ଆମ ଜିଲା ଖବର

ସ୍ମାର୍ଟ କ୍ଲାସ୍‌ ନାହିଁ: ନିଟ୍‌, ଓଜେଇରୁ ବଞ୍ଚିତ ଛାତ୍ରୀଛାତ୍ର

ସୁନାବେଡା/ସେମିଳିଗୁଡା,୧୧ା୩ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ): ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାର ୫-ଟି ମାଧ୍ୟମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର କେତେକ କଲେଜର ଭିତ୍ତିଭୂମି ଥାଇ ସୁଦ୍ଧା ଛାତ୍ରୀଛାତ୍ରମାନେ ଉନ୍ନତ ଶିକ୍ଷା ପ୍ରଣାଳୀରୁ ଲାଭ ପାଇପାରୁନାହାନ୍ତି। ଏପରି ଅଭିଯୋଗ ଆଣିଛନ୍ତି…

ପିପିଲି ବିଡିଓଙ୍କ ଅଫିସ୍‌ ଆକାଉଣ୍ଟରୁ ୩.୭୦ କୋଟି ହଡ଼ପ ମାମଲା: ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ଷଡ଼ଯନ୍ତ୍ରକାରୀ ଗିରଫ

ଭୁବନେଶ୍ୱର,୧୧।୩(ସତ୍ୟଜିତ୍‌ ରାଉତ): ଚଞ୍ଚକତା କରି ୩୫ଟି ମୁଦ୍ରାଋଣ ଉଠାଇ ନେଲେ। ଏହାକୁ ଶୁଝିବାକୁ ପୁରୀ ଜିଲା ପିପିଲି ବିଡିଓ ଅଫିସ୍‌ ଆକାଉଣ୍ଟରୁ ୩.୭୦ କୋଟି ଟଙ୍କା ହଡ଼ପ କଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପିପିଲି ଦାଣ୍ଡମୁକୁନ୍ଦପୁରସ୍ଥିତ…

ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି): ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝର ରୋଡ ରେଳଲାଇନର ସମ୍ପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଅମୃତ ଭାରତ ଷ୍ଟେଶନ ଯୋଜନାରେ ଏଠାରେ ଏକ ରେଳ ଓଭର ବ୍ରିଜ(ଆର୍‌ଓବି) ଏବଂ ଗଳିପୋଲ(ଅଣ୍ଡରପାସ) ନିର୍ମାଣ ଆରମ୍ଭ ହୋଇଛି। ଏଥିସହିତ ରେଳଲାଇନ ଦୋହରୀକରଣ କରାଯାଉଛି।…

ଗ୍ରାମମୁଖ୍ୟକୁ ମରଣାନ୍ତକ ଆକ୍ରମଣ

ଗୋପାଳପୁର,୧୦/୩(ନବୀନ ରାଜ ଆଚାରୀ): ଗୋଳନ୍ଥରା ଅଞ୍ଚଳରେ ରବିବାର ଗ୍ରାମଞ୍‌ମୁଖ୍ୟକୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ପାନାପୁଲ୍ଲୀ ଗ୍ରାମରେ ଜୟ ଜଗନ୍ନାଥ ରେଡି ଗ୍ରାମମୁଖ୍ୟ ରୂପେ କାର୍ଯ୍ୟ କରନ୍ତି। ରବିବାର ସକାଳେ ବାଇକରେ…

ଘାଟିରେ ଓଲଟିଲା ପିକ୍‌ଅପ୍‌: ୪୦ ଆହତ

ଦିଗପହଣ୍ଡି,୧୦ା୩(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଶକ୍ତିପୀଠରୁ ଫେରୁଥିବା ଏକ ପିକ୍‌ଅପ୍‌ ରବିବାର ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ଜଣ ଆହତ ହୋଇଛନ୍ତି। ଦିପଗହଣ୍ଡି ଦମକଳ କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ଟ୍ରକ ଧକ୍କାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ: ଜାତୀୟ ରାଜପଥ ଅବରୋଧ

ଗୋପାଳପୁର,୧୦/୦୩(ନବୀନ ରାଜ ଆଚାରୀ):୧୬ ନମ୍ବର ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ କନିଷି ଗ୍ରାମ ଛକଠାରେ ଏକ ଟ୍ରକ ଯୁବକଙ୍କୁ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଯୁବକ ଜଣକ ହେଲେ ଦୁମୀଦୁମୀ ଗ୍ରାମ ଚିଣ୍ଟୁ ବାବୁ ବୋଲି ସୂଚନା ମିଳିଛି…

ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ

ରାୟଗଡ଼ା,୧୦।୩ (ଆଶିଷ ରଞ୍ଜନ ପଣ୍ଡା)- ଆନ୍ଧ୍ରପ୍ରଦେଶ କୋତାବାଲସା ରେଳ ଷ୍ଟେଶନ ନିକଟରେ ରବିବାର ସା ପ୍ରାୟ ୭ଟାରେ ଏକ ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଶାଖାପାଟଣା- ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ ସହିତ ୨ଟି ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ ଜଣେ…

ଭାଇ ପରେ ଚାଲିଗଲା ଭଉଣୀର ଜୀବନ

ଝରିଗାଁ,୧୦।୩(କିଶୋର ଚନ୍ଦ୍ର ମଣ୍ଡଳ): ମାସେ ତଳେ କାମୁଡ଼ି ଥିଲା କୁକୁର। ପରିବାର ଲୋକେ କିନ୍ତୁ ଡାକ୍ତରଙ୍କୁ ନ ଦେଖାଇ ଜଡ଼ିବୁଟି ଚିକତ୍ସା କରାଇଥିଲେ। ଏବେ କୁକୁର କାମୁଡ଼ି ଥିବା ୨ ଭଉଣୀ ଭାଇଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ନବରଙ୍ଗପୁର…

ମାଓବାଦୀଙ୍କ ସ୍ତୁପ ଧ୍ୱଂସ କଲେ ମହିଳା କମାଣ୍ଡୋ

ମାଲକାନଗିରି, ୧୦ା୩(ଦୁର୍ଯୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ ଏକ ମାଓବାଦୀ ସ୍ତୂପକୁ ମହିଳା ଯବାନମାନେ ଧ୍ୱଂସ କରି ଦେଇଛନ୍ତି। ଛତିଶଗଡ଼ ଦନ୍ତେୱାଡାରେ ବସ୍ତର ଫାଇଟରର ମହିଳା କମାଣ୍ଡୋମାନେ ବେଚାପାଲ୍‌ ଅଞ୍ଚଳରେ ତଲାସି ଅଭିଯାନ ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରେ…

ମୃତ୍ୟୁ ପରେ ସ୍ବର୍ଗଦ୍ୱାରରେ ସାହାରା ଶେଷବନ୍ଧୁ

ସମ୍ବଲପୁର,୧୦।୩(ଭବାନୀ ଶଙ୍କର ଭୋଇ): ଆତ୍ମୀୟସ୍ବଜନଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବ ସତ୍କାର ପାଇଁ ସମ୍ବଲପୁର ଦୁର୍ଗାପାଲିସ୍ଥିତ ସ୍ବର୍ଗଦ୍ୱାରରେ ପହଞ୍ଚି କାଠ, କିରୋସିନ ସହ ରୀତିନୀତି ପାଳନ ପାଇଁ ପୁରୋହିତ ଆଦି ଖୋଜିବାରେ ହଇରାଣ ହେଉଥିବା ଏକ ସାଧାରଣ ଘଟଣା। ଶବ…

ଚୋରା ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି: ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୧୦।୩: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆମାନେ ବେଧଡକ ଗଞ୍ଜେଇ ଚାଲାଣ କରୁଛନ୍ତି। ଏଭଳିସ୍ଥିତିରେ ବାଲିଗୁଡ଼ା ପୋଲିସ ପାଟ୍ରୋଲିଂ ବେଳେ ୩୮ କିଲୋ ଗଞ୍ଜେଇ…

ମେଡିକାଲରେ ଦୀର୍ଘ ସମୟ ପଡିରହିବା ପରେ ଉଠିଲା ମୃତଦେହ

କେନ୍ଦୁଝର,୧୦।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା କରଞ୍ଜିଆ ବ୍ଲକ ରସମନ୍ତଳା ଗ୍ରାମର କିଡ଼ନୀ ରୋଗୀ ସୁନି ସେଠୀଙ୍କ ମୃତ୍ୟୁ ଘଟିଥିଲା। ହେଲେ ଦୀର୍ଘ ସମୟ ଧରି ମୃତଦେହ ଡାକ୍ତରଖାନାରେ ପଡି ରହିଥିଲା। ମୃତଦେହ ସତ୍କାର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?