ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଜେଡି ଏବଂ ଭାଜପା ସମ୍ବଲପୁରୀ କପଡାକୁ ମାଧ୍ୟମ କରି ବୁଣାକାର ଏବଂ ସମ୍ବଲପୁରୀ ପ୍ରେମୀଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଯୋଡ଼ି ଶଙ୍ଖର ଭିଡିଓ ରେକର୍ଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ପରେ ଉଭୟ ଦଳ ମଧ୍ୟରେ ଏହି ବାକ୍‌ଯୁଦ୍ଧ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଯୋଡ଼ିଶଙ୍ଖର ଭିଡିଓ ପ୍ରସାରିତ ହେଉଥିବା ସହି ନ ପାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କରିବାକୁ ପ୍ରୟାସ କରିଛନ୍ତି ବୋଲି ବିଜେଡି ମୁଖପାତ୍ର ଡ. ଲେଲିନ ମହାନ୍ତି ପ୍ରତିକ୍ରିୟା ଦେଇଥିଲେ। ଏହା ସମଗ୍ର ପଶ୍ଚିମ ଓଡ଼ିଶାର ବୁଣାକାରମାନଙ୍କୁ ଅପମାନିତ କରିଛି ବୋଲି ଡ. ମହାନ୍ତି ନିଜ ପ୍ରତିକ୍ରିୟାରେ କହିଥିଲେ। ଏହାପରେ ଭାଜପାର ଡ. ପ୍ରମୋଦ ରଥ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ଲୁଙ୍ଗିକୁ ଅଯଥାରେ ସମ୍ବଲପୁରୀ ଲୁଙ୍ଗି କହି ମିଛ ପ୍ରଚାର କରାଯାଉଥିବା କହିବା ସହିତ ଓଡ଼ିଆ ସଂସ୍କୃତି ଧୋତି ସହ ଜଡ଼ିତ ବୋଲି କହିଥିଲେ। କୌଣସି ଓଡ଼ିଆ ଲୁଙ୍ଗିପିନ୍ଧି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥାଏ ବୋଲି କହିଥିଲେ। ଏହାସହ ଖବରଦାତା ସମ୍ମିଳନୀରେ ସମ୍ବଲପୁରୀ ଲୁଙ୍ଗିର ନମୁନା ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ଲୁଙ୍ଗିକୁ ସମ୍ବଲପୁରୀ କହି ବୁଣାକାରମାନଙ୍କ ସମବେଦନା ହାସଲ କରିବାକୁ ବିଜେଡି ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ଏହାପରେ ବିଜେଡି ପକ୍ଷରୁ ପୁଣି ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ମୁଖପାତ୍ର ମହାନ୍ତି କହିଥିଲେ ଯେ, ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ଲୁଙ୍ଗି ବିଷୟରେ ଦେଇଥିବା ମନ୍ତବ୍ୟ ଭୁଲ୍‌ ବୋଲି ହୃଦ୍‌ବୋଧ କରିବା ପରେ ଭାଜପା ନେତା ଡ. ପ୍ରମୋଦ ରଥଙ୍କ ଜରିଆରେ ବାହାନା କରୁଛନ୍ତି। ଯୋଡ଼ିଶଙ୍ଖର ଭିଡିଓ ଅପଲୋଡ ହେବାର ୨୪ ଘଣ୍ଟା ମଧ୍ୟରେ ଚାରି ନିୟୁତରୁ ଅଧିକ ଲୋକ ଏହାକୁ ଦେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହିବାକୁ କିଛି ବିଷୟ ନ ପାଇ ଶେଷରେ ସେ ପିନ୍ଧିଥିବା ଲୁଙ୍ଗି ବିଷୟରେ କହି ସମାଲୋଚନା କରିବାକୁ ଚେଷ୍ଟା କରିଛନ୍ତି ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତି ଏକ ପ୍ରେସ ବିବୃତି ଜରିଆରେ କହିଥିଲେ। ଏହାପରେ ଭାଜପା କ୍ଷେତ୍ରୀୟ ପ୍ରବକ୍ତା ମାନସରଞ୍ଜନ ବକ୍ସି ପ୍ରତ୍ୟୁତ୍ତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସ୍ବାଭିମାନ କଥା ସବୁବେଳେ କହୁଥିବାବେଳେ ରାଜ୍ୟର ବହୁ ସମ୍ବଲପୁରୀ କବି, ଲେଖକ, କଳାକାର ଏବଂ ବାନ୍ଧଶିଳ୍ପୀଙ୍କୁ ଜାତୀୟ ସ୍ତରରେ ସମ୍ମାନ ଦେଇ ସମ୍ବଲପୁରୀର ମାନ ବୃଦ୍ଧି କରିଛନ୍ତି ବୋଲି ବିବୃତି ଦେଇଥିଲେ। ଏପରି କି ଆଇଆଇଏମ୍‌୍‌ରେ ରଙ୍ଗବତୀ ସେଣ୍ଟର ସ୍ଥାପନ କରାଇ ସମ୍ବଲପୁରୀ ସଂସ୍କୃତି ଉପରେ ଅଧିକ ଗବେଷଣା କରିବାର ସୁଯୋଗ ସୃଷ୍ଟି କରିଛନ୍ତି । ତେଣୁ ବିଜେଡି ରାଜ୍ୟର ପ୍ରସଙ୍ଗ ଉପରେ ଆଲୋଚନା ନ କରି ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିକୁ ସମ୍ବଲପୁରୀ ବୋଲି ପ୍ରମାଣିତ କରିବାରେ ଚେଷ୍ଟା ଚଳାଇଛି ବୋଲି ସେ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ତେବେ ଶୁକ୍ରବାର ଦିନ ତମାମ ସମ୍ବଲପୁରୀ ଲୁଙ୍ଗିକୁ ନେଇ ଚାଲିଥିବା ଟଣାଓଟରା ଭିତରେ କେଉଁ ଦଳର କେତେ ଲାଭ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରକୃତ ପ୍ରସଙ୍ଗ ଉପରେ ଆଲୋଚନା ନ ହୋଇ ପରସ୍ପର କାଦୁଅ ଛିଟାରେ ନେତାମାନେ ବ୍ୟସ୍ତ ରହୁଥିବା ସାଧାରଣରେ ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri