାର ଚଳାଇଛି। ତେଣୁ ଭାଜପା ଓ କଂଗ୍ରେସର ଆଭିମୁଖ୍ୟ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠୁଛି। କଂଗ୍ରେସ ସୋଫିଆଙ୍କୁ ଯଦି ଟିକେଟ ଦିଏ, ଅନୁରୂପ ଭାବେ ଭାଜପା ମହିଳା କାର୍ଡ ଖେଳିପାରେ ବୋଲି ଦଳ ଭିତରେ ଟୁପୁରଟାପୁର ଚାଲିଛି। ଏନେଇ ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କୁ ପଚାରିବାରୁ ସେ କହିଛନ୍ତି, ଦଳ କାହାକୁ ଟିକେଟ ଦେବ ସେ ନିଷ୍ପତ୍ତି ଦଳର ମୁଖ୍ୟଙ୍କର ରହିଛି। ନାମାଙ୍କନପତ୍ର ଦାଖଲ ସମୟ ପାଖେଇ ଆସୁଛି ସତ, କିନ୍ତୁ ଏବେ ଦଳ କଟକବାସୀଙ୍କୁ ସର୍‌ପ୍ରାଇଜ ଦେବ। ମହିଳା କାର୍ଡ ନେଇ ଚର୍ଚ୍ଚା ହେଉଛି। ଯଦି ଦଳ ମହିଳା କାର୍ଡ ଖେଳେ ତେବେ କଂଗ୍ରେସ ଭଳି ବାଧ୍ୟରେ ମହିଳାଙ୍କୁ ସାମ୍ନାକୁ ଆଣିବ ନାହିଁ। ଦଳର ଅଭିଜ୍ଞ ନେତ୍ରୀଙ୍କୁ ସାମ୍ନାକୁ ଆଣିବ ବୋଲି ବଡୁ କହିଛନ୍ତି। ତେବେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ମାତ୍ର ଦୁଇ ଦିନ ସମୟ ଥିବାବେଳେ ଭାଜପା କେବେ ପ୍ରାର୍ଥୀ ଘୋଷଣା କରିବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

ପାଳିବନ୍ଧ ପଞ୍ଚାୟତ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ପୂର୍ବତନ ସମିତି ସଭ୍ୟ, କେଉଁ ନିୟମରେ ସର୍ଭେ…

ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି…

ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ଆଲୋକୀକରଣ ବ୍ୟବସ୍ଥା: ୧୦ ଲକ୍ଷର ସୋଲାର ହାଇମାକ୍ସ ଲାଇଟ୍ ଅଚଳ, ତହସିଲରୁ ମାର୍କେଟ୍ ଯାଏ ଅନ୍ଧାର

ଥୁଆମୂଳ ରାମପୁର,୧୮।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସଦର ମହକୁମାରେ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋଟିଏ ପଟେ ମାନ୍ୟବର ରାଜ୍ୟସଭା MP ସୁଜିତ…

ହାଟଡିହୀ: ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ସମ୍ବର୍ଦ୍ଧିତ, ଛୁଟିଛି ଶୁଭେଚ୍ଛାର…

ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ…

କାର୍ଯ୍ୟବନ୍ଦ ଚେତାବନୀ ଦେଲେ ହସ୍ପିଟାଲ କର୍ମଚାରୀ

ନବରଙ୍ଗପୁର,୧୮।୮(ସଦାଶିବ ପ୍ରହରାଜ): ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘ ନବରଙ୍ଗପୁର ଜିଲା ଶାଖା। ମଙ୍ଗଳବାର ଭାରତୀୟ…

ବଡ଼ରମ୍ପାସ ସେବା ସମବାୟ ସମିତି ପରିଚାଳନା କମିଟିକୁ ନିଲମ୍ବନ କଲେ ଡିଆରସିଏସ

ହାଟଡିହୀ/ଛେନାପଦୀ,୧୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବଡ଼ରମ୍ପାସ ସେବା ସମବାୟ ସମିତିର ପରିଚାଳନା କମିଟିକୁ ନିଲମ୍ବନ କରାଯାଇଛି। କେନ୍ଦୁଝର ଡିଆରସିଏସ (ଡେପୁଟି ରେଜିଷ୍ଟ୍ରାର…

ଡ୍ୟୁଟି ସାରି ବାଇକ୍‌ରେ ଫେରୁଥିଲେ, ଅଟୋ ସହ ହେଲା ମୁହାଁମୁହିଁ ଧକ୍କା: ଚାଲିଗଲା କନଷ୍ଟେବଳଙ୍କ ଜୀବନ

ଗୁଣପୁର,୧୮।୮(ସୁଜାତା ପାଢ଼ୀ)- ରାୟଗଡ଼ା ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ପୋଲିସ କନଷ୍ଟେବଳଙ୍କ ପ୍ରାଣହାନି ହୋଇଛି। କୁମ୍ଭିକୋଟା ଫାଣ୍ଡିରେ କାର୍ଯ୍ୟରତ କନଷ୍ଟେବଳ କିଶୋର ପତି (୫୦)…

ଦୁଇଗୁଣ ଲାଭର ପ୍ରଲୋଭନ ଦେଇ ୫୩ ଲକ୍ଷ ଧାର ନେଇଥିଲେ, ଫେରସ୍ତ ବେଳକୁ ଚେକ୍‌ ବାଉନ୍ସ: ଅଭିଯୁକ୍ତଙ୍କୁ ବର୍ଷେ ଜେଲଦଣ୍ଡ ସହ…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (JMFC) କୋର୍ଟରେ ଏକ ଚେକ୍ ବାଉନ୍ସ ମାମଲାର ଚୂଡ଼ାନ୍ତ ଶୁଣାଣି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri