ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଟାର୍ଗେଟ କରିଛନ୍ତି। ନନ୍ଦ କହିଛନ୍ତି, ବିଜେଡି ପ୍ରାର୍ଥିନୀ ଇନ୍ଦିରା ନନ୍ଦ ବିଜୟୀ ହେଲେ ଜୟପୁର କାଗଜକଳ ସମସ୍ୟା ସମାଧାନ ହେବ। ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଦରମା ମିଳିବ। ଗ୍ରାଚ୍ୟୁଇଟି, ଇପିଏଫ୍‌ ସମସ୍ୟାର ମଧ୍ୟ ସମାଧାନ ହେବ। ଆସନ୍ତା ବର୍ଷଠାରୁ ଜୟପୁରରେ ଭବ୍ୟ ଶ୍ରୀରାମ ନବମୀ ପାଳନ କରାଯିବ। ତାଙ୍କ ସମୟରେ ଆରମ୍ଭ ହୋଇଥିବା ଦଶହରା ଜାକଜମକରେ ପାଳିତ ହେବ। କୋରାପୁଟ ଜିଲାରେ ବେଧଡ଼କ ଗୋଚାଲାଣ ଚାଲିଛି। ଏହାକୁ ରୋକିବାରେ ବିଧାୟକ ବିଫଳ ହୋଇଛନ୍ତି।
ଏଠାରେ ଯଦି ବିଜେଡି ପ୍ରାର୍ଥତ୍ନୀ ଇନ୍ଦିରା ବିଜୟୀ ହୁଅନ୍ତି, ତେବେ ଜୟପୁର ନିର୍ବାଚନମଣ୍ଡଳୀରେ ଗୋଚାଲାଣ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ସେ କହିଛନ୍ତି।
ରବିନାରାୟଣଙ୍କ କଥାର ଜବାବ ଦେଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି, ପୂର୍ବତନ ମନ୍ତ୍ରୀଙ୍କୁ ତାଙ୍କ ଦଳ ବିଶ୍ୱାସକୁ ନେଲା ନାହିଁ ବୋଲି ସ୍ତ୍ରୀ ଇନ୍ଦିରାଙ୍କୁ ଦଳ ପ୍ରାର୍ଥୀ କଲା। ଜୟପୁର ସହରରେ କିମ୍ବା ଯେକୌଣସି ସ୍ଥାନରେ ଶ୍ରୀରାମ ନବମୀ ପାଳନ ପାଇଁ ମର୍ଯ୍ୟାଦାବନ୍ତ ପୁରୁଷ ଶ୍ରୀରାମଙ୍କ ଆଶୀର୍ବାଦର ଆବଶ୍ୟକତା ରହିଛି ା ସେ କି ମୁଁ କେହି ଚାହିଁଲେ ଏହା ହେବ ନାହିଁ।
ସେହିପରି ରଙ୍ଗିନ ଦଶହରା ମା’ ଦୁର୍ଗା ଚାହିଁଲେ ହଁି ହେବ। ତମର ଗର୍ବ, ଅହଙ୍କାର ତମକୁ କେବେ ଜିତାଇଦେବ ନାହିଁ ବୋଲି ପ୍ରକାଶ କରି ବାହିନୀପତି କହିଥିଲେ, ଜୟପୁର କାଗଜକଳ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ସମୟରେ ହିଁ ଭୁଶୁଡ଼ି ପଡ଼ିଛି। ସେତେବେଳେ ସେ କାଗଜକଳକୁ ଶେଷ କରି ଦେଇଥିଲେ। ୟୁନିୟନକୁ ଭାଗ ଭାଗ କରି ଦେଇଥିଲେ। ବର୍ତ୍ତମାନର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମସ୍ୟା ପାଇଁ ନିଜେ ନନ୍ଦ ହିଁ ଦାୟୀ ବୋଲି ବାହିନୀପତି ପ୍ରକାଶ କରି ଦୁଇଟି ୟୁନିୟନ କରି ପ୍ରତ୍ୟେକ ଦିନ ଧର୍ମଘଟ କରି ମିଲ୍‌କୁ ସେ ଚଲାଇ ଦେଉନାହାନ୍ତି ବୋଲି କହିଥିଲେ। କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ପ୍ରକାଶ କରି ବାହିନୀପତି କହିଲେ, ମୁଁ ନିଜେ ବିଧାୟକ ଭାବେ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ସହ ୨୦ଥର ଆଲୋଚନା ଓ ବୈଠକ କରି ଅନେକ ସମସ୍ୟା ସମାଧାନ କରିଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?